STORYMIRROR

Baikunth Bihari Swain

Abstract Tragedy

4  

Baikunth Bihari Swain

Abstract Tragedy

ରାକ୍ଷୀ ରହିଲା ସାକ୍ଷୀ

ରାକ୍ଷୀ ରହିଲା ସାକ୍ଷୀ

3 mins
339

ହଇର ମନୁଆ ,ସକାଳୁ ସକାଳୁ କାହିଁକି ମୁହଁଟାକୁ ଉଷୁନା ଭାତ ହାଣ୍ଡି ଭଳିଆ କରି ପିଣ୍ଡା ରେ ବସିଛୁ। ଆଜି ପରା ଗହ୍ମା ପୂର୍ଣ୍ଣମୀ, ଆସୁନୁ ଯିବା ତୋଟା ଆଡେ ଭେରାଟେ ବୁଲି ଦେଇ ଆସିବା। ଯଦି ହେବ ଘାସ ଦି ମୁଠା ଗାଈ ପାଇଁ ନେଇକି ଆସିବା।

                 ନା ' ତୁ ଯା , ପ୍ରକାଶ କୁ ଉତ୍ତର ଦେଲା ମନୁଆ। ମନୋଜ! ଯାହା ବୁଝି ଥିବା ଗୋଟିଏ । ଥରେ ଯଦି ନାହିଁ କରିଦେଲା ମନେଇବା ସହଜ ନୁହେଁ। ସେଇଥି ପାଇଁ ସାଙ୍ଗ ସାଥୀ ସାଇ ଭାଇ ସମସ୍ତେ ତାକୁ ମନୁଆ ବୋଲି ଡାକନ୍ତି। ପାଠ ସାଠ ଖେଳ କୁଦ ସବୁଥିରେ ଅଗୁଆ।କେଉଁଥିରେ କାହାରି ଠାରୁ ହାରିବା ଶିଖିନି।କିନ୍ତ୍ ଜଣକ ଠାରୁ ସେ ସବୁବେଳେ ହାରେ। ସେ ଲୋକଟା ଆଜି ପାଖରେ ନାହିଁ।

                  ପ୍ରତି ବର୍ଷ ରାକ୍ଷୀ ପୂର୍ଣିମା ରେ  ବିଗତ ଦିନର କଥାଟା ତା' ମନକୁ ଆନ୍ଦୋଳିତ କରେ। ସେଇଥି ପାଇଁ ସେ ମଉନ ହୋଇ ବସି ରହେ। ପ୍ରତିଟି ଘଟଣା ଚଳଚ୍ଚିତ୍ରର ଦୃଶ୍ୟ ପରି ତା ' ଆଖି ଆଗରେ ଭାସି ଯାଏ।ସତରେ କଣ ମୁଁ ମିତାଲି କୁ ମାରିଦେଲି?ମୋରି ପାଇଁ ମିତାଲି ମରିଗଲା।

                    ମିତାଲି କି ମୁଁ ଖୁବ୍ ଭଲ ପାଏ। ମିତାଲି ମଧ୍ଯ ମୋତେ ଭଲ ପାଏ।ବୟସର ତାର ତମ୍ୟରେ ଆମେ ଦୁହେଁ ପାଞ୍ଚ ଛଅ ବର୍ଷ ସାନ ବଡ଼। ସେ ପଞ୍ଚମ ଶ୍ରେଣୀରେ ପଢିଲା ବେଳକୁ ମୁଁ ଦଶମ। ପ୍ରଥମେ ଆମେ ଗୋଟିଏ ସ୍କୁଲ ରେ ପଢୁଥିଲୁ।ମୋର ଅଷ୍ଟମ କ୍ଲାସ୍ ହେବାରୁ ମୁଁ ବୋର୍ଡିଂ ସ୍କୁଲ କୁ ଚାଲିଗଲି।ଛୁଟିରେ ଘରକୁ ଆସିଲେ ମୋ ପାଖ ଛାଡେନା। ମୋ ସାଇକେଲ ପଛରେ ବସି ଗାଆଁ ଏ ମୁଣ୍ଡରୁ ସେ ମୁଣ୍ଡ ବୁଲେ। ବ୍ରହ୍ମା ଦୋକାନରୁ ଚକ୍ଲେଟ୍ ଆଣି ମୁଁ ତାକୁ ଦିଏ। ମୋ ସାଥିରେ ଖାଏ। ରାତିରେ ମୋ ପାଖରେ ସୋଇଯାଏ। ଅନ୍ଧାରକୁ ତାର ଭାରି ଭୟ। ଯଦି କେବେ ଲାଇଟ୍ ଚାଲିଯାଏ ସେ ମୋ ପାଖକୁ ଲାଗିଆସି ଛାତିରେ ମୁହଁ ଗୁଞ୍ଜି ଭିଡ଼ି ଧରେ।ମୁଁ ତା ମଥାକୁ ସାଉଁଳେଇ ଦେଇ ଆଶ୍ଵାସନା ଦିଏ। ପ୍ରଜାପତି, କଙ୍କି ଧରିବାରେ ତାର ଭାରି ସଉକ୍।ମୋ ପାଖରେ କଙ୍କି ଧରିବାକୁ ଜିଦି କରେ। ଥରେ କଙ୍କି ଧରୁ ଧରୁ ଗୋଟିଏ କଙ୍କି ମରିଗଲା। ଅଝଟ କରି ଦିନଯାକ କିଛି ଖାଇଲା ନାହିଁ।ଛେନା ଗୁଡ଼ ପୁର ଦିଆ ଏଣ୍ଡୁରି ପିଠା ଖାଇବାକୁ ସେ ଖୁବ୍ ଭଲ ପାଏ। ସେଥିପାଇଁ ପ୍ରତି ବର୍ଷ ଗାହ୍ମା ପୂର୍ଣ୍ଣମୀ କୁ ମାଆ ତା ପାଇଁ ଚକୁଳି ପିଠା ସାଙ୍ଗରେ ଏଣ୍ଡୁରି ପିଠା କରିଥାଏ।। ଥରେ ତା ହାତରୁ ଗୋଟିଏ ଏଣ୍ଡୁରି ଛଡେଇ ଆଣି ପୋର ତକ ଖାଇ ଦେଇ ବାକି ଅଂଶ ଧରେଇ ଦେଲି। ରାଗରେ ଥାଳିକ ପିଠା କୁକୁର କୁ ଦେଇଦେଲା।

                  ମୁଁ ହଷ୍ଟେଲ ରେ ଥାଏ ।ମାଆ ଫୋନ କରି କହିଲେ ଦୁଇ ଦିନ ପରେ ଗହ୍ମା ପୂର୍ଣ୍ଣମୀ ,ଯେମିତି ହେଉ ଘରକୁ ଆସିବୁ। ମୁଁ ପୂର୍ଣ୍ଣିମା ଦିନ ବସ ଧରି ଘର ଅଭିମୁଖେ ବାହାରିଲି।କଟକ ରୁ ହିନ୍ଦୋଳ ରୋଡ ପ୍ରାୟ ଦେଢ଼ ଘଣ୍ଟାର ରାସ୍ତା।ମୁଁ ହିନ୍ଦୋଳ ରୋଡ ରେ ଉଲ୍ଲାଇଲି। ଦେଖିଲି ଅଳ୍ପ ଦୂରରେ ଲୋକ ରୁଣ୍ଡ ହୋଇ ଛନ୍ତି। ହୋ ହାଲ୍ଲା ସୁଭୂଛି। କ'ଣ ହୋଇଛି ବୋଲି ଦେଖିବାକୁ ସେଠାକୁ ଦୌଡ଼ି ଗଲି। ଭିଡ଼ ଆଡେଇ ଦେଖିଲା ବେଳକୁ ନଅ ଦଶ ବର୍ଷର ପିଲାଟେ ରକ୍ତ ଯୁଡ ବୁଡ଼ ହୋଇ ପଡ଼ିଛି। ଆରେ, ଇଏତ ମୋ ମିତାଲି।ମୋ ସାନ ଭଉଣୀ।ଯାହାକୁ ମୁଁ ଖୁବ୍ ଭଲ ପାଏ।ମୋ ଜୀବନ ଠାରୁ ବି ଅଧିକ।ଯାହା ହାତରୁ ରାକ୍ଷୀ ପିନ୍ଧିବା ପାଇଁ ମୁଁ ଏତେ ଦୂରରୁ ଧାଇଁ ଆସିଛି।

                     ତା ' ରକ୍ତ ଯୁଡ଼ ବୁଡ଼ ଶରୀରକୁ ମୋ କୋଳକୁ ଉଠାଇ ଆଣିଲି।ମୋତେ ଦେଖି ମାଆ କୋହ ସମ୍ଭାଳି ପାରିଲେ ନାହିଁ। ବାହୁନି ବହୁନି କାନ୍ଦିଲେ। କହିଲେ,ଆମେ ଦୁହେଁ ତୋ ପାଇଁ ରାକ୍ଷୀ କିଣିବାକୁ ବଜାର କୁ ଆସିଥିଲୁ। ଆମେ ରାକ୍ଷୀ କିଣି ସାରି ଥାଉ। ମିତାଲି କହିଲା ଚାଲ୍ ଶିଘ୍ର ଶିଘ୍ର ଘରକୁ ଚାଲି ଯିବା , ଭାଇ ଆସିଯିବ। ତର ତର ରେ ରାସ୍ତା ପାର ହେଲା ବେଳ ନିଆଁ ଲଗା ଟ୍ରକ୍ ଧକ୍କା ମାରିଦେଲା। ମୋ ଝିଅ ଲାହୁ ଲୁହାଣ ହୋଇ ତଳେ ପଡ଼ିଗଲା।ଦେଖିଲୁ ଦେଖିଲୁ ମୋ ଝିଅ ଆଉ କଥା କହୁନି ରେ ମନୁଆ।

          ମିତାଲିକୁ ଦେଖିଲି ,ତା ହାତରେ ରାକ୍ଷୀ ଟି ଧରିଛି।ମୋତେ ଲାଗିଲା , ତା'ର ଦରବୁଜା ଆଖି ଦୁଇଟି ମୋତେ ଚାହିଁ କହୁଚି।ଭାଇ! ଏ ରାକ୍ଷୀଟା ତୋ ହାତରେ ବାନ୍ଧି ପାରିଲିନି।

ସେଥିପାଇଁ ମନ ଦୁଃଖ କରିବୁନି। ନିଜେ ପିନ୍ଧି ନେବୁ। ଏ ଜନ୍ମରେ ମୁଁ ତୋତେ ଆଉ ରାକ୍ଷୀ ପିନ୍ଧାଇ ପାରିଲି ନାହିଁ। ମୋ ହାତରେ ଧରିଥିବା ,ରାକ୍ଷୀ ରହିଲା ସାକ୍ଷୀ"।ମୁଁ କଥା ଦେଉଛି,ଆର ଜନ୍ମରେ ତୋ ହାତରେ ନିଶ୍ଚୟ ରାକ୍ଷୀ ବାନ୍ଧିବି।ତୁ କନ୍ଦିବୁ ନାହିଁ ଭାଇ !।ତୋତେ ମୋ ରାଣ।ତୋ ମିତାଲି ର ରାଣ । ତା ' ମୁହଁରେ ହାତ ବୁଲେଇ ଆଣିଲି। ଦରବୁଜା ଆଖି ଦୁଇଟି ସବୁଦିନ ପାଇଁ ବନ୍ଦ ହୋଇଗଲା।ମୋତେ ଚାରି ଦିଗ ଅନ୍ଧାର ଦେଖା ଗଲା।ଠିକ୍ ଏତିକି ବେଳକୁ କେହିଜଣେ ଆସି ଧଳା ଲୁଗା ଗୋଟିଏ ଘୋଡାଇ ଦେଲା।

             

             

           


Rate this content
Log in

Similar oriya story from Abstract