Sambit Srikumar

Tragedy

4.3  

Sambit Srikumar

Tragedy

ପୂଜ୍ୟପୂଜା

ପୂଜ୍ୟପୂଜା

1 min
239



ଉତ୍କଳ ଭୂଖଣ୍ଡରେ ସ୍ବାଧୀନତା ସଂଗ୍ରାମର ଏନ୍ତୁଡ଼ି ଶାଳ କଟକ ନଗର ଠାରୁ ଅନତି ଦୂରରେ ମୋର ଗାଁ। ଘରୋଇ ସଂସ୍ଥାରେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀଟିଏ ମୁଁ। ବର୍ଷକରେ କେଇଟା ବାଧ୍ଯତାମୂଳକ ସରକାରୀ ଛୁଟି ଦିନକୁ ଛାଡିଦେଲେ ଆଉ ସବୁ ଦିନ କାମ ଆଉ କାମ। ଫ୍ଯାକ୍ଟ୍ରିର ଉଚ୍ଚା କାନ୍ଥ ଘେରା ପାଚେରୀ ଭିତରେ କଟେ ମୋର ସଞ୍ଜ ଆଉ ସକାଳ। ବାହାରେ ଗୋଟେ ଦୁନିଆ ଅଛି ବୋଲି ଦେଖିବାକୁ ଫୁରୁସତ୍ ମିଳେ ନାହିଁ କେବେ ବି। କେବଳ ମୁଁ ବୋଲି ନୁହେଁ ମୋ ପରି ଘରୋଇ ଓ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କୋଟି କୋଟି ଲୋକଙ୍କର ଏପରି ଅବସ୍ଥା। ପ୍ରତିବାଦ କରିବାକୁ ଫୁରୁସତ୍ କି ସାହାସ କାହାରି ବି ନାହିଁ। ପ୍ରତିବାଦ କଲେ ମଜୁରୀ କଟିବ ନହେଲେ ଉଦର ଉପରେ ସିଧାସଳଖ ପ୍ରହାର ପଡ଼ିବ। 


ଆଜି ସରକାରୀ ଛୁଟି ଦିବସ। କର୍ମକ୍ଲାନ୍ତ ଜୀବନରେ ଟିକେ ଫୁରୁସତ୍ ମିଳେ ଏମିତି ଛୁଟିରେ। ସୂତରାଂ ଡେରିରେ ବିଛଣା ଛାଡ଼ିଲି। ନିତ୍ୟକର୍ମ ସାରି ଛକ ଆଡେ ଘେରାଏ ବୁଲି ଆସିବାକୁ ମନ ହେଲା। ବାଇକ୍ ଧରି ବାହାରିଲି ଛକକୁ ଚାହା ପିଇବାକୁ। ସାଙ୍ଗମାନେ ଖଟିରେ ଅପେକ୍ଷାରତ। ବାଟରେ ଯିବା ବେଳେ ଦେଖିଲି ଛକରେ ଥିବା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଖୁବ୍ ସଫାସୁତୁରା ହୋଇ ଚକ୍ ଚକ୍ ଦିଶୁଛି। ବ୍ଲିଚିଙ୍ଗ ପାଉଡରର ଗନ୍ଧ ଛୁଟୁଛି ସେଠୁ। ଅନ୍ଯ ଦିନମାନଙ୍କରେ ବେଶ୍ ଅବହେଳିତ ଅବସ୍ଥାରେ ପଡି ରହିଥାଏ ଏଇ ମୂର୍ତ୍ତିଟି। ଭଙ୍ଗା କାଚ ବୋତଲ, ବିଡି ସିଗାରେଟ୍ ଗୁଟଖା ଖୋଳରେ ଭର୍ତ୍ତି ହୋଇଥାଏ ଏହାର ଆଖପାଖର ପରିବେଶ। କଥା କଣ କି? ପଚାରି ବୁଝ ବୁଝୁ ଜଣା ପଡିଲା ଯେ, ଆଜି କୁଆଡ଼େ ଛାମୁଆ ନେତା ଆସି ଏଠି ମାଲ୍ୟାର୍ପଣ କରିବେ। ସେଥିପାଇଁ ଏତେ ସବୁ ଆୟୋଜନ। ହଠାତ୍ ମୋର ମନେ ପଡିଗଲା, ଆଜି ପରା ଅଗଷ୍ଟ ପନ୍ଦର, ସ୍ବାଧୀନତା ଦିବସ ।


Rate this content
Log in

Similar oriya story from Tragedy