Ranjan Kumar Brahma

Classics

4.0  

Ranjan Kumar Brahma

Classics

ପୂଜନୀୟ ବାପୁ

ପୂଜନୀୟ ବାପୁ

2 mins
36


               ତାରିଖ- ୧୫.୦୮.୨୦୨୦

              ଚିକିଟୀ ଗଡ଼ , ଗଞ୍ଜାମ, ଓଡିଶା


ପୂଜନୀୟ ବାପୁ , 


ଏଠାରୁ ମୋର ଭକ୍ତିପୂତ ଶ୍ରଦ୍ଧା ସୁମନ ଗ୍ରହଣ କରିବାହେବେ । ଏଠାରେ ମୁଁ ଏବଂ ଆପଣଙ୍କ ପ୍ରିୟର ଭାରତବାସୀ ସଭିଏଁ ଖୁସିରେ ଅଛୁ । ଆପଣ ଦେଖାଇଯାଇଥିବା ସମସ୍ତ ପଥ , ବତେଇ ଯାଇଥିବା କଥାକୁ ଅନୁସରଣ କରୁଅଛୁ ।ଆପଣ ସର୍ବଦା ଆମ ସ୍ମୃତିରେ ରହୁଛନ୍ତି । ଏକାଠି ସାଙ୍ଗମାନଙ୍କ ସହ ଉଠା ବସା କଲାବେଳେ, ଭାଵ ବିନିମୟରେ , ନିଜ କାମକୁ ନିଜେ ନିଷ୍ଠାରସହ କଲାବେଳେ , ସମୟର ସଦୁପଯୋଗ କରିବାବେଳେ , ସତ୍ୟ ଓ ଯୁକ୍ତିଯୁକ୍ତ କଥା କହିଲା ବେଳେ , ନିଜର ଏବଂ ପରିବାରରେ ଅନ୍ୟ ମାନଙ୍କ ଦାୟୀତ୍ୱ ଏବଂ ଯତ୍ନ ନେଉ ନେଉ ଆପଣ ଆପେ ଆପେ ସ୍ମୃତିକୁ ଆସିଯାଆନ୍ତି । ଏଣୁ ଆପଣ ମହାତ୍ମା । କେହିଜଣେ ଅସୁବିଧାରେ ପଡିଥିଲାବେଳେ ତାକୁ ଆଦୋୖ ଛାଡିଯିବା ଉଚିତ ନୁହଁ ଆଉ ନିଜ ଦେଶକୁ କଦାପି ନୁହଁ । ଏହିକଥାକୁ ବି ମନେରଖିଛି ।


ଆମଣ ଜାଣି ଖୁସି ହେବେ ଏଇନେ ଆମ ଗାଁ ଲୋକଙ୍କ ବ୍ୟବହାର ଖୁବ୍ ବଦଳିଛି । ସଭିଏଁ ମିଳିମିଶି ଚଳୁଛନ୍ତି । ଜଣେ ଅନ୍ୟର ଆବଶ୍ୟକତାରେ ଭଗିଦାର ହେଉଛନ୍ତି । ଗାଁ ପରିବେଶକୁ ସ୍ୱଚ୍ଛ ଓ ସୁଂଦର ରଖିବ ପାଇଁ ପ୍ରତିଶୃତିବଦ୍ଧ ହେଉଛନ୍ତି । ପୁଣି ଆମ ଗାଁ ର ସମସ୍ତ ଝିଅ ପୁଅଙ୍କ ପରି ବିଦ୍ୟାଳୟକୁ ଯାଉଛନ୍ତି । ବିଦ୍ୟାଳୟ ପରିବେଶ ଵି ଖୁବ୍ ସୁନ୍ଦର ଆକର୍ଷଣୀୟ ହୋଇଛି । ସଭିଙ୍କୁ ଆକୃଷ୍ଟ କରୁଛି । ଦିବ୍ୟାଙ୍ଗ ତଥା ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଏଠାରେ ଆବଶ୍ୟକୀୟ ସୁବିଧା ଏବଂ ସମାନ ସୁଯୋଗ ରହିଛି । ଭୟ ମୁକ୍ତ ଓ ଭେଦ ଭାଵଶୂନ୍ୟ ଅଞ୍ଚଳ ଭାବେ ଘୋଷଣା ହୋଇଛି । ଏହାତ ଆପଣଙ୍କ ସ୍ୱପ୍ନ ଥିଲା । " ମୋ ଦେଶର ସମସ୍ତ ପିଲା ଶିକ୍ଷିତ ହେବେ । ପଢିବେ ବଢିବେ । ବାଲ୍ୟ ବିବାହ ବନ୍ଦ ହେବା ଦରକାର । ମୁଁ ଯେଉଁ ଭୁଲକରି ଅନୁତାପ କରୁଛି , ଏପରି କେହି ନ କରନ୍ତୁ । ଆର୍ଥିକ ଅନଗ୍ରସର କେହି ନ ରହନ୍ତୁ । ସଭିଏଁ ସ୍ୱଚ୍ଛତାର ପ୍ରହରୀ ସାଜନ୍ତୁ । ସରକାର ସଧାରଣ ଜନତାର ସେବକ ଭାବେ ସମର୍ପିତ ହୁଅନ୍ତୁ । ସମଗ୍ର ରାଷ୍ଟ୍ରରୁ ଅସ୍ପୃସ୍ୟତା , ଛୁଁଆ ଅଛୁଁଆ ଦୂର ହେଉ ।" ଏପରି ଆପଣ ଦେଖିଥିବା ଅନେକ ସ୍ବପ୍ନ ଧୀରେ ଧୀରେ ବାସ୍ତବରେ ପରିଣତ ହେବାରେ ଲାଗିଛି । ଆଶା କରୁଛି , ଏସବୁ ଆପଣଙ୍କପ୍ରତି ଶ୍ରଦ୍ଧା ସୁମନ ନିଶ୍ଚୟ ହେବ । ଏବେବି ଅଳ୍ପ କିଛି ଲୋକଙ୍କ ମାନସିକତା ବଦଳି ନାହିଁ । ଆପଣ ଆଦୋୖ ଦୁଖଃ କରନ୍ତୁ ନାହିଁ । ସେମାନେ ଲାଞ୍ଚ ନେବା, କାମରେ ଠକିବା, ଅନ୍ୟକୁ ଉପହାସ କରିବା , ଚୋରୀ କରିବା ଏପରିକି ଜାତୀୟ ସମ୍ପତ୍ତିର ଦୁରୁପୋଯୋଗ କରିବା ମନୋବୃତ୍ତି ଆପେ ବଦଳେଇଦେବେ । ରାମ ରାଜ୍ୟ ତଥା ସୁନ୍ଦର ଭାରତ ସ୍ୱଚ୍ଛ ଭାରତ ଗଠନରେ ଆପଣଙ୍କ ସ୍ବପ୍ନ ବ୍ୟର୍ଥ ଯିବନାହିଁ । ଆପଣଙ୍କ ସହ ଆସନ୍ତା ଜାତୀୟ ଉତ୍ସବରେ ନିଶ୍ଚୟ ଦେଖା ହେବ । ରହୁଛି , 


ଇତି, 

ଆପଣଙ୍କ ପ୍ରିୟର , 

ରଂଜନ କୁମାର ।


Rate this content
Log in

Similar oriya story from Classics