Ranjan Kumar Brahma

Inspirational

5.0  

Ranjan Kumar Brahma

Inspirational

ଚିଠି ଵାପୁଙ୍କୁ

ଚିଠି ଵାପୁଙ୍କୁ

2 mins
460



ତାରିଖ- ୨୬.୦୯.୨୦୧୯,ଚିକିଟୀ ଗଡ଼ ।

ପୂଜନୀୟ ବାପୁ ,

  

ଏଠାରୁ ମୋର ଭକ୍ତିପୂତ ଶ୍ରଦ୍ଧା ସୁମନ ଗ୍ରହଣ କରିବା ହୁଅନ୍ତୁ । ଏଠାରେ ମୁଁ ଏବଂ ଆପଣଙ୍କ ପ୍ରିୟର ଭାରତବାସୀ ଖୁସିରେ ଅଛୁ । ଆପଣ ଦେଖାଇଯାଇଥିବା ସମସ୍ତ ପଥ ବତେଇ ଯାଇଥିବା କଥାକୁ ଅନୁସରଣ କରୁଅଛୁ ।ଆପଣ ସର୍ବଦା ଆମ ସ୍ମୃତିରେ ରହୁଛନ୍ତି । ଏକାଠି ସାଙ୍ଗମାନଙ୍କ ସହ ଉଠା ବସା କଲାବେଳେ, ଭାଵ ବିନିମୟରେ , ନିଜ କାମକୁ ନିଜେ ନିଷ୍ଠାରସହ କଲାବେଳେ , ସମୟର ସଦୁପଯୋଗ କରିବାବେଳେ , ସତ୍ୟ ଓ ଯୁକ୍ତିଯୁକ୍ତ କଥା କହିଲା ବେଳେ , ନିଜର ଏବଂ ପରିବାରରେ ଅନ୍ୟ ମାନଙ୍କ ଦାୟିତ୍ଵ ଏବଂ ଯତ୍ନ ନେଉ ନେଉ ଆପଣ ଆପେ ଆପେ ସ୍ମୃତିକୁ ଆସିଯାଆନ୍ତି । ଏଣୁ ଆପଣ ମହାତ୍ମା ।


ଆପଣ ଜାଣି ଖୁସି ହେବେ ଏଇନେ ଆମ ଗାଁ ଲୋକଙ୍କ ବ୍ୟବହାର ଖୁବ୍ ବଦଳିଛି । ସଭିଏଁ ମିଳିମିଶି ଚଳୁଛନ୍ତି । ଜଣେ ଅନ୍ୟର ଆବଶ୍ୟକତାରେ ଭଗିଦାର ହେଉଛନ୍ତି । ଗାଁ ପରିବେଶକୁ ସ୍ୱଚ୍ଛ ଓ ସୁନ୍ଦର ରଖିବ ପାଇଁ ପ୍ରତିଶୃତିବଦ୍ଧ ହେଉଛନ୍ତି । ପୁଣି ଆମ ଗାଁ ର ସମସ୍ତ ଝିଅ ପୁଅଙ୍କ ପରି ବିଦ୍ୟାଳୟକୁ ଯାଉଛନ୍ତି । ବିଦ୍ୟାଳୟ ପରିବେଶ ଵି ଖୁବ୍ ସୁନ୍ଦର ଆକର୍ଷଣୀୟ ହୋଇଛି । ସଭିଙ୍କୁ ଆକୃଷ୍ଟ କରୁଛି । ଦିବ୍ୟାଙ୍ଗ ତଥା ସମସ୍ତ ଶିକ୍ଷାର୍ଥୀଙ୍କ ପାଇଁ ଏଠାରେ ଆବଶ୍ୟକୀୟ ସୁବିଧା ଏବଂ ସମାନ ସୁଯୋଗ ରହିଛି । ଭୟ ମୁକ୍ତ ଓ ଭେଦ ଭାଵଶୂନ୍ୟ ଅଞ୍ଚଳ ଭାବେ ଘୋଷଣା ହୋଇଛି । ଏହାତ ଆପଣଙ୍କ ସ୍ୱପ୍ନ ଥିଲା । " ମୋ ଦେଶର ସମସ୍ତ ପିଲା ଶିକ୍ଷିତ ହେବେ । ପଢିବେ ବଢିବେ । ବାଲ୍ୟବିବାହ ବନ୍ଦ ହେବା ଦରକାର । ମୁଁ ଯେଉଁ ଭୁଲକରି ଅନୁତାପ କରୁଛି ଏପରି କେହି ନ କରନ୍ତୁ । ଆର୍ଥିକ ଅନଗ୍ରସର କେହି ନ ରହନ୍ତୁ । ସଭିଏଁ ସ୍ୱଚ୍ଛତାର ପ୍ରହରୀ ସାଜନ୍ତୁ । ସରକାର ସଧାରଣ ଜନତାର ସେବକ ଭାବେ ସମର୍ପିତ ହୁଅନ୍ତୁ । ସମଗ୍ର ରାଷ୍ଟ୍ରରୁ ଅସ୍ପୃସ୍ୟତା , ଛୁଁଆ ଅଛୁଁଆ ଦୂର ହେଉ ।" ଏପରି ଆପଣ ଦେଖିଥିବା ଅନେକ ସ୍ବପ୍ନ ଧୀରେ ଧୀରେ ବାସ୍ତବରେ ପରିଣତ ହେବାରେ ଲାଗିଛି । ଆଶା କରୁଛି , ଏସବୁ ଆପଣଙ୍କପ୍ରତି ଶ୍ରଦ୍ଧା ସୁମନ ନିଶ୍ଚୟ ହେବ । ଏବେବି ଅଳ୍ପ କିଛି ଲୋକଙ୍କ ମାନସିକତା ବଦଳି ନାହିଁ । ଆପଣ ଆଦୌ ଦୁଃଖ କରନ୍ତୁ ନାହିଁ । ସେମାନେ ଲାଞ୍ଚ ନେବା, କାମରେ ଠକିବା, ଅନ୍ୟକୁ ଉପହାସ କରିବା , ଚୋରୀ କରିବା ଏପରିକି ଜାତୀୟ ସମ୍ପତ୍ତିର ଦୁରୁପୋଯୋଗ କରିବା ମନୋବୃତ୍ତି ଆପେ ବଦଳେଇଦେବେ । ରାମ ରାଜ୍ୟ ତଥା ସୁନ୍ଦର ଭାରତ ସ୍ୱଚ୍ଛ ଭାରତ ଗଠନରେ ଆପଣଙ୍କ ସ୍ବପ୍ନ ବ୍ୟର୍ଥ ଯିବନାହିଁ । ଆପଣଙ୍କ ସହ ଆସନ୍ତା ଜାତୀୟ ଉତ୍ସବରେ ନିଶ୍ଚୟ ଦେଖା ହେବ । ରହୁଛି …।


ଇତି, 

ଆପଣଙ୍କ ପ୍ରିୟର , 

ରଂଜନ କୁମାର


Rate this content
Log in

Similar oriya story from Inspirational