Ranjan Kumar Brahma

Inspirational

3.8  

Ranjan Kumar Brahma

Inspirational

କ'ଣ ନ ହେଲା ସେଦିନ

କ'ଣ ନ ହେଲା ସେଦିନ

3 mins
63



ଶ୍ରୀଧରବାବୁ ଦ୍ଵିପହର ବେଳରେ ଘରକୁ ଫେରିଲେ । ମନକୁ ମନ କହିଲେ, ’ସେ ଯେଉଁ କାମପାଇଁ ବାହାରକୁ ଯାଇଥିଲେ ତାହା କିଛି ହେଲାନହିଁ’ । ହାତରୁ ବ୍ୟାଗଟିକୁ ନେଇ ଥାକରେ ରଖିଲେ । ପିନ୍ଧିଥିବା ପୋଷକକୁ ବଦଳାଇ ହ୍ୟାଙ୍ଗରରେ ଝୁଲାଇ ପଙ୍ଖା ତଳେ ବସିଗଲେ । ଧାରାଶ୍ରାବଣ ମାସରେ ବି ଦେହରୁ ଝାଳ ନିଗିଡି ପଡୁଥାଏ । ଗାମୁଛାଟିଏ ପିନ୍ଧି ତଳେ ବସି ଦେହରଗନ୍ଧ ହଟାଇବାର ପ୍ରୟାସ ଜାରିରଖିଥିଲେ ଶ୍ରୀଧରବାବୁ । ହଠାତ ତାଙ୍କର ଝିଅ ପାଟିକଳା, ‘ ବାବା ଆସିବାମାତ୍ରକେ ଘର ସାରା ବାସନାରେ ଚହଟିଗଲା’ । କାମ ବ୍ୟସ୍ତରେ ଥିବା ଘରମଣୀ ହଠାତ ରକ୍ତଚାଉଳ ଚୋବାଇବାରେ ଲାଗିଲେ । କାମଛାଡି ବାବୁଙ୍କ ପାଖକୁ ଆସି ପ୍ରଶ୍ନ ଉପରେ ପ୍ରଶ୍ନ ପଚାରିବାକୁ ଲାଗିଲେ । “ ସତକୁହ, ତୁମେ କାହା ପାଖକୁ ଯାଇଥିଲ ? କାହାକୁ ବସାଇ ଗାଡିରେ ନେଇଥିଲ ? କାମ ବାହାନାରେ ବାହାରକୁ ଯାଇ, କାହା ପାଖରେ ଏତେ ସମୟ ଯାଏଁ ରହିଥିଲ “? ଘରମଣୀଙ୍କ ପ୍ରଶ୍ନରେ ବାବୁଙ୍କ ଦେହର ଝାଳ ଶୁଖିବ କ’ଣ ପୁଣି ଝରିବାକୁ ଲାଗିଲା । ଶାନ୍ତ ଉତ୍ତରରେ ବାବୁ କଥାକୁ ଟାଲୁଥିଲେ ବି ଘରମଣୀ ନଛୋଡବନ୍ଧା । ଅବୁଝି, ହ୍ୟାଙ୍ଗରରୁ ଟି ସାର୍ଟ ଟିକୁ ଆଣି ନିଜ ନାକ ପାଖକୁ ନେଲେ ଓ ନାକକୁ ଲଗାଇ ବୋତାମ ପାଖ, ପକେଟ , ବାକ୍ରାମ ଏବଂ ଦେହ ପାଖକୁ ଶୁଙ୍ଘିବା ଆରମ୍ଭକଲେ । ଖାଲି ସେତିକି ନୁହଁ, ଝିଅ ପାଖକୁ ନେଇ ଟି ସାର୍ଟ ଟିକୁ ହଲାଇ ବାସ୍ତବତା ପରଖିଲେ । ଟି ସାର୍ଟରୁ ସୁଙ୍ଗଧ ଆସୁଥିବାର ପ୍ରମାଣିତ ବି କଲେ । ତାଙ୍କର କେଉଁ କେଉଁ ସାଙ୍ଗ ଅତର ବ୍ୟବହାର କରୁଛନ୍ତି ସମସ୍ତଙ୍କୁ ଗୋଟି ଗୋଟି କରି ମନେପକାଇଲେ । ଘରମଣୀଙ୍କ ଏପରି ବ୍ୟବହାରରେ ଶ୍ରୀଧରବାବୁ ପୁରା ଖପା । ନିଜକୁ ଆଦୌ ବୁଝାଇପାରିଲେ ନାହିଁ ।


“ଏ ଅବୁଝା ଅଣ୍ଡିରାକୁ ନେଇ ସେ କ’ଣ ବା କରିବେ ? କେତେ କହିଲେ ବି ବୁଝୁନାହାନ୍ତି । ନିଜେ ମରିବେ ଆମକୁ ମାରିବେ । ଦୀର୍ଘ ପାଞ୍ଚ ମାସ ହେଲା ଘରକୁ, ଘରପରିବେଶକୁ ଯେତିକି ପରିଷ୍କାର କରି ରୋଗ ଜୀବାଣୁଠୁ ଦୂରେଇ ରଖିବା ପାଇଁ ପ୍ରୟାଶ କରିଆସୁଛି , ତାହା ମୋଠୁ ଅଧିକା ଆଉ କେହି ଜାଣିପାରିବେ ନାହିଁ । କେତେ ଟି ଭି, ମୋବାଇଲ୍ ମେସେଜ ଦେଖିଲେ କଣ ହେବ ? ପ୍ରକୃତି ତ ବଦଳୁନି । ଖାଲି ଅନ୍ୟକୁ ଉପଦେଶ ଦେବାର ଜଣା, ବାହାରେ ଭାଷିବାର ଜଣା । ଲାଜ ଲାଗୁନି ? ଲକ ଡାଉନ ,ସଟ ଡାଉନ ବେଳରେ ପଦାକୁ ନ ବାହାରିଲେ ମନ ବୁଝୁନି ” । ଏମିତି ଅନେକ ରୋଷେଇ ଘରୁ ପାଟି ଆସୁଥିବାର ବାବୁ ସ୍ଵଷ୍ଟଭାବେ ଜାଣିପାରିଲେ । ହେଲେ ବାବୁ ସୁଗନ୍ଧର ରହସ୍ୟ ପାଲାରେ, ସେ ନାଚାର ।


ସେ ବାହାରକୁ ଯାଇ କାହା କାହା ସହିତ କେଉଁ କେଉଁ ବ୍ୟକ୍ତିଙ୍କ ସହ ମିଶିଛନ୍ତି ସେ ସବୁକୁ ମନେ ପକାଉ ପକାଉ ପୁଣି ଘରମଣୀ ଝପଟି ଆସି ତାଗିଦ କରାଇଦେଲେ, “ ଆଜିଠୁ ତୁମେ ଏକଲା ରହିବା ବନ୍ଦୋବସ୍ତ କର । ଉପର ଘରେ ରୁହ । ସେଇଠି ତୁମ କଥା ତୁମେ ବୁଝିବ । ଏଇଠି ଗେଲ ଲାଗିଛି” । ଶ୍ରାବଣର ବର୍ଷାର ଝରଝରକରି ମାଟି ଉପରେ ଝରିଗଲେ ମାଟିକୁ ବି କଷ୍ଟ ହୁଏ ଏ ଛାର ମଣିଷ କେତେକେ ସହିବ ? ଶ୍ରୀଧରବାବୁ ଅସହ୍ୟ । ତଳକୁ କରି ରଖିଥିବା ହାତ ଦୁଇଟିରେ ମୁହଁ ପୋଛିବାକୁ ଲାଗିଲେ । ଠିକ ଏତିକିବେଳେ ନାକ ପାଖରୁ ହାତ ଦୁଇଟି ବାସୁଥିବା ଜାଣିପାରିଲେ । ସେତିକିବେଳେ ତାଙ୍କର ସବୁକଥା ଠିକ ଠିକ ମନପଡିଗଲା । ସେ ଯେଉଁ ସୋରୁମଟିକୁ ନିଜ ଗାଡି ନେଇ ଯାଇଥିଲେ । ସେଇଠି ସେ ଦୁଇହାତରେ ସାନିଟାଇଜର ବ୍ୟବହାର କରିଥିଲେ । ସେହି ହାତ ସବୁଠି ଗୋଳାଇ ହୋଇ ବାସୁଛି । ଘରକୁ ଆସି ଗୋଡ ହାତ ନ ଧୋଇ ବସିପଡିଛନ୍ତି । ଆଜିର ଏହି ମହାମାରୀ ସଙ୍କଟ ବେଳରେ ଏପରି ଢିଲା ହେବା ଆଦୌ ଉଚିତ ନୁହଁ । ଘର ଲୋକଙ୍କୁ ସହାୟ ହେବା ସଙ୍ଗେ ସଙ୍ଗେ ତାଙ୍କର ମାନସିକତାକୁ ବି ବୁଝିବା ଆବଶ୍ୟକ । ପାରୁପର୍ଯ୍ୟନ୍ତ ନିଜକୁ ନିଜେ ତତ ସଙ୍ଗେସଙ୍ଗେ ଅନ୍ୟଙ୍କୁ ସହାୟ ହୋଇପାରିଲେ ଉଚିତ ଦେଶସେବା ହେବ । ସେ ନିଜକୁ ଅପରାଧୀ ମନେକଲେ । ଘରମଣୀ ତାଙ୍କୁ ବୁଝାଇବାରେ ସହାୟ ହୋଇଛନ୍ତି, ସେ ଠିକ ବୁଝିପାରିଲେ । ନିଜ ହାତଟିକୁ ଭଲଭାବେ ଧୋଇନେବା ପୂର୍ବରୁ ଝିଅକୁ ଏବଂ ମୁହଁ ଟିକୁ ବୁଲାଇ ରଖିଥିବା ଘରମଣୀଙ୍କ ନାକରେ ବଜାଇ ସମସ୍ତ ବୃତ୍ତାନ୍ତ କହିଗଲେ । ହେଲେ, ପୁରୁଷ ଲୋକଙ୍କର କାର୍ଯକଳାପରେ ଘର ଲୋକଙ୍କ ମନ ବୁଝୁଛି କେତକେ ? 


         


Rate this content
Log in

Similar oriya story from Inspirational