Akshayakumar Dash

Inspirational

4.0  

Akshayakumar Dash

Inspirational

ପୁତ୍ର

ପୁତ୍ର

2 mins
424


ନରି ସାଧାରଣ କୃଷକ । ବିବାହ ବର୍ଷକ ପରେ ପୁତ୍ରସନ୍ତାନଜନ୍ମ। ପୁତ୍ର କ୍ରମେ ବାଳକ ହେଲା । ପାଠ ପଡେଇବା ପିତାର ଦାଇତ୍ୱ । ବିଧ୍ୟାଲୟ ଗଲା । ପିତାମାତା କଂର ଅହେତୁକ ସ୍ନହ ପାଇଲା । ପିଲାର ଆବଶ୍ୟକତା ପୁରଣ କରିବାକୁ ପିତା ନରି ଯଥାସମ୍ଭବ ଚେଷ୍ଟାକଲା ।

ଦିନେ ଏକ ସମ୍ପର୍କୀୟ ବିଭାଘର କାଯ୍ୟକ୍ରମରେ ଯୋଗ ଦେବାପାଇଁ ତାର ପିତାକୁଁ ଅଡ଼ିବସି କହିଲା, ସୁନା ମୁଦି ଦେବାକୁ । କାରଣ ତାର ସାଙ୍ଗମାନେ ସୁନା ମୁଦି ପିନ୍ଧିଥିବା ଦେଖି ପିତାଙ୍କୁ ଜିଦି କଲା । ପିତା ପୁତ୍ରର ଏପରି ଜିଦି ଦେଖି ବାଧ୍ୟହୋଇ ନିଜ ଗାଁ ରେ ଥିବା ବଣିଆ ପାଖରୁ ଧାରସୂତ୍ରରେ ସୁନା ମୁଦିଟିଏ ଆଣି ଦେଲା । କିନ୍ତୁ ପୁଅ ସେ ମୁଦିକୁ ଦେଖି ପସନ୍ଦ ନକରି କହିଲା କି ତୁମକୁ ମୁଁ ସହରରୁ କିଣିଆଣିବାକୁ କହିଥିଲି । ତାର ପିତାକୁ ଗାଳି ବର୍ଷଣ କରି କ୍ରୋଧରେ ଫିଙ୍ଗି ଦେଲା । ପିତା ନରି ପୁତ୍ରର ଏପରି ଆଚରଣ ଦେଖି ଗାଳି ଦେଇଥିଲେ । ରାଗିଯାଇ ଘରୁବାହାରି ଯିବାକୁ କହିଲେ । ପୁତ୍ର ମଧ୍ୟ ରାଗରେ ଘରୁବାହାରି ପଳେଇଲା । ପୁତ୍ର ଘରୁ ପଳେଇ ଯିବା ତାର ମା ଦେଖି ବାରଣ କଲେବି ପୁଅ ମାନିନଥିଲା । ଶେଷରେ ପିତା ମାତା ଦୁହେଁ ଦୁଃଖରେ କାନ୍ଦୁଥୁଲେ । ଜଣେ ଶିକ୍ଷକ ଯେକି ନରି କଂ ପୁତ୍ରକୁ ଶିକ୍ଷା ଦେଉଥିଲେ ସେ ପୁଅକୁ ବାଟରେ ଭେଟିଲେ ସମସ୍ତ କଥାଶୁଣି ପୁଅଠୁ ବୁଝି ତାକୁ ନିଜ ଘରକୁ ନେଲେ । ନରି ଘର କୁଯାଇ ସମସ୍ତ ତଥ୍ୟ ଜାଣିବା ପରେ ଫେରିଆସିଲେ । ନରି ର ପୁଅକୁ ତାର ପିତାଙ୍କ ର ପାଖରୁ ଆଣିଥିବା କେତେଗୁଡିଏ ଚିଠା ଦେଖେଇଲେ । ଗୋଟିଏ ଚିଠାରେ ନରିପାଇଁ କିଣାହୋଇଥିବା ପୋଷାକ ର ଦାମ ବାବଦ ହଜାରେଟଙ୍କା ବାକିରେ କିଣି ଦୋକାନିକୁ ମାସକୁ ମାସ ଶହେ ଟଙ୍କାଲେଖାଏଁ ଦୋକାନିକୁ ଦେବାକୁ ଲେଖା ଥିଲା । ଅନ୍ୟଏକ ଚିଠାରେ ପୁଅର ମୁଦି ତିନି ହଜାର ଟଙ୍କାରେ କିଣି ନରି ନିଜର ମୁଦି କୁ ଦୁଇ ହଜାର ଟଙ୍କାର ବିକି ବାକି ହଜାରେଟଙ୍କା କୁ ମାସକୁ ଶହେ ଟଙ୍କା ଦେବାକୁ ଲେଖାଥିଲା । ପୁଅ ସମସ୍ତ ପଢି ବୁଝିପାରିଲା ଯେ ତାର ପିତା ତାପାଇଁ ଶ୍ରଦ୍ଧା ରଖି କେତେ ତ୍ୟାଗକରୁଛନ୍ତି । ଶିକ୍ଷକ ମଧ୍ୟ ପୁଅର ଗୋଡ଼ରେ ପିନ୍ଧିଥିବା ଚପଲ ଦେଖିକହିଲେ ଏଇଟି ବୋଧେ ତୁମ ପିତାଙ୍କ ଚପଲ କାରଣ ତୁମେ କ୍ରୋଧରେ ରହି ତୁମ ପିତାଙ୍କ ଚପଲ ଭୂଲବସତ ପିନ୍ଧି ଆସିଛ । ଚପଲ ଟିକୁ ଦେଖେଇ ଶିକ୍ଷକ କହିଲେ ଦେଖ ତୁମପିତା ତୁମର ଆବଶ୍ୟକ ପୂରଣ କରିବାକୁ ଯାଇ ନିଜେ ଛିଣ୍ଡା ଚପଲ ପିନ୍ଧନ୍ତି ।

ପିତାକଂ ଶ୍ରଦ୍ଧାର ନମୂନା ପାଇ ଅନୁତପ୍ତ ହେଲା ନରିର ପୁଅ। ନିଜ ଭୂଲ ପାଇଁ ପିତାଙ୍କୁ ଯାଇ କ୍ଷମା ମାଗିଲା । ଶିକ୍ଷକ କଂ ଏତାଦୃଶ କାର୍ଯ୍ୟ ପାଇଁ ନରି ପ୍ରଶଂସା କଲା ।



రచనకు రేటింగ్ ఇవ్వండి
లాగిన్

Similar oriya story from Inspirational