STORYMIRROR

Goutam Swain

Inspirational

3  

Goutam Swain

Inspirational

ପୁସ୍ତକ

ପୁସ୍ତକ

1 min
163

ପୁସ୍ତକ ଏମିତି ଏକ ଶବ୍ଦଟିଏ ଯାହା ଅସମ୍ଭବକୁ ସମ୍ଭବ କରିବାର କ୍ଷମତା ରଖିଥାଏ l ଆଗକୁ ବଢିବା ପାଇଁ, କିଛି କରି ଦେଖେଇବା ପାଇଁ ଇଚ୍ଛା, ଶକ୍ତି ଆଉ ଉତ୍ସାହ ଦେଇଥାଏ l ବହୁତ ଦିନ ତଳର ଘଟଣା l ସେହି ସମୟରେ ଜଣେ ନିମ୍ନ ଜାତିର ସ୍କୁଲ ବୟସର ବାଳକ ସ୍କୁଲ ଯିବାକୁ ଡରୁଥିଲା I କେବଳ ସେ ନୁହନ୍ତି ତାଙ୍କ ପିତାମାତା ମଧ୍ୟ ଭୟ କରୁଥିଲେ ଯେ, ସ୍କୁଲରେ ତାଙ୍କୁ ଅନ୍ୟ ଛାତ୍ର ଓ ଶିକ୍ଷକମାନେ କିପରି ବ୍ୟବହାର କରିବେ ? କିନ୍ତୁ ସେହି ପିଲାଟି ସକାଳୁ କେହି ଉଠିବା ପୂର୍ବରୁ ଭୋର ୩ ଟାରୁ ଉଠି ଚାଷ ଜମିରେ ତାଙ୍କ ମା' ବାପାଙ୍କ ସହ କାମ କରିବା ପରେ ସକାଳେ ବିଦ୍ୟାଳୟକୁ ଯିବା ପାଇଁ ଚାହିଁଥିଲେ I ତେବେ ତାଙ୍କ ପାଇଁ ଥିବା ତାଙ୍କ ପିତାମାତାଙ୍କର ଭୟ ସତ ହୋଇଥିଲା I ସ୍କୁଲକୁ ପ୍ରାୟ ଦେଢ଼ କିଲୋମିଟର ବିନା ଚପଲରେ ଚାଲିଚାଲି ଯିବା ପରେ ବି ତାଙ୍କୁ ଶ୍ରେଣୀଗୃହ ଭିତରେ ବସିବାକୁ ଅନୁମତି ଦିଆଗଲା ନାହିଁ | ତେବେ ବି ସେ ବିରତି ନେଇ ନଥିଲେ ତାଙ୍କ ପାଠପଢାରୁ I ଚାଷ କାମ କରିବା ସହିତ ଅନ୍ୟ ପିଲାଙ୍କ ଠାରୁ ପୁରୁଣା ବହି ମାଗି ଆଣି ଗାଁରେ ଥିବା ଏକମାତ୍ର ବିଜୁଳି ବତୀ ତଳେ ବସି ରାତିରେ ପାଠ ପଢୁଥିଲେ ସେ । ତାଙ୍କର ଉଚ୍ଚ ଜାତିର ସାଥୀମାନଙ୍କଠାରୁ ଗାଳିଗୁଲଜ, ଉଚ୍ଚ ଜାତିର ଶିକ୍ଷକମାନଙ୍କଠାରୁ ଭେଦଭାବ ଏବଂ ଶ୍ରେଣୀଗୃହ ଭିତରେ ବସିବାକୁ ଅନୁମତି ନ ମିଳିବା ସତ୍ତ୍ୱେ ସେ ନିଜର ନିଷ୍ଠା ଏବଂ ସଂକଳ୍ପ ବଳରେ କେବଳ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନଥିଲେ ବରଂ ସମସ୍ତ ସହପାଠୀମାନଙ୍କ ତୁଳନାରେ ଅଧିକ ଭଲ ପ୍ରଦର୍ଶନ ମଧ୍ୟ କରିଥିଲେ I ତାଙ୍କର ନିଷ୍ଠା ଓ ପ୍ରଚେଷ୍ଟାକୁ ଦେଖି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତାଙ୍କ ଭିତରେ ଥିବା ସମ୍ଭାବନାକୁ ଚିହ୍ନି କିଛି ବର୍ଷ ପରେ ତାଙ୍କ ପାଠପଢାରେ ସାହାଯ୍ୟ କରିବା ପାଇଁ ଅର୍ଥ ପ୍ରଦାନ କରିଥିଲେ l



Rate this content
Log in

Similar oriya story from Inspirational