Dr Jharana Satapathy

Inspirational

5.0  

Dr Jharana Satapathy

Inspirational

ପୁସ୍ତକ ପ୍ରତି ଆଗ୍ରହ

ପୁସ୍ତକ ପ୍ରତି ଆଗ୍ରହ

1 min
327


ବହିର ବାସ୍ନା ଆଜି ବି ପାଗଳ କରେ ସରସ୍ବତୀ ଦେବୀଙ୍କୁ । ବୟସ କହିଲେ ସତୁରି ପାଞ୍ଚ ଛୁଇଁଲାଣି ତଥାପି ଏ ବୟସରେ ମଧ୍ୟ ପାଠପଢା ଆଗ୍ରହ ଆଦୌ କମିନାହିଁ । ଛୋଟବେଳୁ ବହି ପଢିବା ପ୍ରତି ଥିଲା ପ୍ରବଳ ଆଗ୍ରହ । ବହି ଗୋଟେ ପାଇଗଲେ ଭୁଲିଯାଆନ୍ତି ଖାଇବା, ପିଇବା । ଆଖି ଦୁଇଟିକୁ ନ ଦିଶିବା ଲାଗି ପଢିବା ପାଇଁ ଭାରି କଷ୍ଟହୁଏ ସରସ୍ବତୀ ଦେବୀଙ୍କୁ  । ଗୋଟିଏ ଆଖିରେ ପଢି ପଢି ଲୁହ ଅନବରତ ବାହାରୁଥାଏ । ବୟସର ବାର୍ଦ୍ଧକ୍ୟ ହେତୁ ଅନ୍ୟ ଆଖି ଅପରେସନ କରିବା ପାଇଁ ସାହାସ ହେଉନଥାଏ ସରସ୍ବତୀ ଦେବୀଙ୍କୁ ।

"ତାଙ୍କ ନାତିଆ ଆସି ସବୁବେଳେ ତାଙ୍କୁ କହେ ମାଆ ମାଆ ଏ ବୟସରେ ମଧ୍ୟ ତୁମେ ପାଠ ପଢୁଛ? ଆଉ କେତେ ବୟସ ଯାଏଁ ପାଠ ପଢିବ? ପାଠପଢିଲା ବେଳେ ମୋର ସବୁପାଠ ତୁମେ ଶୁଣୁଛ । ଟ୍ୟୁସନ ସାର୍ ପଢେଇଲା ବେଳେ ମତେ ,କେଡେ ଆଗ୍ରହରେ ତୁମେ ଆସି ମୋ ପାଖରେ ବସି ପଢୁଛ! । କେମିତି ମନେରହୁଛି ତୁମର ଏସବୁ ପାଠ?ତୁମର ତ ବିଭିନ୍ନ ପୁରାଣରେ ବହୁତ ଜ୍ଞାନ ଆଉ ଦେଶ ବିଦେଶର ସବୁକଥା ତୁମକୁ ଜଣା" ।

"ଵୁଝାଇ ସରସ୍ୱତୀ ଦେବୀ ତାଙ୍କ ନାତି ନାତୁଣୀ ମାନଙ୍କୁ ସବୁବେଳେ କହନ୍ତି ତୁମ ମାନଙ୍କୁ ବହୁପ୍ରକାର ସୁବିଧା ଥାଇ ତୁମେ ପାଠପଢି ପାରୁନାହଁ । ପାଠ ପଢାକୁ ହାତଛଡା କରି ଟିଭି ଦେଖୁଛ ମୋବାଇଲ ଦେଖୁଛ ଏବଂ ସାଙ୍ଗସାଥୀ ସହ ବୁଲୁଛ । ପାଠ ପଢାପ୍ରତି ତିଳେ ହେଲେ ଶ୍ରଦ୍ଧା ନାହିଁ ତୁମ ମାନଙ୍କର । ପାଠ ପଢ କହିଲେ ତୁମେମାନେ ମୁହଁରେ କେତେ ଯବାବ ସୁଆଲ ଦେଉଛ । ଆଲୁତୁ ଫାଲତୁରେ ସମୟ ବରବାଦ କରୁଛ । ଏମିତି ସବୁ ଖାମ ଖିଆଲ କରିବ ସବୁ ହାତଛଡା ହୋଇଯିବ । ଜୀବନରେ କିଛି କରିପାରିବ ନାହିଁ । ଅବଶୋଷ ରହିଯିବ" ।

ସତରେ ସରସ୍ବତୀ ଦେବୀ ପାଠ ପଢିପାରିଲେ ନାହିଁ ଗୃହ ଜଞ୍ଜାଳ ଭିତରେ ରହି । ଖାଲି ମନରେ ତାଙ୍କର ଅବଶେଷ ରହିଗଲା । କିନ୍ତୁ ଏ ବୟସରେ ବି ଚେଷ୍ଟା ଜାରି ରଖିଛନ୍ତି ।  


Rate this content
Log in

Similar oriya story from Inspirational