STORYMIRROR

Pujarani Pradhan

Romance

3  

Pujarani Pradhan

Romance

ପତ୍ରିକା ର ଅପେକ୍ଷାରତ

ପତ୍ରିକା ର ଅପେକ୍ଷାରତ

2 mins
166


ସବୁ ଦିନ ପରି ଆଜିର ଦିନଟା ବି ଏମିତି ହିଁ ବିତିଗଲା।ରାତି 9 ଟା ହେବାରୁ ମାର କଲ୍ ବି ଆସିଲା।ଫୋନ୍ ଟାକୁ ମୁଁଁ ଉଠଉ ଉଠଉ କହିଲା ଫୋଟଟିଏ ତୋ ମାଉସୀ ଛାଡିଛି ଦେଖି ନେ।ହଁ ଏଇ କଥାଟି ମୋ ମା ମୋର ପିଜି ସରିବା ଦିନଠୁ କହି ଚାଲିଚି।ମା ଆଉ ମାଉସୀ ମିଶି ମୋ ପାଇ ଶହ ଶହ ଉପରେ ପିଲା ଦେଖି ସାରିଲେଣି।ମୁଁଁ ମନା କରି କରି ବି ଥକି ଗଲିଣି।ଆଜି ମାର ଏ କଥା ପୁଣି ଥରେ ଶୁଣି ମୋର ସେହି ପିଜି ସମୟର କଥାଟେ ମନେ ପଡିଗଲା।

ମୁଁ ପିଜି ପଢୁଥିବା ବେଳେ ମୁଁ ବି ଜଣକୁ ମନ ଦେଇଥିଲି।ସେ ହେଉଛି ପୁଷ୍କର ।ଆମେ ଦୁହେ କଲେଜ୍ ରେ ବହୁତ ଫେମସ୍।ସେ ମ୍ୟାଥ ଡିପାର୍ଟମେଣ୍ଟ ର ଆଉ ମୁଁ ଇଂରାଜୀ। ହଁ ଜାଣିଚି କେମେଷ୍ଟ୍ରୀ ଠିକ୍ ନାହିଁ ହେଲେ ବି ଆମେ ଚର୍ଚ୍ଚାରେ ଥାଉ।ଆମ ଦୁହିଁଙ୍କ କଥା ଆଉ ଆମ ଯୋଡିକୁ ବେଶ୍ ଭଲ ପାଆନ୍ତି ସମସ୍ତେ।ଏମିତି ସବୁ ଠିକ୍ ଚାଲିଥାଏ ହଠାତ୍ ପୁଷ୍କର ତଙ୍କ ଗାଆଁକୁ ଚାଲିଗଲେ।ମୋର ଜନ୍ମ ଦିନ ।ମୁଁ ରାଗିଗଲି ତାଙ୍କୁ କଲ୍ ଉପରେ କଲ୍ କଲି ହେଲେ ସେ ଉତ୍ତର ଦେଲେ ନାଇ।ସେ ଦିନ ଠୁ ଆମର ଆଉ କଥା ବାର୍ତା ହୋଇ ନାହିଁ ।ମୁଁଁ ବହୁତ ଚେଷ୍ଟା କଲି ହେଲେ କିଛି ଖବର ମିଳିଲା ନାହି।

ଏମିତି କେତେ ଦିନ ଯିବା ପରେ ଜଣେ ତାଙ୍କ ସାଙ୍ଗ ମୋତେ କଲ୍ କଲେ ଆଉ କହିଲେ ପୁଷ୍କରର ଚିଠିଟା ତମେ ରଖିଚ କି ,ମୁଁ ପଚାରିବାରୁ ସେ କହିଲେ ଆରେ ଯୋଉ ଚିଠି ଟା ତାକୁ ତା ପ୍ରେମିକା ଅନ୍ତରା ଦେଇଥିଲା।ମୁଁ ଏ କଥା ଶୁଣି ଟିକେ ସ୍ତବ୍ଧ ହୋଇଗଲି।ସେ କହିଲେ ତୁମେ ସିପ୍ରା ଟି, ମୁଁ କହିଲି ଆଜ୍ଞା। ସେ କହୁଥିଲା ତ ତୁମେ ତାର ଭଲ ବନ୍ଧୁ ଟାଏ ବୋଲି ହଉ ସେ କିଛି ଚିଠି ଦେଇଚି କି? ମୁଁଁ କହିଲି ନାଇତ।ମୁଁ ସେଦିନ ଭାଙ୍ଗି ପଡିଥାଏ ।ମା ମୋତେ କଲ୍ କରି ଜଣେ ପ୍ରସ୍ତାବ ଦେଇଚନ୍ତି କହିଲା। ମୁଁ ସେଦିନ ରାଗିଯାଇଥାଏ ଆଉ ନିଜର ଖୁସି ଆଗ କହି ମା କଥାରେ ରାଜି ହୋଇଯାଏ ।ପିଜି ସରୁ ସରୁ ମୋର ବାହାଘରର ଆୟୋଜନ ହୁଏ।ମୁଁଁ ଖୁସି କି ନାଇ ମୁଁ ସେଟା ଜାଣିନଥାଏ ।ସବୁ ସରିବା ପରେ ପିଲାଟି ଆଉ କାହା ସହ କୁଆଡେ ପଳେଇ ଯାଏ।ଏ କଥା ପରେ ମୁଁ ଯେମିତି ଭାଙ୍ଗି ପଡିଥାଏ ।ଆଉ ବାହା ନା ଶୁଣିଲେ ରାଗିବାଟା ଆରମ୍ଭ କରିଦିଏ।ଆଉ ଆଜି ମା ମୋ ପାଖକୁ ପୁଣି ଫୋଟ ଟାଏ ଛାଡିଛି ।ଖୋଲିବାକୁ ଇଛା ନାହି ହେଲେ ମାର ଜିଦି ଆଗରେ ମୁଁ ଫୋଟଟିକୁ ଖୋଲେ ।ନେଟ୍ ସ୍ଲୋ ବୋଲି ଝାପ୍ସା ଦିଶିଲା ।ପିଲାଟି ଅନ୍ଧ ବୋଲି ମା କହିଲା।ମୁଁ ସବୁ ଶୁଣି ବା ପରେ ଖାଲି ହଁ ଟିଏ ମାରି ଦେଲି।ପରେ ଫଟୋଟିଏ ଦେଖି ମୁଁ ନିଜେ ଯେମିତି ପଥର ପାଲଟି ଗଲି।ସେ ଆଉ କେହି ନୁହଁଇ ପୁଷ୍କର ଥିଲେ ।


Rate this content
Log in

Similar oriya story from Romance