STORYMIRROR

Pujarani Pradhan

Inspirational

3  

Pujarani Pradhan

Inspirational

ଡଙ୍ଗର୍ ତଲ ଆମ୍

ଡଙ୍ଗର୍ ତଲ ଆମ୍

2 mins
193

ମୋର ଘର କନ୍ଧମାଳ ଜିଲ୍ଲାର ଏକ ଜଙ୍ଗଲ ଭିତରେ।ମୁଁ ଗୋଟାଏ ଆଦିବାସୀ ପରିବାର ରୁ ଆସିଚି,ହେଲେ ଆମର ଚାଲି ଚଳନ ଏବେକାର ବେଶଭୁଷା ସହ ସମାନ।ବାପା ଚାକିରି କଲା ଦିନଠୁ ଗାଆଁ କୁ ଆଉ ଯାଇ ନାହାନ୍ତି।ଆଗରୁ ଆଦିବାସୀ କହିଲେ ଆମେ ଭାବୁ ଯେଉଁ ମାନେ ଜଙ୍ଗଲ ରେ ବସ ବାସ କରନ୍ତି। ହେଲେ ଆମେ ଯେ ସେ ଆଦିବାସୀ ଆମେ ଜାଣୁନା।କେତେ ଦିନ ଯିବା ପରେ ବାପା କହିଲେ ଚାଲ ଆମ ଗାଁ ବୁଲି ଦେଇ ଥରେ ଆସିବା। ବାପା ପ୍ରାୟ 30 ବର୍ଷ ହେବ ଯାଇ ନାହାନ୍ତ । ସବୁ ବୁଢା ବୁଢି ମଲା ପରେ ସେ ତ ଆଉ ବିଲକୁଲ୍ ବି ଯାଉ ନ ଥିଲେ। ବାପା କହିବାରୁ ମୁଁ ମା ସାମାନ ସବୁ ପ୍ୟାକ୍ କଲୁ ।ଗାଁ କୁ ରାସ୍ତା ନ ଥାଏ ନାଳ ଟିକୁ ଡେଇଁ ଆର ପାରି କୁ ଗଲୁ।ଗାଁ କୁ ପହଞ୍ଚୁ ପହଞ୍ଚୁ ସଭେ ଦୌଡି ଆସିଲେ।ଚର୍ଚ୍ଚା କରି ସାରିବା ପରେ ଆମକୁ ଆରାମ ନେବା କୁ କହିଲେ।ସକାଳୁ ଉଠି ମୁଁ ଗାଁ ବୁଲିବାକୁ ଗଲି ,ସବୁଜ ରେ ଭରପୁର ଚାରିଆଡ ଯେ ଯାହା କାମ ରେ ବ୍ୟସ୍ତ। ଗାଁର ପ୍ରାୟ ଜାଗାରେ ବଡ ବଡ ଗଛ ସବୁରେ ଛିଟ କନା ଆଉ ସିନ୍ଦୂର ଲଗା ହୋଇଛି।ସମସ୍ତେ ତାକୁ ପୂଜା କରନ୍ତି। ଏମିତି ଭାବେ ଅନେକ ପୁରୁଣା ଗଛ ବଞ୍ଚିତ ଅଛି।

ସମସ୍ତେ କୁଇ ଭାଷା ରେ କଥା ହେଉଥାନ୍ତି ସେଟା ଆଞ୍ଚଳିକ ଭାଷା ଟାଏ ଆଦିବାସୀଙ୍କ ର।ମୋତେ କାହଁି ଯେ ଏସବୁ ବହୁତ ଭଲ ଲାଗିଲା।ଅନେକ ପର୍ବ ପାଳନ ହେଉଥିଲା ।ସବୁର ମୂଳ କାରଣ ପ୍ରକୃତିର ସଂରକ୍ଷଣ ପାଇଁ ଆୟୋଜିତ ହୋଇଥିଲା।ପ୍ରଥମେ ତ ମୁ ନିଜକୁ ଲଜ୍ଜିତ ଭାବୁଥିଲି କିନ୍ତୁ ପରେ ନିଜକୁ ଗର୍ବିତ ମନେ କରିବାରେ ଲାଗିଲି।ନିଜକୁ ପାଠୁଆ କହୁଥିବା ଆଗେଇ ଯାଉଥିବା ସମାଜ ଗୋଟାପଣେ ଯିଏକି ଏ ପ୍ରକୃତିର କ୍ଷତି କରିବାରେ ପଛଉ ନାହି ଆଉ ଅନ୍ ପାର୍ଶ୍ବ ରେ ମୁର୍ଖ ଆଦିବାସୀଙ୍କ ନା ରେ ପରିଚିତ ସମାଜ ପ୍ରକୃତିର ପୂଜା କରୁଚି।ମୁଁ କିଛି ସମୟ ପାଇଁ ଭାବନା ରେ ପଡିଗଲି ଶିକ୍ଷିତ କିଏ ?ଖାଇ ବାକୁ ଦି ମୁଠା ନ ଥାଉ ପଛେ କେହି ପ୍ରକୃତିର ବିନାଶ କରୁ ନାହାନ୍ତି କିନ୍ତୁ ସେ ପଟେ ବୃକ୍ଷ ରୋପଣ ନା ରେ ବୃକ୍ଷ କାଟି ରାସ୍ତାର ନିର୍ମାଣ ହେଉଚି।ଏ ସବୁ ଭାବିଲା ବେଳକୁ ମୁଣ୍ଡ ରେ ଠୋ କି ଆମ୍ବ ଟାଏ ପଡିଲା ,ଖାଇ ଦେଖିଲି ତ ଏମିତି ଲାଗିଲି ଯେମିତି ଆମ୍ବ ନୁହେଆଉ କିଛି ଅଲଗା ଫଳ।ଧିରେ ଧିରେ ମୋତେ ମୋର ଅସ୍ଥିତ୍ବ ମିଳିଲା ,ଗାଁ ପାଇଁ କିଛି କରିବାକୁ ଭାବିଲି ।ସ୍କୁଲ ଟିଏ ପାଇଁ ଅନୁମତି ମିଳିଲା ।ସ୍କୁଲ ତିଆରି ହେଇ ସାରିବା ପରେ ତିନି ବର୍ଷ ପରେ ଗାଁ କୁ ଗଲି ।ଦେଖିଲି ସ୍କୁଲ ଟାକୁ ବହୁତ ଖୁସି ଲାଗିଲା।ଛୁଆ ବି ବହୁତ ବୋଲି ସ୍କୁଲ ମାଷ୍ଟର କହିଲେ ।ଚାରିଆଡେ ବୁଲି ଦେଖିଲି ରାସ୍ତା ,ପାଣି ସବୁ ହେଇଯାଇଚି।ବୁଲି ସାରିବା ପରେ ଆମ୍ବ ଗଛ ପାଖକୁ ଯିବି ଭାବିଲି ହେଲେ ମିଳୁ ନ ଥାଏ, ଜଣେ ବୁଢି କୁ ପଚାରିଲି ..."ଏ ନାନା ସେ ଡଙ୍ଗର୍ ତଲ ଆମ୍ କେନ୍ ଆଡେ ଗୋ"। ସେ ମୋତେ ସ୍କୁଲ ଆଡକୁ ଠାଉରାଇ ଦେଲା।ମୁଁ ସ୍କୁଲ ରେ ପହଞ୍ଚି ଖୋଜିଲି ଥକି ଯାଇ ବସି ପଡିଲି ଷ୍ଟେଜ୍ ରେ ପାହାଡ ର ଟିପି ଟା ଦିଶିଲା ଆଉ ମୋର ପୁରୁଣା କଥା ମନେ ପଡିଗଲା।ସେଇ ଯାଗା ଟି ହି ମୋ ଆମ୍ବ ଗଛ ର ଜାଣି ପାରିଲି ମୁଁ ହେଲେ ଆମ୍ବ ଗଛ ଆଉ ନାହିଁ। ମୁ ମନ ଦୁଃଖ କଲି ବିକାଶ ନା ରେ ମୁଁ ବି ଜୀବନ ନେଇଗଲି ବୋଲି।ଶେଷରେ ନିଜର ଭୁଲ୍ କୁ ସୁଧାରିବା ପାଇଁ ମୁଁ ଆଉ ଆମ ଗାଁ ଲୋକ ମିଶି ଆମେ ଆମ୍ବ ଗଛ ଲଗେଇଲୁ ।


Rate this content
Log in

Similar oriya story from Inspirational