STORYMIRROR

Pujarani Pradhan

Children Stories

4  

Pujarani Pradhan

Children Stories

ଛୋଟ ବଣୀ

ଛୋଟ ବଣୀ

2 mins
410

ଏକ ସବୁଜ ଗହନ ଜଙ୍ଗଲ ମଧ୍ଯେ ଗୋଟିଏ ବଣୀ ପରିବାର ରହୁଥାଏ। ବୁଢା ବଣୀ ଘର ର ମୁରବୀ ଥିଲା ।ବୁଢିବଣୀ ର ଆଖି ଦିଶୁ ନ ଥାଏ ,ସେଥିପାଇ ସେ ସବୁବେଳେ ବସା ରେ ଜଗି ରହିଥାଏ। ସେ ଦୁହି ବଣୀ ର ଗୋଟିଏ କୁନି ବଣୀ ଟିଏ ଥାଏ।ସେ ବଣୀ କୁ ବସା ପାଖରୁ ଦୂରକୁ ବୁଢିବଣୀ ଛାଡୁ ନ ଥାଏ।ଦିନେ ବୁଢିବଣୀ ଆଗରେ ଗୋଟିଏ ନଡିଆ କତା ରଖି ଦେଇ କୁନି ବଣୀ ଉଡ଼ିକି ପଳେଇଲା।ବୁଢିବଣୀ ଭାବୁଥାଏ ଯେ ସେ ତା ଆଗରେ ବସିଚି ହେଲେ ସେ ବହୁତ ଦୂର କୁ ଚାଲି ଯାଇଥାଏ। 

ସନ୍ଧ୍ୟା ହେବାରୁ ବୁଢାବଣୀ ଟି ଆସିଲା,ଦେଖିଲା କୁନିବଣୀ ଟା ନାହି ସେ ପଚାରିବାରୁ ବୁଢିବଣୀ କହିଲା ଏଇ ବା ସେ ବସିଚି, ଏ କଥା ଶୁଣି ବୁଢାବଣୀ ଜାଣିପାରିଲା ଯେ ସେ ଆଉ ନାହି।ସେ ରାତି ହେବା ଆଗରୁ ଖୋଜି ବାକୁ ଚାଲିଗଲା। 

ବୁଢିଆଣୀ ଏ ପଟେ ବ୍ୟସ୍ତ ହୋଇପଡିଥାଏ।ଠିକ ସେ ସମ୍ ରେ ବଡ ଭୟଙ୍କର ତୋଫାନ ଟାଏ ଆସିଲା।ବୁଢାବଣୀ ହତାସ ହୋଇ ଆସିଲା ତୋଫାନ ସରିବା ପରେ ।ଦୁହିଁଙ୍କ ମନ ଭଲଲ ନ ଥାଏ ,ସେ ଭାବୁଥାନ୍ତି ପୁରୁଣା କଥା ।ବହୁତ ଦିନ ଆଗରୁ ଏମିତି ଏକ ତୋଫାନ ରେ ତାଙ୍କର ପୁଅ ହଜିଯାଇଥିଲା ,ତାକୁ ଖୋଜିବାକୁ ଯାଇଥିବା ସମୟ ରେ ସେମାନେ ଏଇ କୁନି ବଣୀ କୁ ପାଇଥିଲେ। ସକାଳ ହେବାରୁ ଦୁହେ ଖୋଜିବାକୁ ଗଲେ।କେତେ ସମୟ ଗଲା ପରେ କୁନିବଣୀ ର ପର ଟିଏ ପାଇବେ ,ଧର୍ଯ୍ୟହରା ହୋଇ ବିକଳେ ଡାକିଲେ କୁନିବଣୀ କୁ,ହେଲେ କୁନିବଣୀ କିଛି ଉତ୍ତର ଦେଉ ନ ଥାଏ। ବୁଢିବଣୀ ଥକି ଯାଇ ଗୋଟିଏ ଡାଳ ରେ ବସେ ଠିକ୍ ସେ ସମୟରେ ସେ ଦେଖିବାକୁ ପାଏ ଯେ କିଏ ଗୋଟିଏ ଛନ୍ଦି ହୋଇକି ପଡିଚି ନଡିଆ କତା ଭିତରେ, ତାକୁ ଲାଗିଲା ଏ ସବୁ କତା ଭାବି ସେ ପୁଣି ଆଗକୁ ଉଡି ପଳେଇବ। ହେଲେ ସେ କତା ସହ କୁନିବଣୀ ଟି ବାନ୍ଧି ହୋଇଯାଇଥାଏ। ସେ କେତେ କଷ୍ଟ କରିକି ଡାକିଲେ ବି ବୁଢା ଆଉ ବୁଢି ଶୁଣୁ ନ ଥାନ୍ତି। ସେ ରାଗିଯାଉଥାଏ ଆଉ ମନେ ମନେ କହୁଥାଏ ଏ ବୁଢା ବୁଢି ଙ୍କ ପାଇଁ ଆଜି ମୋତେ ସେ ସାପ ଖାଇ ଦେବ।ଠିକ୍ ସେ ସମୟରେ ସାପ ଟି ଆସିବ ଆଉ କୁନିବଣୀ ପାଖକୁ ଆସିବ ଆଉ ଖାଇବାକୁ ଆରମ୍ଭ କରିବ ଏ ସମୟ ରେ ବୁଢା ବୁଢି ଆସି ପହଞ୍ଚି ଯିବେ ଆଉ କୁନି ବଣୀ ର ଜୀବନ ଭିକ୍ଷା ରେ ମାଗିବେ।ତାଙ୍କୁ ଦେଖି ସାପ ଟି କହିବ ଏ ଦୁଷ୍ଟ କୁ ବି ଦିନେ ତୁମର ପୁଅ ଜୀବନ ହାରିଥିଲା।ସେଦିନ ଏଇ ବଣୀ ର ଜୀବନକୁ ବଞ୍ଚାଇବାକୁ ଯାଇ ନିଜକୁ ସେ ଅହିରାଜ ଆଗରେ ନିଜକୁ ସମର୍ପିତ କରି ଦେଇଥିଲା,ଆଉ ଆଜି ତମେ।ଏ କଥା ଶୁଣି ବା ପରେ ଦୁଷ୍ଟ ବଣୀ ନିଜର ଭୁଲ ଜାଣି ପଡିଥିଲା ଆଉ ବଡ ମାନଙ୍କର କଥା ମାନିବ ଆଉ କେବେ ବି କାହାର ବିନା ଅନୁମତି ରେ ତାଙ୍କ ଘରକୁ ପଶିବ ନାହିଁ ବୋଲି କହିବ।ଏ କଥା ଶୁଣି ସାପ ଟି ଖୁସି ହୋଇ ତାକୁ ଛାଡିଦେବ। 

କୁନିବଣୀ ବୁଢା ଓ ବୁଢି ବଣୀ ସହ ଘରକୁ ଖୁସିରେ ଫେରି ଆସିବ। ଏଠୁ ଆମେ ଜାଣିଲେ ଯେ ଗୁରୁଜନଙ୍କ କଥା ନ ମାନିଲେ କେତେ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ଆମକୁ ଓ ଆମର ଟିକେ ଖୁସି ସବୁବେଳେ ଅନ୍ୟକୁ ହଇରାଣ କରି  ଆଣିଲେ ଆମ ପାଇଁ ହି କ୍ଷତି ଆଣେ।


Rate this content
Log in