ମୋ ମୃଦୁ ହସେ ତାଙ୍କ ମନ
ମୋ ମୃଦୁ ହସେ ତାଙ୍କ ମନ
ସକାଳର କଅଁଳ ଖରା ପଡି ନ ଥାଏ ମା ମୋତେ କହିଲା ସମୟ ହେଇଯାଇଚି ଜଲଦି ବାହାରିକି ଯା, ସେପଟେ ବସ ଛାଡିଦେବ।ମୁଁ ତରତର ହୋଇ ବାହାରି ପଡିଲି। ଯାଉ ଯାଉ ରାସ୍ତା କୁ ବସ ଟା ଆସିଲା,ହେଲେ ସିଟଟିଏ ନ ଥାଏ।ମୁଁ ଠିଆ ହୋଇ ବାହାରକୁ ଦେଖୁଥାଏ ହଠାତ ଜଣେ ସ୍ତ୍ରୀ ଲୋକ ପାଟି କରିବାରେ ଲାଗିଲେ, ତାଙ୍କର ନବ ଜନ୍ମିତ ଛୁଆଟା ହଲଚଲ ହେଉନଥାଏ ବୋଲି।ମୁଁ ହଠାତ୍ ସେ ଗହଳି ଭିତରେ ପେଲି ହେଇ ପହଞ୍ଚିଲା ବେଳକୁ ଜଣେ ଭଦ୍ର ବ୍ୟକ୍ତି ଛୁଆଟିକୁ ଧରିଥାନ୍ତି, ଆଉ ତାକୁ ଜୋର ଜୋରରେ ଥାପୁଡେଇ ହୋସକୁ ଆଣୁଥାନ୍ତି ।କିଛି ସମୟ ପରେ ଛୁଆଟି କାନ୍ଦିବାକୁ ଲାଗିଲା ।ସ୍ତ୍ରୀ ଲୋକଟି ହାତ ଯୋଡି ଧନ୍ୟବାଦ ଜ୍ଞାପନ କଲେ। ଟିକିଏ ବାଟ ଗଲା ପରେ ବ୍ୟକ୍ତି ଜଣକ ବସରୁ ଗଲେ।ସେ ଯିବା ପରେ ବସରେ କେବଳ ତାଙ୍କ ଚର୍ଚ୍ଚା ।
ମୁଁ ବି କଲେଜକୁ ଆସି ମୋ ସାଙ୍ଗ ମାନଙ୍କୁ ତାଙ୍କରି କଥା କହିବସିଲି।ମୋ ସାଙ୍ଗ ମୋତେ ଚିଡେଇବାରେ ଲାଗିଲେ।ମୁଁ ରାଗିଯାଏ ସତ ହେଲେ ମନେ ମନେ କାଇଁ ଭାରି ଖୁସି ହେଉଥାଏ।ଘରକୁ ଆସିଲି ମା କୁ ବି ସେଇ କଥା କହିଲି।
ଆଉ ଜେଜିକୁ ବି ଯାଇକି, ଏ କଥା ଶୁଣି ସାରିବା ପରେ ଜେଜି ମୋତେ କହିଲା ସପନ ଦେଖିଥିଲୁ ନା ସତରେ ହେଇଚି ।ମୁଁ ରାଗି ଯାଇ ମୋ ରୁମ୍ କୁ ଚାଲିଆସିଲି। ତାର ଆର ଦିନ ମାର ଡାକ ପଡିବାବେଳକୁ ମୁଁ ଚପଲଟା ପିନ୍ଧୁଥାଏ, ମା ଦେଖି କହିଲା ଏତେ ଜଲଦି କଣ ଆଜି, ମୁଁ ବାହାନା କରି କହିଲି ବସ୍ ଭାଇ କହିଥିଲେ ଜଲ୍ଦି ଆସିବେ ବୋଲି ତ ମା ଏ କଥା ଶୁଣି ହଁ ଯା କରିଦେଇ ଚାଲିଗଲା।ଜେଜି ପଛରୁ କହୁଚି ବସ ଜଲଦି ଆସିବ ନା ତୁ ଜଲଦି ଯାଉଚୁ, ମୁଁ ଗର ଗର ହୋଇ କିଛି ଉତ୍ତର ନ ଦେଇ ଚାଲି ଆସିଲି। ଗାଁର ମନ୍ଦିର ପାଖେ ମଥା ଟାକୁ ଟେକି ଦେଇ ଆସିଲି।ବସ୍ ଷ୍ଟାଣ୍ଡ ରେ ବସିଥାଏ ଠିକ୍ ସେ ସମ୍ ରେ ଜଣେ ଆସି ମୋତେ ପଚାରିଲେ ବସ୍ ଟା କେତେବେଳେ ଆସିବ ।ମୁଁ କହିଲି ହଁ ଟିକେ ଡେରି ରେ ଆସିବ।ସେ ଏ କଥା ଶୁଣି ଟିକେ ଆଗକୁ ଯାଇ ରାସ୍ତାର ଏ ପଟ ସେପଟ ଦେଖିବେ।,ମାସ୍କ ଟା ଖୋଲି ଗୋଟିଏ ଓଟ ଧରି ଚାଲିଯିବେ ।ଠିକ୍ ସେ ସମୟ ରେ ଆୱାଜ୍ ଟା ଆସିବ କି କଲେଜ୍ ଯିବେକି ଆପଣ ଆସନ୍ତୁ, ଏତିକି ଶୁଣି ମୁଁ ତଳକୁ ମୁଁହ କରି ମନା କରିଦେଲି, ସେ ପୁଣି ଥରେ ଡାକିବାରୁ ମୁଁ ରାଗିଯାଇ କିଛି କହିବା ଆଗରୁ ଦେଖିଲି ଇଏ ସେଇ ବ୍ୟକ୍ତି ଜଣକ ।ମୁଁ କିଛି କହିବା ଆଗରୁ ସେ ଚାଲିଗଲେ।
ମୁଁ ମନେ ମନେ କାଇଁ ଯେ ଭାରି ପସ୍ତେଇ ହେଉଥାଏ।ଏମିତି କିଛି ଦିନ ମୁଁ କେବଳ ତାଙ୍କରି ପାଇଁ ଯାଏ ହେଲେ ଭେଟ ପଡେନା।କ୍ଲାସ୍ ଟାଇମଟା ସାରା ମୁଁ ହଜିଯାଏ ଭାବନା ରାଇଜେ।ଏମିତି କେତେ ଦିନ ଗଲା ପରେ ହଠାତ୍ ବସରେ ସେ ଦେଖା ହୋଇଗଲେ ହେଲେ ସେ ଆଗ ବସରୁ ଓହ୍ଲେଇ ପଡିଲେ।ମୁଁ ଆଉ ମୋର ବନ୍ଧୁମାନେ କ୍ଲାସ୍ କୁ ଟିକେ ଲେଟ୍ ରେ ଯାଉ କିନ୍ତୁ ସେ ଦିନ 4 ଟି ପିଲା ଆମକୁ କହିଲେ ଜଲ୍ଦି ଯାଓ ନ ହେଲେ କ୍ଲାସ ବାହାରେ ଠିଆ ହେବ।ଏ କଥା ଶୁଣି ଆମେ ଜାଣି ପାରିଲୁ ଯେ ପ୍ରିନ୍ସିପାଲ ତାହେଲେ ନୂଆ ଅଧ୍ୟାପକଟାକୁ ଦାଖଲ କରିଛନ୍ତି। ମୁଁ ମୋ ହିସାବରେ ହଲିଝୁଲିକି ଚାଲିଲି।କ୍ଲାସ ଆଗରେ ପହଞ୍ଚିବି ବେଳକୁ ଅନେକ ଛୁଆ ବାହାରେ ଆଉ କ୍ଲାସ ଭିତରେ ବହୁତ କମ୍ ଜଣ ଅଛନ୍ତି। ମୁଁ ପହଞ୍ଚି ଭିତରକୁ ଆସି ପାରିବିକି ପଚାରିବାରୁ ଉତ୍ତର ଆସିଲା ନିଶ୍ଚିତ ଆଉ ସେ ମୋ ଆଡକୁ ଚାହିଁଲେ, ମୁଁ ତାଙ୍କୁ ଦେଖି ଟିକେ ଖୁସି ହୋଇ ଆଗକୁ ବଢିବାକୁ ଲାଗିଚି କି ନାଇ ଜଣେ କହିଲା ସେ ପ୍ରଶ୍ନ ପଚାରିବେ ଏବଂ ନ ଆସିଲେ ବସ୍ ଉଠ୍ ହେବା ପାଇଁ କହୁଚନ୍ତି। ମୁଁ ଖାତିର ନ କରି ଆଗକୁ ବଢିଲି ଭାବିଲି ସେ ମୋତେ ଜାଣିଛନ୍ତି ତ କିଛି ପଚାରିବେ ନାହିଁ।ହଠାତ୍ ପ୍ରଶ୍ନ ଆସିଲା, what is plank's constant ?।
ମୁଁ ଚେଷ୍ଟା କରିବା ଆଗରୁ ଆଉ ଗୋଟିଏ ପ୍ରଶ୍ନ ଏମିତି ସବୁ ମିଶେଇ ମୋତେ ବାରଟି ପ୍ରଶ୍ନ ପଚାରିଲେ ଆଉ ମୋତେ କହିଲେ କ୍ଲାସରୁ ବାହାରକୁ ଯା,ମୁଁ ଏତେ ବେଜିଂ ହେବା ପରେ ସେଠୁ ଚାଲି ଆସିଲି ଆଉ ଲାଇବ୍ରେରୀ ରେ ବସି ପକେଇଲି, ରାଗ ବି ବହୁତ୍ ଲାଗୁଥାଏ ହେଲେ କଣ ବା କରିବି।
ସେ ଦିନ ଜାଣିବାକୁ ପାଇଲି ଯେ ସେ ହେଉଛନ୍ତି ଆମର ନୁଆ ଟିଚର୍ ଡଃ.ପ୍ରତିକାନ୍ତ ଚୌଧୁରୀ । କ୍ଲାସରେ disciplinesକୁ ନେଇକି ସେ କୁଆଡେ ବହୁତ ଯତ୍ନକାରୀ।
ମୁଁ ଘରକୁ ଆସିଲି ଆଉ ଭାବିଲି ସେ ବହୁତ ଖରାପ ଲୋକଟାଏ।ତାର ଆର ଦିନ କଲେଜରେ ଯାଇ ଜଲଦି ପହଞ୍ଚି ଗଲି।କ୍ଲାସକୁ ସାର୍ ଆସିଲେ ବହୁତ ଭଲରେ ବୁଝେଇଲେ ଆଉ କହିଲେ ସେ 2 ଦିନ ଛୁଟିରେ ରହିବେ ତ ତାଙ୍କର କ୍ଲାସ ସମୟରେ ଆମକୁ math practice କରିବାକୁ କହିକି ଗଲେ।ଆମେ ସେ ଯିବା ପରେ ଯେମିତି ଗୋଟିଏ ଦୃଢ ନିଃଶ୍ୱାସ ଛାଡିଲୁ।2 ଦିନ ଝଟ୍ କି ପଳେଇଲା ଆମେ ସବୁ ଡର ମାଡ ରେ formula ସବୁକୁ ରଟା ମାରୁଥାଉ।
ଠିକ୍ ସେ ସମୟ ରେ ଜଣେ lady ଆସି ଆମର କ୍ଲାସ ନେଲେ।ତାର ପର period ଟା ରେ ସାର୍ ଆସିଲେ ।ସାର୍ ମାମ୍ ଙ୍କ ସହ ହସି ହସି କଥା ହେଲେ ଆଉ କ୍ଲାସ କୁ ଆସି କହିଲେ ମାମ୍ କହୁଥିଲେ ତୁମ କଥା ।ସବୁ କୁଆଡେ ପଢାରେ ବ୍ୟସ୍ତ ଥିଲ ହଉ ଧନ୍ୟବାଦ। ଆଉ କ୍ଲାସ ରେ ପଢେଇ ଦେଇ ଚାଲିଗଲେ।Exam ଆସିଲା, result ଦିନ ମୋତେ Hod ଡାକିଲେ ମୁଁ ଗଲି ସେଠି ଯାଇ ଦେଖିଲି ବାପା ଆସିଛନ୍ତି। ମୋର ବାପା ଜଣେ army officer ।ବାପାଙ୍କ ସହ ବସି ସମସ୍ତେ କଥା ହେଉଥାନ୍ତ । ଏତିକିରେ ବାପା ମୋତେ କହିଲେ ମୋର ଭଲ ମାର୍କ ଆଇଚି।ଏମିତିରେ ବାପାଙ୍କୁ ସାରଙ୍କର ଘର ପାଇଁ problem କଥା ଜଣା ପଡିବାରୁ ତାଙ୍କୁ ଆମ ଘରେ ରହିବାକୁ କହିଲେ ।ଏ କଥା ଶୁଣି ମୁଁ ରାଗିଗଲି। 3 ଦିନ ପରେ ସାର୍ ଆସିଲେ ସାମାନ୍ ପତ୍ର ନେଇ ।ତାଙ୍କ ସହ bikeରେ ଯିବା ପାଇଁ ମୋତେ କହିଲେ ହେଲେ ମୁଁ ମୋ ଇଚ୍ଛାରେ ବସରେ ଆସେ।ଏବେ ସେ ବହୁତ ମଜା କରନ୍ତି କ୍ଲାସରେ ତ ବହୁତ ଝିଅ ବି ତାଙ୍କରି ପଛରେ ପଡନ୍ତି।
ଏମିତି ସମୟ ବିତି ଯାଏ ମୁଁ ତାଙ୍କୁ ଠିକ୍ ସେ କିଛି ପଚାରେ ନାହିଁ ।ଏମିତି ମୋର graduation ଟା ସରି ଯାଏ ଆଉ ମୋର selection ହେଇ ଯାଏ pg ପାଇଁ। ମୁଁ ଘରୁ ଯେଉ ଦିନ ଆସିଲି ମୋତେ ଛାଡିବାକୁ ସାର୍ ଆସିଥିଲେ କିନ୍ତ ମୁଁ ତାଙ୍କ ସହ କଥା ନ ହୋଇ ଚାଲିଗଲି।ସେଠାକୁ ଯିବା ପରେ ମୋର ଅନେକ ବନ୍ଧୁ ହେଲେ।ସମସ୍ତଙ୍କ ମଧ୍ୟରେ ଅଭିନବ ସହ ମୋର ଟିକିଏ ଅଧିକା ସମ୍ପର୍କ ଗଢି ଉଠିଥିଲା।ମୋ ଫୋନ୍ historyରେ ତାର ଏତେ କଲ୍ ଥାଏ ଯେ ଗଣିବା ବି ମୁସ୍କିଲ। ଦିନେ ହଠାତ୍ ମୋତେ ଦେଖିବାକୁ ସାର୍ ଆସିଥାନ୍ତି ଅଭିନବ ଆସି ନିଜକୁ ମୋର bf ବୋଲି introduceକରାଏ।ଏ କଥା ଶୁଣି ସାର୍ କିଛି reaction ଦିଅନ୍ତ ନାହିଁ ଆଉ ମୋତେ କିଛି ଟା ବହି ଦେଇ ମାର୍କେଟ ଯିବାକୁ କୁହନ୍ତ ମୁଁ ମନା ନ କରି ଗାଡି ରେ ବସେ।ସେ ଗୋଟେ ପୋଖରୀ ପାଖରେ ଗାଡି କୁ ରଖି ମୋତେ କୁହନ୍ତ ଏ ସବୁ କଥା ମୁଁ ଘରେ କହିବା ଟା ଜରୁରୀ କି ନାଇ ।ମୁଁ ଡରି ଯାଇ କହିଲି ନା ନା ଅଭିନବ ନୁହଁ ସେ ଯାହାକୁ ମୁଁ ଭଲ ପାଏ, ସେ କହିଲେ ତୁମେ ଏ ଭିତରେ କାହାକୁ ଭଲ ବି ପାଇ ଯାଇଚ।ମୁଁ କିଛି ନ କହି ମୁଣ୍ଡ କୁ ହଲାଏ।ସେ ହସି ଦେଇ ପୁଣି ପଚାରନ୍ତି କିଏ ସେ ଆମ କଲେଜ୍ର କି ମୁଁ ହଁ କହେ ସେ ଗୋଟେ ପରେ ଗୋଟେ ଆମ କ୍ଲାସର ପିଲାଙ୍କ ନା କୁହନ୍ତ ଜାଣି ଶୁଣି ।ମୁଁ ସେଦିନ ଟିକେ confident ହେଇ ତାଙ୍କ ଆଖିରେ ଆଖି ମିଶାଇ କହେ ହଁ ଜଣେ ଏମିତି ବ୍ୟକ୍ତି ସେ ଯାହାକୁ ମୁଁ ପସନ୍ଦ କରିଚି ତାକୁ କେହି ବି ଜାଣି ପାରିବେ ନାଇ ଆସନ୍ତା ହୋଲିରେ ଆମେ jaipur ବୁଲି ଯିବୁ ବୋଲି ଭାବିଚୁ ଏ କଥା କହିବା ପରେ ସାରଙ୍କୁ କହିଲି ହଁ ଆପଣ କୁହନ୍ତ ଘରେ ଯାଇ ମୋର କିଛି ଅସୁବିଧା ନାଇ।ମୋ କାମଟା ଆସାନ୍ ହେଇଯିବ ଆହୁରି ।ସେ ଟିକେ ରାଗିଗଲେ ଆଉ କହିଲେ ପଢା ରେ ଧ୍ୟାନ ଦିଅ ଆଉ ମୋତେ hostel ରେ ଆଣି ଛାଡିଦେଲେ।ମୁଁ ରାତିରେ କଲ୍ କରି ପଚାରିଲି ମାଆକୁ କହିଲେକି ଏ ସବୁ କଥା ସେ ଚିଡିକି କହିଲେ ହଁ ସବୁ କହିଦେଲି। ହୋଲି ଆସିଲା ମୁଁ ଘରକୁ ଯିବାକୁ ବାହାରୁଥାଏ, ମା ସାର୍ ଙ୍କୁ କହି ଦେଇ ଥିଲା ତ ସେ ନେବାକୁ ଆସିଥିଲେ।ଟ୍ରେନ୍ ଚାଲିଥାଏ ମୁଁ ତାଙ୍କୁ ଦେଖୁଥାଏ ଆଉ ମଝିରେ ମଝିରେ ସେ ମୋତେ।ମୁଁ ତାଙ୍କ ପାଖରେ ଯାଇ ବସି ପଡିଲି ସେ କହିଲେ କଣ jaipur ନେଇକି ଯିବା ଲୋକଟା ଆସିଲାନି କି? ମୁଁ କହିଲି ଆସିଚି ତ ଲୋକଟା ହେଲେ ମୋ ଘର ଡର ରେ ମୋତେ ନେଇକି ଯାଇ ପାରୁ ନାହିଁ ।ସେ ମୋତେ କହିଲେ ଆଛା ଯଦି ସେ ଡରୁଚି ତ ତମେ ନେଇକି ଯାଉନ, ମୁଁ କହିଲି ମୁଁ କେମିତି ନେବି।ସେ ହସି କହିଲେ ଅବଳା ଦୁର୍ବଳା। ମୁଁ ଟିକେ ସମୟ ରହିଲି ଆଉ ସେ ପଢୁଥିବା ପେପର ଭିତରେ ମୁଣ୍ଡ ଟିକୁ ନେଇ ତାଙ୍କୁ ମୋ ଓଠ ରେ ଛୁଇଁ ଦେଇ ଆସିଲି ।ସେ ଆବାକ୍ ହେଇ ରହିଗଲେ, ଟିଟି ଆସି କହିଲେ ଓ ବାବୁ ସେତିକି ବୁଲ jaipur ticket ଦେଖାଅ ।ସେ ହୋସ୍ କୁ ଆସି ticket ଦେଲେ।ଆଉ ମୋ ହାତକୁ ଧରି କହିଲେ, ଘରକୁ ଯିବା? ମୁଁ ପଚାରେ ବାହାନା ଅଛି, ସେ କହିଲେ infinite .

