Prasant Kumar Senapati

Drama Others

3  

Prasant Kumar Senapati

Drama Others

ପତିତା

ପତିତା

1 min
7.1K


ପୋଡାମୁହିଁ, ଠିଆ ହୋଓ ସେଇଠି ।

ତୋଓର ସେ ଅଲକ୍ଷଣି ମୁହଁ ଆମେ ଦେଖିବାକୁ ଚାହୁଁନୁ, ତୁ ଆମ ପାଇଁ ମରି ସାରିଛୁ ।

ମୋ ଘରର ଏରୁଣ୍ଡି ବନ୍ଧରେ ପାଦ ରଖିଲେ ମୋ ଘରୁ ଲକ୍ଷି ଛାଡିଯିବ କଳଙ୍କିନି ।

ମୋର ଦୋଷ ତ କୁହନ୍ତୁ, ମୋ ଭୁଲ୍ କଣ ?

ସତ୍ୟାନାଶିନୀ, କୁଲକ୍ଷଣି ମୋ ବଶଂର ମାନ ମର୍ଯ୍ୟଦା ବିକ୍ରି କରି ଆସି ପଚାରୁଛୁ ଭୁଲ୍ କଣ ?

ସଞ୍ଜୟ, ଏଟାକୁ ଘରୁ ବାହାର କର ।

ତମେ,,,,,??? ତମେ କେତେବେଳେ ଆସିଲ ?

ଦେଖ, ମାଆ କଅଣ କହୁଛନ୍ତି, ତମ ସ୍ତ୍ରୀକୁ ଘରୁ ତଡି ଦେଉଛନ୍ତି, ଅଥଚ ତମେ ଖୁଣ୍ଟ ପରି ଠିଆ ହୋଇ ଦେଖି ଚାଲିଛ?

ମାଆ କଅଣ ଭୁଲ୍ କହୁଛି ? ରାତି ସାରା ଘରୁ ଉଭାନ୍,,,,କେଉଁଠି କେଜାଣି କଳଙ୍କିନି ମୁହଁ କଳା କରି ଆସିଛୁ । ଦେହରେ ଏତେ ଗରମ ଉଠିଲା ତ କେଉଁ କୋଠୀକୁ ଚାଲିଗଲୁନି। ମୋ ସାମନାରୁ ବାହାରି ଯାଆ ଚରିତ୍ରହୀନା, କଳଙ୍କିନି ପାପିନି ।

ତମେ,,,,?

ମୋ ପ୍ରେମ ସମର୍ପଣର ଏଇ ଫଳ ? ଆଉ କେହି କହିଥିଲେ ମୁଁ ସହି ପାରିଥାନ୍ତି,ଶେଷରେ ତମେ ବି ।

କଅଣ କହିଲ ତମେ ,କୋଠୀକୁ ଯିବା ପାଇଁ,,, ???

ତେବେ ଶୁଣ,,,,,ତମ ଘର ଠାରୁ କୋଠୀ ବହୁତ ଭଲ,,,,ଯେଉଁଠି ବଂଶ ରକ୍ଷା ପାଇଁ ଶାଶୁ ବୋହୁର ବଳାତ୍କାର ଦିଅର ସମାନ ପୁଅ ଦ୍ବାରା କରାନ୍ତି ନାହିଁ ।

"ଦୋଷ ତୁମର,,,,ଫଳ ମୁଁ କାହିଁକି ଭୋଗିବି ? ମିଛ ସମ୍ମାନ ବଂଶ ରକ୍ଷା ନାଆଁରେ ମୁଁ କାହିଁକି ନିଜସ୍ବ ହରେଇବି ? କାହିଁକି ମୋ ନିଜ ସତୀତ୍ବକୁ ମୁଁ ରକ୍ଷା ନକରିବି ???

ମୁଁ ପତିତା, ନଷ୍ଟଚରିତ୍ରା, କଳଙ୍କିନୀ, ପାପିନି,,,,ମୋତେ ଏସବୁ ମଞ୍ଜୁର,,,,,ନିଜ ଇଜ୍ଜତ ବଞ୍ଚାଇବା ପାଇଁ ଯଦି ସାରା ରାତି ମନ୍ଦିରରେ ଶରଣ ନେଇ ଏତେ ସବୁ ଉପାଧି ମିଳିପାରୁଛି ।

ଶରୀର ଗଠନ ମୁଳକ ନପୁଂଷକ ସ୍ଵାମୀ ମଞ୍ଜୁର ଅଟେ,,,,,ମାନସିକ ନପୁଂଷକ ସ୍ଵାମୀ ନୁହଁ ।

ମୁଁ ଚାଲିଲି ।।।

ସମାଜର ଦର୍ପଣ

© ପ୍ରଶାନ୍ତ ସେନାପତି


Rate this content
Log in

Similar oriya story from Drama