STORYMIRROR

Madhabi Patel

Inspirational

4  

Madhabi Patel

Inspirational

ପ୍ରତ୍ୟାବର୍ତ୍ତନ

ପ୍ରତ୍ୟାବର୍ତ୍ତନ

3 mins
396

କୁମାର ପଟେଲ ଆଜି ପ୍ରଥମକରି ଓଡିଶା ଆସିଛନ୍ତି।

ବେଦାନ୍ତରେ ତାଙ୍କୁ ଜିଏମ୍ ଭାବେ ନିଯୁକ୍ତି ମିଳିଛି।

ଅନେକ ଦିନହେଲା ସେ ହୃଦରୋଗରେ ଆକ୍ରାନ୍ତ ଥିଲେ।

ଏଇକିଛି ମାସହେବ ସେ ଜଣକ ହାର୍ଟ ଡୋନେଟ୍ ଫଳରେ ନିଜକୁ ପୁନର୍ଜନ୍ମ ପାଇଛନ୍ତି।ଛତିଶ ବର୍ଷର କୁମାର ପ୍ରଥମ ପ୍ରେମରେ ଧୋଖା ଖାଇଲାପରେ ଚିରଦିନ କୁମାର ରହିବାକୁ ସଂକଳ୍ପ କରିଛନ୍ତି।ହେଲେ ଭାଗ୍ୟ ତାଙ୍କୁ କୁଆଡକୁ ନେଉଛି ସେ ହିଁ ଜାଣେ।ଆମେ ସମସ୍ତେ ଭାଗ୍ୟ ହାତର ଗୋଟିଏ ଗୋଟିଏ କଣ୍ଢେଇ।

ବେଦାନ୍ତ ଇଲାକା ପଶିବା ଆଗରୁ ପଡେ ଏକ ଛୋଟ ପାନ ଦୋକାନ।ସେଠି ପିଲାଙ୍କ ଚକଲେଟ ଠୁ ଆରମ୍ଭକରି ସାବୁନ ପେଷ୍ଟ ବ୍ରସ ଦିଆସିଲି ଯାବତୀୟ ଘରକରଣା ସବୁ ଜିନିଷ ଉପଲବ୍ଧ।ସେ ଦୋକାନକୁ ଏକ ତରୁଣୀ ଚଳାଉଛି।ତରୁଣୀଟିକୁ ଦେଖିଲାପରେ ତାକୁ କେମିତି ଚିହ୍ନା ଚିହ୍ନା ଲାଗିଲା।ସତେଇଶ ଅଠେଇଶ ବର୍ଷର ଯୁବତୀଟିଏ ହାତରେ ଚୁଡି ନାହିଁ।ସିନ୍ଥିରେ ସିନ୍ଦୁର ନାହିଁ।ସାଧାରଣ ହାଲ୍କା ରଂଗର ସୂତା ଶାଢୀ ଖଣ୍ଡେରେ ଅପୂର୍ବ ଲାବଣ୍ୟରେ ଚମକୁଥିଲା ତାର ବ୍ୟକ୍ତିତ୍ବ।ଏମିତି ଅବସ୍ଥାରେ ଏମିତି ନିର୍ଜନ ଜାଗାରେ ଦୋକାନ ଚଳେଇବା ଛୋଟକଥା ନୁହେଁ।ମନରେ ଦୃଢତା ଓ ଦମ୍ଭ ଦରକାର।ସାଙ୍ଗରେ ତାର ଚାରିପାଞ୍ଚ ବର୍ଷର ଛୋଟଝିଅ ଟିଏ ବି ଅଛି।ଯିଏ ଏବେ ଏକ ଇଂଲିସ ମିଡିୟମ ସ୍କୁଲରେ ପଢୁଛି।ସେ ଦୋକାନକୁ ଯାଇ ପାନଟେ ମାଗିଲା।ଯୁବତୀ ପଚାରିଲା କେମିତି ପାନ ଦରକାର।ସେ ଯାହା ଯାହା ମସଲା ଦେବାକୁ କହିଲା ସେ ସବୁ ତା ସ୍ବାମୀର ପସନ୍ଦ ଥିଲା।ସେ ଯଦିଓ ପାନଟା ଭାଙ୍ଗିକିଦେଲା ହେଲେ ଆଖିରୁ ତାର ଲୁହ ଦୁଇଧାର ନିଗିଡିପଡିଲା।ଝିଅଟି କାନ୍ଦୁଥିବାର ଦେଖି କୁମାର ମନରେ ଏକ ସମବେଦନା ଜାତ ହେଲା।ସେ ସହଜରେ କୌଣସି ଝିଅର ଆଖିରେ ଅଶ୍ରୁ ଦେଖି ପାରେନି।ସେ ପଚାରିଲା ଆପଣ କାହିଁକି କାନ୍ଦିଲେ?ସେ ଲୁହପୋଛି କହିଲା ପାନର ମସଲା ଯାହା ଯାହା ମାଗିଲେ ସେସବୁ ମୋର ସ୍ବାମୀଙ୍କର ପସନ୍ଦସହ ମେଳ ଖାଉ ଥିଲା।ତେଣୁ ତାଙ୍କ କଥା ମନେ ପଡିଗଲା।ସେ ଆଉ କିଛି ପଚାରିବାକୁ ଚାହୁଁଥିଲା ହେଲେ ପ୍ରଥମ ଦିନରେ ଏତେ ସବୁ ଭାବପ୍ରବଣତା ହେବା ତାକୁ କାହିଁକି ଭଲ ଲାଗିଲାନି।ସେ କାର୍ ନେଇ ବେଦାନ୍ତ ଭିତରକୁ ଚାଲିଗଲା।

ଓଡିଶାର ଝାରସୁଗୁଡା ଯଦିଓ ସେ ପ୍ରଥମ ଥର ଆସିଥିଲା ତଥାପି ତାକୁ ଏ ଜାଗା ବହୁତ ଭଲ ଲାଗୁଥିଲା।ଲାଗୁଥିଲା ଯେମିତି ଏଠାକୁ ଆଗରୁ ଆସିଛି।

କାମ ନ ଥିଲା ବେଳେ ସେ ପାନବାଲି ଝିଅଟି ତାର

ଭାବନା ଭିତରେ ଆସି ଯାଉଥିଲା।ଦିନେ ସେ ତାଙ୍କ ଗାର୍ଡକୁ ଡାକି ପାନବାଲି ବିଷୟରେ କଣକଣ ତଥ୍ୟ ଜାଣିଛ ବୋଲି ପଚାରିଲା।ଗାର୍ଡଟି କହିଲା ତାର ସ୍ବାମୀ ଏଇ ବେଦାନ୍ତରେ ଜଣେ ଇଂଜିନିୟର ଭାବେ କାମ କରୁଥିଲେ।ସେ କୌଣସି କାମରେ ରାୟଗଡ ଯାଇଥିବାବେଳେ ଗାଡି ଏକ୍ସିଡେଣ୍ଟରେ ତାଙ୍କର ମୃତ୍ୟୁ ହୋଇଗଲା।ଏକ୍ସିଡେଣ୍ଟରେ ମୁଣ୍ଡଟି ବହୁତ ଆଘାତ ପ୍ରାପ୍ତ ହେଇଥିଲା ଗାଡି ଚଢିଯାଇଥିଲା ମୁଣ୍ଡ ଉପରେ ତେଣୁ ଦେହର ବାକି ଅଙ୍ଗ ଗୁଡାକ ହସ୍ପିଟାଲର ଜରୁରତ ରୋଗିଙ୍କୁ ଦାନକରିଦେଲେ।ଏବେ ତାଙ୍କ ମୃତ୍ୟୁପରେ ଝିଅକୁ ତା ଶାଶୁଘରେ ବହୁତ ନିର୍ଯାତିତ କରୁଛନ୍ତି।ତାଙ୍କ ପସନ୍ଦରେ ପ୍ରେମ ବିବାହ କରିଥିବାରୁ ଘରେ ତାକୁ ରଖିବାକୁ ଚାହୁଁନାହାଁନ୍ତି।

ବେଚାରୀ କମ୍ପାନୀତରଫରୁ୍ ଯାହା ଟଙ୍କା ମିଳିଥିଲା ସେଥିରେ ଏ ଦୋକାନଟି କରିଛି।ତାର ଚାରି ପାଞ୍ଚ ବର୍ଷର ଝିଅଟିଏ ବି ଅଛି।ତାର ପଢାଖର୍ଚ୍ଚବି ତୁଲାଇବାକୁ ପଡେ।ଝିଅର ଭାଇଟା ଏଠିକାର ଜଣେ ଗୁଣ୍ଡା ବୋଲି ତାରି ଭରସାରେ ଦୋକାନଟା ଚଲାଉଛି।

ସେ ମଝି ମଝିରେ ନାନୀ ଭାଣିଜୀର କଥା ବୁଝିଯାଏ।

ଏଇ ପାଖ ଗାଁରେ ତାର ବାପଘର।ହେଲେ ସେ ବାପ ଘରେ ବୋଝ ହେବାକୁ ଚାହେଁନି।ଏମିତି ବି ସେ ଅନ୍ୟ ଜାତିରେ ପ୍ରେମ ବିବାହ କରିଥିବାରୁ ତାଙ୍କଘରେ ବି ତାପ୍ରତି ସମସ୍ତେ କ୍ଷୃବ୍ଧ ଥିଲେ।ସମସ୍ତଙ୍କ ମନରେ କଷ୍ଟ ଦେଇ ବାହା ହେଇଥିଲା ବୋଲି ବୋଧେ ଭଗବାନ ତାକୁ ଏ ଦଣ୍ଡ ଦେଲେ। ଝିଅଟିର କାହାଣୀ ଶୁଣି କୁମାରକୁ ବହୁତ ଦୁଃଖ ଲାଗିଲା।ସେ ସମୟ ପାଇଲେ ତା ଦୋକାନକୁ ଚାଲିଆସେ।ବାହାନା କରି ସେଠି ପାନଖାଏ।ତା ଝିଅ ସୋନମ୍ ସହ ଖେଳେ।ବହୁତ ସୁନ୍ଦର ଝିଅଟେ।କହିବାକୁ ଗଲେ କୁମାର ମନେମନେ ତାକୁ ଭଲପାଇ ସାରିଥିଲା।ସେ ତାର ମନକଥା ବାପାମାଆଙ୍କୁ ଜଣାଇଲା।ବିବାହ ନ ହେଇ ବାବା ହେବାକୁ ସଂକଳ୍ପ କରିଥିବା ପୁଅ ବିବାହ କରିବା ଚାହୁଁଛି ଜାଣି ସେମାନେ ବହୁତ ଖୁସି ହେଲେ।ସେମାନେ ଅତିଶୀଘ୍ର ଝିଅର ବାପା ଭାଇ ଘରକୁ ଯାଇ ଏ ବିଷୟ କଥାହେଲେ।

ସେମାନେ ଝିଅର ବି ସମ୍ମତି ପଚାରିଲେ।ସୁବର୍ଣବି ଏଭିତରେ କୁମାରକୁ ବୁଝି ସାରିଥିଲା । ତା ଝିଅ ସୋନମ୍ ପାଇଁ ବାପା ହେବାର ସବୁ ଯୋଗ୍ୟତା ତାପାଖେ ଥିଲା।ତାପରେ ସେ ସୁବର୍ଣର ଶାଶୁ ଘରକୁ ଗଲା ଏବିଷୟ କଥା ହେବାପାଇଁ।

ସେଠି ଯାଇ ଏକ ଚମତ୍କାର ଘଟିଲା।ସେ ଘରକୁ ପଶି ତା ବାପା ମାଆଙ୍କୁ ଦେଖିଲା।ପରେ ଜାଣି ପାରିଲା ଏମାନେ ତାର ଜନ୍ମକଲା ମାଆବାପା।ସେ ଗାଁ ସେଘର ତାର ଚିରପରିଚିତ ଥିଲା।ସେ କହିଲା ବାପା ମୁଁ ତୁମର ପୁଅ ବିନୋଦ ପଟେଲ।ଯାହାର ଏକ୍ସିଡେଣ୍ଟରେ ମୃତ୍ୟୁ ହୋଇଥିଲା।ମୋର ଶରୀର ଯଦିଓ ଅନ୍ୟ ଜଣକର ହେଲେ ବିନୋଦର ହୃଦୟ ସ୍ପନ୍ଦିତ ହେଉଛି।ଆଉ ଭଗବାନଙ୍କର ବି ଇଛା ଦେଖ ମୁଁ ଅଜାଣତରେ ମୋରି ସ୍ତ୍ରୀକୁ ହିଁ ଭଲ ପାଇ ବିବାହ କରିବାକୁ ସିଦ୍ଧାନ୍ତ ନେଇଛି। ତୁମେ କଣ ମତେ ଆଶିର୍ବାଦ କରିବନି ବାପା?ମୋର ଅନୁପସ୍ଥିତିରେ ତୁମେ ନିଜ ବୋହୁକୁ କେମିତି ପର କରିଦେଇ ପାରିଲ?ସାଥିରେ ମୋର ସନ୍ତକକୁ ବି ରାସ୍ତାକଡକୁ ଠେଲିଦେଲ ବାପା ? ତାର କଥାଶୁଣି ବାପାମାଆ ସମସ୍ତେ ଅନୁତପ୍ତ ହେଲେ।

ପୁଅକୁ ପୁଣିଥରେ ପାଇ ବହୁତ ଖୁସିଥିଲେ ସେମାନେ।

ସେମାନଙ୍କର ବାହାଘର ହେଇଗଲା।ତିନୋଟି ଯାକ ପରିବାର ଏ ବାହାଘରରେ ଖୁସିଥିଲେ।ସୁବର୍ଣ ଓ ସୋନମ୍ ଯାହା ସେମାନେ ଆଉ ଆଶା କରିନଥିଲେ ସେଇ ଦରବ ମିଳିଯାଇଥିଲା।ସେଥିପାଇଁ ଅଙ୍ଗଦାନ କରିବା ନିତାନ୍ତ ଦରକାର।କେଜାଣି କୋଉରୂପରେ ନିଜଲୋକ ଆଉଥରେ ପାଖକୁ ଫେରି ଆସିପାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational