STORYMIRROR

MADHU MITA

Tragedy Inspirational

3  

MADHU MITA

Tragedy Inspirational

ପ୍ରତ୍ୟାବର୍ତ୍ତନ

ପ୍ରତ୍ୟାବର୍ତ୍ତନ

3 mins
253


ହଁ..ସେ ବି ଶିଖିଛି ।କେମିତି ସ୍ବପ୍ନ ଦେଖିବାକୁ ହୁଏ।କାହିଁକି ବା ନ ଶିଖନ୍ତା?ପିଲାଟି ଦିନରୁ ଏଇୟା ଶିଖା ହୋଇଛି ତାକୁ।ଝିଅ ମାନେ ଯେ ଘରର ରାଜକୁମାରୀ ସେ ସେକଥା ଭଲ ରୂପେ ଜାଣି ସାରିଛି।କାରଣ ଭାଇ ଆନନ୍ଦ ପରେ ଶୋଭା ଏକମାତ୍ର ଭଉଣୀ ।


ଭାଇଙ୍କ ସ୍ନେହ ସହ ମା ବାପାଙ୍କ ଆଦର ଶୋଭାକୁ ଦିନୁ ଦିନ ସୌନ୍ଦର୍ଯ୍ୟରେ ଭରି ଚାଲିଛି।

ଯାହା ଚାହିଁବ ହାତ ପାହନ୍ତାରେ ହାଜର..ଚିନ୍ତା କଣ ସେକଥା କେବେ ଜାଣି ପାରୁନି ସେ।


ତାଠୁ ମାତ୍ର ଗୋଟିଏ ବର୍ଷ ବଡ଼ ସୋନାଲି।କିନ୍ତୁ ତା କଥା ସମ୍ପୂର୍ଣ୍ଣ ଅଲଗା।ମା ବାପାଙ୍କ ଗୋଟିଏ ବୋଲି ଝିଅ । ଶୋଭା ଏତେ ଜଣଙ୍କ ସହ ରହି ମଧ୍ୟ ଯେଉଁ ପାରିବାରିକ ମର୍ଯ୍ୟାଦା ଶିଖିଛି ସେ ସେକଥା ଜାଣି ପାରିନି।ମନଇଚ୍ଛା କାମ କରିବା ତାର ପିଲାଦିନୁ ଅଭ୍ୟାସ । ପଡୋଶୀ ହୋଇଥିବା କାରଣରୁ ଦୁଇଜଣ ବହୁତ୍ ଭଲ ବନ୍ଧୁ।କିନ୍ତୁ ନିଜ ଖାମଖିଆଲି ଗୁଣ ଯୋଗୁଁ ସୋନାଲି ବେଳେବେଳେ ଶୋଭାଠୁ ଦୂରେଇ ଯାଏ।ନାଚ ଗୀତ ଖେଳ କୁଦ ସବୁରେ ଆଗୁଆ..ଆଉ ଶୋଭା!!ଏକ ସ୍ବପ୍ନ ରାଇଜରେ ବୁଲୁଥାଏ।ନିଜ ଭାବନା ଆଉ ନିଜ ରଚିତ ବଳୟ ଭିତରେ ମୁକ୍ତ ପ୍ରଜାପତି ସେ । ନା କିଛି ବନ୍ଧନ..ନା କିଛି ପ୍ରତିବନ୍ଧ..!!??


ଦୁନିଆ ସବୁବେଳେ ଝିଅ ମାନଙ୍କ ଉନ୍ନତିରେ ଖୁସି ହୁଏ।କିନ୍ତୁ ତା ସହ ସେମାନଙ୍କ ସୁରକ୍ଷା ଏକ ପ୍ରଶ୍ନ ହୋଇ ଠିଆ ହୋଇଥାଏ।ଏସବୁ ଦୃଷ୍ଟିରୁ ଶୋଭା ଘର ଛାଡ଼ି କୁଆଡେ ଯିବାକୁ ପସନ୍ଦ କରେନି ନିଜ ଚିନ୍ତା ରାଇଜର ଚିତ୍ର ସବୁବେଳେ ନିଜ ଲେଖାରେ ଉତାରି ଦେଉଥାଏ।


ସମୟକ୍ରମେ ଯୁବା ମାଦକତା ସଭିଙ୍କୁ ସ୍ପର୍ଶ କରେ..ସୋନାଲି ମଧ୍ୟ ଭଲ ପାଇ ବସିଲା ଏକ ଯୁବକକୁ ।ଜାତିର ନ ହୋଇଥିଲେ ମଧ୍ୟ ବହୁତ ଭଲ ପିଲା ଥିଲା ଅସଲାମ।ଦୁହିଁଙ୍କ ମଧ୍ୟରେ ବହୁତ ଭଲ ନିବିଡ଼ ସମ୍ପର୍କ ଗଢି ଉଠିଲା।ବନ୍ଧୁ ହିସାବରେ ଶୋଭା ମଧ୍ୟ ଏସବୁ ନିଜ ଜ୍ଞାତସାରରେ ଦେଖି ବୁଝିବାକୁ ଚେଷ୍ଟା କଲା।ଦିନ ଗଡି ଚାଲିଲା..ସୋନାଲି ଓ ଅସଲମ୍ ନିରୋଳା ରେ ଭେଟିବାକୁ ଲାଗିଲେ।


ଦିନେ ଏପରି ଏକ ସନ୍ଧ୍ୟା ସମୟରେ ଶୋଭା ନିଜ କଳ୍ପନା ରାଜ୍ୟରେ ବୁଡିଥାଏ ଆଉ କାଗଜ କଲମ ଧରି କିଛି ଲେଖିଥବାବେଳେ ଅନତିଦୂରରେ ସୋନାଲି ଏବଂ ଅସଲମଙ୍କ ଖୁସିଗପ ଦୃଶ୍ୟ ଦେଖୁଥିଲା।ତାକୁ କେହି ଦେଖି ନ ପାରିବା ପରି ଏକ ଗଛ ଉହାଡରେ ସେ ବସିଥିଲା।


କଳାମେଘ ଘୋଟି ଆସିବା ପରି ହଠାତ୍ ଦଳେ ଅସାମାଜିକ ନିଶାଖୋର ବ୍ୟକ୍ତି ସେ ଦିଗକୁ ବାଇକରେ ଛୁଟି ଆସିଲେ । ଦେଖୁ ଦେଖୁ ଅସଲାମକୁ ବାନ୍ଧି ପକାଇ ଜବରଦସ୍ତି କରିବାକୁ ଆରମ୍ଭ କଲେ।ସୋନାଲି କିନ୍ତୁ ନିଜ ପାରୁ ପଣେ ବଞ୍ଚିବାକୁ ଚେଷ୍ଟା କଲା।କିନ୍ତୁ ଦୁର୍ବୃତ୍ତ ମାନେ ତା ଚୁଟି ଧରି ପକାଇ ତା ସହ ଅସଦାଚରଣ କଲେ।ସମସ୍ତଙ୍କୁ ମାର୍ମୀକ ଆଘାତ ଦେଇ ପୁଣି ଚାଲିଗଲେ।


ଅନେକ ସମୟ ଧରି ଶୋଭା ପ୍ରକୃତିସ୍ଥ ହୋଇ ପାରିଲାନି।ଅଚାନକ ଜୀବନ ଦୁଇଟି ଛାରଖାର ହୋଇଯାଇଥିଲେ । ଆଉ ସେ ରକ୍ଷକ ପୁରୁଷ ଜଣକ ନିଜକୁ କ୍ଷମା ଦେଇ ପାରୁ ନ ଥିଲେ।


ଜାଣି ପାରିଥିଲା ଶୋଭା ନିଜକୁ ବଞ୍ଚେଇବା ନ ଶିଖିଲେ କେହି ଆଉ ବଞ୍ଚେଇ ପାରିବେନି।ସୋନାଲି ମଧ୍ୟ ଚେଷ୍ଟା କଲା।ହେଲେ ତା ଲମ୍ବା ଚୁଟି ତାର ବାଧକ ହେଲା।


ଦୌଡିଲା ସେ..ଏକମୁହଁ ହୋଇ । ପଛରେ ପଡିଗଲା ପରିବାର..ସିନ୍ଦୂରର ମୂଲ୍ୟ..ରାଜାରାଣୀ ଗପ..ସ୍ବପ୍ନ..ସବୁ।ତାର ଏକମାତ୍ର ଲକ୍ଷ୍ୟ ସେ କିପରି ଲଣ୍ଡା ହେବ ଓ କରାଟେ ଶିଖି ସୁରକ୍ଷିତ ହେବ..??


ପାଖରେ ଥାଇ ଅସାଲମ୍ ଯେପରି କିଛି କରି ପାରିଲେନି ତାହା ତାକୁ ଭାରି ଆଘାତ ଦେଇଥିଲା।ଦୋୖଡି ଦୋୖଡି ସେ ପହଞ୍ଚିଲା ଏକ ନୂଆ ସହରରେ କିନ୍ତୁ ଏଇଠି ମଧ୍ୟ ତା ସୁରକ୍ଷା ବା କେତେ??ସେତେବେଳେ ଚିନ୍ତା କଲା।ଧୈର୍ଯ୍ୟ ଧରି ହସ୍ପିଟାଲର ଠିକଣା ନେଇ ସେଠାକୁ ଗଲା।କାରଣ ଏହା ଏକ ସୁରକ୍ଷିତ ସ୍ଥାନ ।ରୋଗୀ ସେବା କରି ନିଜ ଖାଦ୍ୟ ଓ ରହଣି ବ୍ୟବସ୍ଥା କରିବା ସହ ଘରକୁ ମଧ୍ୟ ଫୋନ୍ କରି ନିଜ କୁଶଳ ସମାଚାର ଦେଲା।କିନ୍ତୁ ତାକୁ ନ ଖୋଜିବା ପାଇଁ ଅନୁରୋଧ କଲା।କାରଣ ସେ ନିଜକୁ ଦେଇଥିବା ପ୍ରତିଶ୍ରୁତି ପ୍ରଥମେ ପୂରଣ କରିବ।


କରାଟେ ଶିକ୍ଷା କେନ୍ଦ୍ରରେ ନାମ ଲେଖାଇ ନିଜ ଉଦ୍ଦେଶ୍ୟ ସଫଳ କରି ଲଣ୍ଡିତ ମସ୍ତକ ହେବା ପରେ ଆସିଲା ନିଜ ଘରକୁ । ଏକ ନୂତନ ସୃହା ନେଇ।ସେଇଠି ନିଜର ଏକ କରାଟେ ଟ୍ରେନିଂ କେନ୍ଦ୍ର ଖୋଲି ଝିଅ ମାନଙ୍କୁ ସ୍ୱାବଲମ୍ବୀ କରେଇବା ସହ ଆତ୍ମବିଶ୍ବାସ ସହ ବଞ୍ଚିବା ଶିଖେଇଲା।


ସୋନାଲି ସେଦିନର ଦୁର୍ଘଟଣା ସହି ନ ପାରି ପ୍ରାଣ ହରେଇଦେଇଥିଲା।ଆସଲମ୍ ମାନସିକ ଭାରସାମ୍ୟ ହରେଇ ସାରିଥିଲେ।କିନ୍ତୁ ଶୋଭା କିଛି ସୋନାଲି ମାନଙ୍କୁ ବଞ୍ଚିବା ପାଇଁ କିଛିଟା ନିଃଶ୍ୱାସ ଦେଇପାରିବାରେ ସଫଳ ହୋଇ ପାରିଥିଲା।



Rate this content
Log in

Similar oriya story from Tragedy