shibaram dalai

Tragedy

2  

shibaram dalai

Tragedy

ପ୍ରତିଶ୍ରୁତି

ପ୍ରତିଶ୍ରୁତି

4 mins
441




କେତେ ଆଶା ଭରସା ନେଇ ନିଜ ରକ୍ତକୁ ପର କରି ଲିପିନା ଘରୁ ଗୋଡ଼ କାଢ଼ି ଚାଲିଆସିଥିଲା ମାନସ ସାଥିରେ ।ସେ କଣ ଜାଣିଥିଲା ଏ ମିଛମାୟାର ସଂସାରରେ ସମସ୍ତେ ଦେଇଯାଆନ୍ତି ଗୋଟେ ଗୋଟେ ମିଛ ପ୍ରତିଶ୍ରୁତି ।ସେ କଣ ଜାଣିଛି ରାବଣ ର ମାୟା ମିରିଗ କଥା ।ସେ ତ ଖଣ୍ଡି ଉଡା ଦେଉଥିବା କଅଁଳ ଚଢେଇଟିଏ । ଦୂର ଆକାଶକୁ ଉଡ଼ୁ ଉଡ଼ୁ ପଵନ ସ୍ରୋତରେ କେତେବେଳେ ଉଡ଼ିଆସିଛି କାହିଁ କେତେ ଦୂର ।ନାଁ ଫେରିବାର ବାଟ ଖୋଜି ପାଉଛି ନାଁ ତା କଅଁଳ ଡେଣାରେ ଉଡ଼ିଯିବାର ଜୁ ଅଛି।ସେ ତ ଜାଣି ଶୁଣି ଅଜଣା ବାଟରେ ପାଦ ଥାପିଛି ।ଫେରିକି ବା କାହାକୁ ପୋଡ଼ା ମୁଁହ ଦେଖାଇବ ।ଜୁଆଡେ ଗଲେ ମୃତ୍ୟୁ ତା ବାଟ ଚାହିଁ ରହିଛି।



  ମାନସ ଯୁକ୍ତ ତିନି ବିଜ୍ଞାନ ରେ ଦ୍ୱିତୀୟ ବର୍ଷର ଛାତ୍ର, ଭାରି ଭଲ ପଢ଼େ ସେ ।ଆଉ ଲିପିନା ଯୁକ୍ତ ଦୁଇ ବିଜ୍ଞାନ ରେ ପ୍ରଥମ ବର୍ଷର ଛାତ୍ରୀ ।ସେଦିନ କଲେଜ ଫଙ୍କସନ ରେ ତାର ମାନସ ସହିତ ଦେଖା ।ତା ପରେ ଆସ୍ତେ ଆସ୍ତେ ବନ୍ଧୁତା ।ସେ ବନ୍ଧୁତା ର ଜଳବିନ୍ଦୁ ମିଶି ମିଶି କେତେବେଳେ ଅଗଭୀର ପ୍ରେମ ସମୁଦ୍ର ରେ ପରିଣତ ହେଇଗଲା ଲିପିନାକୁ ଅଜଣା ।ନୂଆ ନୂଆ ଡେଣା ଉଠିଥିବା ଚଢେଇ ଯେମିତି ଦୂରକୁ ଦୂରକୁ ଉଡ଼ିବାକୁ ଚେଷ୍ଟା କରିଥାଏ, ସେ ଦୁହେଁ ବି ପ୍ରେମ ର ଡେଣା ଝାଡ଼ି ଉଡ଼ି ଚାଲିଲେ ଏ ପାର୍କରୁ ସେ ପାର୍କ,ଏ ହୋଟେଲରୁ ସେ ହୋଟେଲ ।


   ଏମିତି ଏମିତି ଗୋଟାଏ ବର୍ଷ ବିତିଗଲା ।ଦୁହେଁ ମନସ୍ଥ କଲେ ଏ ମିଛମାୟା ର ପଞ୍ଜୁରୀ ଭାଙ୍ଗି ନିଜେ ନିଜ ପାଇଁ ଗଢ଼ି ଦେବେ ଆଶା ର ତାଜମହଲ ।ଇଚ୍ଛା ମୁତାବକ ଦୁହେଁ ଘର ଛାଡି ଚାଲିଗଲେ ଦୂର ଏକ ଅଜଣା ସ୍ଥାନକୁ ।ଦୁଇ ତିନି ଦିନ ହୋଟେଲ ରେ ଯେମିତି ସେମିତି କଟିଗଲା ।ସେତେବେଳକୁ ଲିପିନା ନିଜର ସର୍ବସ୍ବ ମାନସକୁ ସମର୍ପି ଦେଇଥିଲା ।ସେଠାରୁ ସେମାନେ ଚାଲିଗଲେ ଅନ୍ୟ ଏକ ଜାଗାକୁ ଯେଉଁଠି ମାନସ ନିଜ ବନ୍ଧୁର ମାଆ କହି ଲିପିନା କୁ ବିକ୍ରି କଲା (ଲିପିନା ଅଜାଣତରେ) ଗୋଟେ କୋଠିର ମାଲିକିଆଣି ପାଖରେ ।ଆଉ ଲିପିନା କୁ ଦେଇଗଲା ମିଛ ପ୍ରତିଶ୍ରୁତି ,କହିଗଲା ମୁଁ ଯାଉଛି କିଛି ଟଙ୍କା ଯୋଗାଡ଼ରେ।ବିଚାରି ଲିପିନା ମିଛ ପ୍ରତିଶ୍ରୁତି ପାଇ ଚାହିଁ ରହିଲା ମାନସ ର ଫେରିବା ବାଟକୁ ।ଏମିତି ରେ ଦୁଇ ତିନି ଦିନ ବିତିଗଲା।ହେଲେ ମାନସ ଆଉ ଫେରିଲା ନାହିଁ ।ତା ପରଦିନ ଦିନ ଯାଇ ରାତି ଆସିଲା ,ରାତିର କିତିମିଟିଆ ଅନ୍ଧାର ରେ ଜଣେ କେହି ତା ଶୋଇବା ଘରକୁ ପାଦ ଥାପିଲା ।ମାନସ ବୋଲି ଡ଼ାକି ପକାଇଲା ଲିପିନା ।ଅନ୍ଧାରରେ ଦୌଡ଼ି ଯାଇ ଜାବୁଡି ଧରେ ତ ,ତା ଠାରେ ମାନସ ର ଗନ୍ଧ ପାଇ ପାରିଲା ନାହିଁ।ଗଳା ଫଟେଇ ଚିତ୍କାର କଲା ସେ ।ତା ଚିତ୍କାର ଚାରି କାନ୍ଥ ଡେଇଁ କୋଠି ମାଳିକିଆଣି ପାଖରେ ପହଞ୍ଚିଲା ।ମାଲିକିଆଣି ସହ ତିନି ଚାରି ଜଣ ଯୁବତୀ ତା ଶୋଇବା କକ୍ଷରେ ପହଁଚିଲେ ।ଏମାନଙ୍କୁ ଦେଖି ଟିକେ କଠୋର ହେଲା ଲିପିନା ।ମାଲିକିଆଣିର ଇସାରା ରେ ଲୋକଟା ଚାଲିଗଲା ସତ କିନ୍ତୁ ମାଲିକିଆଣି ଦୁଇ ଶକ୍ତ ଚାପୁଡ଼ା ଆଙ୍କି ଦେଲା ଲିପିନା ଗାଲରେ ।ସେତେବେଳକୁ ଲିପିନା କୁ ଆଉ କିଛି ବୁଝିବାକୁ ବାକି ରହିଲା ନାହିଁ।ତା ପରେ ଦୁଇ ତିନି ଦିନ ଏକ ନିବୁଜ କୋଠରୀରେ ଉପାସରେ ପଡି ରହିଲା ପରେ ତାକୁ ଅନ୍ୟ ଏକ କୋଠୀ କୁ ନିଆଗଲା ।ସେତେବେଳେ ତା ପାଖରେ ଉଡ଼ି ଯିବାକୁ ନାଁ ଡେଣା ଥିଲା,ନାଁ ଦୁଇ ଗୋଡ଼ରେ ସଳଖ ହେଇ ଠିଆ ହେବାର ଶକ୍ତି ।


   ଲିପିନା ଗୋଟିଏ ଖଟରେ ନିର୍ଜୀବ ପରି ପଡ଼ି ରହି ଲୁହ ଗଡଉ ଥାଏ। ତାର ଶୁଖିଲା ଆଖିରେ ଲୁହ ବି ସରି ଆସୁଥାଏ । ସେ ଭାବୁଥାଏ ତା ବାପାଙ୍କର ସେଇ କେଇପଦ କଥା "ମା ସେମାନେ ବଡ଼ଲୋକ ଆମେ ଗରିବ, ବାମନ ହୋଇ ଚାନ୍ଦ ତୋଳିବାକୁ ଆମ ଗରିବ ଲୋକମାନଙ୍କ ପକ୍ଷେ ସମ୍ଭବ ନୁହେଁ ମା" ଏମିତି ଅନେକ କିଛି ।ଦିନ ଯାଇ ରାତି ର ଅନ୍ଧାର ଯେତିକି ଯେତିକି ପାଖେଇ ଆସୁଥାଏ ଲିପିନା ର ଭୟ ସେତିକି ସେତିକି ମାଡି ବସୁଥାଏ ।


    ରାତିର ପ୍ରଥମ ପ୍ରହର ତା କୋଠରୀ ଭିତରକୁ ପ୍ରବେଶ କଲେ ଜଣେ ଖଦଡ ଧୋତି, ପାଇଜାମା ଆଉ ମୁଣ୍ଡରେ ଗାନ୍ଧୀ ଟୋପି ପିନ୍ଧା ବ୍ୟକ୍ତି ।ବୟସ ୫୦ ରୁ ୫୫ ହେବ ।ଏପଟ ସେପଟ ଚାହିଁ ଭିତର ପଟୁ କବାଟ ବନ୍ଦ କରି ସିଧା ଆସି ବସିପଡ଼ିଲା ଲିପିନା ପାଖରେ ।ମନରେ ଭୟ ଆଉ କ୍ଷୀଣ ବଳ ସବୁ ଏକଜୁଟ କରି ବହୁତ କଷ୍ଟରେ ବସିପଡ଼ିଲା ଲିପିନା ।ସେ ବ୍ୟକ୍ତି ଜଣଙ୍କ ଲିପିନା କୁ ପ୍ରତିଶ୍ରୁତି ମୂଳକ କହିବାକୁ ଲାଗିଲା ମାଆ ରେ ମୁଁ ତୋ ବାପା ବୟସର ,ମୁଁ ଏଠାକୁ ଆସିଥିଲି ବୋଲି କାହାକୁ କେବେ କହିବୁନି ।ମୁଁ ସେମାନଙ୍କୁ ଲୁଚି ତୋ ପାଖକୁ ଚାଲିଆସିଛି ।ମୁଁ କଥା ଦଉଛି କାଲି ସୂର୍ଯ୍ୟାସ୍ତ ପୂର୍ବରୁ ମୁଁ ସାଥିରେ ପୋଲିସ ଆଣି ତୋତେ ଏଠୁ ମୁକ୍ତ କରିବି ।ଆଉ ଠିକଠାକ ତୋ ଘରେ ପହଞ୍ଚେଇବା ମୋର ଦାୟିତ୍ବ।


     ଲିପିନା ମନରେ ବଞ୍ଚିବାର ଆଶା ସଞ୍ଚୟ ହେଲା ।ପୁଣି ଥରେ ଖୋଲା ଆକାଶ ତଳେ ଠିଆ ହୋଇ ଜହ୍ନମାମୁଁ ଦେଖିବାକୁ ଇଚ୍ଛା ହେଲା ତାର । ଏହିପରି ଅନେକ ପ୍ରତିଶ୍ରୁତି ଦେଇଚାଲିଲା ସେ ଗାନ୍ଧୀ ଟୋପି ପିନ୍ଧା ବ୍ୟକ୍ତି ।ତା ପରେ ସ୍ନେହରେ ନିଜ କୋଳକୁ ଟାଣିନେଇ ଲିପିନା ର ପିଠିକୁ ଥାପୁଡ଼େଇ କହିଲା ମାଆ ରେ ମୁଁ ତୋ ପାଇଁ ଏତେ ସବୁ କରିବି ହେଲେ ବଦଳରେ ତୁ ମୋ ମନ କଥା ଟିକିଏ ସମୟ ପାଇଁ ବୁଝିନେ ।ଲିପିନା ନିଜର ମୁଣ୍ଡକୁ ଧଡ଼କିନା କାଢ଼ି ଆଣିଲା ତା ପାଖରୁ ।ହେଲେ ଶରୀର ର କ୍ଷୀଣ ବଳ ଆଉ ବଂଚିବା ର ଆଶାକୁ ମନେ ପକାଇ କିଂ କର୍ତ୍ତବ୍ୟ ମୂଳକ ନିଜକୁ ସମର୍ପି ଦେଲା ସେ ଗାନ୍ଧୀ ଟୋପିଵାଲା ବ୍ୟକ୍ତି ପାଖରେ ।ରାତି ପାହିବା ପୂର୍ବରୁ ସେ ଗାନ୍ଧୀ ଟୋପି ଵାଲା ବ୍ୟକ୍ତି କଥା ଦେଇ ଚାଲିଗଲା ।ରାତି ପାହି ସକାଳ ହେଲା ମନରେ ଅନେକ ଆଶା ନେଇ ଚାହିଁ ରହିଥାଏ ଲିପିନା । ସକାଳ ଯାଇ ସଞ୍ଜ ଆସିଲା ,ନାଁ ଆସିଲେ ପୋଲିସ ନାଁ ଆସିଲା ସେ ଗାନ୍ଧୀ ଟୋପି ବାଲା ବ୍ୟକ୍ତି ।ସେ ଦେଇଥିବା ପ୍ରତିଶ୍ରୁତି ସେତେବେଳକୁ ମିଛ ପ୍ରତିଶ୍ରୁତି ପାଲଟି ସାରିଥିଲା ।ଲିପିନା କିନ୍ତୁ ଚାହିଁ ଆଉ ଏକ ପ୍ରତିଶ୍ରୁତିକୁ ।



ଶିବରାମ ଦଳେଇ

ଲେଖନପୁର ସାଲେପୁର



Rate this content
Log in

Similar oriya story from Tragedy