Dr Arati Pattajoshi

Tragedy

4.0  

Dr Arati Pattajoshi

Tragedy

ପ୍ରତିଶୃତି

ପ୍ରତିଶୃତି

4 mins
58


  ଶୁଭମ୍ ଅଫିସ୍ ରେ ବସିଥିଲା। ଆଜି ପ୍ରବଳ କାମ, ମୁଣ୍ଡ ଜାମ୍ ହେଇଗଲାଣି। ପ୍ରାଇଭେଟ ଜବ,  ସେଥିରେ ପୁଣି ସେ ଉଚ୍ଚପଦସ୍ଥ ଅଫିସର। ଚା ଟିକେ ପିଇଲେ ଭଲଲାଗନ୍ତା ବୋଧେ ,ଭାବି ଚା କପେ ମଗେଇଲା ଶୁଭମ୍। ପିଅନ ଆଣି ଚା କପଟେ ଥୋଇଦେଇଗଲା। ସିପ ଟେ ନେଲାପରେ ଟିକେ ଆରାମ ଲାଗିଲା ଆଃ.…. ଚେୟାର କୁ ଆଉଜି ଆଖି ମୁଦି ଦେଲା ଶୁଭମ୍। ମୋବାଇଲ ରିଂ ଶୁଣି ଦେଖିଲା 'ପାର୍ଥ'। ଖୁସି ହୋଇ ଫୋନ୍ ଧରିଲା, "ହାଲୋ ପାର୍ଥ " ! କଣ କିରେ? ଏତେ ଦିନେ ମନେ ପଡ଼ିଲା ? ତୁ ତ ବିଦେଶକୁ ଯାଇ ଭାଇ ବିଦେଶୀ ହେଇଗଲୁ, ବଡ଼ଲୋକ ହେଇଗଲୁଣି ନାଇଁ ରେ? ଠୋ ଠୋ ହୋଇ ହସିଲା ପାର୍ଥ, ନାଇଁ ରେ ଭାଇ ଜମା ଭୁଲିନି। ତୋତେ ଯେ ମୁଁ ଭୁଲିଯିବି ଏ କଥା କଣ ସମ୍ଭବ ? କଥା ହଉଚି ତୋ ଟାଇମ୍ କୁ ମୋ ଟାଇମ୍ ମ୍ୟାଚ୍ କରୁନି। ତୋର ଦିନ ତ ମୋର ରାତି ଆଉ ମୋର ଦିନ ତ ତୋର ରାତି। ଯେତେବେଳେ ଭାବୁଛି ଆଜି ନିଶ୍ଚୟ କଲ୍ କରିବି , କାମ ଚାପରେ ଆଉ ସମୟ ହଉନି। ପ୍ଲିଜ ଭାଇ ମାଫ୍ କରିଦେ। ଶୁଣ ମୁଁ ଏଇ ଦିନେ ଦୁଇ ଦିନରେ ଓଡିଶା ଯାଉଛି, ତୋତେ ନିଶ୍ଚୟ ଦେଖା କରିବି ଓକେ ? ହଉ ଭାଇ ତୋତେ ଅପେକ୍ଷା କଲି, ଦେଖିବା ସେ କାଲିଟା କେଵେ ଆସୁଛି, ଯଦି ବଞ୍ଚିଥାଏ ଦେଖା ହବ । କାଲି କିଏ ଦେଖିଛି କିରେ ? ପାର୍ଥ ହସିଲା, ଯାବେ!! ଦାର୍ଶନିକ। ମୁଁ କିନ୍ତୁ କାଲି ଦେଖିଛି, ଆଉ ଯଦି ମୁଁ ମରିଯାଏ ଭୁତ ହୋଇ ତୋ ପାଖେ ନିଶ୍ଚୟ ପହଂଚିଵି ବୁଝିଲୁ ? ଦୁହେଁ ଜୋରରେ ହସି ଉଠିଲେ, ହଉ ରହିଲି ବାୟ,__ଓକେ ବାୟ । ଫୋନ୍ ରଖିଲା ଶୁଭମ୍ । ଯା ହଉ ପାର୍ଥ ସହ କଥା ହେଇ ଟିକେ ଭଲ ଲାଗିଲା । ପୁଣି କାମ ରେ ମନ ଦେଲା ଶୁଭମ୍ । କାମ ପ୍ରେସରରେ ପାର୍ଥ ଆସିବା କଥା ଶୁଭମ୍ ପୁରା ଭୁଲିଯାଇଛି। ଦୁଇ ଦିନ ପରେ ସେଦିନ ଅଫିସ ରୁ ଫେରି କ୍ଲାନ୍ତ ହୋଇ ହାତ ଗୋଡ ମେଲେଇ ଆଖି ମୁଦି ଶୁଭମ୍ ସୋଫାରେ ବସିଛି ତ ହଠାତ୍ କଲିଂ ବେଲ୍ ବାଜିଲା....!! ଏ ସମୟରେ କିଏ ? ଭାବି ଫିଟେଇଲା ଶୁଭମ୍ ସାମ୍ନାରେ ପାର୍ଥ। ଖୁସିରେ ଗଦ ଗଦ ହୋଇ ବନ୍ଧୁ କୁ କୋଳେଇ ନେଲା ଶୁଭମ୍ । ଆରେ ତୁ ? ହ୍ଵାଟ ଏ ପ୍ଳେଜର ସରପ୍ରାଇଜ ? ଘଣ୍ଟା କୁ ଚାହିଁଲା ଶୁଭମ୍, ସଂଧ୍ୟା ୭ଟା। ଆରେ ଏ ସମୟରେ କୋଉ ଗାଡି ରେ ଆସିଲୁ? ହସିଲା ପାର୍ଥ, ମୁଁ ଯେମିତି ଆସିଲି ତତେ କ'ଣ ମିଳିବ? କଥା ଦେଇଥିଲି ଆସିବି ବୋଲି ଆସିଲି ଵାସ୍ । ଗୋଟେ ଡାଉନ କାର୍ ପାଇଗଲି, ତୋତେ ଦେଖିବାର ଇଛା ଏତେ ଜୋର ଧରିଲା ଯେ, କାଲି ଘରେ ପହଞ୍ଚି ଆଜି ତୋ ପାଖକୁ ଚାଲି ଆସିଲି। । ହଉ ଆ-ଆ କହି ଖୁସିହୋଇ ପାର୍ଥର ହାତଧରି ତାକୁ ସୋଫାରେ ଵସେଇଦେଲା। ହଉ ତୁ ଟିକେ ବସ, ମୁଁ କିଛି ଖାଇବାକୁ ନେଇ଼ ଆସେ। ଦୁହେଁ ମିଶି ଗପିବା , ଖାଲି ଗପିବା। ଆଜି ରୋଷେଇ ବନ୍ଦ। ତୁ ଧୁଆ ଧୋଇ ହଉ ଥା । ମୁଁ ଏଇ ସାଙ୍ଗେ ସାଙ୍ଗେ ଆସୁଛି। ଟିଭି ଲଗେଇ ଦେଇ ଚାଲିଗଲା ଶୁଭମ୍ । ପାର୍ଥ ବସି  ଟିଭି ଦେଖିଲା। ଶୁଭମ୍ ତଳକୁ ଯାଇ ପାଖ ବଜାରରୁ ପାର୍ଥର ମନ ପସନ୍ଦ ଖାଇବା ନେଇ଼ ଆସିଲା। ଦୁଇ ବନ୍ଧୁ ମିଶି ଖାଇଲେ, ତା ପରେ ଫିଟିଲା ଗପପେଡି। କଲେଜ ବେଳର କଥା, ତାଙ୍କ ନିବିଡ଼ ବନ୍ଧୁତାର କଥା, ପାର୍ଥ ବିଦେଶ ଯିବା ଦିନ ଶୁଭମ୍ ର କାନ୍ଦ, ପାର୍ଥର ପ୍ରେମିକା ଅଳକା, ରାମ ଭାଇନା ଗୁପ୍ ଚୁପ୍ ବାଲା, କଲେଜର ସେଇ କୃଷ୍ଣ ଚୁଡା ଗଛ.......!! ଏମିତି ଅନେକ୍ କଥା। ଦୁହେଁ ହସି ହସି ବେଦମ୍ ହୋଇଯାଉଥିଲେ। ଶୁଭମ୍ ଖାଲି ଗୋଟେ ପରେ ଗୋଟେ ଫଟୋ ଆଉ ଭିଡିଓ କରି ଚାଲିଥାଏ। ଏ ଅଭୁଲା ମୁହୂର୍ତ୍ତ କୁ ଦୁହେଁ ମନଭରି ଉପଭୋଗ କରୁଥାନ୍ତି ଓ ପ୍ରତି ମୁହୂର୍ତ୍ତକୁ ନିଜ ଲ୍ୟାପଟପ ରେ ସଜେଇ ରଖୁଥାଏ ଶୁଭମ୍। ହଠାତ୍ ଶୁଭମ୍ ର ମନେପଡ଼ିଲା, ଆଛା ପାର୍ଥ ତୁ କେତେ ସୁଂଦର ହୁୱିସିଲ ଵଜଉ ଥିଲୁ ପାଟିରେ ? ଏବେ ଵଜଉଛୁ ନା ନାହିଁ? ମୋର ସେ କଥା ପ୍ରାୟ ମନେ ପଡେ। ଆଜି ଶୁଣା ନା ଗୋଟେ ଗୀତ। କେଜାଣି ତୁ ପୁଣି କେଵେ ଆସିବୁ। ପାର୍ଥ କହିଲା କହିବୁ ଯଦି ସବୁଦିନ ତୋ ପାଖରେ ରହିଯିବି। ହଉ ଶୁଣ। ପାର୍ଥ ଵଜେଇଲା.......!! "ତେରେ ବିନା ଜିନ୍ଦେଗି ମେ କୋଇ ସିକୱା".......!! ଆଖି ମୁଦି ସୁଣୁଥାଏ ଶୁଭମ୍। ଆଃ କି ଅପୂର୍ବ ! ସେଦିନ ପାର୍ଥ ଠାରୁ ଅନେକ ଗୀତ ଶୁଣିଥିଲା ଶୁଭମ୍। ଗୀତ ଶୁଣୁ ଶୁଣୁ ରାତି କେତେ ହେଲାଣି କାହାର ହୋସ ନାହିଁ। ହଠାତ୍ ଶୁଭମ୍ ଦେଖିଲା ରାତି ୨ଟା ୧୫। ଚମକିଲା ପରି କହିଲା, ଆରେ ପାର୍ଥ କେତେ ରାତି ହେଲାଣିରେ....., ସମୟ କେତେ ଶୀଘ୍ର ଦୌଡୁଛି ବେ। ଚାଲ ଯିବା ଶୋଇବା। କାଲି ମୋର ଅଫ୍ ଅଛି, ଢେର ଗପିବା। ତୁ ତ ପଅରଦିନ ଯିବୁ ନା? ହସିଲା ପାର୍ଥ, ହଉ ଠିକ୍ ଅଛି। ତୁ କହିବୁ ଯଦି ମୁ ସବୁଦିନ ତୋ ପାଖେ ରହିଯିବି କହିଲି ନା ? ତୁ ତ ଜାଣୁ, ମୁଁ ତୋତେ କେତେ ଭଲପାଏ? ପାର୍ଥ କୁ କୁଂଢ଼େଇ ପକେଇଲା ଶୁଭମ୍। ହଁ ରେ ଭାଇ ଜାଣେ, ସେଥିପାଇଁ ତ କଲେଜ ସାରା ଆମକୁ ଈର୍ଷା କରୁଥିଲେ। ହଉ ଚାଲ ଶୋଇବା। ଦୁହେଁ ଶେଯରେ ଵି ଅନେକ ବେଳ ଯାଏ ଗପି ଗପି କେଜାଣି କେତେବେଳେ ଶୋଇଗଲେ।

     ହଠାତ୍ ମୋଵାଇଲ ରିଂ ରେ ଶୁଭମ୍ ର ନିଦ ଭାଙ୍ଗିଲା। ସକାଳ ୮ ଟା। ଆଖିରୁ ନିଦ ଛାଡିନି। ଆଖି ମଳ ମଳ କରି ସେମିତି ନିଦୁଆ ସ୍ୱରରେ କହିଲା, ହ୍ୟା...ଲୋ..., ସେପଟୁ ସାଙ୍ଗ ଜୀବନ। ହଁ....ହ୍ୟାଲୋ ଶୁଭମ୍ ...! ଭାଇ ଗୋଟେ ବ୍ୟାଡ ନିଉଜ ରେ , ଜାଣିଛୁ ? କାଲି ସଂଧ୍ୟା ୭ଟାରେ ପାର୍ଥ ଚାଲିଗଲା......ଏକ୍ସିଡେଣ୍ଟରେ। କାର୍ ରେ ଆସୁଥିଲା, ବାଟରେ ଏକ୍ସିଡେଣ୍ଟ ହେଇଗଲା। ମୁଁ ଭାବିଲି ତୁ ଯାଣିଥିବୁ ନିଶ୍ଚୟ। ଠୋ ଠୋ ହୋଇ ହସି ଉଠିଲା ଶୁଭମ୍। କଣ ସକାଳୁ ସକାଳୁ ଦୁଇ ପେଗ୍ ମାରି ଦେଇଛୁ କି? ଆରେ ପାର୍ଥ ପରା ମୋ ଘରେ......!! ଆସୁନୁ ଦେଖିବୁ? ଏତିକି କହି କଡ ଲେଉଟିଲା ଶୁଭମ୍। ବେଡ ଖାଲି.....!! ପାର୍ଥ ନଥିଲା....!! ଆଶ୍ଚର୍ଯ୍ୟ......!! ମୋବାଇଲ କୁ କାନରେ ଲଗେଇ ପାର୍ଥ....ପାର୍ଥ....ଡାକି ଘର ସାରା ଖୋଜିଗଲା ଶୁଭମ୍। ହେଲେ ପାର୍ଥ କାଇଁ ? ଘର ତ ଭିତରୁ ବନ୍ଦ, ତେବେ ପାର୍ଥ କୁଆଡେ ଗଲା.....?? ତେବେ କ'ଣ ..... ?? ନା ନା ଭୟ ଓ ଆଶଙ୍କା ଭିତରେ ପାର୍ଥ କୁ ଚାରିଆଡେ ଖୋଜି ଖୋଜି ନିରାଶ ହେଲାପରେ ହଠାତ୍ ନଜର ପଡ଼ିଲା ଡ୍ରେସିଂ ଟେବୁଲ ମିରର୍ ଉପରେ। ଲେଖାଥିଲା.....!! କାଲି ରାତି ପାଇଁ ଧନ୍ୟବାଦ ଶୁଭମ୍। ମୁଁ କହିଥିଲି ନା.....?? "ମରିଗଲେ ଵି ଭୁତ ହୋଇ ଆସିବି ବୋଲି."..?? ଅଲଵିଦା ବନ୍ଧୁ.......!!! କାନ୍ଦିବୁନି। 

     ଭୁସ୍ କରି ତଳେ ପଡ଼ିଗଲା ଶୁଭମ୍, ତଥାପି ତାର ବିଶ୍ୱାସ ହେଲାନି, କାରଣ ଏମିତି ମଜା ପ୍ରାୟ ପାର୍ଥ କରେ। ଜୀବନ୍ ସହ ମିଶି ସେ ଆଉ ମସ୍ତି କରୁନି ତ?? ସତ କଣ ଜାଣିବା ପାଇଁ ଲ୍ୟାପଟପ ଖୋଲିଲା ଶୁଭମ୍। ଏ କଣ....?? ଲ୍ୟାପଟପ ରେ ସବୁ ଫଟୋ ଥିଲା ବେଳେ କେଉଁ ଥିରେ ଵି ପାର୍ଥ ନ ଥିଲା.....ଥିଲା କେବଳ ଶୁଭମ୍। ଆଉ କିଛି ବୁଝିବାକୁ ବାକି ରହିଲାନି ଶୁଭମର। ଚିତ୍କାର କରି ଭୋ ଭୋ ହୋଇ କାନ୍ଦି ଉଠିଲା ଶୁଭମ୍। ରହି ରହି ଶୁଭୁଥିଲା ପାର୍ଥ ର ହୁଇସିଲ..... "ତେରେ ବିନା ଜିନ୍ଦେଗି ମେ କୋଈ ସିକୱା"..…..!! ସବୁବେଳେ ନିଜ ପ୍ରତିଶୃତି କୁ ପ୍ରାଧାନ୍ୟ ଦେଇଥିବା ତା ସାଙ୍ଗ ପାର୍ଥ ତା ହେଲେ...!!

 ସତରେ କ'ଣ ମଲାପରେ ଵି ତା ପ୍ରତିଶୃତି ରଖି ସେ ଆସିଥିଲା ମୋ ପାଖକୁ .......???


Rate this content
Log in

Similar oriya story from Tragedy