Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Dr Arati Pattajoshi

Tragedy

2.8  

Dr Arati Pattajoshi

Tragedy

ବୋଉର ହାତ ବାକ୍ସ

ବୋଉର ହାତ ବାକ୍ସ

6 mins
109



    

ଜଣେ ଗାଁ ଲୋକ ହାତ ରେ ବାପା ଚିଠି ଦେଇଛନ୍ତି। " ବୁଲୁରେ, ଟିକେ ଗାଁ କୁ ଆସିବୁ । ତୋ ବୋଉ ଦେହ ଭଲ ନାହିଁ । ତୋତେ ଜଣେଇବାକୁ ମନା କରୁଥିଲା । ଫୋନ୍ ରେ କହିଲେ କାଳେ ଶୁଣି ଦବ ତେଣୁ ସନା ହାତ ରେ ଚିଠି ଦେଲି। ଗାଁ ଡକ୍ଟରଙ୍କୁ ଦେଖେଇଥିଲି ଔଷଧ ବି ଦେଲି ହେଲେ କିଛି ଲାଭ ହଉନି। ଭାବୁଛି ତୁ ଆସିଥିଲେ ଟିକେ କଟକ ନେଇ ଯାଇଥାନ୍ତେ । ମୁଁ ତୋ ବୋଉ କୁ ଵି କହିଲି ଚାଲ ବୁଲୁ ପାଖକୁ ନେଇଯିବି। ସେ ରାଜି ହଉନି। କହୁଛି ମୋର କିଛି ହେଇନି। କାଇଁ ପିଲାଟାକୁ ହଇରାଣ କରିବି ? ଚିଠି ପାଇ ଶୀଘ୍ର ଆସିବୁ। ଇତି 'ବାପା'। ଚିଠିଟା ଡ୍ର ରେ ଥୋଇ ଦୀର୍ଘ ନିଶ୍ୱାସ ନେଲେ ବୁଲୁ ଓରଫ ସୁରେଶ ମିଶ୍ର ମେକାନିକାଲ ଇଂଜିନିଅର । କଣ କରିବି ଏବେ ।ଏତେ କାମ ପ୍ରେସର ଯେ ଘରକୁ ଯାଇହଉନି। ବୋଧେ ୨ ଵର୍ଷ ହେଲା ସେ ଗାଁଙ୍କୁ ଯାଇନାହାନ୍ତି। ଏବେ ବି କୋଉ ଯାଇହବ ? ଦେଖିବା ଫୋନ୍ ଟିକେ କରିବା । ଘରକୁ ଫୋନ୍ ଲଗେଇଲେ ସୁରେଶ । ବାପା ଫୋନ୍ ଉଠେଇଲେ ସୁରେଶ କହିଲେ ବାପା ! ବୋଉ ର କଣ ହେଇଛି ? ତମେ ପରା ଡାକ୍ତର ଦେଖେଇଥିଲ ? କଣ କହିଲେ ଡାକ୍ତର ? କିଛି Serious ? ବାପା କହିଲେ ମୁଁ ଜାଣିନି ରେ ବୁଲୁ ସେ ଖାଲି କହିଲେ ଟିକେ କଟକ ବଡ଼ ଡାକ୍ତରଙ୍କୁ ଦେଖେଇବାକୁ। ବୋଉର ଡାହାଣ ହାତର ଗୋଟେ ଫାଳ ଖାଲି ବିନ୍ଧୁଛି । ଯେତେ ଔଷଧ ଖାଇଲେ ଭଲ ହଉନି । ମୁଁ କହିଲି ଚାଲ ପୁଅ ପାଖୁକୁ ଯିବା ଶୁଣୁନି ତୁ ଯଦି ଆସନ୍ତୁ .....। ହେଇଟି ତୋ ବୋଉ ଆସିଲାଣି । ନେ କଥା ହବୁ। ସେପଟୁ ବୋଉର ସ୍ୱର ବୁଲୁରେ... ଡାକରେ ମୁଁ କେମିତି କାନ୍ଦ କାନ୍ଦ ହେଇଗଲି। ନିଜକୁ Control କରି କହିଲି ବୋଉ କେମିତି ଅଛୁ ? ହସିଦେଲା ବୋଉ  ମୋର କାଇଁ କଣ ହବ କିରେ ? ମୁଁ ତ ଭଲ ଅଛି । ତୋ କଥା କହ । ତୋ ଦେହ ଭଲ ଅଛିତ ? ବୋହୂ କେମିତି ଅଛି ? ଆଉ ମୋ ବାଳୁଙ୍ଗା ନାତି ? ବୋଉ ର ଏତକ ନିୟମିତ ପ୍ରଶ୍ନ । ସୁରେଶ କହିଲେ ଆମର ସବୁ ଭଲ ତୋ କଥା କହ । ବାପା କହୁଥିଲେ ....ସେତିକିରେ କଥା କାଟି ଦେଲା ବୋଉ ଚୋପା କହୁଥିଲେ ତୋ ବାପା । ଆରେ ମୋର କାଇଁ କଣ ହବ ? ଟିକେ କାମ ଅଧିକା କରିଦେଲି ତ ହାତ ଟା ବିନ୍ଧୁଥିଲା ଏବେ ଭଲ ଅଛି ମ ତୁ ତାଙ୍କ କଥା ଶୁଣି ବ୍ୟସ୍ତ ହଅନା। ତିଳକୁ ତାଳ କରିବା ତାଙ୍କର ଅଭ୍ୟାସ। ପାଗଳ ଲୋକ ତୁ ଖାଇ ପିଇ ସୁସ୍ଥ ରହ ଦେହପା ଜଗି ଚଳିବୁ ଧନ। ବ୍ୟସ୍ତ ହେଇ ଆସିବା ଦରକାର ନାହିଁ ତୋ କାମରେ ମନ ଦେ। ବାପାଙ୍କ କଥା ଯମା ଶୁଣୁନା । ହଉ ରଖିଲି ଧନ  କେତେ କାମ ପଡ଼ିଛି ମୋର କଣ ହେଲେ ମୁଁ ତତେ କହିବି ମ୍ ଆରେ ତତେ ନକହି କହିବି କାହାକୁ ହେଲା ? ରଖୁଛି। ସୁରେଶ କିଛି କହିବା ପୁର୍ବରୁ ଫୋନ୍ କାଟିଦେଲା ବୋଉ। ସୁରେଶ ନିଜକୁ ବହୁତ ହାଲକା ମନେ କଲେ ଆଉ ଭାବିଲେ ଯାହା ହଉ ବୋଉ ବଞ୍ଚେଇ ଦେଲା । ନହେଲେ ଏବେ ଦୁଇଦିନ ଛୁଟି ନେଇ ଗାଁକୁ ଯିବାକୁ ପଡ଼ିଥାନ୍ତା। ଏ ବାପା ବି ନା ଭାରି ଅତର୍ଛା ଲୋକ। ଅଫିସ୍ କାମ ସାରି ଘରକୁ ଫେରିଲେ ସୁରେଶ। ଆରାମ ରେ ଖାଇ ପିଇ ଶୋଇଗଲେ। ସକାଳୁ ପୁଣି ସେଇ ବ୍ୟସ୍ତ ବହୁଳ ଜୀବନ। ବାପା ବୋଉଙ୍କୁ ମନେ ପକାଇବାକୁ ବି ସମୟ ନାହିଁ । ଦିନ ସାରା ଅଫିସ୍ ଘରକୁ ଫେରୁ ଫେରୁ ସଂଧ୍ୟା ସାତ ଟିଫିନ୍ ଟିକେ କରି ଦେଇ ମୋବାଇଲରେ ନିଜକୁ busy ରଖ whatsupଏବଂ facebookରେ ସାଙ୍ଗ ପ୍ରବଳ। ସମସ୍ତଙ୍କ message video ଇତ୍ୟାଦିର ଉତ୍ତର ଦିଅ । ଏ ଗୁଡା Formality କରିବାକୁ ତ ପଡ଼ିବ । ଏତେ ବ୍ୟସ୍ତତା ଭିତରେ ବାପା ବୋଉ କୁଆଡେ ହଜି ଯାଆନ୍ତି। ଫୋନ୍ କରିବି ମନେ ପଡ଼ିଲା ବେଳକୁ ରାତି ଅନେକ ହୋଇଯାଇଥାଏ। ହଉ କାଲି କରିବି ବୋଲି ନିଜକୁ ପ୍ରତି ଶ୍ରୁତି ଦେଇ ଖାଇପିଇ ଶୋଇ ଯାଅ । ସକାଳୁ ପୁଣି ସେଇ ଚିରା ଚରିତ କାର୍ଯ୍ୟ ବ୍ୟସ୍ତତା। ସବୁ ହୁଏ କିନ୍ତୁ ସେଇ 'କାଲିଟାହିଁ ' ଆସେନି। ସୁରେଶ ବାବୁ ଘରକୁ ଫୋନ୍ କରିବେ ଭାବି ଭାବି 4 ଦିନ କଟି ଗଲା । ପଂଚମ ଦିନ ଅଫିସ୍ ରେ ବସିଛନ୍ତି ଫୋନ୍ ଆସିଲା। ବାପା କରିଥିଲେ । କେମିତି ଗୋଟେ ଥରିଲା କଣ୍ଠ ତାଙ୍କ ସ୍ୱର ଯେମିତି କେଉଁ ଗଭୀରରୁ ଆସୁ ଥିଲା କିଛି ଅନିଷ୍ଟତାର ଆଶଙ୍କାରେ ଶିହରି ଉଠିଲେ ସୁରେଶ । ଡରି ଡରି ପଚାରିଲେ ହଁ ବାପା କୁହ କଣ ହେଲା ? ବାପା କିଛି କହୁ ନଥିଲେ ଉତ୍କଣ୍ଠା ବଢ଼ି ଚାଲିଥାଏ ସୁରେଶଙ୍କ ର । ବାପା କୁହ ବହୁ କଷ୍ଟରେ ବାପା ଖାଲି ଏତିକି କହିଲେ " ତୋ ବୋଉ ଚାଲି ଗଲା ଜଲଦି ଆସି ପହଂଚିବୁ "। ସ୍ତବ୍ଧ ହୋଇ ଗଲେ ସୁରେଶ କାରଣ ଏମିତି ଖବର ଟେ ବୋଉକୁ ନେଇ ସେ କେଵେ ବି ଆଶା କରି ନଥିଲେ । ଅଫିସ୍ ରେ ଛୁଟି ଦରଖାସ୍ତ ଟା ଥୋଇଦେଇ ଘରକୁ ଆସିଲେ ଓ ସଂଗେ ସଂଗେ ସ୍ତ୍ରୀ ଓ ପୁଅଙ୍କୁ ଧରି ଗାଁ କୁ ବାହାରିଲେ । ଛାତି ଭିତରେ କୋହ ରହି ରହି ବୋଉର Innocent ମୁହଁ ଟା ଆଖି ଆଗରେ ନାଚି ଯାଉ ଥାଏ। ତାର ସେଇ ବୋକାମି ପ୍ରଶ୍ନ ସୁରେଶଙ୍କ ପାଇଁ ତାଙ୍କର ବ୍ୟସ୍ତତା ତାଙ୍କୁ କଲବଲ କରି ପକାଉ ଥାଏ । ଇସ୍ କଣ କଲେ ସୁରେଶ?  ବୋଉ ଏତେ ବେମାର ଥିଲା ତା ମିଛ ବାହାନା କୁ ସେ ସତ ମଣିଲେ ? ଥରେ ଦେଖି ଆସି ନଥାନ୍ତେ? ହୁଏତ.... । କି କୁଳାଙ୍ଗାର ପୁଅ ସେ? ନିରବ ରେ ଲୁହ ଝରଉ ଥିଲେ ସୁରେଶ। ମିଛ ହଉ ବା ସତ ମୋ ଦେହ ଖରାପ ଶୁଣିଥିଲେ ବୋଉ କଣ ଚୁପ୍ ହୋଇ ମୋ ଭଳି ରହି ଯାଇ ଥାନ୍ତା ? ମନେ ପଡୁଛି ବାପାଙ୍କଠୁ ଲୁଚେଇ ସଞ୍ଚି ଥିବା ପଇସା ଯାହା ସେ ଖର୍ଚ୍ଚ ନ କରି ମତେ ଦିଏ। ସେ ପୁଣି ବେଶି ନୁହେଁ ୧୦/୨୦ ଟଙ୍କା ବା ୫୦/୧୦୦ ଟଙ୍କା। ମୁଣ୍ଡିଆ ମାରି ଘରୁ ହଷ୍ଟେଲକୁ ଆସିଲାବେଳେ ବାପାଙ୍କୁ ଲୁଚେଇ ମୋ ପକେଟ ରେ ପୁରେଇ ଦିଏ କହେ " ରଖିଥା କଣ ଖାଇ ଦବୁ" ମୁଁ ହସିଦିଏ କିନ୍ତୁ ବାପାଙ୍କର ହଜାର ହଜାର ଟଙ୍କା ଆଗରେ ମୋ ବୋଉର ସେ ୧୦ /୨୦ ଟଙ୍କା ମୋତେ ଲକ୍ଷେ ଟଙ୍କାର ଉଷ୍ମତା ଦିଏ । ଏମିତି ଭାବିବା ଭିତରେ ଘରେ ପହଁଚିଲେ ସୁରେଶ । ତାଙ୍କୁ ଦେଖି ସମସ୍ତେ ଆହୁରି ଯୋରରେ କାନ୍ଦି ଉଠିଲେ । ବୋଉଙ୍କୁ ଚାହିଁଲେ ସୁରେଶ ସେ ଶୋଇଥାନ୍ତି ମୁହଁ ରେ ସେଇ ନିର୍ଲିପ୍ତ ହସ । ବାପା ଆସି ସୁରେଶଙ୍କ କାନ୍ଧରେ ହାତ ଥୋଇଲେ। " ଚାଲ ସଂଧ୍ୟା ହେଲାଣି କାମ ସାରିବା।

ବୋଉକୁ ଅନ୍ତିମ ବିଦାୟ ଦେଇ ଫେରିଲେ ସୁରେଶ। ଘରେ କେମିତି ଗୋଟେ ଅଖଣ୍ଡ ନିରବତା ରାଜୁତି କରୁଛି ।ତଳକୁ ମୁହଁ ପୋତି ବସିଛନ୍ତି ବାପା । ସବୁଆଡ ଶୂନଶାନ୍। କେବଳ ଶୂଭୁଥାଏ ସବୁଆଡେ ବୋଉ ହାତର ଚୁଡ଼ି ଶବ୍ଦ। ସବୁ ଆଡୁ ଖାଲି "ବୁଲୁ ରେ ଧନ ରେ ବାପାରେ " ଡାକ । ବୋଉର ସ୍ମୃତି ଖାଲି ତାଙ୍କୁ କଲ ବଲ କରି ପକାଉଥାଏ। ବୋଉର ଶୋଇବା ଘରକୁ ଗଲେ ସୁରେଶ।ଶେଯରେ ହାତ ବୁଲେଇଲେ।ଶେଯ ରେ ଟିକେ ଗଡ଼ି ପଡ଼ିଲେ । ଆଃ କି ଶାନ୍ତି ! ସେଇ ସ୍ପର୍ଶ ବୋଉର କୋଳ ପରି ଉଷୁମ ଓ ନିରାପଦ । ହଠାତ୍ ଆଖିରେ ପଡ଼ିଲା ବୋଉ ର ହାତ ବାକ୍ସ ଉପରେ। ପାଖକୁ ଗଲେ ସୁରେଶ ଟିକେ ଆଉଁସିଲେ ଆହା ବୋଉ ମୋର କେତେ ଭଲ ପାଉଥିଲା ତାର ଏଇ ବାକ୍ସ ଟିକୁ । କିନ୍ତୁ କଣ ଅଛି ତା ଭିତରେ? ସୁରେଶ ଦେଖିଛନ୍ତି ପ୍ରାୟ ବୋଉ ସେ ବାକ୍ସ ଟି ଖୋଲି ବସିଥାଏ । କଣ କରୁଥାଏ କେଜାଣି? କାହାକୁ ଦେଖିଲେ ଲୁଚେଇ ଦିଏ। ବୋଉ ର ଅନୁପସ୍ଥିତି ରେ ବୋଉ ର ସେ ବାକ୍ସ ଟା ଦେଖିବାକୁ ଇଛା ହେଲା ସୁରେଶଙ୍କର । ସେ ଜାଣିଥିଲେ ବୋଉ ତା ଚାବି ଟି ସବୁବେଳେ ତକିଆ ତଳେ ହିଁ ରଖେ। ଚାବିଟି ଆଣି ବାକ୍ସ ଟିକୁ ଖୋଲିଲେ ସୁରେଶ। ତା ଭିତରେ ଥିବା ଜିନିଷ ସବୁକୁ ଦେଖି କାନ୍ଦି ଉଠିଲେ ସୁରେଶ। ସେଥିରେ ଥିଲା ସୁରେଶଙ୍କ ପିଲାଦିନର ଫଟୋ ତାଙ୍କ ପିଲା ଦିନ ଡ୍ରେସ ପିଲାଦିନର ଗୋଟେ ସ୍ବେଟର୍ ଯାହା ବୋଉ ନିଜେ ବୁଣି ଥିଲା କିଛି ଖେଳନା ବାପାଙ୍କ ସାଥିରେ ଗୋଟେ Joint ଫଟୋ ତା ବାହାଘର ଶାଢ଼ୀ ଏବଂ ସୁରେଶଙ୍କ ସ୍କୁଲ ବେଳର ଗୋଟେ ଟିଫିନ୍ ବକ୍ସ ଯାହାକି ଟିକେ ଓଜନିଆ ଲାଗୁଥିଲା ।କଣ ଅଛି ଭାବି ଖୋଲିଲେ ସୁରେଶ। ସେଥିରେ ଥିଲା କିଛି ରେଜା ପଇସା କିଛି ଟଙ୍କା ଆଉ ଗୋଟେ ଚିଠି । ଚିଠିଟି ଖୋଲିଲେ ସୁରେଶ ଲେଖାଥିଲା ବୁଲୁରେ.... ମୋ ଅନ୍ତେ ତୁ ମୋ ବାକ୍ସ ଖୋଲିବୁ ବୋଲି ମୁଁ ଜାଣିଥିଲି  କାନ୍ଦୁଛୁ କିରେ ଧନ ? ଥାଉ କାନ୍ଦନା ପାଗଳା ଟା ବୋଉ କଣ ସାରା ଜୀବନ ବଞ୍ଚି ଥାନ୍ତା ? ମୋ ଦେହ ଖରାପ ଥିଲା ମୁଁ ଜାଣିଥିଲି ମତେ କଣ ରୋଗ ହେଇଛି ମୁଁ ଜାଣିଥିଲି ମୁଁ ଆଉ ବଞ୍ଚିବିନି ତା ବି ମଧ୍ୟ ଜାଣିଥିଲି । ତତେ କହିଥିଲେ ତୁ ଅଯଥା ଗୁଡ଼େ ଖର୍ଚାନ୍ତ ହୋଇଥାନ୍ତୁ ମୋ ପାଇଁ ହନ୍ତ ସନ୍ତ ହୋଇ ନିଜ ଦେହ ଟି ଵି ଖରାପ କରି ଥାଆନ୍ତୁ। କିନ୍ତୁ ଲାଭ ତ କିଛି ନଥିଲା ନା ? ଆଉ ବଂଚିକି ବି କଣ କରିଥାନ୍ତି? ତୋ ହସ ଖୁସିର ସଂସାର ଦେଖିଦେଲି ସେତିକି ଯଥେଷ୍ଟ । ଖାଲି ଦୁଃଖ ଲାଗୁଛି ତୋ ବାପା ଏକୁଟିଆ ହୋଇଗଲେ। ମୋ ବିନା ଚଳିବାର ଅଭ୍ୟାସ ତାଙ୍କର ନାହିଁ । ତତେ ମୋ ରାଣ ବୁଲୁ ତୋ ବାପାଙ୍କୁ ଅସହାୟ କରି ଯିବୁନି। ତୋ ଛଡ଼ା ତାଙ୍କର ଆଉ କିଏ ଅଛି କହ ତ? ହଁ ଆଉ ଗୋଟେ କଥା ଧନ ରେ ଏ ଡବାରେ ତୋ ପାଇଁ କିଛି ପଇସା ସଂଚି ଥିଲି । ତୁ ତ କେବେଠୁ ଆଉ ଗାଁ କୁ ଆସିନୁ। ସେ ପଇସା ତକ ନେଇ ଯିବୁ କଣ କିଣିକି ଖାଇଦବୁ।ମନ ଦୁଃଖ କରିବୁନି ତୁ ପରା ବଡ଼ ହେଲୁଣି ହଉ ରଖୁଛି ହାତ ଟା ବିନ୍ଧୁଛି ଲେଖି ପାରୁନି । ଭଗବାନ ତୋତେ ଦିର୍ଘାୟୁ କରନ୍ତୁ । ଇତି ତୋର 'ବୋଉ। ' ପଇସା ତକ ଛାତିରେ ଚାପି ଧରି  କଇଁ କଇଁ ହୋଇ କାନ୍ଦି ଉଠିଲେ ସୁରେଶ। ହଠାତ୍ ନିଜ କାନ୍ଧରେ କାହାର ଶୀତଳ ସ୍ପର୍ଶ । ଅନାୟାସେ ସୁରେଶଙ୍କ ପାଟିରୁ ବାହାରି ପଡ଼ିଲା ବୋଉ ...!! ବୁଲି ଚାହିଁଲେ ସୁରେଶ। ବାପା ଠିଆ ହୋଇଥିଲେ କହିଲେ ଆଜିବି ତୋ ବୋଉ ତତେ ଲୁଚେଇ କି ପଇସା ଦଉ ଥିଲା ନା ? ମୁଁ ଜାଣିଛି। ବାପାଙ୍କୁ ଜାବୁଡ଼ି ଧରି ଖୁବ୍ ଜୋର ରେ କାନ୍ଦି ଉଠିଲେ ସୁରେଶ। ଆଉ ସେମିତି ମୁକୁଳା ପଡି ଥିଲା ବୋଉ ର ହାତ ବାକ୍ସ।



Rate this content
Log in

More oriya story from Dr Arati Pattajoshi

Similar oriya story from Tragedy