shibaram dalai

Tragedy

0.0  

shibaram dalai

Tragedy

ପ୍ରତିଶୋଧ

ପ୍ରତିଶୋଧ

3 mins
243


ରକ୍ତ ଜୁଡୁପୁଡୁ ପନିକି ଟେ ଧରି ନିର୍ମଳା ଥାନାବାବୁ ଙ୍କ ପାଖରେ ପହଞ୍ଚିସାରିଥିଲା । ପନିକି ଟିକୁ ଥାନାବାବୁ ଙ୍କ ପାଦତଳେ ଥୋଇଦେଇ କହୁଥିଲା ମୁଁ ହେଉଛି ଦୋଷୀ,ମୋତେ ଦଣ୍ଡ ଦିଅ । ମୁଁ ଆଜି ସେ ନରରାକ୍ଷସ କୁ ମାରି ଦେଇଛି । ପୋଲିସଷ୍ଟେସନ ରେ ସମସ୍ତେ ଆବାକ ହୋଇ ଚାହିଁ ରହିଲେ ନିର୍ମଳା କୁ । ସମସ୍ତେ ଭାବୁଥିଲେ ଏ ନିସାହାରା ମଣିଷଟେ କାହିଁକି କାହାକୁ ମାରିଲା ? ପ୍ରକୃତ ଦୋଷ କଣ ? ଥାନାବାବୁ ନିର୍ମଳା କୁ ଯେତେ ପଚାରିଲେ ବି ମୁଁ ଦୋଷୀ ଛଡା ଆଉ କିଛି କହୁ ନ ଥିଲା । ତା ଆଖିର ଲୁହ ସବୁ ନଦୀ ପାଣି ସମୁଦ୍ର ରେ ମିଶିବା ଭଳି ଓଠ ଆଡ଼କୁ ନିଗିଡ଼ି ଚାଲିଥାଏ । ହଠାତ ପୋଲିସଷ୍ଟେସନ ରେ ଖବର ଆସି ପହଁଚିଲା ହରିରାଜପୁର ପଂଚାୟତ ର ମୃତ ରତ୍ନା ସାହୁ ସ୍ତ୍ରୀ ନିର୍ମଳା କିଛି ସମୟ ପୂର୍ବରୁ ସରପଞ୍ଚ ନଟିଆ ମହାନ୍ତି ର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଇଛି । ଏଥର ଥାନାବାବୁ ନିର୍ମଳା କୁ ଲକପ ଭିତରକୁ ନେବା ପାଇଁ ନିର୍ଦ୍ଦେଶ ଦେଲେ ।

     ନିର୍ମଳା ନିର୍ଭୟରେ ସେହି ଅନ୍ଧାର କୋଠରୀ କୁ ପାଦ ବଢ଼ାଇଲା । ଭୟ ବା କାହାକୁ କରିଥାନ୍ତା । ଗେରସ୍ତ ରତ୍ନା ସାହୁ ହୋମ ନିଆଁ କୁ ସାଖି ରଖୀ ସାତ ଜନ୍ମକୁ ସାଥି ରହିବାର ବସା ବନ୍ଧେଇ ଯୌବନର ଅଧା ରାସ୍ତାରେ ମାଆ ଝିଅକୁ ଏକୁଟିଆ କରି ଚାଲିଗଲା । ଭୟ ବି ସେଦିନ କରି ନ ଥିଲା "ଯେଉଁ ଦିନ ବକଟେ ଛୁଆ ପେଟରେ ମୁଠାଏ ଆହାର ଦେବାପାଇଁ ଅନ୍ୟର ପାହିଟି କରିଥିଲା ।"

    ସେଦିନ ଥିଲା ଚୈତ୍ର ପୁନେଇର ପୂର୍ବ ଦିନ। ଗ୍ରାମ୍ୟ ସଭା ବସିଥାଏ । ଗାଁ ସରପଞ୍ଚ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସଭାରେ ବସିଥାନ୍ତି । ଗାଁ ର ଗରିବ ଗୁରୁବା ଲୋକ ନିଜର ଦୁଃଖ ସରପଞ୍ଚ ଙ୍କ ପାଖରେ ଜଣାଉଥିଲେ । ଗାଁ ର ଜଟିଆ ମାଝୀ ଆସି କହିଲା ଆଲୋ ନିର୍ମଳା ଭାଉଜ ତୁ କଣ ଗାଁ ସଭାକୁ ଯାଇନାହୁଁ । ଆଲୋ ଗାଁ ସଭାକୁ ଯାଇ ଥରେ ସରପଞ୍ଚ ଙ୍କୁ ଗୁହାରୀ ଜଣାଇଲେ ସିନା ସେ ତୋ ଦୁଃଖ ବିଷୟରେ ଜାଣିବେ, ନଚେତ କେମିତି ଜାଣିବେ ତୁ କହ ତ ? ସେ ଭାରି ଭଲ ଲୋକ ଲୋ । ସେଥିପାଇଁ ଲୋକମାନେ ତାଙ୍କୁ ଭଗବାନ ବୋଲି ମାନନ୍ତି । ସେଇଥିପାଇଁ ସେ ଦୁଇ ଦୁଇ ଥର ସରପଞ୍ଚ ହେଲାଣି ।

    ନିର୍ମଳା କିଛି ସମୟ ସ୍ଥିର ଚିତରେ ଭାବିଲା । ମୁଣ୍ଡ ଉଠେଇ ଉପରକୁ ଚାହିଁଲା । ଦୁଇ ବର୍ଷର ଅଛଆ ଛପର ଘର ଭିତରେ ଥିବା ସମସ୍ତ ଆସବାବପତ୍ର କୁ ସୂର୍ଯ୍ୟଙ୍କ ତେଜସ୍ୱୀ କିରଣ ଛୁଇଁ ସାରିଥିଲା । ମନରେ ବୁନ୍ଦାଏ ଆଶା ନେଇ ନିର୍ମଳା ଗ୍ରାମ୍ୟ ସଭାକୁ ବାହାରି ପଡ଼ିଲା । କୁଡ଼ିଆ ଖଣ୍ଡେ ପାଇଁ ସରପଞ୍ଚଙ୍କୁ ଗୁହାରି କଲା । ସରପଞ୍ଚ ବାବୁ ନିର୍ମଳାର କଥା ବୁଝିବାକୁ ପ୍ରସ୍ତାବ ଦେଲେ ।

    ପର ଦିନ ଚଇତି ପୁନେଇ । ନିର୍ମଳା ଦେଖା କରିବାକୁ ସରପଞ୍ଚ ଖବର ପଠେଇଲେ । ଦିନ ରତରତ ହେଉଥିଲା ,ଖବର ପାଇ ନିର୍ମଳା ଯାଇ ପଂଚାୟତ ଘରେ ପହଂଚିଲା । ସେତେବେଳେ ସରପଞ୍ଚ ବାବୁଙ୍କ କଣ ଗୋଟେ ବୈଠକ ଚାଲିଥାଏ। ନିର୍ମଳା ପଂଚାୟତ ଘର ସମ୍ମୁଖରେ ଠିଆ ହୋଇଥାଏ । ବୈଠକ ଶେଷ ବେଳକୁ ସନ୍ଧ୍ୟା ଯାଇ ପୂର୍ଣ୍ଣିମା ର ଗୋଲ ଚାନ୍ଦ ଧରାପୃଷ୍ଠରେ ଶୀତଳ ଆଲୋକ ବିଛେଇ ସାରିଥିଲା । ବୈଠକ ସାରି ସମସ୍ତେ ନିଜ ନିଜ ବାଟରେ ଚାଲିଗଲେ । ନିର୍ମଳା ସରପଞ୍ଚ ଗୃହକୁ ଯାଇ ପ୍ରଣାମ କରି ଡକାଇବାର କାରଣ ପଚାରିଲା । ସରପଞ୍ଚ ବାବୁ "ପରିସ୍ରା ଆସି କହୁଛି " କହି ପରିସ୍ରା ଗୃହ କୁ ଚାଲିଗଲେ । ପଂଚାୟତ ଅଫିସରେ ନିର୍ମଳା କୁ ଏପରି ଏକୁଟିଆ ପାଇ ସରପଞ୍ଚ ବାବୁଙ୍କ ମନରେ ଅନୈତିକ ଶକ୍ତି ଜାଗ୍ରତ ହେଲା । କୁଡ଼ିଆ (ଘର) ର ପ୍ରଲୋଭନ ଦେଖାଇ ସେଦିନ ସରପଞ୍ଚ ନଟିଆ ମହାନ୍ତି ନିର୍ମଳା ବେସାହାରା ର ଫାଇଦା ନେଲା । ସେଦିନ ନିର୍ମଳା ପାଇଁ ପୁନେଇ ର ଚାନ୍ଦ ଯେପରି ଅମାବାସ୍ୟା ର ଅନ୍ଧକାର ପାଲଟିଗଲା । ସୁବାସିତ ଫୁଲ ଯେପରି ପଳାସ ଫୁଲ ପାଲଟିଗଲା । ନିର୍ମଳା ଜୀବନ ହାରିଦେବାକୁ ଚେଷ୍ଟା କଲେ ବି ବଢିଲା ଝିଅ ବକଟେ ପାଇଁ ମରି ପାରିଲା ନାହିଁ । ସଂସାରରେ ଏସବୁ କହି ଲୋକହସା ଆଉ ନିଜ ବଦନାମୀର କାଳୀ ବୋଳିହେବା ଅପେକ୍ଷା ଚୁପ ରହିବା ଠିକ ମନେକଲା । ସେହି ଚଇତି ପୁନେଇଁ ଘଟଣା ଭୁଲିବାକୁ ଚେଷ୍ଟା କଲା ।

   ଆଜି ଗାଁରେ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥାଏ । ଗାଁର ଲୋକେ ସେହିଠାରେ ରୁଣ୍ଡ । ନିର୍ମଳା ବି ସେହିଠାକୁ ଯାଇଥିଲା । ସରପଞ୍ଚ ବାବୁ କାହିଁକି କେଜାଣି ନିର୍ମଳା ଘରକୁ ଆସିଥିଲେ । ନିର୍ମଳା କୁ ଘରେ ନ ପାଇ ଆଉ ତା ବଢିଲା ଝିଅକୁ ଘରେ ଏକୁଟିଆ ଦେଖି ତା ସହିତ ଜୋର ଜବରଦସ୍ତ କଲା ବେଳକୁ ନିର୍ମଳା ଆସି ଘରେ ପହଞ୍ଚି ସାରିଥିଲା । ନିଜ ଝିଅର ଏପରି ଅବସ୍ଥା ଦେଖି ତା ପାଦତଳୁ ଦଲକାଏ ମାଟି ଖସିପଡ଼ିଲା । ତା ଦେହର ରକ୍ତ ସବୁ ମୁଣ୍ଡକୁ ଚଢ଼ିଗଲା । ପୁନେଇଁ ରାତିର ଘଟଣା ସବୁ ଆଖିରେ ନାଚି ଉଠିଲା । ସନ୍ତାନ ପାଇଁ ସେ ସାଧାରଣ ରୁ ଦୁର୍ଗା ପାଲଟିଗଲା । କାଳ ବିଳମ୍ବ ନକରି ଦୁଆର ମୁଁହରେ ଥିବା ପନିକି ଉଠେଇ ନରରାକ୍ଷସ ଟାର ମୁଣ୍ଡରୁ ଗଣ୍ଡି ଟାକୁ ଅଲଗା କରିଦେଲା । କ୍ଷଣକ ଭିତରେ ଛଟପଟ ଛଟପଟ ହେଇ ସରପଞ୍ଚ ର ଶରୀର ଯେତେ ନିସ୍ତେଜ ହେବାରେ ଲାଗିଥାଏ, ନିର୍ମଳା ମନରେ ପ୍ରତିଶୋଧ ର ନିଆଁ ସେତେସେତେ ଲିଭିବାରେ ଲାଗିଥାଏ ।

          


Rate this content
Log in

Similar oriya story from Tragedy