STORYMIRROR

Madhabi Patel

Inspirational

4  

Madhabi Patel

Inspirational

ପ୍ରତିରୂପ

ପ୍ରତିରୂପ

2 mins
361

ସଲୋନି ପିଲାବେଳେ ବଡ ଚୁଲବୁଲି ଥିଲା।ସବୁ ଜିନିଷରେ କେଁ ବାହାର କରିବ।ଖାଇବା ଜିନିଷ ଯେତେ ଭଲ ରୋଷେଇକଲେବି ତାର ପସନ୍ଦ ହୁଏନି।ତାପାଇଁ ଯାହା ପୋଷାକ ପତ୍ର ଆସେ ସେଥିରେ ବି ଖୁଣଟେ ଖୋଜିନିଏ।ଆଈ କୁହେ ଏ ଟୋକି ବଡହେଲେ ତା ଶାଶଘରୁ ଛାଡ୍ରି ହେବ।ମାନେ ଛାଡପତ୍ର ହେବ ତାର।ଚଳିପାରିବନି ଶାଶୁଘର ଲୋକଙ୍କ ସହ ମନ ମିଳାଇ।ଏମିତି ସବୁ ଜିନିଷକୁ ବାଉନିଲେ ଶାଶୁ ଘରେ ସହିବେ କେମିତି।ତା ମାଆବି ଚିନ୍ତିତ ଥିଲେ ତାପାଇଁ। ଲୋକେ କୁହନ୍ତି ଝିଅମାନେ ମାଆର ପ୍ରତିରୂପ।ଝିଅ ଦେଖିବାକୁ ଗଲେ ଝିଅର ମାଆକୁ ଦେଖିବ।ମାଆ ର ଚାଲି ଚଳନ ଯେମିତି ଥିବ ତା ଝିଅବି ଠିକ ସେମିତି ଉତୁରିବ। ସଲୋନି ନିଜ ମାଆକୁ ଦେଖିଛି ସବୁବେଳେ ସହିବୁହି ପରିବାରର ମନ ନେଇ ଚଳି ଆସିଛନ୍ତି।ଘରର ଯାବତୀୟ କାମ ଆନନ୍ଦରେ କରିଯାଆନ୍ତି |ଘରକୁ ସଫା ସୁତୁରା କରି ସଜାଇ ରଖନ୍ତି |ଭଲ ସ୍ୱାଦିଷ୍ଟ ଖାଦ୍ୟ ତିଆରି କରନ୍ତି|ସମସ୍ତଙ୍କ ପସନ୍ଦ ଅନୁସାରେ ବିଭିନ୍ନ ଖାଦ୍ୟ ତିଆରି କରନ୍ତି |ସଦା ମିଷ୍ଟ ବଚନ ଓ ଶିଷ୍ଟ ବ୍ୟବହାର ପାଳନ କରନ୍ତି | ପର୍ବ ପର୍ବାଣୀରେ ବନ୍ଧୁ ବାନ୍ଧବଙ୍କୁ ଯଥାମାନ୍ୟ  ଉପହାର ଦିଅନ୍ତ |ସମସ୍ତେ ତାଙ୍କର ପ୍ରସଂଶା କରନ୍ତି।ସୁଲୋଚନା ଭାବନ୍ତି ବଡହେଲେ ଝିଅବି ତାଙ୍କ ପ୍ରତିରୂପ ହେବ।

ସମୟ ଗଡି ଯାଇଛି ସଲୋନୀ ଛୋଟରୁ ବଡ ହୋଇଛି|ପାଠ ଶେଷ କରିଛି|ଭଲ ପ୍ରସ୍ତାବ ଆସିବା ପରେ ତାର ବିବାହ ହେଇ ଯାଇଛି।ସାଂସାରିକ ଜୀବନ ପାଳୁପାଳୁ କିଛିଦିନ ତଳେ ପୁଅଟେ ଜନ୍ମ ହେଇଛି।ତା ବାପା ଓ ମାଆ ତା ଶାଶୁଘରକୁ ଆସିଲେ ନାତିକୁ ଦେଖିବା ପାଇଁ।ଏବେ ସୁଲୋଚନା ନିଜ ଝିଅକୁ ଦେଖି ଆଶ୍ଚର୍ଯ୍ୟ ହେଇଗଲେ।ପିଲା ହେବା ପରେ ତାଙ୍କ ଝିଅ କେତେ ବଦଳି ଯାଇଛି।ଅବିକଳ ତାଙ୍କର ଛାଇ ପାଲଟି ଯାଇଛି।ରାତିରେ ଥରଥର ଉଠି ପିଲାର ଝାଡା ପରିଶ୍ରା ଦେଖୁଛି ଦୁଧ ଖୁଆଉଛି।ତାସହ ପରିବାରର ଶାଶୁ ନଣନ୍ଦଙ୍କ ମନନେଇ ଚଳୁଛି।ତାର ଆଗର ସେ ଖିଟିପିଟି ସ୍ୱଭାବ ଆଉ ନାହିଁ।ନମନୀୟତା ଗୁଣକୁ ଆପଣାଇ ସେ ସଂବସହା ଧରିତ୍ରୀ ପାଲଟି ଯାଇଛି।ନାରୀ ଟିଏ ନଦୀ ସହ ତୁଳନୀୟ।ନଦୀ ଯେମିତି ପଥ ଅନୁସାରେ ନିଜର ଆକାରକୁ ସଂକୁଚିତ ପ୍ରସାରିତ କରି ଆଗକୁ ବଢିଚାଲେ ନାରୀଟେ ବି ପରିବେଶ ସହିତ ନିଜକୁ ବଦଳାଇ ଦେଇପାରେ।ସୁଲୋଚନା ଆଜି ନିଜ ଛାଇକୁ ଦେଖୁଥିଲେ ମୂର୍ତ୍ତିମନ୍ତ ରୂପରେ।ଯିଏ କ୍ଷମାମୟି,କରୁଣାମୟୀ ସ୍ନେହଶୀଳା ଅନ୍ନପୂର୍ଣା ସାଜି ତାର ନୂତନ ପରିବାରକୁ ସୁଦକ୍ଷ ଗୃହିଣୀ ଭାବରେ ପାଳନ ପୋଷଣ କରୁଛି। ସ୍ବାଭାବିକ ଭାବରେ ଚାଲିଛି ତାର ଘରସଂସାରର ଗାଡି।ଆଜି ଝିଅର ପରିବର୍ତ୍ତିତ ରୂପ ଦେଖି ତାଙ୍କ ମନରେ ବହୁତ ଖୁସି ଜାତ ହେଉଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational