ପ୍ରତୀକ୍ଷାର ଅନ୍ତ
ପ୍ରତୀକ୍ଷାର ଅନ୍ତ
ମିସେସ ପାଣିଗ୍ରାହୀ ଟିକେ ଶୁଣନ୍ତୁ ଦୁଇ ଦୁଇ ଥର ଡାକିବା ପରେ କାନକୁ ଟିକେ କମ ଶୁଭୁଥିବା ମିସେସ ପାଣିଗ୍ରାହୀ ପଛକୁ ବୁଲି ଚାହିଁଦେଲେ । ଓଃ!!ମୁହଁରେ ଅପୂର୍ବ ଖୁସିର ଆଭା କୁଞ୍ଚିତ ଚର୍ମରେ ଓହଳି ପଡିଥିବା ଓଠ ମଧ୍ୟରେ ଦୁଇ ଚାରଟି ଦାନ୍ତ ଦେଖାଇ ହସିଦେଲେ ନିଜ ସହପାଠୀକୁ ଦେଖି ବହୁତ ବର୍ଷ ପରେ ଏକ ଓଲଡେଜ ହୋମର ପରିସରରେ ।
ଏତେଦିନ ପରେ ତୁମକୁ ଦେଖି ଖୁସି ଲାଗିଲା ମିସେସ ମିଶ୍ର କଣ ପୁଅ ବୋହୂ ଏତେ ଶୀଘ୍ର ଛାଡିଦେଲେ ଆଉ ରଖିଲେନି ପାଖରେ କହି କୋଳେଇ ନେଲେ ନିଜ ପିଲାଦିନର ସହପାଠୀ ବନ୍ଧୁଙ୍କୁ ।ବୟସର ଅପରାହ୍ନରେ କିଏ ବା କାହାର ଖାଲି ଯାହା ଓଲଡେଜ ହୋମଟି ନିଜର ଲାଗିଲା ଆଉ ମନେପଡିଲା ତୁମ ମାନଙ୍କର କଥା ବୋଲି ଚାଲିଆସିଲି । ପୁଅ କହିଛି ଦୁଇଦିନ ଟୁର ପରେ ସେ ମତେ ଆସି ନେଇଯିବ ବୋଲି ।
ମିସେସ ପାଣିଗ୍ରାହୀ ହଁ ସେ ଆସିବା କି ନ ଆସିବା ଆମ ଭାଗ୍ୟ ଉପରେ ଡିପେଣ୍ଡ କରେ ତୁମେ ଆସ ଆମେ ଆମ ଘରକୁ ଯିବା ଏଇ ବିଶାଖା ଓଲଡେଜ ହୋମକୁ ସେହିଠି ପ୍ରତୀକ୍ଷା କରିବା ଆମେ ଆମ ଯୋଗ୍ୟ ସନ୍ତାନମାନଙ୍କୁ ଯିଏ କଥା ଦେଇ କଥା ରଖିପାରନ୍ତି ନାହିଁ ।ମିସେସ ମିଶ୍ରଙ୍କର ଆଖିରେ ଅଶ୍ରୁର ହାଲକା ହାଲକା ସ୍ପର୍ଶରେ ଟିକେ ଧୂଆଁ ଧୂଆଁ ଦେଖାଯାଉଥିଲା ସବୁକିଛି ଆଉ ନିଜ ମନକୁ ସେ ବୁଝାଉ ଥିଲେ ସତେରେ କଣ ଆମ ପ୍ରତୀକ୍ଷାର ଅନ୍ତ ନାହିଁ ଏ ଜନ୍ମରେ । ଆମେ କଣ ଅଳିଆ ହେଇଯାଉ ବୟସ ଅପରାହ୍ଣରେ ହଁ ଗୋଟେ କଥାକୁ ଦଶଥର କହୁ ଯିଏ ଶୁଣିବ ରାଗିବ ମଧ୍ୟ କାହିଁକି? ହୁଏ କାରଣ ଦେହର ମେସିନ ସିଷ୍ଟମଟି ସରିସରି ଆସୁଥାଏ ।କାହା ପାଇଁ ସାରିଥିଲୁ ତାକୁ ନିଜ ପରିବାର ପାଇଁ ନିଜ ପିଲାମାନଙ୍କର ପାଇଁ ସବୁ ଖୁସି ସେମାନଙ୍କର ନାଁ କରି ଏବେ ଆମେ ଦୁଃଖିତ ସେମାନଙ୍କୁ ନିଜ ପାଖରେ ପାଇବା ପାଇଁ ହସଖୁସିରେ ପରିସର ଖୋଜିବା ପାଇଁ ଆଉ କେତେ ସମୟ ଲୋଡ଼ା କଣ ତାକୁ କହୁଛନ୍ତି ''ବୋଉ ତୁ କିଛି ବୁଝିପାରିବୁନି କାରଣ ତୁମର ଆମ ଭିତରେ ଜେନେରେସନ ଗ୍ୟାପର ଏକ ଷ୍ଟାପ ବାଜିଛି ହଁ.. ହଁ.. ହଁ.. ଲାଗୁଛି ଘରକୁ ଯିବା ସମ୍ଭବ ନୁହେଁ ଆଉ ମିସେସ ମିଶ୍ର କାନ୍ଦି କାନ୍ଦି କହୁଥିଲେ ଓଲଡଏଜ ହୋମର ରହୁଥିବା ନିଜ ପରି ଅପେକ୍ଷିତ ବୃଦ୍ଧ ଏବଂ ବୃଦ୍ଧାମାନଙ୍କୁ ଆମ ପ୍ରତୀକ୍ଷାର ଅନ୍ତ କେବଳ ବୟସରେ ସେ ଶେଷ ସମୟ ପର୍ଯ୍ୟନ୍ତ ଯେଉଁଠି ଗୋଡ଼ ହାତ ଚାଲେ ନାହିଁ । ଏକ ନିର୍ଜୀବ ପଲଟିଯାଉ ହେଲେ ମନେରେ ସେ ପ୍ରତୀକ୍ଷା ରହିଥାଏ ନିଜ ରକ୍ତର ଯେ ଆସି ନିଆଁ ଟିକେ ଦେବ ଶବକୁ ଏ ଜୀବଟି ଛାଡିବା ପରେ କାରଣ ଏ ସଂସାର ଚାଲେ କେବଳ ମାୟାରେ ମୋହରେ ପଡି ଯେତେବେଳେ ପର୍ଯ୍ୟନ୍ତ ମୋହ ଅଛି ସେତେବେଳେ ପର୍ଯ୍ୟନ୍ତ ପ୍ରତୀକ୍ଷା ଅଛି ଜୀବନରେ ।