STORYMIRROR

Sarojini Das

Romance

4  

Sarojini Das

Romance

ପ୍ରତି ମୁହୂର୍ତ୍ତ

ପ୍ରତି ମୁହୂର୍ତ୍ତ

2 mins
287

ସମୟର ଚକ୍ରତଳେ ସମସ୍ତେ ଆବଦ୍ଧ । ଜୀବନର ସଂଗ୍ରାମରେ ଧରିତ୍ରୀର କାହାଣୀ ଏହାର ପ୍ରମାଣ । ମଧ୍ୟବିତ୍ତ ପରିବାରରେ ବହୁତ ଭାଇଭଉଣୀଙ୍କ ସାଙ୍ଗରେ ବଢିଆସିଥିଲା ଦ୍ଵିତୀୟ ସନ୍ତାନ ଭାବରେ । ବାପାଙ୍କର ଏତେ ପିଲାମାନଙ୍କ ପାଇଁ ଚିନ୍ତା ଦେଖି ଚାକିରି କରିବ ବୋଲି ଭାବି ନେଇଥିଲା । ସେତେବେଳେ ଏତେ ସୁବିଧା ନ ଥିଲା ଜାଣିବା ପାଇଁ । ସେ ସମୟରେ ଝିଅମାନଙ୍କୁ ପଢିବାକୁ ସୁଯୋଗ ମିଳୁ ନ ଥିଲା । ସେ ଦ୍ଵାଦଶ ଶ୍ରେଣୀ ପରେ ବାପାଙ୍କୁ ବୁଝାଇ ପାରାଦୀପରେ ରହୁଥିବା ଦାଦାଙ୍କ ପାଖକୁ ଗଲା । କଲେଜରେ ନାମ ଲେଖାହେଲା, ହେଲେ ଖୁଡୀ ତାଙ୍କ ପିଲାଙ୍କ କାମ କରିବାକୁ କହିଲେ ଆଉ ବଦନାମ କଲେ । ରାଉରକେଲାରେ ଋହୁଥିବା ପିୟୁସୀଙ୍କ ପାଖକୁ ଯିବାକୁ ଚିଠି ପଠାଇଲା । ସେ ଡିପ୍ଲୋମାରେ ପଢିଲା । ପିଉସୀଙ୍କର ଯୌଥ ପରିବାର ପାଇଁ ବହୁତ କଥା ଶୁଣିବାକୁ ପଡୁଥିଲା ।

ସବୁ ଦିନ ତ ସମାନ ଯାଏନି । ତିନି ମାସ ପରେ ପିଉସୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ ହେଲେ । ତାଙ୍କର ଛୋଟ ଛୋଟ ଦୁଇଟି ପୁଅ ଆଉ ଗୋଟିଏ ଝିଅଙ୍କର ଦେଖାଦେଖି କରିବା ପୁଣି ତା ସହିତ ରୋଷଇ, ଘରର ଭଲମନ୍ଦ ବୁଝିବାକୁ ପଡୁଥିଲା ।ବ୍ୟବସାୟ ଥିବାରୁ ସମସ୍ତେ ବ୍ୟସ୍ତ ରହୁଥିଲେ । ପିଉସୀ ଡାକ୍ତରଖାନାରେ ଛ ମାସ ରହିବା ପରେ ଘରକୁ ଆସିଲେ । ପିଉସୀଙ୍କ ଦିଅର ମାନଙ୍କ ବାହାଘର ହୋଇନଥିବାରୁ ସେ ସବୁ କରୁଥିଲା । ଏମିତିକି ଖାଇବାକୁ ସମୟ ମିଳୁ ନ ଥିଲା । କଷ୍ଟେମଷ୍ଟେ ଦୁଇ ବର୍ଷ ବିତିଗଲା ପରେ ତାକୁ ବ୍ୟବସାୟିକ ସଂସ୍ଥାରେ ଚାକିରି ମିଳିଲା । ଦରମା ବେଶୀ ନ ଥିଲା, ହେଲେ ବାପଙ୍କୁ ସାହାଯ୍ୟ ହେବ ଭାବି ଖୁସି ହେଉଥିଲା । ବଡ ଭଉଣୀର ବାହାଘର ପରେ ତାର ପାଳି ଆସିଲା । ହେଲେ ସେ ରାଜି ନ ହେବାରୁ ସାନ ଭଉଣୀ ବିଭା ହୋଇଗଲା । ଦେଖୁଦେଖୁ ତାକୁ ଅଣତିରିଶ ବର୍ଷ ଟପିଗଲା । ଏବେ ଜୀବନରେ ଚମତ୍କାର ପରିବର୍ତ୍ତନ ଆସିଲା । ଏମିତି ଦିନେ ତା ସ୍ଵପ୍ନର ରାଜକୁମାରଙ୍କ ସହିତ ସାକ୍ଷାତ ହେଲା । ସେସବୁ ଭାବିବାକୁ ସମୟ ନଥିଲେ ବି ତାକୁ ଯାଦୁ ପରି ଲାଗିଲା । ଦୁଇଜଣ ପରସ୍ପରକୁ ଏତେ ଭଲପାଇଲେ ଯେ ବିବାହ କରିବାକୁ ସ୍ଥିରକଲେ । ସୁରେଶ ତା ଠାରୁ ଦୁଇବର୍ଷ ଛୋଟ ଥିଲେ । ପିଉସୀଙ୍କ ଦିଅରଙ୍କ ବାହାଘର ପରେ ସେ ତା ଭାଇଭଉଣୀଙ୍କୁ ପାଖରେ ରଖି ଭଡାଘରେ ରହିଲା । ତା ସାନ ଭାଇର ଦିଲ୍ଲୀରେ ଚାକିରି ହେଲାପରେ ବାପାଙ୍କର ଚିନ୍ତା କମିବା ଦେଖି ସେ ବିବାହ କରିବାକୁ ମନ ବଳାଇଲା । ସୁରେଶଙ୍କର ବି ତାମିଲନାଡୁରେ ଥିବା ଡିପାର୍ଟମେନ୍ଟ ଓଫ ଏଟମିକ ଏନାର୍ଜିରେ ଚାକିରି ମିଳିଗଲା । ଘରେ କେହି ରାଜି ନ ହେବାରୁ ସେ ରାଜ୍ୟକୁ ଯାଇ ମନ୍ଦିରରେ ବିବାହ କରି ରହିଲେ । ବିନା ଯୌତୁକ ଆଉ ଗୋଟିଏ କପଡାରେ ଆସିଥିଲା । 

ଗୋଟିଏ ବର୍ଷ ପରେ ତା ସ୍ବାମୀଙ୍କ ଘରୁ ଡାକର ଆସିଲା । ଶାଶୁଙ୍କୁ ମୁଣ୍ଡିଆ ମାରିବାବେଳେ ସେ ଗୋଡ ଆଡେଇ ନେଲେ । କେହି ତା ସହିତ କଥା ବି ହେଲେନି । ରଙ୍ଗ କମ ଥିବାରୁ ଶାଶୁଘର ଲୋକ ଘୃଣା କରୁଥିଲେ । ତା ବାପ ମା ସଂସରରୁ ବିଦାୟ ନେଲେ , ଭାଇଭଉଣୀଙ୍କ ବାହାଘର ହେଲା ,ହେଲେ ସେ ଯାଇପାରିଲାନି । ତାର ତ୍ୟାଗ ଆଉ ତପସ୍ୟା ବଳରେ ସବୁ ଧୀରେଧିରେ ସାଧାରଣ ହେବାକୁ ଲାଗିଲା । ତା ଝିଅ ଏବେ ଚାକିରି କରୁଛି । ସେ ହୀରାଭଳି ସ୍ଵାମୀ ପାଇବାରୁ ଏବେ ବହୁତ ଖୁସିରେ ଅଛି । କିନ୍ତୁ ସେ ସମୟ କଣ ଫେରିଆସିବ ? 


Rate this content
Log in

Similar oriya story from Romance