ସମାନ ଅବସ୍ଥା
ସମାନ ଅବସ୍ଥା
ଜୀବନରେ ସମୟ ଆସିଲେ ପରିସ୍ଥିତି ବଦଳି ଥାଏ ବୋଲି ଶୁଣିଛି । ହେଲେ ଜଣେ ଭଉଣୀ ବିଷୟରେ ଜାଣିଲେ ଭାବିବେ ଯେ ତା ପାଇଁ ସମୟ ଯେମିତି ଅଟକି ଯାଇଛି ! ରଶ୍ମୀ ଘରର ବଡ ଝିଅ ବୋଲି ଶିଘ୍ର ବିଭାହୋଇ ଶାଶୁ ଘରକୁ ଚାଲିଗଲା । ଶଶୁରଘର ଲୋକ ଜଣାଶୁଣା ଥିବାରୁ କିଛି ପଚରାଉଚୁରା କରି ନ ଥିଲେ । ପ୍ରଥମଦିନରେ ସେ ସ୍ଵାମୀର ରାଗ ଦେଖି ଡରିଗଲା ବନ୍ଦ ଘର ଭିତରେ ମାଡମାରିବା ,ଛୁରୀ ପକାଇବା ସବୁ ସହିବାକୁ ପଡିଲା । ପୁଅର ରାଗ ଜାଣିଥିବାରୁ ବାପମା ପାଟି ଖୋଲୁ ନ ଥିଲେ । କିଛି ନ କହିବାରୁ ଭଲ ବୋହୁ ହୋଇଥିଲା ଏମିତିକି ପୁରା ଗାଁ ରେ ସୁନାବୋହୁ ହେବାର ସୁନାମ ନେଉଥିଲା ବାପଘର ଲୋକଙ୍କ ବଦନାମ ଡରରେ ଆସୁ ନ ଥିଲା ।ପଚାରୁଥିଲେ ସମସ୍ତେ ଭଲ ବୋଲି କହୁଥିଲା । ସେ ବୋଧେ ସବୁ ସହିବାରେ ଶାନ୍ତି ଖୋଜୁଥିଲା ।
ସମୟ ଗଡିବା ସହିତ ସେ ପୁଅ ଓ ଝିଅ ର ମା ହେଲା ।ଦୁଖକଷ୍ଟରେ ସେମାନେ ବଡ ହୋଇଗଲେ । ଝିଅଟି ଗୋଟିଏ ପୁଅକୁ ଭଲ ପାଇ ଚାଲିଗଲା । ପୁଅ ତା ବାପାର ଅବିକଳ ଚରିତ୍ର । ଛୋଟଛୋଟ କଥାରେ ରାଗି ମାକୁ ଗାଳି ଦେବାକୁ ଲାଗିଲା। ଅଳ୍ପ ବଯସରୁ ମଦ ଖାଇଲା । କହିଲେ କହୁଥାଏ ଯେ ବାପାଙ୍କୁ କେହି କିଛି କହୁନାହାନ୍ତି ? ରଶ୍ମୀର ଆଶା ଥିଲା ପୁଅ ବଡ ହେଲେ ଦୁଖ ସରିଯିବ । ହେଲେ ଏ କଣ ! ଯେସାକୁ ତେସା ? ପୁଅର ବ୍ୟବହାର ପାଇଁ ସ୍ଵାମୀଠାରୁ ଗାଳିମାଡ ଖାଉଥାଏ । ବୋହୁ ଆସିଲେ ପୁଅ ଠିକ ବାଟକୁ ଆସିବା ବୋଲି ଭାବି ବିଭା କରାଇଦେଲେ । ଶାଶୁ ଶଶୁର ଆରପାରିକୁ ଚାଲିଗଲେ । ବାପପୁଅ ମିଶି ବୋହୁକୁ କାହାର କଣ ଦୁର୍ବଳ ସବୁ କହିଦେଲେ । ସବୁ ଜାଣିବା ପରେ ସେ କଣ ଛାଡେ! ଧୀରେଧିରେ ସମସ୍ତଙ୍କ ଉପରେ ରାଜୁତି କଲା । ଏମିତି ଦିନେ ବାପପୁଅ ମଧ୍ୟରେ ମାଡପିଟି ହେଲା ଯେ ବାପ ଘର ଛାଡି ପଳାଇ ଯାଇ ଏକ ମଠରେ ଆଶ୍ରୟ ନେଲା । ରଶ୍ମୀ ଘରେ ରହି ନାତି ଜନ୍ମ ହେଲା ପରେ ତା ମୁହଁକୁ ଚାହିଁ ମାଡିକଚି ହୋଇ ରହିଲା । ବୋହୁ ଯେତେ ଖରାପ ବ୍ୟବହାର କଲେ ବି ପୁଅ ନୀରବ ରୁହେ । ବୋହୁର ପାଟିରେ ବାଡବତା ନ ଥାଏ ।ରଶ୍ମୀ ନାତି ପଛରେ ବୁଲି କାମକରି ଦିନ କାଟେ ।
ଦିନେ ବୋହୁ ସୀମା ଲଙ୍ଘନ କରିଦେଲା ,ସେ କାନ୍ଦିକାନ୍ଦି ସ୍ଵାମୀ ପାଖକୁ ଚାଲିଗଲା । ପୁଅବୋହୁଙ୍କଠୁ ଗାଳି ଅପେକ୍ଷା ନିଜଲୋକଠୁ ଶୁଣିବା ଭଲ । ତା ଜୀବନ ବୀନା ପରିବର୍ତନରେ କଟିଯାଉଛି । ସମସ୍ତଙ୍କ ପାଇଁ ସୁନା ହେଲେ ନିଜ ପାଇଁ ।
