STORYMIRROR

Sarojini Das

Tragedy

3  

Sarojini Das

Tragedy

ମାତାଙ୍କର ବିଳାପ

ମାତାଙ୍କର ବିଳାପ

2 mins
201

ରାସ୍ତାରେ ଯାଉଥିବା ସମୟରେ ହଠାତ ମୋତେ କାହାର କ୍ରନ୍ଦନ ଶୁଭିଲା | ପାଖକୁ ଯାଇ ଦେଖିଲି ରାସ୍ତାର ଗୋଟିଏ ପାର୍ଶ୍ଵରେ ଜଣେ ସ୍ତ୍ରୀ ଲୋକ ବସି କାନ୍ଦୁଛନ୍ତି | ଦେହରେ ଛିଣ୍ଡା ଶାଢୀ, ଆଖି ଦୁଇଟା ଭିତରକୁ ପସିଯାଇଛି , ନୁଖୁରା ବାଳ, ଦେଖିଲେ ଲାଗୁଛନ୍ତି ସମ୍ଭ୍ରାନ୍ତ ଘରର ବୋହୁ | ହେଲେ କଣ ହେଲା ଯେ ଏକାକୀ ବସି କାନ୍ଦୁଛନ୍ତି ! ସେ ରାସ୍ତାରେ ଯିଏ ଯାଉଛନ୍ତି ସମସ୍ତଙ୍କୁ ଡାକି କଣ କହୁଛନ୍ତି , ହେଲେ ନ ଶୁଣିଲା ପରି ଚାଲି ଯାଉଛନ୍ତି | ମୁ ତାଙ୍କ ପାଖକୁ ଯାଇ ପଚାରିଲି , କଣ ହେଲା ମା ? କାହିଁକି କାନ୍ଦୁଛ ? ସେ ଆଖିରୁ ଲୁହ ପୋଛି କହିଚାଲିଲେ , " କଣ କରିବିରେ ପୁଅ ? ମୋର ତ ଅଗଣିତ ସନ୍ତାନ, ସନ୍ତନ୍ତି ଥିଲେ ଆଉ ଏବେ ମଧ୍ୟ ଅଛନ୍ତି | ହେଲେ ମୋର ଯତ୍ନ କେହି ନେଉନାହାନ୍ତି | " ପୁଣି ଆଖିରୁ ଲୁହ ଛିଣ୍ଡା କାନୀରେ ପୋଛି କହିଲେ " ମୁ ପ୍ରଥମରୁ ଜଣେ ସ୍ବଚ୍ଛ , ନିର୍ମଳ, ନଦୀ , ପାହାଡ , ପର୍ବତ ,ସବୁଜିମାରେ ଭରପୁର ଥିଲି , ମୋର ସବୁଜ ରଙ୍ଗର ଶାଢୀରେ କେତେ ରଙ୍ଗ ବେରବଙ୍ଗର ଜୀବଜନ୍ତୁମାନଙ୍କର, ଫୁଲ ,ଫଳ ର ଚିତ୍ର ଥିଲା | ଏବେ ଦେଖିପାରୁଛ ମୋ ଦୟନୀୟ ଅବସ୍ଥା | ମୋ ଦେହରେ ପାଣି ଅଛି ନା ମାଟି ଅଛି ? ସବୁଆଡେ ପଥର ,ଗୋଡି ଚଟାଣ,ବଡବଡ ଅଟ୍ଟାଳିକା ବିସ୍ତାର କରୁଛି | ଶାଢୀ ଚିରି ଧ୍ଵସ୍ତ ବିଧ୍ଵସ୍ତ ହୋଇଗଲାଣି | ମୋତେ ନିଶ୍ଵାସ ନେବାକୁ କଷ୍ଟ ହେଉଛି କାହିଁକି ନା ବାଯୁମଣ୍ଡଳ ସବୁବେଳେ ଧୂଆଁ ଧୂଆଁ ହୋଇ ରହୁଛି | " 

ତାଙ୍କୁ ପଚାରିଲି " ଆପଣ ଆଉ କାହାକୁ କହିଛନ୍ତି କି ? ସେ କହିଲେ , " ନେତାପୁଅମାନେ ଯାଉଥିଲେ, କହିଲି ଯେ ,ସେମାନେ କହିଲେ ସମସ୍ତଙ୍କର ଘର ,ଗାଡି ପୁଣି ଦି ଚକିଆ ଚାରି ଚକିଆ ଦରକାର | ହେଲେ ତୋର କଣ ବିଚାର? ତୁ ତ ଜଣେ ସାଧାରଣ ମଣିଷ " ମୁ କହିଲି ," ସମସ୍ତଙ୍କର ଘର ଗାଡି ତ ଦରକାର | ଯଦି ଜଣେ ଲୋକ ଗୋଟିଏ ଘର କିଣିବ, ସବୁଥିରେ ନିୟନ୍ତ୍ରଣ କଲେ କିଛି ତ ସମାଧାନ ହୋଇପାରିବ | ଆଜିକାଲି ବହୁତ ଲୋକଙ୍କ ପାଖରେ ୨/୩/୪ ଏମିତି ଘର ବି ଅଛି | କଣ ମା , ଠିକ କହିଲି କି ନାହିଁ ? " ସେ କହିଲେ "ହଁ କିଛିମାତ୍ରାରେ ଠିକ ଯେ, ହେଲେ ଏ କଥା କିଏ ଶୁଣୁଛି ?ମୋତେ ତୁମେମାନେ " ଭୂଦେବୀ" ରୂପରେ ପୂଜା କରୁଛ ପୁଣି କଷ୍ଟ ବି ଦେଉଛ | ହେଲେ ଦେଖାଯାଉ ମୋର ସୁଦିନ କେବେ ଫେରିବ ! " କହିକହି କାନ୍ଦି କାନ୍ଦି ସେଠାରୁ ଅଦୃଶ୍ୟ ହୋଇଗଲେ | ମୁ ମୋ ଆଖିକୁ ବିଶ୍ବାସ କରିପାରିଲି ନାହିଁ | 


Rate this content
Log in

Similar oriya story from Tragedy