STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

3  

ଓଡ଼ିଆ ଗଳ୍ପ ଓ କବିତା - ୨

Children Inspirational

ପରୋପକାର

ପରୋପକାର

2 mins
15.7K


ଯେତେବେଳେ ଇନ୍ଦୋର ରାଜ୍ୟରେ ରାଣୀ ଅହଲ୍ୟାବାଇ ରାଜୁତି କରୁଥିଲେ ସେତେବେଳେ ବିନାୟକ ରାଓ ମଧ୍ୟେକର ନାମକ ଜଣେ ପ୍ରସିଦ୍ଧ ସଙ୍ଗୀତଜ୍ଞ ସେଠାରେ ରହୁଥିଲେ । ସେ ଜଣେ ବହୁତ ବଡ କବି ଥିଲେ । ଭକ୍ତ ମଧ୍ୟ ଥିଲେ । ସେ ନିଜେ ଗୀତ ଲେଖୁଥିଲେ, ତାହା ସ୍ୱର ସଂଯୋଜନା କରୁଥିଲେ ଏବଂ ନିଜେ ବି ଗାଇ ଅନ୍ୟମାନଙ୍କୁ ଶୁଣାଉଥିଲେ ।

କବି ଏବଂ ଗାୟକ ଭାବରେ ସେ ମଧ୍ୟେକରଙ୍କର କୀର୍ତ୍ତି ସର୍ବତ୍ର ବ୍ୟାପି ଯାଇଥିଲା । ଭକ୍ତ ତ ସଙ୍ଗୀତର ପୃଷ୍ଠପୋଷକ, ଧନୀ ବ୍ୟକ୍ତି ଆଦି ସଦାସର୍ବଦା ତାଙ୍କ ଘରକୁ ଆସି ତାଙ୍କୁ ଅନେକ ଉପହାର ପ୍ରଦାନ କରୁଥିଲେ ।

ଏହିପରି ଭାବରେ ମିଳୁଥିବା ସମସ୍ତ ଧନକୁ ମଧ୍ୟେକର ଦରିଦ୍ର ବ୍ୟକ୍ତିମାନଙ୍କ ମଧ୍ୟରେ ବାଂଟି ଦେଉଥିଲେ । ଯେତେ ଧନ ଆସୁଥିଲା ସେସବୁ ଖର୍ଚ୍ଚ ହୋଇଯାଉଥିଲା । କିନ୍ତୁ ସେ ଯେତେ ସବୁ ଧନ ଖର୍ଚ୍ଚ କରୁଥିଲେ ତାହା ତାଙ୍କୁ ଉପହାର ସ୍ୱରୂପ ମିଳିଯାଉଥିଲା ।

ସନ୍ତାନସନ୍ତତିଙ୍କର ଅଭାବ ବ୍ୟତୀତ ମଧ୍ୟେକରଙ୍କର ଜୀବନରେ ଆଉ କୌଣସି ବି ଅଭାବ ନ ଥିଲା– ଶେଷରେ ସେ ନିଃସନ୍ତାନ ହୋଇ ନିଜର ପୂଜ୍ୟଦେବ ପାଣ୍ଡୁରଂଗାଙ୍କର ସହିତ ଲୀନ ହୋଇଗଲେ । ଶେଷ ସମୟରେ ସେ ତାଙ୍କ ପତ୍ନୀ ରୁକ୍ମାବାଇଙ୍କୁ ଡାକିଲେ ଓ କହିଲେ–

‘ରୁକ୍ମା ଆମର ତ କୌଣସି ସନ୍ତାନସନ୍ତତି ନାହାଁନ୍ତି । କିନ୍ତୁ ମନୁଷ୍ୟମାନଙ୍କ ପାଇଁ କେବଳ ପୁତ୍ର ହିଁ ସନ୍ତାନ ହୋଇ ନଥାଏ । ସାତ ସନ୍ତାନ ମଧ୍ୟରୁ କେବଳ ଏହି ଗୋଟିଏ ସନ୍ତାନ ପ୍ରାପ୍ତ କରିପାରିଲି ନାହିଁ । ତେଣୁ ମୋର ମୃତ୍ୟୁ ପରେ ମୋର ସମସ୍ତ ଧନ କୂଅ, ପୋଖରୀ, ମନ୍ଦିର ଏବଂ ଧର୍ମଶାଳା ଆଦି ନିର୍ମାଣ କାର୍ଯ୍ୟରେ ବ୍ୟୟ କରିବ । ଏହା ହିଁ ମୋର ଇଚ୍ଛା ।’

ପତିଙ୍କର ମୃତ୍ୟୁ ପରେ ରୁକ୍ମାବାଇ ତାଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ କରିବା ପାଇଁ ନିଷ୍ପତି ନେଲେ । କିନ୍ତୁ ସେଥିରେ ଗୋଟିଏ ବାଧା ଦେଖାଦେଲା । ଦିନେ ଇନ୍ଦୋର ରାଜ୍ୟର ସେନାଧିପତି-ତୁକ୍କାଜୀ ଆସି କହିଲେ, ମଧ୍ୟେକରଙ୍କର କୌଣସି ସନ୍ତାନସନ୍ତତି ନ ଥିବାରୁ ନିୟମ ଅନୁଯାୟୀ ତାଙ୍କର ସମସ୍ତ ସମ୍ପତ୍ତି ରାଜ୍ୟର ହୋଇଯିବ । ତେଣୁ ତାଙ୍କର ସମସ୍ତ ସମ୍ପତ୍ତି ରାଣୀଙ୍କୁ ସମର୍ପି ଦିଆଯିବ । ରୁକ୍ମାବାଇ ନିଜର ଜୀବନ ନିର୍ବାହ କରିବା ପାଇଁ କିଛି ରଖିପାରନ୍ତି ।

ଏଭଳି କଥା ଶୁଣି ରୁକ୍ମାବାଇ ନିଜ ପତିଙ୍କର ଶେଷ ଇଚ୍ଛା ସମ୍ବନ୍ଧରେ ସେନାପତିଙ୍କୁ କହିଲେ ।

କିନ୍ତୁ ରାଜ୍ୟର ବିଧାନ ଭିନ୍ନ ହୋଇଥିବାରୁ ତୁକ୍କାଜୀ କିଛି କରିଲେ ନାହିଁ । ସେ ସମସ୍ତ ସମ୍ପତ୍ତି ରାଜକୋଷରେ ଜମା କରିଦେଲେ ।

ରୁକ୍ମାବାଇ ଅହଲ୍ୟାବାଇଙ୍କ ସମ୍ମୁଖରେ ଗୋଟିଏ ନିବେଦନପତ୍ର ସମର୍ପଣ କଲେ । ରାଣୀ ମହଲକୁ ଯାଇ ସେ କହିଲେ ତାଙ୍କ ପତିଙ୍କର ସମ୍ପତ୍ତି ତାଙ୍କୁ ପ୍ରଦାନ କରିଦିଆଯାଉ । ପତିଙ୍କର ଇଚ୍ଛା ଅନୁଯାୟୀ କୂଅ, ପୋଖରୀ, ମନ୍ଦିର ଇତ୍ୟାଦି ନିର୍ମାଣ କରାଯାଉ ।

ରୁକ୍ମାବାଇଙ୍କର ନିବେଦନ ଶୁଣି ରାଣୀ ଅହଲ୍ୟାବାଇ ତୁକ୍କାଜୀଙ୍କୁ ଆଜ୍ଞା ଦେଲେ ଯେ ମଧ୍ୟେକରଙ୍କର ସମ୍ପତ୍ତି ଫେରାଇ ଦିଆଯାଉ । ରାଣୀଙ୍କ କଥା ଶୁଣି ତୁକ୍କାଜୀ ହଠାତ୍ ଚକିତ ହୋଇ ପଚାରିଲେ – ‘ଦେବୀ! ଏହା ତ ନିୟମର ବିରୁଦ୍ଧ ।’

ରାଣୀ ତୁକ୍କାଜୀଙ୍କୁ ପଚାରିଲେ ‘ଏହି ଧନ ନେଇ ଆମେ କଣ କରିବା?’

ତହୁଁ ତୁକ୍କାଜୀ କହିଲେ ‘ପୋଖରୀ, କୂଅ ଖୋଳିବା ଏବଂ ଧର୍ମଶାଳା ଇତ୍ୟାଦି ପ୍ରଜାପୋଯୋଗୀ କାର୍ଯ୍ୟରେ ଏହା ବିନିଯୋଗ କରାଯିବ ।’

ରାଣୀ ଅହଲ୍ୟାବାଇ କହିଲେ ‘ହଁ, ରୁକ୍ମାବାଇ ବି ତ ଏହି କାର୍ଯ୍ୟରେ ହିଁ ଅର୍ଥ ଖର୍ଚ୍ଚ କରିବା ପାଇଁ ଚାହାଁନ୍ତି । ମାତ୍ର ଫରକ୍ ଏତିକି ଯେ ରାଜକର୍ମଚାରୀ ବେତନ ପାଇଁ କାର୍ଯ୍ୟ କରନ୍ତି କିନ୍ତୁ ପତି ଭକ୍ତି କାରଣରୁ ସେ ନିଜେ ଏହି କାର୍ଯ୍ୟ କରିବାକୁ ଚାହାଁନ୍ତି । ଏଥିରୁ କାଣି କଉଡିଟିଏ ବି ବେତନ ରୂପରେ ସେ ନେବେ ନାହିଁ । ତେଣୁ ଏ ସମସ୍ତ ଧନ ଏହି ମୁହୂର୍ତ୍ତରେ ତାଙ୍କୁ ଫେରାଇ ଦିଆଯାଉ ।’ ରାଣୀ ଅହଲ୍ୟାବାଇ ତୁକ୍କାଜୀଙ୍କୁ ଆଜ୍ଞା ଦେଲେ । ଇନ୍ଦୋର ରାଜାଙ୍କର ପ୍ରଜାମାନେ ରାଣୀଙ୍କର ନ୍ୟାୟ ଦେଖି ସନ୍ତୋଷ ପ୍ରକଟ କଲେ ।


Rate this content
Log in

Similar oriya story from Children