STORYMIRROR

Sunanda Mohanty

Tragedy Inspirational Thriller

4  

Sunanda Mohanty

Tragedy Inspirational Thriller

ପ୍ରକୃତି କନ୍ୟା

ପ୍ରକୃତି କନ୍ୟା

2 mins
232

  ପଡୋଶୀ ଦୀନବନ୍ଧୁବାବୁ ତାଙ୍କ ସଂସାରରେ ଏକୁଟିଆ. ପୁଅ ଝିଅ ଦୁହେଁ ବିବାହ କରି ନିଜ ନିଜ ସଂସାରରେ. ସ୍ତ୍ରୀ ମରିବାର ଦଶ ବର୍ଷ ହୋଇଗଲାଣି ଏଭିତରେ କିନ୍ତୁ ଦୀନବନ୍ଧୁ କେଵେ ପୁଅ ଝିଅଙ୍କ ଘରକୁ ଯାଇ ମାସେ ଦୁଇମାସ ଦୂରର କଥା ଦିନେ ଓଳିଏ ରହିବାର କେହି ଦେଖିନି. ବେଳେ ବେଳେ ଏକମାତ୍ର ଗାଈଟି ସହ କଥା ବାର୍ତ୍ତା ହେବାର ଶୁଣିବାକୁ ମିଳେ. କଥା ହେଉଥାଆନ୍ତି ଏମିତି ଯେମିତି ବାପା ଝିଅଟି ସହ ସୁଖ ଦୁଃଖ ହୋଇ ଭବିଷ୍ୟତ ପାଇଁ ସତର୍କ କରୁଛନ୍ତି. କହିଚାଲିଥାନ୍ତି ଦୀନବନ୍ଧୁବାବୁ ବୁଝିଲୁ ଚାନ୍ଦ ଘରେ ଥିବା ତୋରାଣୀ, ପେଜଖାଇ ପଛେ ସନ୍ତୁଷ୍ଟ ରହିବୁ କିନ୍ତୁ କେଵେ କାହା ବାଡ଼ିରେ ପଶି ଶାଗ, ମାଡିଥିବା ଲଟା ଆଦି ଖାଇବୁ ନାହିଁ. ଖାଉ ଖାଉ ଲଙ୍କା ଗଛ ଖାଇଦେବୁ ଯଦି ରାଗରେ ତଣ୍ଟି ଜଳିଯିବ. ଏବଂ ଘରେ କଳି ଝଗଡା ପଶିବ. ପୁଣି ଯଦି କାହା ବିଲ ବାଡ଼ିରେ ପଶି ଧାନ, ମୁଗ, ବିରି କୋଳଥ ଫସଲ ଉଜୁଡ଼େଇବୁ ତେବେ କଳି ସହ କାଞ୍ଜିଆପାଣିରେ ପଶିବୁ. ତତେ ମୁକୁଳେଇ ଆଣିବାକୁ ଯିବାକୁ ଏ ବୟସରେ କଷ୍ଟ ସହ ଲାଜ ମାଡିବ ମତେ.ମୋର ତ ଆଗକୁ ନାହିଁ କି ପଛକୁ ନାହିଁ. ଯାହା ପଇସା ପତ୍ର ସବୁ ତୋର ଓ ମୋର. ତୋ ପାଇଁ ଯେତିକି ଚୁନି, ଚୋକଡ ଇତ୍ୟାଦି ଆଣୁଛି, ନଡା, କୁଟା, ପାଳ ଯୋଗାଉଛି ସେତିକିରେ ସନ୍ତୁଷ୍ଟ ରହିବୁ. ଏସବୁ କଥା ଶୁଣି ଏପଟେ ନିହାର ବାବୁ ହସି ହସି ଗଡ଼ନ୍ତି.କେଵେ ମୁହଁକୁ ମୁହଁ ପଡିଗଲେ, ହସି ଦେଇ ଦୀନବନ୍ଧୁ କହନ୍ତି ସେଇତ ଗୋଟେ ବୋଲି ପ୍ରାଣୀ ମୋର. ଏପଟୁ ନିହାର ହସି ହସି କହନ୍ତି ହଁ ହଁ ଝିଅକୁ ଭଲ ସଂଠଣା ଶିଖାଉଛନ୍ତି ଆପଣ. ସମାଜ ପାଇଁ ଏକ ବିରଳ ଦୃଷ୍ଟାନ୍ତ ଆପଣଙ୍କ ଏହି ଶୋଭାନୀୟ କଥା ବାର୍ତ୍ତା. ମଣିଷ ଓ ପଶୁ ଭିତରେ ଏପରି ବନ୍ଧୁତାର ସମ୍ପର୍କ କେତେ ଜଣଙ୍କ ପାଖରେ ଦେଖିବାକୁ ମିଳେ!

  ଦେଖୁ ଦେଖୁ ସେ ଶାଶ୍ୱତ ନିର୍ମଳ ସମ୍ପର୍କ ଛିଡି ଗଲା. ଗାଈଟି ଯେବେ ମରିଗଲା. ଦୀନବନ୍ଧୁ ବାବୁ ସେପଟେ ଯେତିକି କାନ୍ଦୁଥିଲେ ଏପଟେ ନିହାର ବାବୁ ହୁଏତ ତାଙ୍କ ଠାରୁ ଅଧିକ କାନ୍ଦୁଥିଲେ. ଆଜି କିନ୍ତୁ କାହା ସହ କଥା ହେଉଛନ୍ତି ଦୀନବନ୍ଧୁ ଠିକ ଗାଈଟି ସହ କଥା ହେଲା ଭଳି. ଶୁଣିବାକୁ ଚେଷ୍ଟା କଲେ ନିହାର ବାବୁ. ଦୀନବନ୍ଧୁ ତାଙ୍କ ଫୁଲ ବଗିଚାରେ ଥିବା ପ୍ରତ୍ୟେକ ଫୁଲ ଗଛକୁ ତୁମେ ମାନେ ପ୍ରକୃତିର କନ୍ୟା କହି କେତେ ଦୁଃଖ ସୁଖ ହୋଇ ତୁଳସୀ ଗଛକୁ ପୂଜା କରୁଥିଲେ ଓ ମାଆ ତୁମେ ମୋ ଝିଅ ବୋଲି କହି କହୁଥିଲେ ତୁମେ ପ୍ରକୃତିର ସୁକନ୍ୟା ମାତା. ତୁମ ବିଷୟରେ କହିଲେ ସରିବ ନାହିଁ କିନ୍ତୁ ତୁମେ କନ୍ୟା ରୂପେ ମାତା ବୃନ୍ଦାବତୀ. ସେପଟେ ଦୀନବନ୍ଧୁ ଆଉ କଣ କଣ ସବୁ କହୁଥିଲେ ଫୁଲ ଗଛଗୁଡିକୁ ଆଉ ଏପଟେ ନିହାର ବାବୁ ଦୀର୍ଘାନିଶ୍ୱାସ ଛାଡି ଭାବୁଥିଲେ ଯା ହେଉ ବଞ୍ଚିବାର ସାହାରା ମିଳିଗଲା ଦୀନବନ୍ଧୁବାବୁଙ୍କୁ.

  ନିହାର ବାବୁଙ୍କ ଝିଅ ସେତିକି ବେଳକୁ କିଛି କହିବ କହିବ ହୋଇ କହି ପାରୁନଥିଲା ତ ନିହାରବାବୁ ଅଭୟ ଦେଲେ ଆଉ ପଚାରିଲେ କଣ କହିବୁ କହ ମାଆ?ଝିଅ କହିଲା ମୋ ପେଟ କଣ ହେଉଛି ବାପା, ଆଜି ସ୍କୁଲ ଯିବାକୁ ମୋର ମନ ଓ ଦେହ ମତେ ବାରଣ କରୁଛି. ବ୍ୟସ୍ତ ହୋଇପଡିଲେ ନିହାରବାବୁ. ତରତର ହୋଇ ହସ୍ପିଟାଲ ବାହାରିଲେ କିନ୍ତୁ ସ୍ନେହା ରାଜି ନୁହଁ ଯିବାକୁ.ବହୁ କଷ୍ଟରେ ଲାଜ ମିଶା କଣ୍ଠରେ ଝିଅ ସ୍ନେହା କହିଥିଲା ମତେ ତେର ବର୍ଷ ହୋଇଗଲାଣି ବାପା ଏ ପେଟ କଣ ହେବା ମୋର ପ୍ରକୃତିଗତ. ଉଠି ଛିଡା ହେଲେ ନିହାର ବାବୁ. ମନେ ମନେ କହିଲେ ଓଃ ମୋ ଝିଅ ଏଯାଏଁ ପ୍ରକୃତି କନ୍ୟା ଥିଲା ଆଜିଠୁ ମଣିଷ ସମାଜରେ ଜଣେ ହୋଇଗଲା ବୋଲି ମାଆ ନଥିବା ମୋ ଝିଅ କଥା ବୁଝିବାକୁ ମୁଁ ବାପା ଅଛି କହି ଦଉଡିଯାଇଥିଲେ ବାଜାରକୁ. ରସଗୋଲା କିଣି ଆଗ ଦୀନବନ୍ଧୁଙ୍କୁ ଦେଇ କହୁଥିଲେ ଆପଣଙ୍କ ପ୍ରକୃତି କନ୍ୟା ତୁଳସୀ ମାତାଙ୍କୁ ପୂଜିବାକୁ ମୋ ଝିଅ ଏବେ ସକ୍ଷମ ହୋଇଯାଇଛି ଦୀନବନ୍ଧୁବାବୁ.ସେପଟେ ସ୍ନେହା ଲାଜ ଓ ଭୟ ତଥା ସଦାଚାରରେ ଜଡ଼ସଡ଼ ହୋଇପଡ଼ିଥିଲା.



Rate this content
Log in

Similar oriya story from Tragedy