ପରକୀୟା
ପରକୀୟା
ପରକୀୟା ପ୍ରୀତି ଯେ କେତେ ବିପଦପୂର୍ଣ୍ଣ ଟିଭି ଓ ଖବରକାଗଜରୁ ଜଣା ପଡୁଛି।ଏଇ ପରକୀୟା ଯଦିଓ କିଛିଦିନପାଇଁ ଅନେକ ଖୁସି ଯୋଗାଏ ସ୍ବର୍ଗର ନନ୍ଦନକାନନରେ ନେଇ ବୁଲେଇଆଣେ।ରାଜରାଣୀର ସୁଖ ଏୈଶ୍ଚର୍ଯ୍ୟ ଆମୋଦପ୍ରମୋଦ ରେ ପୋତି ପକାଏ। ହେଲେ ପ୍ରକାରନ୍ତରେ ଏହାର ପ୍ରଭାବ ଅତ୍ୟନ୍ତ ଅଶ୍ଲିଳ ଘୃଣାର ସାରବ୍ୟ ବି କରେ।ନିଜର ପରିବାର ଓ ପିଲାଙ୍କ ନଜରରେ ତଳକୁ ଖସିଯାଏ ତାର ସ୍ଥାନ।ଉପରେ ଯଦିଓ ସାଙ୍ଗସାଥୀ କି ଘରଲୋକ କିଛି ନ କୁହନ୍ତୁ ହେଲେ ମନ ଭିତରେ ସମସ୍ତେ ଘୃଣା କରିବା ଆରମ୍ଭ କରିଦିଅନ୍ତି ଏମିତି ଚରିତ୍ରକୁ।ସମୟ ଆସେ ଯେତେବେଳେ ତାର ପାଖରେ ଆଉ କେହି ନ ଥାନ୍ତି ତାର ବିପଦ ଆପଦରେ ସାହାପକ୍ଷ ହେବାପାଇଁ।ସେ ସଂପୂର୍ଣ ଏକେଲା ହେଇଯାଏ।ଯେତେବେଳେ ତାର ବୁଝିବାର ସମୟ ଆସେ ନଈପାଣି ଗଡିସାରିଥାଏ କେବଳ ଅବଶୋଷ ହିଁ ସାର ହୁଏ। ଏମିତି ଏକ ନାରୀ ଚରିତ୍ର ନାଁ ତାର ସେଲିମା।ରୂପରେ ସୁନ୍ଦରୀ ହେଲେ ପାଠରେ ଏତେ ଭଲ ନଥିଲା।ପ୍ଲସଟୁ ପରେ ତାର ବାହାଘର ହେଇଗଲା।ତାର ରୂପ ତୁଳନାରେ ଶଶୁର ଘର ଏତେ ଧନୀନଥିଲେ।ତାର ପସନ୍ଦ ମୁତାବକ ପ୍ରସାଧନ ବ୍ୟବହାର କରି ଟିପ୍ ଟପ୍ ରହି ପାରନ୍ତା ସେମିତି ତାଙ୍କର ଯୋଗ୍ୟତା ନଥିଲା ଖର୍ଚ୍ଚ କରିବାକୁ।ସେମାନେ ଏକ ସରଳ ରକ୍ଷଣଶୀଳ ସଂସ୍କାରି ପରିବାର ଥିଲେ।ସେମାନେ ସଂସ୍କାର ନୀତି ନୀୟମକୁ ମାନ୍ୟ ଦେଉଥିଲେ।ହେଲେ ସେ ଏସବୁ କିଛି ମାନିବାକୁ ରାଜି ନ ଥିଲା। ଦାମୀ ଡିଜାଇନର୍ ଶାଢୀ ପିନ୍ଧିବା ତାର ପସନ୍ଦ ଥିଲା | ଠିକରେ ଘରକାମ ବି କରୁ ନ ଥିଲା ସ୍ବାମୀର ବାଟକୁ ଅନେଇ ଅପେକ୍ଷାକରିବା ବି ତା ପକ୍ଷେସମ୍ଭବ ନଥିଲା।ବରଂ ଘରେ ରୋଷେଇ ନକରି ବାହାରେ ଖଇବାର ତାରମନ।ସ୍ୱାମୀ ପାଖରେ ନାଁ ଏତେ ସମୟ ଅଛି ନାଁ ଅର୍ଥ ଯେ ତାକୁ ନିତିପ୍ରତି ହୋଟେଲରେ ଖୁଆଇବ।ଘରେ ଶାଶୁ ନଣନ୍ଦ ଅଛନ୍ତି ତାଙ୍କର ସେବାଯତ୍ନଅକୁ ତାର ନିଘାନାଇଁ।ତାର ସଜବାଜ ଅନ୍ୟ ପୁରୁଷଙ୍କ ସହ ମଲର ମଲର ହେବା ଦେଖି ଶାଶୁ ନଣନ୍ଦ କିଛି କହିଦେଲେ ତାଙ୍କସହ ଅଶ୍ରାବ୍ୟ ଭାଷାରେ ଗଲିଗୁଲଜ କରେ।କଥାରେ ତାକୁ କେହି ପାରିବେନି ।ଶାଣଦିଆ କଟୁରି ପରି ଜିଭ ପାଇଥିଲା।ଏପରି ଭାବରେ ତାର ଝିଅଟେ ଓ ପୁଅଟେ ବି ହୋଇଗଲେ।ହେଲେ ତାର ଗୁଣ ସେମିତି ରହିଥାଏ।ଝିଅ ତାର ଦେଖିବାକୁ ତାଠୁବି ସୁନ୍ଦରୀ ଥିଲା।ପୁଅବି ସୁନ୍ଦରଥିଲା ହେଲେ ସେ ବାପାର ଗୁଣ ଆଣିଥିଲା।ସେ ଧିରସ୍ଥିର ଥିଲା ପାଠରେ ମନ ଦେଉଥିଲା।ହେଲେ ଝିଅ ସୁମିକୁ ସେ ନିଜ ସାଞ୍ଚରେ ଉତାରି ସାରିଥିଲା।ଅନେକ ଧନୀ ପିଲାଦେଖି ତାଙ୍କସହ ମିଶିବାକୁ ଦେଉଥିଲା।ସେମାନଙ୍କ ଭିତରୁ ଜଣେ ତାକୁ ବାହାହେବାପାଇଁ ରାଜିହେଇଗଲା।ହେଲେ ସେମାନେ ରକ୍ଷଣଶୀଳ ପରିବାରଥିଲେ।ତାକୁ ଅଧିନରେ ରଖିବାକୁ ଚାହୁଁଥିଲେ ହେଲେ ଏତ ଉଡନ୍ତା ଚଢେଇ ଗୋଟିଏ ଡାଳରେ ବସାବାନ୍ଧି ରହିବାର ଜନ୍ତୁ ନୁହେଁ। ପୁଣି ଅନ୍ୟ ପୁରୁଷଙ୍କ ସହ ସଂପର୍କ ରଖିବାକୁ ଚେଷ୍ଟାକଲା।ଫଳରେ ତା ଶଶୁର ଘରେ ଛାଡପତ୍ର ଦେଇ ଘରୁବିଦା କରିଦେଲେ।ଝିଅ ଯିବାପରେ କର୍ତ୍ତବ୍ୟ ସରିଗଲା ଭାବି ସେଲିମା ବି ଏକ ଧନୀ ଅଫିସର ସହ ଚମ୍ପଟ ମାରିଲା ହାଇଦ୍ରାବାଦ।ସେଠିି ପାଞ୍ଚଛଅବର୍ଷ ରାଜସୁଖ ପାଇ ରହିଲା।ଭଲଭଲ ଶାଢୀ ଗହଣା ପିନ୍ଧିବାର ସୌଭାଗ୍ୟ ପାଇଲା |ସେ ଥରେ ଆସିଥିଲା ନିଜ ଗାଁକୁ ସେତେବେଳେ ଝିଅତାର ଛାଡପତ୍ରହୋଇ ଘରେ ରହୁଥିଲା।ସେଠି ତାସହ ତାର ଭେଟହେଲା।ଝିଅ ତାକୁ ବହୁତ ଗାଳିଗୁଲଜ କଲା।ତୋରି ପ୍ରଭାବ ପାଇଁ ମୋରଘର ଭାଙ୍ଗିଗଲା।ତୁ ମତେ ଉତ୍ତମ ସଂସ୍କାର ଦେଲୁନି। କଷ୍ଟସହିଷ୍ଣ ,ସହିବାଗୁଣ ମାନ୍ୟ ବେଭାର ଶିକ୍ଷିଲିନି।ବିନା କଷ୍ଟରେ କେମିତି ସହଜଲବ୍ଧ ଧନ ମିଳିବ ସେକଥା ମତେ ଶିଖେଇଲୁ।ତାର ପରିଣତି ତୋ ଆଖିଆଗରେ।ମାଆ ପାଖରେ କିଛି ଉତ୍ତର ନଥିଲା।ତା ପାଖରେ ଥିବା କେତେହଜାରଟଙ୍କା ଝିଅକୁ ହାତଖର୍ଚ ପାଇଁ ଦେଲା।ତାର ମାମୁଁଘରଲୋକେ ଏକ ଗରିବ ପରିବାର ଦେଖି ଭାଣିଜୀକୁ ଆଉଥରେ ବାହା କରିଦେଲେ।ଏବେ ସେ ଠିକ୍ ରହିଲା।ହେଲେ ତା ଶାଶୁଘରେ ମାଆ ସହ କୌଣସି ସଂପର୍କ ନ ରଖିବାକୁ କହି ଦେଇଥିଲେ।ସେଲିମାର ବୟସ ବଢିବାପରେ ଗାଲରେ ଜାଇ ଦାଗସବୁ ପଡିଗଲା। ଅସୁନ୍ଦର ହୋଇଗଲାପରେ ଏବେ ସେ ଲୋକ ତାକୁ ମାରିବାପିଟିବା ଆରମ୍ଭ କରିଥିଲା।ବାହାହେଇଥିଲେ ସିନା ଛାଡପତ୍ରରେ କିଛି ମିଳିଥାନ୍ତା ଭରଣପୋଷଣ ପାଇଁ ସେତ ରକ୍ଷିତା ହେଇକିଥିଲା ତାର ଅନ୍ୟ ପରିବାର ଥିଲେ।ସେ ୟାକୁ ଦୁଧରୁ ମାଛି ପରି ଛାଣି ଫୋଫାଡିଦେଲା।ସେ ବାଧ୍ୟହୋଇ ଭାଇଭାଉଜଙ୍କ ଘରକୁ ଫେରିଲା।ଘରେ କେହି ତାକୁ ପସନ୍ଦ କରୁନଥିଲେ।ଗାଁରେ ଯିଏ ଦେଖିଲେ ଛି ଛି କରୁଥିଲେ।ଦାଦା ଭାଇ ମଶି କହିଲେ ତାଙ୍କଠୁ କିଛିଟଙ୍କା ନେଇ ଦୋକାନଟେ କର ଓ ସେଥିରେ ଚଳ।ହେଲେ ସେ ଗାଁରେ କେମିତି ରହନ୍ତା।ତାକୁ କେହି ପସନ୍ଦ କରୁନଥିଲେ।ସେ ଗାଁଛାଡି ଜଣେ ପରିଚିତଙ୍କ ସହ ବାଙ୍ଗାଲୋର ଚାଲିଗଲା।ସେ ପରିଚିତ ଲୋକ ତାକୁ ଏକ ଏନ୍ଜିଓ ସଂସ୍ଥାରେ କାମଟେ ଯୋଗାଡ କରିଦେଇଥିଲେ।ସାତହଜାର ଟଙ୍କା ଦରମା ସାଙ୍ଗରେ ଖାଇବାପିଇବା ଖର୍ଚ୍ଚ ଫ୍ରିଥିଲା।ସେଠି କିଛିବର୍ଷ ରହିଲା ।ମଝିମଝିରେ ତାର ପେଟବ୍ୟଥା ହେଉଥିଲା ଓ ଡାକ୍ତରଙ୍କ ଠାରୁ ପେନ୍ କିଲର୍ ଆଣି ଖାଉଥିଲା।ଥରେ ଦାଦା ଘରକୁ ଆସିଥିବା ବେଳେ ପେଟବ୍ୟଥା ବାହାରିଲା।ତାକୁନେଇ ହସପିଟାଲରେ ପରୀକ୍ଷା କଲାପରେ ଜଣାପଡିଲା କ୍ୟାନସର ଲାଷ୍ଟ ଷ୍ଟେଜରେ ପହଞ୍ଚିସାରିଲାଣି।ତାକୁନେଇ ଏକ କ୍ୟାନସର ହସ୍ପିଟାଲରେ ଭର୍ତ୍ତି କରିଦେଲେ ହେଲେ ତାକୁ କିଏ ଜଗିବ ସେଠାରେ।ଭାଇମାନେ ନିଜ କାମରେ ବ୍ୟସ୍ତ।ତା ସ୍ବାମୀ ଓ ପୁଅ ତାସହ ସମନ୍ଧ ରଖିବାକୁ ମନାକଲେ।ଏବେ ଝିଅକୁ ଡାକି କହିଲେ ତା ସହ ରହିବାପାଇଁ।ସେ ଧର୍ମ ସଂକଟରେ ପଡିଲା।ଶାଶୁଘରେ ମନାକରିଥିଲେ ମାଆସହ ସଂପର୍କ ନ ରଖିବାକୁ ହେଲେ ଏ ମରଣାପନ୍ନ ଅବସ୍ଥାରେ ଝିଅହେଇ କେମିତି ଛାଡିବ? ଏଠି ଝିଅ ଆଉ ପୁଅ ଭିତରେ ଫରକ ଜଣାପଡେ।ସେ ସବୁ କଥା ବେଖାତିର କରି ମାଁର ଯତ୍ନନେବାକୁ ଆସିଲା ବେଶିଦିନ ନୁହେଁ ଗୋଟିଏ ମାସରେ ତାର ଜୀବନ ଚାଲିଗଲା।ଅନ୍ତିମ ସଂସ୍କାର ପାଇଁ ସ୍ବାମୀ ପୁଅ ଆସିଲେନି।ଭାଇମାନେ ଅଗ୍ନିଦେଲେ।ଏମିତିହୁଏ ଏ ପରକୀୟା ପରିଣାମ। ଜଣେ ସୁନ୍ଦରତାର ଜାଲରେ କେତେଦିନ ବାନ୍ଧି ପାରିବ ଗୋଟିଏ ପୁରୁଷକୁ।ଯେଉଁ ସ୍ତ୍ରୀର ତ୍ୟାଗ ବଳିଦାନ ସଂସ୍କାର ଭାବନା ନାଇଁ ସେମିତି ସ୍ତ୍ରୀକୁ କେହି ସବୁଦିନ ପାଇଁ ସହ୍ୟକରି ପାରନ୍ତିନି।ଆଉ ଯଦି ବିବାହ ବନ୍ଧନ ନାହିଁ ଅକ୍ଲେଶରେ କାଢି ଫିଙ୍ଗିଦିଅନ୍ତି।ଦୂରରୁ ସୁନ୍ଦର ଦିଶୁଥିବା ଜିନିଷ ପାଖରେ ପହଞ୍ଚିବାପରେ ମରଣ ଫାସ ବି ବନିଯାଏ।
