Rasmi Rekha Tripathy

Abstract Others

3  

Rasmi Rekha Tripathy

Abstract Others

ପରୀକ୍ଷା

ପରୀକ୍ଷା

1 min
7.0K


ପୁଅର ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା l ମୁଁ ନିଜେ ଜଣେ ଶିକ୍ଷୟିତ୍ରୀ l ନିଜେ ହିଁ ତାକୁ ପ୍ରସ୍ତୁତ କରିଛି ପୁରା ଭାବରେ l ଆମ ସ୍କୁଲରେ ତାର ସେଣ୍ଟର୍ ପଡିଥିଲା l ତେଣୁ ମୁଁ ଡ୍ୟୁଟି ନ କରି ଆମ କମନ୍ ରୁମରେ ବସିଥିଲି l ପ୍ରଥମେ ଇଂରାଜୀ ଥିଲା l ଇଂରାଜୀ ପ୍ରଶ୍ନପତ୍ର କଷ୍ଟ ଆସିଛି ବୋଲି ସମସ୍ତେ କଥା ହେଉଥିଲେ l ମୋତେ ବ୍ୟସ୍ତ ଲାଗୁଥିଲା ମୋ ପୁଅ ପାଇଁ l ମୋତେ ଲାଗୁଥିଲା ସେ ସେଇ 10 ମାର୍କ ଛାଡିଦେବ l କାରଣ ସେ ଶୂନ୍ୟସ୍ଥାନ ପୂରଣ କରିବା ଜାଣିଥିଲା, କିନ୍ତୁ ଅକ୍ଷର ସବୁ ଏପଟ ସେପଟ କରି ଦେଲେ ତାକୁ ସଜାଡି ଶବ୍ଦ ଲେଖିବା ମୁଁ ଶିଖେଇ ନ ଥିଲି ତାକୁ l ବ୍ୟସ୍ତ ଲାଗୁଥିଲା ମୋତେ l ମୋର ଜଣେ ସହକର୍ମୀ କହିଲେ ପିଲାଙ୍କୁ ଏହାର ପ୍ରୋସେସ୍ କହିଦେବା ପାଇଁ l ମୁଁ କିନ୍ତୁ ମନା କଲି l ମୋ ଭିତରେ ଗୋଟିଏ ମାଆ ଓ ଗୋଟିଏ ଶିକ୍ଷୟିତ୍ରୀର ଧର୍ମ ଭିତରେ ସଂଘର୍ଷ ଚାଲିଥିଲା l ଶେଷରେ ଜିତିଗଲା ମୋ ଭିତରେ ଥିବା ଶିକ୍ଷୟିତ୍ରୀ ପ୍ରାଣଟି l

       ପରୀକ୍ଷା ସରିବା ପରେ ପୁଅ ଆସିଲା ମୋ ପାଖକୁ l ଖାଇବ l ପୁଣି ଦେଢ ଘଣ୍ଟା ପରେ ଆଉରି ଗୋଟେ ପେପର୍ l ମୁଁ କିନ୍ତୁ ତାକୁ ଖାଇବାକୁ ଦେବା ବଦଳରେ, ସେହି ପ୍ରଶ୍ନଟି କଣ କଲା ବୋଲି ପଚାରି ବସିଲି l

: ବୁଝିଲୁ ବୋଉ! ଏହି ପ୍ରଶ୍ନଟି ନା ବହୁତ ସହଜ l ଲେଟର୍ ସବୁ ଏପଟ ସେପଟ ହେଇ ଅଛି l ତାକୁ ଖାଲି ସଜେଇ ଲେଖିଦେଲେ ହେଲା l ପୁଅର ଉତ୍ତରରେ ମୋ ଆଖିରୁ ଦୁଇ ଟୋପା ଲୁହ ଝରିପଡିଲା l


Rate this content
Log in

Similar oriya story from Abstract