STORYMIRROR

Akshayakumar Dash

Inspirational

2  

Akshayakumar Dash

Inspirational

ପରୀକ୍ଷା

ପରୀକ୍ଷା

1 min
238

ରାତ୍ରୀ ପ୍ରାୟ ଏଗାରଟା ।ଦିନତମାନ ଅକ୍ଲାନ୍ତ ପରିଶ୍ରମ କରି ବସାକୁ ଫେରୁଛନ୍ତି ଅମ୍ଳାନ ।ପତ୍ନୀ ଅସୀମା ମଧ୍ୟ କମ୍ପାନୀ ବୃତ୍ତି । ଦିନ ଆଠଟାରୁ ରାତ୍ରୀ ଆଠଟା । କୋଚିଂ ସେଣ୍ଟର ରେ ଆଉ ଦୁଇଘଣ୍ଟା ଶିକ୍ଷାଦାନ । ରାତ୍ରୀ ଦଶଟା ପର୍ଯ୍ୟନ୍ତ ଅମ୍ଳାନ ତିନଟି ମଲ୍ଟି ନକ୍ସନଲ କମ୍ପାନିର ଚାରିଘଣ୍ଟା ଲେଖାଏ କାମ ।ପତ୍ନୀ ଅସୀମା ସହିତ କାର ରେ ଫେରୁଛନ୍ତି ।ରାଜରାସ୍ତା ।ଆଗରେ ଜଣେ ବୃଦ୍ଧ ବ୍ୟକ୍ତି ରାସ୍ତାକଡରେ ଠିଆହୋଇ ଲିଫ୍ଟ ଚାହୁଁଛନ୍ତି ।ଏକୁଟିଆ ବୃଦ୍ଧ ଜଣକକୁ ରାସ୍ତା କଡରେ ଲିଫ୍ଟ ମାଗୁଥିବାର ଦେଖି ଗାଡି ଅଟକାଇଲେ ଅମ୍ଳାନ ।ବୃଦ୍ଧ ଗଣକ ଗାଡିପାଖୁ ଆସି ବିକଳ ହୋଇ କହିଲେ ଆଜ୍ଞା ମତେ ସାହାଯ୍ୟ କରିବେ ।ମୋଘର ଡେନମାର୍କ ରେ ।ଏଠାରୁ ଆସି କିଲୋମିଟର ଦୂର ।ମତେ ଯେମିତିହେଲେ ଘରେ ପହଁଚିବାକୁ ହେବ । ଅମ୍ଳାନ ଅସୀମା ଆଡକୁ ଚାହିଁଲେ ।ଅସୀମା ବୃଦ୍ଧକୁ କହିଲେ ଆଜ୍ଞା ବସନ୍ତୁ । ପୁଣି ଗାଡି ପଛକୁ ବ୍ୟାକ କଲା ।ଏମାନେ ଡେନମାର୍କ କୁ ଛାଡି ଆସି କିଲୋମିଟର ଆଗକୁ ଆସିଥିଲେ ।ଆଉ ତିରିଶ କିଲୋମିଟର ପରେ ଘରେ ପହଂଚି ଥାଆନ୍ତେ।ଡେନମାର୍କରେ ପହଁଚିଲେ ସେତେବେଳକୁ ରାତ୍ରୀ ଗୋଟାଏ । ବୃଦ୍ଧ ଗଣକ ଗାଡ଼ିରୁ ଓହ୍ଲାଇ ଧନ୍ୟବାଦ ଦେଇ ଚାଲିଗଲେ । ପୁଣି ଫେରିଲେ ଏମାନେ ଘରକୁ ।ଘରେ ପହଁଚିଲେ ରାତ୍ରିଦୁଇଟା ପରେ ।


ଅମ୍ଳାନ ଓ ଅସୀମା ନିଜ ବୃତ୍ତିରେ ସାରା ଦିନ ରାତ୍ରୀ ରହି ଘରକୁ କ୍ଲାନ୍ତ ହୋଇ ଫେରୁଥିବା ଅବସ୍ଥାରେ ବି ବୃଦ୍ଧ ଜଣକୁ ସାହାଯ୍ୟର ହାତ ବଢେଇଲେ ଏହାଥିଲା ତାଙ୍କପାଇଁ ପରୀକ୍ଷା ।ସହଯୋଗ,ସାହାଯ୍ୟ କରିବାକୁ ଆଗେଇଆସିବା ସମସ୍ତଙ୍କପାଇଁ ସବୁସମୟରେ ମିଳେନି ଯାହାକୁ ମିଳେ ଏପରି ଘଡିସନ୍ଧି ବେଳେ ।



Rate this content
Log in

Similar oriya story from Inspirational