ପରୀକ୍ଷା
ପରୀକ୍ଷା


ଏକ ସହର ରେ ଏକ ଛୋଟ ସାହିରେ ଦୁଇ ପଡୋଶୀ ରହୁଥିଲେ। ସେହି ଦୁଇ ପଡୋଶୀ ଙ୍କ ଖୁବ୍ ଭଲ ସାଙ୍ଗ ଥିଲେ। ପ୍ରଥମ ପଡୋଶୀ ଙ୍କ ଗୋଟିଏ ପୁଅ ଥିଲା ଆଉ ଦ୍ଵିତୀୟ ପଡୋଶୀ ଙ୍କ ମଧ୍ୟ ଜଣେ ପୁଅ ଥିଲା। ସେମାନେ ଦୁଇ ଜଣ ସାଙ୍ଗ ହୋଇ ବିଦ୍ୟାଳୟ କୁ ଯାଉଥିଲେ । ପ୍ରଥମ ପଡୋଶୀ ଙ୍କ ପୁଅ ଟି ପରୀକ୍ଷା ରେ ଟିକେ ନମ୍ବର ରଖି ପାସ୍ ହେଉଥିଲା କିନ୍ତୁ ଦ୍ଵିତୀୟ ପଡୋଶୀ ଙ୍କ ପୁଅ ଟି ଶ୍ରେଣୀ ରେ ପ୍ରଥମ ହେଉଥିଲା। ଧୀରେ ଧୀରେ ସେମାନଙ୍କ ବୟସ ବଢ଼ିବାକୁ ଲାଗିଲା ଓ ବର୍ଷ ମଧ୍ୟ ବିତିବାରେ ଲାଗିଲା।
ଏମିତି ସେମାନଙ୍କ ବୟସ ବଢ଼ିବାକୁ ଲାଗୁଥାଏ ଓ ସେମାନେ ଦୁଇଜଣ ଆଗକୁ ପଢିବାକୁ ଲାଗିଲେ। ଏମିତି ଗୋଟିଏ ବର୍ଷ ଆସିଲା ଯେଉଁ ବର୍ଷ ରେ ଦୁଇଜଣ ଦଶମ ଶ୍ରେଣୀ ର ପରୀକ୍ଷା ଦେଉଥିଲେ। ଯିଏ ପ୍ରଥମ ପଡୋଶୀ ଥିଲେ ସେ ସବୁବେଳେ ତାଙ୍କ ପୁଅ କୁ କହୁଥିଲେ ଏ ଦଶମ ଶ୍ରେଣୀ ପରୀକ୍ଷା ରେ ତତେ ଯେମିତି ହେଲେ ଆମ ପଡୋଶୀ ଙ୍କ ପୁଅ ଠୁ ଅଧିକ ମାର୍କ ରଖିବାକୁ ପଡ଼ିବ। ଦ୍ଵିତୀୟ ପଡୋଶୀ ଜଣଙ୍କ ତାଙ୍କ ପୁଅ କୁ କହୁଥିଲେ ତୁ ଯେଉଁ ଶ୍ରେଣୀ ରେ ପାସ୍ କରିବୁ କରେ ତାହା ତୋର ପରିଶ୍ରମ ଉପରେ ନିର୍ଭର କରେ କିନ୍ତୁ ଆମେ ତତେ କେବେବି ଚାପ ପକାଇବୁ ନାହିଁ ଯେ ଏଥିରେ ଆମର ଅପମାନ କାରଣ ଗୋଟିଏ ପରୀକ୍ଷା କେବେବି ନିର୍ଣ୍ଣୟ କରିପାରିବ ନାହିଁ ଯେ ତୁ ଆଉ ଭବିଷ୍ୟତ ରେ କିଛି କରି ପାରିବୁ କି ନାହିଁ। ତେଣୁ ତୁ ଏହି ପରୀକ୍ଷା ରେ ଯାହା ବି ଫଳାଫଳ ପାଇବୁ ସେଥିରେ ଆମେ ଖୁସି କାରଣ ତାହା ତୋର ପରିଶ୍ରମ ଓ ଦକ୍ଷତା ଉପରେ ନିର୍ଭର କରେ। ଏମିତି ଦିନ ପରେ ଦିନ ଗଡି ଚାଲେ ଓ ଠିକ୍ ପରୀକ୍ଷା ର ଫଳାଫଳ ବାହାରିବା ପୂର୍ବଦିନ ପ୍ରଥମ ପଡୋଶୀ ଙ୍କ ପୁଅ ଆତ୍ମହତ୍ୟା କରିଦେଲା ଏହି ଡର ରେ ମୁଁ ତ ଆମ ପଡୋଶୀ ଙ୍କ ପୁଅ ଠାରୁ ଅଧିକ ନମ୍ବର ରଖିପାରି ବି ନାହିଁ । ତା ପରଦିନ ଫଳାଫଳ ବାହାରିଲା ଆଉ ପ୍ରଥମ ପଡୋଶୀ ଙ୍କ ପୁଅ ପ୍ରଥମ ଶ୍ରେଣୀ ରେ ଆଉ ଦ୍ଵିତୀୟ ପଡୋଶୀ ଙ୍କ ପୁଅ ଦୃତୀୟ ଶ୍ରେଣୀ ରେ ପାସ୍ କଲେ। କିନ୍ତୁ ଦୁଃଖ ର ବିଷୟ ଏହା ଥିଲା ଯେ ପ୍ରଥମ ପଡୋଶୀ ଜଣଙ୍କ ତାଙ୍କ ପୁଅ କୁ ଏହି ପ୍ରଥମ ଶ୍ରେଣୀ ପାଇଁ ହରାଇ ସାରିଥିଲେ।
ଏଥିରୁ ଆମକୁ ଏହା ଶିଖିବାକୁ ମିଳିଲା ଯେ ନିଜ ଦକ୍ଷତା କୁ ନିଜେ ଚିହ୍ନଟ କରନ୍ତୁ ଓ ଅନ୍ୟ ସହ ପ୍ରତିଯଗିତା କରିବା ବଦଳ ରେ ନିଜ ସହ ପ୍ରତିଯଗିତା କରନ୍ତୁ ଓ ନିଜକୁ ଉନ୍ନତ କରିବାକୁ ଚେଷ୍ଠା କରନ୍ତୁ।