The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

sai mahapatra

Others

3  

sai mahapatra

Others

ଫେସବୁକ୍

ଫେସବୁକ୍

2 mins
192


ଏକ ପରିବାରରେ ଏକ ମଧ୍ୟବିତ୍ତ ପରିବାର ରହୁଥିଲେ।ତାଙ୍କର ଗୋଟିଏ ପୁଅ ଥିଲା।ତାଙ୍କ ପୁଅଙ୍କ ନାମ ଥିଲା ବିଦ୍ୟାଧର ସାହୁ।ବିଦ୍ୟାଧର ସାହୁ ନିଜ ବାପାଙ୍କ ପଇସା ଖର୍ଚ୍ଚ କରି ଭୁବନେଶ୍ୱର ଠାରେ ଏକ ଘରେଇ ଶିକ୍ଷାନୁଷ୍ଠାନ ରେ ଇଞ୍ଜିନିୟରିଂ ପଢୁଥାଏ।ସେ ସବବେଳେ ଖରାଛୁଟି ରେ ଘର କୁ ଆସେ ଓ କିଛିଦିନ ରହି ପୁଣି ସେ ରହୁଥିବା ହଷ୍ଟେଲ କୁ ଚାଲିଯାଏ।ତାର ବାପା ଏକ ବିଦ୍ୟାଳୟରେ ଶିକ୍ଷକତା କରନ୍ତି।


     ଏମିତି ଏକ ଖାରାଛୁଟିରେ ତାଙ୍କ ପୁଅ ବିଦ୍ୟାଧର ଘରକୁ ଆସି ଦୁଇ ଦିନ ରହି ଚାଲିଯାଇଥିଲା।କିନ୍ତୁ ବିଦ୍ୟାଧରର ବାପା ଖବର ପାଇଥିଲେ କି ସେ କଲେଜ ନଯାଇ ଝିଅ ମାନଙ୍କ ସହ ବୁଲୁଛି ଓ ସେମାନଙ୍କ ହଷ୍ଟେଲ କୁ ଯାଇ କିଛି ଶିକ୍ଷିତ ଝିଅ ମାନଙ୍କୁ ମଧ୍ୟ ଅଭଦ୍ର ଭାଷାରେ ଗାଳି କରୁଛି।ଏହା ଜାଣିସାରିବା ପରେ ସେ ନିଷ୍ପତ୍ତି ନେଲେ ଯେ ସତ କଣ ଜାଣିକରି ରହିବେ।ଏହା ଭାବି ସେ ତାଙ୍କର ଏକ ବନ୍ଧୁଙ୍କ ଠାରୁ ସହାୟତା ନେଇ ଫେସବୁକ୍ ବିଷୟରେ କିଛି ଜ୍ଞାନ ଆହରଣ କରି ଦିନେ ନିଷ୍ପତ୍ତି ନେଲେ ଯେ ସେ ତାଙ୍କ ପୁଅକୁ ଏକ ଝିଅ ନାମରେ ଆକାଉଣ୍ଟ୍ ଖୋଲି ଫ୍ରେଣ୍ଡ୍ ଅନୁମତି ପଠେଇବେ।


ସେ ତାଙ୍କ ଫେସବୁକ୍ ରେ ଏକ ଝିଅ ନାମରେ ଆକାଉଣ୍ଟ ତିଆରି କରି ତାଙ୍କ ପୁଅ ପାଖକୁ ପଠେଇବା ମାତ୍ରେ ତାଙ୍କ ପୁଅ ତାହାକୁ ତୁରନ୍ତ ଗ୍ରହଣ କରି ତାହାରି ବାପା ସହ ଏକ ଝିଅ ସହ ଆଲୋଚନା କରିଛି ଭାବି କଥାବାର୍ତ୍ତା ଆରମ୍ଭ କଲା।ଏହି କଥାବାର୍ତ୍ତା ସମୟରେ ସେ ପୁଅ ର ବାପା ଯିଏକି ଏକ ଝିଅ ନାମରେ ଆକାଉଣ୍ଟ ତିଆରି କରି ତାଙ୍କ ପୁଅ ସହ କଥା ହେଉଥିଲେ ସେ ଫୋନ୍ କଲେ ଓ ପୁଅକୁ ପଚାରିଲେ ପୁଅ ପାଠ ପଢ଼ା କେମିତି ଚାଲିଛି?ପୁଅ ଜବାବ୍ ଦେଲା ମୁଁ ଏବେ ପାଠ ପଢୁଛି ମୋ ପଢ଼ା ସରିଲେ ମୁଁ ପୁଣିଥରେ ଫୋନ୍ କରିବି ଓ ଠିକ୍ ତାପରେ ସେ ତାହାରି ବାପା କୁ ଯାହାଙ୍କୁ କି ସେ ଏକ ଝିଅ ଭାବିଛି ତାକୁ ଫେସବୁକ୍ ରେ କହୁଛି ଏବେ ମୋର ବାପା ଫୋନ୍ କରି ମୋର ପାଠ ପଢା କଥା ପଚାରୁ ଥିଲେ ଆଉ ମୁଁ କହିଦେଲି ମୁଁ ଏବେ ପଢୁଛି ନହେଲେ ସେ ଫୋନ୍ ରଖି ନଥାନ୍ତେ ଆଉ ଆମର କଥା ଅଧାରେ ରହିଯାଇ ଥାନ୍ତା!


ଏହା ଶୁଣି ସେହି ପୁଅ ର ବାପା (ଝିଅ ଭୂମିକାରେ) ତାଙ୍କ ପୁଅ କୁ ଚିଲିକା କୁ ବୁଲିଯିବା ପାଇଁ ନିମନ୍ତ୍ରଣ ଦିଅନ୍ତି ଓ ସେହି ପୁଅ ଏକ ଝିଅର ନିମନ୍ତ୍ରଣକୁ ମନା କରିନପାରି ସହମତି ପ୍ରକାଶ କରେ।ଓ ସେହି ଦିନ ସଂଧ୍ୟା ରେ ଚିଲିକାରେ ଦେଖା ହୁଏ ତାହାରି ବାପା ସହ ଓ ସେ ନିଜ ବାପାଙ୍କୁ ସାମ୍ନାରେ ଦେଖି କହି ଉଠେ ବାପା :ମୁଁ ଏଠି ଆମ କଲେଜ ସାଙ୍ଗ ସହ ପିକନିକ୍ କରିବାକୁ ଆସିଛି ।

ବାପାଙ୍କ ପ୍ରଶ୍ନ:ଏଠାରେ ତ ତୋହର ଗୋଟିଏ ହେଲେ ସାଙ୍ଗ ଦିଶୁ ନାହିଁ ।ଏହା କହି ସେ ତାଙ୍କ ପୁଅ କୁ ତାର ମୋବାଇଲ୍ ମାଗିଥିଲେ ଓ ତାହାର ଫେସବୁକ୍ ସେ ତାଙ୍କ ସହ କରିଥିବା କଥାବାର୍ତ୍ତା କୁ ଦେଖି ପ୍ରଶ୍ନ କରିଥିଲେ ଏସବୁ କ'ଣ?ତତେ କଣ ଏହିସବୁ କରିବା ପାଇଁ ଆମେ ଭୁନେଶ୍ଵର ଛାଡିଥିଲୁ ?ଏହା କହି ସେ ତାଙ୍କ ପୁଅ କୁ ଏକ ଚାପୁଡ଼ା ମାରି ଥିଲେ ଓ ସବୁ ସତ କଥା କହିଥିଲେ ଓ ପୁଅ ନିଜ ଭୂଲ୍ ବୁଝିପାରି ଆଉ ଏପରି କାହା ସହ କଥା ହେବନାହିଁ ଓ ମନ ଦେଇ ପାଠ ପଢିବ ବୋଲି ନିଜ ବାପାଙ୍କ ମୁଣ୍ଡ ଛୁଇଁ ଶପଥ କରିଥିଲା ଓ କିଛି ବର୍ଷ ବିତିଲା ପରେ ସେ ଏକ ଭଲ ଇଞ୍ଜିନିୟର ହୋଇ ବାହାରି ଏକ ବଡ଼ କମ୍ପାନୀ ରେ କାର୍ଯ୍ୟକରି ନିଜ ବାପା ମାଙ୍କ ର ନାଆଁ ରଖିଲା।


Rate this content
Log in