sai mahapatra

Abstract

2  

sai mahapatra

Abstract

କଲେଜ ଅଧ୍ୟକ୍ଷ

କଲେଜ ଅଧ୍ୟକ୍ଷ

7 mins
323


କଲେଜ ଅଧ୍ୟକ୍ଷ(ସାଇ ପ୍ରସାଦ ମହାପାତ୍ର)

___________

ସେଦିନ ମୁଁ ପୁରୀ ରେ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିସାରି ପୁରୀ ସମୁଦ୍ର କୂଳରେରେ ଥିବା ବାଲୁକା ରାଶି ରେ ବସିଥାଏ।ହଠାତ୍ ମୋର ନଜର ପଡିଲା ଏକ ମୁଢ଼ି ବିକ୍ରି କରୁଥିବା ବ୍ୟକ୍ତି ଉପରେ ।ମୁଁ ତାକୁ ୨୦ ଟଙ୍କା ଦେଇ ମୁଢ଼ି କିଣି ଆଉ କିଛି ସମୟ ସେ ବେଳାଭୂମି ରେ ବସି ପୁରୀ ଷ୍ଟେସନ କୁ ଅଟୋ ନେଲି ।ଆଉ ଷ୍ଟେସନ ରେ ପହଁଚି ମୋର ଘର ରାଉରକେଲା ପାଇଁ ଟିକଟ କାଟିଲି।ମୋର ଟ୍ରେନ ୧ ଘଣ୍ଟା ବିଳମ୍ବ ଥିଲା।


ମୁଁ ଅପେକ୍ଷା କଲି ଆଉ ଟ୍ରେନ ଆସିବା କ୍ଷଣି ଟ୍ରେନ ରେ ଚଢିଗଲି।


ଟ୍ରେନ ରେ ମୋ ସିଟ୍ ରେ ବସି ମୁଁ ପୁରୀ ବେଳାଭୂମି ରୁ କିଣିଥିବା ସେହି ମୁଢ଼ି କୁ ଖାଇବାକୁ ଲାଗିଲି।ମୋ ପାଖରେ ଏକ କଲେଜ ର ଅଧ୍ୟକ୍ଷ ବସିଥିଲେ।ମୁଁ ତାଙ୍କୁମଧ୍ୟ ମୁଢ଼ି ଖାଇବାକୁ ଅନୁରୋଧ କଲି।ସେ ମୁଢ଼ି ଖାଇସାରି କହିଲେ ମୋ ପୂର୍ବରୁ ଯିଏ ଆମ କଲେଜ ର ଅଧ୍ୟକ୍ଷ ଥିଲେ ସେ ଠିକ୍ ଏହିଭଳି ମୁଢ଼ି ଆଣୁଥିଲେ ଆଉ ଆମେ ସବୁ ଖାଉଥିଲୁ।


ମୁଁ ତାଙ୍କ କଥା ଶୁଣି କିଛି ବୁଝି ନପାରି କେବଳ ମୁଣ୍ଡ  ଟୁଙ୍ଗାରି ଦେଲି।


ଏହାପରେ ମୁଁ ତାଙ୍କୁ ତାଙ୍କର ନାଆଁ କଣ ପଚାରିଲି ଏବଂ ସେ କହିଲ, ବାସୁଦେବ ମିଶ୍ର। ଏହାପରେ ସେ ଭଦ୍ର ବ୍ୟକ୍ତି ଜଣଙ୍କ ଟ୍ରେନ ରୁ ଓହ୍ଲେଇ ଯାଇଥିଲେ।


କିଛି ସମୟପରେ ମୋର ଷ୍ଟେସନ ମଧ୍ୟ ଆସିଗଲା ଆଉ ମୁଁ ମଧ୍ୟ ଓହ୍ଲେଇ ଯାଇ ମୋର ଘରକୁ ଚାଲିଗଲି।


    ଏମିତି ଏକ ବର୍ଷ ବିତଯାଇଥିଲା । ଆଉ ଠିକ୍ ନବବର୍ଷ ଦିନ ମୁଁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ବାହାରିଲି। ଦିନ ଏଗାର ଟା ରେ ଶ୍ରୀଜୀଉ ଙ୍କ ଦର୍ଶନ ସାରିଲି କିନ୍ତୁ ଅଭଢା ପାଇଲା ବେଳକୁ ବାଜି ଯାଇଥାଏ ପାଖାପାଖି ୨ ଟା।


ଏହାପରେ ମୁଁ ଟିକେ ସମୁଦ୍ରକୂଳ ଆଡ଼କୁ ବୁଲିବାକୁ ବାହାରିଲି। ସମୁଦ୍ରକୂଳ ରେ ବୁଲୁବୁଲୁ ମୋର ନଜରରେ ପଡିଲା ସେ ମୁଢ଼ି ବିକାଳି ଜଣଙ୍କ ।


ମୁଁ ତାଠାରୁ ମୁଢ଼ି କିଣିସାରି ତାକୁ ତାହାର ନାଆଁ କଣ ବୋଲି ପଚାରିଲି ।


ସେ କହିଲା ,ବାସୁଦେବ ମିଶ୍ର।


 ତାପରେ ମୁଁ ପଚାରିଲି ,ଆଚ୍ଛା ,ତୁମେ କେତେ ବର୍ଷ ହେଲା ଏଠି ମୁଢ଼ି ବିକ୍ରି କରୁଛ?


ମୁଢ଼ି ବିକାଳି_ବାବୁ ଏଇ ୬ମାସ ହେଲା।


ମୋର ପ୍ରଶ୍ନ:ଆଚ୍ଛା ଏହା ପୂର୍ବରୁ ତୁମେ କଣ କରୁ ଥିଲ?


ମୁଢ଼ି ବିକାଳି ର ଉତ୍ତର:ମୁଁ ଏକ କଲେଜ ରେ ଅଧ୍ୟକ୍ଷ ଥିଲି।


ପୁଣି ମୁଁ ପଚାରିଲି ,ତାହେଲେ ତୁମେ ଏଠି ମୁଢ଼ି କାହିଁକି ବିକୁଛ?


ମୁଢ଼ି ବିକାଳି ର ଉତ୍ତର":ଆଉ କଣ କରିବି, ସରକାର ମତେ ନିଲମ୍ବନ କରି ମୋର ଦରମା ବନ୍ଦ କରିଦେଇଛନ୍ତି।


ମୁଁ:କିନ୍ତୁ କାହିଁକି?


ମୁଢ଼ି ବିକାଳି:ମୁଁ କୁଆଡ଼େ ପ୍ରଶ୍ନ ପତ୍ର ଲିକ୍ କରିଥିଲି !




ମୁଁ କହିଲି ,ମୁଁ ପୂରା କଥା ଶୁଣିବାକୁ ଚାହେଁ । ଆଉ ସେ କହିବା ଆରମ୍ଭ କଲେ...



                 ମୁଖ୍ୟ ଘଟଣା


ଏକଥା ହେହୁଛି ୨ମାସ ତଳ ର । ମୁଁ ଏକ କଲେଜ ର ଅଧ୍ୟକ୍ଷ ରୂପେ କାର୍ଯ୍ୟ କରୁଥିଲି । ସରକାର ଘୋଷଣା କଲେ ଜାନୁଆରୀ ମାସ ର ୧୪ ତାରିଖ ଦିନ +୨ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କ practicalପରୀକ୍ଷା ହେବ ଆଉ ମାର୍ଚ୍ଚ ମାସ ୪ତାରିଖ ଠାରୁ ଲିଖିତ ପରୀକ୍ଷା ଆରମ୍ଭ ହେବ । practical ପରୀକ୍ଷା ଜାନୁଆରୀ ମାସ ୧୪ ରୁ ଆରମ୍ଭ ହୋଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଲା । ସେହି ପରୀକ୍ଷା ରେ କିଛି ଅସୁବିଧା ହେଲାନାହିଁ । ଆଉ ମୁଁ ମଧ୍ୟ ପରୀକ୍ଷା ର କୌଣସି କଥା ବୁଝୁନଥିଲି । ପରୀକ୍ଷା ବୁଝିବା ଦାୟିତ୍ୱ ମୁଁ ସୁବାସ ସାହୁ ଙ୍କୁ ଦେଇଥିଲି କାରଣ ମୋ ପୁଅ ମଧ୍ୟ +୨ ବିଜ୍ଞାନ ପରୀକ୍ଷା ଦେଉଥିଲା।


କିନ୍ତୁ ଯେତବେଳେ ପରୀକ୍ଷା ର ପ୍ରଥମ ଦିନ ମୋର ମୋବାଇଲ୍ ରୁ ମୋର ପୁଅ ର ମୋବାଇଲ୍ କୁ ପ୍ରଶ୍ନପତ୍ର ପଠାଇଥିବାର ପ୍ରମାଣ ମିଳିଥିଲା , ସରକାର ମତେ ନିଲମ୍ବନ କରି ମୋର ଦରମା ଆଗାମୀ ଶିକ୍ଷାବର୍ଷ ଯାଏଁ ବନ୍ଦ କରିଦେଲେ। ଆଉ ସୁବାସ ସାହୁ କୁ ଅଧ୍ୟକ୍ଷ କରିଦେଲେ । ତା ପରଦିନ ମୁଁ ନିଷ୍ପତ୍ତି ନେଲି ଯେ ମୁଁ ପୁରୀ ଆସି ଏହି ବେଳାଭୂମି ରେ ମୁଢ଼ି ବିକିବି ଯେତେଦିନ ଯାଏଁ ମତେ ନ୍ୟାୟ ନମିଲିଛି । ଏହି କାମ ରେ ମୋର ଏକ ବନ୍ଧୁ ମତେ ସାହାଯ୍ୟ କଲେ।


ମୁଁ ଜାଣିଛି, ଏଥିରେ ମୋର କିଛି ଭୁଲ୍ ନାହିଁ । ଏବେ ଖାଲି ଅପେକ୍ଷା ନ୍ୟାୟ କୁ।


ମୁଁ ସବୁକଥା ଶୁଣି ସାରି କହିଲି ଆପଣ ଯଦି କହିବେ ମୁଁ ଆପଣଙ୍କ ପାଇଁ ଜଣେ ଭଲ ଓକିଲ ଠିକ୍ କରିଦେବି।


ସେ କହିଲେ :ମୋ ପାଖରେ ଏତେ ଟଙ୍କା ନାହିଁ ।


ମୁଁ କହିଲି : ଟଙ୍କା ପରେ ଦେଲେ ବି ହେବ ।


ସେ କହିଲେ: ତା ହେଲେ ଠିକ୍ ଅଛି।


ମୁଁ ତାଙ୍କ ଠାରୁ ତାଙ୍କର ଯୋଗାଯୋଗ କରିବାର ନମ୍ୱର୍ ନେଲି ଆଉ ରାଉରକେଲା ଫେରିଗଲି।


               ସତ୍ୟ ର ସନ୍ଧାନ

ମୁଁ ମୋର ଏକ ଓକିଲ ବନ୍ଧୁ ଙ୍କୁ ଏହାର ଦାୟିତ୍ୱ ଦେଲି। ସେ ଓକିଲ ବନ୍ଧୁ ଜଣ ଙ୍କ ବାସୁଦେବ ମିଶ୍ର ଙ୍କ ମୋବାଇଲ୍ ରୁ ସେଦିନ ର message କୁ ତାଙ୍କର ଏକ ପୋଲିସ ବନ୍ଧୁ ଙ୍କ ସହାୟତା ରେ ବାହାର କଲେ। ସେଥିରେ ଲେଖା ଥିଲା "ଏହା ହେଉଛି ପରୀକ୍ଷା ର ପ୍ରଶ୍ନପତ୍ର ଭଲ କରି ପଢିନେ, ଆଉ ପରୀକ୍ଷା ରେ ଭଲରେ ଲେଖେ। ଇତି ବାସୁଦେବ ମିଶ୍ର।"


       ଏହାକୁ ପଢ଼ି ସାରିବା ପରେ ସେ ଓକିଲ ଜଣଙ୍କ ର ସନ୍ଦେୟ ହେଲା ଯେ ଇତି ,ତୋର ବାପା ନଲେଖି ବାସୁଦେବ ମିଶ୍ର ବୋଲି କଣ ପାଇଁ ଲେଖିଛନ୍ତି?


ତାପରେ ସେ ଓକିଲ ଜଣଙ୍କ ସେ ମହାବିଦ୍ୟାଳୟ କୁ ଗଲେ ଯେଉଁ ମହାବିଦ୍ୟାଳୟ ରେ ବାସୁଦେବ ବାବୁ ଅଧ୍ୟକ୍ଷ ଥିଲେ। ସେଠାକୁ ଯାଇ ସେ ସୁବାସ ସାହୁ, ବର୍ତ୍ତମାନ ର ଅଧ୍ୟକ୍ଷ ଙ୍କୁ ଦେଖା କଲେ ଆଉ ଓକିଲ ଜଣଙ୍କ ପଚାରିଲେ ଯେ ବାସୁଦେବ ସାର୍ କିପରି ବ୍ୟକ୍ତି ଥିଲେ ? ସେ କହିଲେ ,ବହୁ ତ ଭଲ ଆଉ ସଚ୍ଚୋଟ । ମୋର ତାଙ୍କ ସହ ଭଲ ସମ୍ପର୍କ ଥିଲା। ଏହା ଶୁଣି ଓକିଲ ଜଣଙ୍କ ସେଠାକାର ସଫେଇ କର୍ମଚାରୀ କୁ ପଚାରିଲେ ,ବାସୁଦେବ ସାର୍ କିଭଳି ବ୍ୟକ୍ତି ଥିଲେ ? ସେ କହିଲା, ଭଲ ଲୋକ ଥିଲେ କିନ୍ତୁ ତାଙ୍କର ସ୍ତ୍ରୀ ଙ୍କ ମୃତ୍ୟୁ ପରେ ତାଙ୍କର ଆଉ ତାଙ୍କ ପୁଅ ଙ୍କ ଭିତରେ କିଛି ଠିକ୍ ଚାଲୁ ନଥିଲା।


ଓକିଲ ଙ୍କ ପ୍ରଶ୍ନ:ତାଙ୍କ ସ୍ତ୍ରୀ ଙ୍କ ମୃତ୍ୟୁ କେବେ ହୋଇଥିଲା?


ସଫେଇ କର୍ମଚାରୀ ର ଉତ୍ତର:ତାଙ୍କ ପୁଅ କୁ ଯେବେ ୫ ବର୍ଷ ହୋଇଥିଲା।


ଓକିଲ ଙ୍କ ପ୍ରଶ୍ନ:ମୃତ୍ୟୁ କିଭଳି ହୋଇଥିଲା? ତାଙ୍କୁ ପୂର୍ବରୁ କଣ କୌଣସି ରୋଗ ଥିଲାକି!


ସଫେଇ କର୍ମଚାରୀ ର ଉତ୍ତର:ନା ତାଙ୍କର ମୃତ୍ୟୁ କର୍କଟ ରୋଗ ଯୋଗୁଁ ହୋଇଥିଲା।


ଓକିଲ ଙ୍କ ପ୍ରଶ୍ନ:ତା ହେଲେ ତାଙ୍କ ପୁଅ ଆଉ ତାଙ୍କ ଭିତରେ କିଛି ଠିକ୍ ଚାଲୁ ନଥିଲା କାହିଁକି?


ସଫେଇ କର୍ମଚାରୀ ର ଉତ୍ତର: ତାଙ୍କ ସ୍ତ୍ରୀ ଙ୍କ ମୃତ୍ୟୁ ପରେ ସେ ୨ୟ ବିବାହ କରିଥିଲେ । ଆଉ ତାଙ୍କ ପୁଅ ଭାବୁଥିଲେ ଯେ ସେ ୨ୟ ବିବାହ କରିବା ପାଇଁ ତାଙ୍କ ମାଆ ଙ୍କୁ ମାରି ଦେଇଛନ୍ତି। କିନ୍ତୁ ସତରେ ସେ ଚାହୁଁଥିଲେ ତାଙ୍କ ପୁଅ ମାଆ ନଥିବା ର ଦୁଃଖ ଅନୁଭବ ନକରୁ। ଏହା ଶୁଣିବା ପରେ ଓକିଲ ଜଣଙ୍କ ବାସୁଦେବ ଙ୍କ ପୁଅ ଙ୍କ ଠିକଣା ପଚାରି ପୁଅ ରହୁଥିବା ହଷ୍ଟେଲ ରେ ଯାଇ ପହଁଚିଲେ। ତାଙ୍କ ପୁଅ ସହ ଦେଖା କରି ଓକିଲ ଜଣଙ୍କ ପଚାରିଲେ ତୁମେ ତୁମ ବାପା ଙ୍କୁ କାହିଁକି ଫସେଇଲ ?


ପୁଅ ର ଉତ୍ତର: କଣ ହେଲା ମୁଁ ଫସେଇଲି ସେ ମୋତେ ଫସେଇ ମୋର ତିନି ବର୍ଷ ବେକାର କରିଦେଲେ । ମତେ ସରକାର ତିନିବର୍ଷ ଯାଏଁ ପରୀକ୍ଷା ଦେବାରୁ ବଞ୍ଚିତ କରିଦେଲେ। ସେ ମୋ ବାପା ନୁହଁନ୍ତି କାରଣ କୌଣସି ବାପା କେବେ ତାର ପୁଅ ସହ ଏପରି କରେ ନାହିଁ।


                      ମୁଖ୍ୟ ଅଭିଯୁକ୍ତ ର ସନ୍ଧାନ


ଏହାପରେ ଓକିଲ ଜଣଙ୍କ ପୁଣି ସେ କଲେଜ କୁ ଯାଇ ସେ କଲେଜ ରେ ଥିବା ଅଧ୍ୟାପକ ଙ୍କ ସହ ଆଲୋଚନା କଲେ ଓ ଆଲୋଚନା କରୁକରୁ ଜଣେ ଅଧ୍ୟାପକ କହିଲେ _ସୁବାସ ସାର୍ ,ବାସୁଦେବ ସାର୍ ଙ୍କୁ ଈର୍ଷା କରୁଥିଲେ । ଆଉ ତାଙ୍କୁ ହଟେଇ ସେ ନିଜେ ସବୁଠାରୁ ବୟସ୍କ ଅଧ୍ୟାପକ ହିସାବ ରେ ଏହି କଲେଜ ର ଅଧ୍ୟକ୍ଷ ହେବାକୁ ଈଛା କରୁଥିଲେ। ଏହାପରେ ସେ ଓକିଲ ଙ୍କୁ ଏକ ଛାତ୍ର ଆସି କହିଲେ ,ଆମର ବର୍ତ୍ତମାନ ର କଲେଜ ଅଧ୍ୟକ୍ଷ ଡାଏରୀ ଲେଖନ୍ତି।ଏହା ଶୁଣିସାରି ଓକିଲ ଜଣଙ୍କ ସୁବାସ ସାହୁ ଙ୍କ ଘରେ କାମ କରୁଥିବା ଏକ ଚାକର କୁ କିଛି ଟଙ୍କା ଦେଇ ତାଙ୍କର ସେହି ଡାଏରୀ ଟି ଆଣିବାକୁ କହିଲେ। ଆଉ ଠିକ୍ ତା ପରଦିନ ସେ ଚାକର ଜଣଙ୍କ ସେ ଡାଏରୀ ଧରି ଚାଲିଆସିିଲା । ଆଉ ସେ ଓକିଲ ଜଣଙ୍କ ସେ ଡାଏରୀ ପଢ଼ିବା କ୍ଷଣି ମୁଖ୍ୟ ଅଭିଯୁକ୍ତ କିଏ ଜାଣିପାରିଲେ। ଆଉ ସେ ନିଷ୍ପତ୍ତି ନେଲେ ଯେ ମୁଖ୍ୟ ଅଭିଯୁକ୍ତ କୁ ସାମ୍ନା କୁ ଆଣି ତାକୁ ଜେଲ୍ ପଠେଇବେ।

                   ମୁଖ୍ୟ ଅଭିଯୁକ୍ତ ର ଦୋଷ ସ୍ବୀକାର


କଲେଜ ର ବର୍ତ୍ତମାନ ଅଧ୍ୟକ୍ଷ ଥିବା ସୁବାସ ସାହୁ ଙ୍କ ଗୋଟିଏ ପୁଅ ଓ ଗୋଟିଏ ଝିଅ ଥିଲେ। ସେ ତାଙ୍କର ଦୁଇ ସନ୍ତାନ ଙ୍କୁ ବହୁତ୍ ଭଲ ପାଉଥିଲେ। ସେ ଓକିଲ ଜଣଙ୍କ ସେ ଡାଏରୀ ପଢ଼ି ଜାଣି ପାରିଥିଲେ ଯେ ସୁବାସ ସାହୁ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ । ତେଣୁ ସେ ସତ କୁ ସାମ୍ନା କୁ ଆଣିବା ପାଇଁ ଏକ ଯୋଜନା କଲେ। ସୁବାସ ସାହୁ ଙ୍କ ଝିଅ ସ୍କୁଲ ଯାଉଥିବା ବେଳେ ଓକିଲ ଜଣଙ୍କ ନିଜ ରୂପ ବଦଳାଇ ତାଙ୍କ ଝିଅ କୁ ଅପହରଣ କରି ନେଇଯାଇଥିଲେ ଓ ଏକ ଅଜ୍ଞାତ ସ୍ଥାନ କୁ ଯାଇ ସେ ସୁବାସ ଙ୍କୁ ଫୋନ୍ କରି କହିଥିଲେ ,ତମ ଝିଅ ମୋ ପାଖରେ ଅଛି । ତମେ ଯଦି ତମ ଝିଅ କୁ ପାଇବାକୁ ଈଛା କର ,ତାହେଲେ ମତେ ସେଦିନ କିଭଳି ବାସୁଦେବ ମିଶ୍ର ଫସିଲେ, ସେ ବିଷୟ ରେ କହିବାକୁ ହେବ । ଆଉ ସୁବାସ ସାହୁ ସେ ଓକିଲ ଙ୍କ କଥାରେ ରାଜି ହୋଇଯାଇଥିଲେ ଓ ସେ ଦିନ ର ଘଟଣା ବିଷୟ ରେ କହିବାକୁ ଲାଗିଲେ । ଏହା ଶୁଣି ସେ ଓକିଲ ଜଣଙ୍କ ତାଙ୍କୁ ଏକ ଅଜ୍ଞାତ ସ୍ଥାନ କୁ ଡାକିଲେ। ଆଉ ସୁବାସ ସାହୁ ସେ ଜାଗା ରେ ପହଞ୍ଚି ସେ ଦିନର ଘଟଣା ବିଷୟ ରେ ସବୁକିଛି କହିଗଲେ।


"ମତେ ଅଧ୍ୟକ୍ଷ ହେବାକୁ ବହୁତ୍ ଈଛା ଥିଲା । ମୁଁ ଆଉ ମୋର ସମୟ ଆସିବା ଯାଏଁ ଅପେକ୍ଷା କରିବାକୁ ପ୍ରସ୍ତୁତ ନଥିଲି। ମୁଁ ଅଧ୍ୟକ୍ଷ ହେବା ପାଇଁ ଏକ ଯୋଜନା ପ୍ରସ୍ତୁତ କଲି। ଯେଉଁ ଦିନ ପ୍ରଶ୍ନପତ୍ର ଆସିଲା ,ସେଦିନ ବାସୁଦେବ ମିଶ୍ର ସାର୍ ଆସି ସେହି ପ୍ରଶ୍ନପତ୍ର କୁ ଗ୍ରହଣ କରିଥିଲେ। ଠିକ୍ ତାପରେ ତାଙ୍କୁ ଏକ ଜୁସ୍ ରେ ମୁଁ କିଛି ଔଷଧ ମିଶାଇ କରି ଦେଇଦେଲି ଯାହାଦ୍ଵାରା ତାଙ୍କ ମୁଣ୍ଡ ବୁଲାଇ ଥିଲା। ଓ ସେ ବେହୋସ୍ ହୋଇପଡ଼ିବା ପରେ ମୁଁ ତାଙ୍କ ପକେଟ୍ ରୁ ତାଙ୍କ ମୋବାଇଲ୍ ବାହାରକରି ନେଇଗଲି ଓ ତାଙ୍କୁ ଡାକ୍ତରଖାନା ନେଇ ଯାଇଥିଲି । ସେଠାରେ ସେ ପୂରା ଗୋଟେ ଦିନ ରହିଲେ । ମୁଁ ତାଙ୍କ ବଦଳରେ ଅଧ୍ୟକ୍ଷ ଦାୟିତ୍ୱ ରେ ଥିବାରୁ ସେ ପ୍ରଶ୍ନପତ୍ର ରୁ ସିଲ୍ ହଟାଇ ଏକ ପ୍ରଶ୍ନପତ୍ର କୁ ନେଇ ଯେପରି କେହି ଜାଣି ପାରିବେ ନାହିଁ ସେହିଭଳି ଭାବେ ଏକ ଫୋଟ ସେହି ବାସୁଦେବ ସାର୍ ଙ୍କ ମୋବାଇଲ୍ ରେ ଉଠାଇ ନେଇଗଲି। ତାପରେ ମୁଁ ସିଧା ବାସୁଦେବ ସାର୍ ଙ୍କ ପୁଅ ରହୁଥିବା ହଷ୍ଟେଲ କୁ ଗଲି ଓ ତାଙ୍କ ପୁଅ କୁ କଥା ଛଳ ରେ ପାଣି ପିଇ ବାକୁ ମାଗି ତାର ମୋବାଇଲ୍ ରେ ବାସୁଦେବ ସାର୍ ଙ୍କ ମୋବାଇଲ୍ ରୁ ଉଠାଇ ଥିବା ଫୋଟ ପଠାଇଦେଲିଓ ପରେ ତାର ମୋବାଇଲ୍ ରୁ ତାହା ନଷ୍ଟ କରିଦେଇଥିଲି। କିନ୍ତୁ ବାସୁଦେବ ସାର୍ ଙ୍କ ମୋବାଇଲ୍ ରୁ ତାହା ନଷ୍ଟ ନକରି ସେପରି ଭାବେ ଥିଲା। ତା ପରଦିନ ସକାଳ ରେ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ନେବା ବେଳେ ସେଠାରେ ସୁରକ୍ଷା ରେ ଥିବା ସୁରକ୍ଷାକର୍ମୀ ଙ୍କୁ ଏକ ମୋବାଇଲ୍ ମିଳିଥିଲା ଯାହା ମୁଁ ଲୁଚାଇଥିଲିି । ଯେଉଁ ମୋବାଇଲ୍ ଟି ଥିଲା ବାସୁଦେବ ସାର୍ ଙ୍କ। ସେହି ମୋବାଇଲ୍ ରେ ତାଙ୍କ ପୁଅ କୁ ପ୍ରଶ୍ନପତ୍ର ପଠାଇ ଥିବାର ଦେଖି ପୋଲିସ୍ ବାସୁଦେବ ସାର୍ ଙ୍କୁ ଗିରଫ କରିଥିଲେ ଆଉ ୨ଦିନ ରଖି ଛାଡ଼ି ଦେଇଥିଲେ କିନ୍ତୁ ତାଙ୍କୁ ନିଲମ୍ବନ କରି ସରକାର ତାଙ୍କର ବର୍ଷକ ର ଦରମା ବନ୍ଦ କରିଦେଇଥିଲେ। ଆଉ ତାଙ୍କ ପୁଅ କୁ ମଧ୍ୟ ତିନି ବର୍ଷ ଯାଏଁ ପରୀକ୍ଷା ଦେବାରୁ ବାସନ୍ଦ କରିଦେଲେ ସରକାର । ଆଉ ମୁଁ ହେଇଗଲି କଲେଜ ର ଅଧ୍ୟକ୍ଷ। ଏହି ସବୁ କଥା ର ରେକର୍ଡିଂ କରୁଥିଲା ପୋଲିସ୍ । ଆଉ ସୁବାସ ସାହୁ ଗିରଫ ହୋଇଥିଲେ ଓବାସୁଦେବ ମିଶ୍ର ପୁର୍ନବାର ଅଧ୍ୟକ୍ଷ ହୋଇଥିଲେ ଓ ତାଙ୍କ ପୁଅ ଠାରୁ ମଧ୍ୟ ତିନି ବର୍ଷ ଯାଏଁ ବାସନ୍ଦ ର କଟକଣା ହଟେଇ ଦେଇଥିଲେ ସରକାର ଓ ସେ ମଧ୍ୟ ପରୀକ୍ଷା ଦେଇ ଭଲ ନମ୍ୱର୍ ରଖି ପାସ୍ ହୋଇଥିଲା। ସୁବାସ ସାହୁ ଗିରଫ ହୋଇଯାଉଥିବାର ଦେଖି ସେ ତାଙ୍କ ଝିଅ କଥା ପଚାରିଥିଲେ ଓ ଏହାର ଉତ୍ତର ରେ ଓକିଲ ଜଣଙ୍କକହିଥିଲେ, ଆପଣଙ୍କ ଝିଅ ସୁରକ୍ଷିତ ଅଛି । ମୁଁ ଆପଣଙ୍କ ଠାରୁ ସତ ଶୁଣିବା ପାଇଁ ମିଛ କହିଥିଲି। ତା ପରେ ସେ ପଚାରିଥିଲେ, ଆପଣ ମୋ ବିଷୟ ରେ ଜାଣିଲେ କିପରି?

ଓକିଲ ଜଣଙ୍କ ଉତ୍ତର ଦେଇଥିଲେ ,ଆପଣ ଙ୍କ ଚାକର ଦେଇଥିବା ଡାଏରୀ ରୁ । ଯେଉଁଥିରେ ଲେଖା ହୋଇଥିଲା କି ମୁଁ କାଲି ଠୁ କଲେଜ ର ଅଧ୍ୟକ୍ଷ ହେବାକୁ ଯାଉଛି।


Rate this content
Log in

Similar oriya story from Abstract