The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Satyabati Swain

Tragedy

2  

Satyabati Swain

Tragedy

ପରୀ ରାଣୀ

ପରୀ ରାଣୀ

5 mins
423


ଦେଈ ତୋର କେବେ ଚାକିରି ହେବ


ଜାଣିନି


ଏମିତି କଣ କହୁଛୁ ମୁଁ ଅନେଇଛି ତୁ ଚାକିରି କଲେ 


ମୋତେ ଗୋଟେ ଜିନିଷ ଗିଫ୍ଟ ଦେବୁ ବା


ଜାଣେ


ତାହେଲେ କେମିତି କହୁଛୁ ଜାଣିନୁ କେବେ ଚାକିରି ହେବ


କଣ କରିବି 'ସୁବୁ' ମୁଁ ତ ଚେଷ୍ଟା କରୁଛି ତୁ ଆଦୌ ବ୍ୟସ୍ତ ହଅନା,ମୁଁ କହିଛି ଯେଉଁଦିନ ଚାକିରି ପାଇବି ପ୍ରଥମ ମାସ ଦରମାରେ ତୋ ପସନ୍ଦିଆ ଚିଜ ଆଗ ଆଣି ଦେବି।


ଦେବୁ ନା କହି ମୋ ବେକରେ ଓହଳି ପଡିଲା ସୁବୁ ଦି ଟା ଚୁମା ଦେଇ ମୋ ଗାଲରେ।


ସୁବୁ ଓରଫ ଶତାବ୍ଦୀ ମୋ ବଡ଼ ଭାଇଙ୍କ ଝିଅ। ଅତି ସୁନ୍ଦର। ତାର କିଛି କେହି ବାରି ଦେବ ଏମିତି ହୋଇ ପାରିବ ନାହିଁ। ସୁନ୍ଦର ରୂପ ସାଙ୍ଗକୁ ବିଚକ୍ଷଣ ବୁଦ୍ଧି। ପାଠରେ ସମ୍ପୂର୍ଣ୍ଣ ଆଗୁଆ। ଘରଠାରୁ ଆରମ୍ଭ କରି ଗାଁ ଗଣ୍ଡା,ସ୍କୁଲ ସବୁଠି ସୁବୁର ଆଦର। ମୁଁ ତା ନାଁ ଦେଇଥିଲି ଶତାବ୍ଦୀ। ମୋ ବୋଉ ଶତାବ୍ଦୀ ନ ଡାକି ଡାକିଲା ସୁବୁ। ତା ଦେଖା ଦେଖି ସମସ୍ତେ ଡାକିଲେ ସୁବୁ।


ସୁବୁ ତୃତୀୟ ଶ୍ରେଣୀରେ ପଢୁଥାଏ। ହଠାତ୍ ତା ବାହୁ ଦିଟା କଇଁଥା ବାଇଗଣ ପରି ହୋଇଗଲା। ଦେହ ସାରା ଗୋଲ ଗୋଲ ନାଲି ଦାଗ। ଜ୍ୱର ପ୍ରାୟତଃ ଦେହରେ ରହୁଥିଲା। ଅନେକ ଡାକ୍ତର ଦେଖାଇ ଗୁଡାଏ ଔଷଧ ଖାଇଲା। କିନ୍ତୁ କିଛି ଫଳ ହେଲାନାହିଁ। ଭାଇ ଶେଷରେ କଟକ ଶିଶୁ ଭବନରେ ଦେଖେଇଲେ ଆଣି ସୁବୁକୁ।


ଶିଶୁ ଭବନରେ ପାଖାପାଖି ମାସେ ଆଡ଼ମିସନ୍ ହୋଇ ଚିକିତ୍ସିତ ହେଲା। ରୋଗ କଣ;ମୁଁ ଡାକ୍ତରଙ୍କୁ ପଚାରିଲି।

ଡ଼ଃ ପ୍ରହରାଜ କହିଲେ ବ୍ଲଡ଼ ଆବ୍ସିସା। ମୁଁ ବୁଝି ପାରିଲି ନାହିଁ ବ୍ଲଡ଼ ଆବ୍ସିସା କଣ? କିନ୍ତୁ ସୁବୁ ସେଇ ରୋଗରେ ପଡି ଦିନକୁ ଦିନ ସରୁ ହୋଇଗଲା। ତା ଦେହରୁ ଫ୍ରକ୍ ଓହ୍ଲାଇ ଦେଲେ ଯେ କେହି ଦେଖିବ ଡରିବ। ଖାଲି ହାଡ଼ ମାଳ। ଆସ୍ତେ ଆସ୍ତେ ତା ଦେହ ସୁନା ରଂଗରୁ ତମ୍ବାଳିଆ ହୋଇଗଲା। ଦାନ୍ତ ଗୁଡା କଳା ପଡିଗଲା। ଚୁଟି ସବୁ ଉପୁରି ଗଲା। 'ପରୀ ରାଣୀ'ପରି ଦିଶୁଥିବା ସୁବୁ ଟି ମୋର ବିକଳାଙ୍ଗ ପରି ଦିଶିଲା।


 ଟିକେ ବାଗ ହେବାରୁ ଔଷଧ ଦେଇ ଡାକ୍ତର ଘରକୁ ନେଇ ଯିବାକୁ କହିଲେ। ଘରକୁ ଆସିବା ଆଠ ଦିନ ହୋଇନି ପୁଣି ଜ୍ୱର ଆରମ୍ଭ ହୋଇଗଲା। ବିକଳ୍ପ ନପାଇ ପୁଣି ତାକୁ ଶିଶୁ ଭବନରେ ଆଡ଼ମିସନ୍ କରାଗଲା। କଣ ଏ ରୋଗ ଯେ ଆଦୌ ଭଲ ହେଉନି ପନ୍ଦର ଦିନ ଶିଶୁ ଭବନରେ ରହିବା ପରେ ଡକ୍ଟର ଘରକୁ ନେଇଯାଅ,

ଭଲ ଖାଦ୍ୟ ଖୁଆଅ କହିଲେ। ଏଥରକ ସୁବୁ ଆଉ ବେଡ଼ରୁ ଉଠି ପାରିଲା ନାହିଁ। ବେଡ୍ ରେ ପଡି ବି ପଢୁଥିବ। ନ ଆସିବା ପାଠ ଗୋଟି ଗୋଟି ପଚାରୁଥିବ।


ଶିଶୁ ଭବନ ଆସିଲା ବେଳେ ଜଣେ ପିଲା ସେଇଠି ଗୋଟେ ବଡ଼ ଟେଡି ଧରିଥିଲା। ସେ ଟେଡିଟି କଥା ବି କଥା କହୁଥିଲା। ହାତ ହଲାଉଥିଲା। ହସୁଥିଲା। ଠୁକୁ ଠୁକୁ ଚାଲୁଥିଲା ଡାକିଲେ। ସେଇମିତି ଟେଡି ଟିଏ ସୁବୁର ଦରକାର ବୋଲି କହିଲା। ମୁଁ ଟୟ ଦୋକାନରେ ଯାଇ ବୁଝିଲି। ତାର ଦାମ ପାଞ୍ଚ ହଜାର ଟଙ୍କା ଥିଲା। ମୁଁ ଫେରି ଆସି ମନ ଦୁଃଖରେ କହିଲି ସୁବୁ ସେଇଟା ବହୁତ ଦାମ୍। ମୋର ତ ବି ଇ ଡି ସରିଲାଣି। ଆଉ ଅଳ୍ପ ଦିନ ଭିତରେ ମୋର କଲେଜ କି ହାଇ ସ୍କୁଲରେ ପୋଷ୍ଟିଂ ହୋଇଯିବ। ଚାକିରି ପ୍ରଥମ ମାସ ଦରମାରେ ତୋତେ ଏମିତି ଟେଡି ଟେ ଦେବି,ପକ୍କା।


ଏମ୍ ଏ ବି ଏ ଡି କଲେ କଣ ହେବ;ଚାକିରି କଣ ବାଟ ଘାଟରେ ପଡିବା ଗୋଡି ମାଟି ହୋଇଛି ଯେ ଗୋଟାଇ ଆଣିବି। ପୋଷ୍ଟିଂ ହେଉ ହେଉ ଛଅ ମାସ ଲାଗିଗଲା ସୁବୁ ଦେହ ଖରାପ ହେବା ପରଠାରୁ। ସୁବୁ ପୁରା କଙ୍କାଳ ସାର। ଔଷଧ,ରକ୍ତ ମାଛ ,ବନ୍ତଳ କଦଳୀ,ଆପେଲ୍ ପରି ଖାଦ୍ୟ ସେ ପ୍ରତିଦିନ ଖାଇଲା। କିନ୍ତୁ କିଛି ଉନ୍ନତି ହେଲା ନାହିଁ। ସମସ୍ତେ ମନ ଦୁଃଖ କଲେ। ଏତେ ସୁନ୍ଦର,ଗୁଣର ଝିଅଟି.....ଆହା ପିଲା ଲୋକଟିକୁ କି ରୋଗ ହେଲା ,ଭଲ ହେବା ନାଁ ଧରୁନି। ସବୁ ଲୋକେ ଏ କଥା କୁହା କୁହିଁ ହେଲେ।


ମୋତେ ତାକୁ ଦେଖି ଦେଲେ ଭାରି କଷ୍ଟ ଲାଗେ। ପିଲାଟା ହେଲେ ବି ସେ ବୁଝି ପାରିଲା କି କଣ "କହିଲା ବାପା, ବଡ଼ ବାପା, ମାମୁଁ, ଦେଈ ସମସ୍ତେ ଅଛ କେହି ମୋତେ ଭଲ କରି ପାରୁନ"। ମୋତେ ଶୋଇ ରହିବାକୁ ଆଉ ଭଲ ଲାଗୁ ନାହିଁ। ସବୁବେଳେ କହିବ" ମୋତେ ସ୍କୁଲ ନିଅ ଆମର ବହୁତ ପଢା ଆଗେଇ ଯିବଣି। ମୁଁ ନାହିଁ ବୁଝିଲ ଦେଈ ଘୁଙ୍ଗୁ ଏଥରକ କ୍ଲାସ୍ ରେ ଫାଷ୍ଟ୍ ହେବ। ମୋତେ ଠାକୁରଙ୍କ ପାଖକୁ ନିଅ। ଦାଣ୍ଡରେ କାଖେଇ ବୁଲାଅ। ମୋତେ ଶୋଇବାକୁ ଭଲ ଲାଗୁନାହିଁ"। ଇତ୍ୟାଦି।


ପିଲାଟିର ଏପରି କଥା ସମସ୍ତ ଙ୍କ ହୃଦୟ ଦୋହଲାଇ ଦିଏ। ବେଶୀ ମୋର। ମୁଁ ଯୁଆଡେ ଯାଇଥିବି ଅନେଇଁ ବସିଥିବ ବାରଣ୍ଡାରେ। ତା ବୋଉ ମୋ ଭାଉଜଙ୍କୁ କହିବ "ଗରମ ପାଣି ଢାଳିବୁ ନାହିଁ;ଦେଈ କୁଆଡେ ଯାଇଛନ୍ତି ମୋ ପାଇଁ କଣ ଭଲ ମନ୍ଦ ଆଣିଥିବେ। ଖାଇ ସାରି ହାତ ଧୋଇବି"। କି ଅବ୍ୟକ୍ତ କଷ୍ଟ ଲାଗେ ସୁବୁର ଏ କଥା ଶୁଣି। ମୁଁ ଯୁଆଡେ ଯାଇଥିବି ନିଜେ ଓପାସ ରୁହେ ପଛେ ତା ପାଇଁ ନିଶ୍ଚୟ ଭଲ ମନ୍ଦ ଖାଇବା ଆଣିଥିବି।


ସୁବୁ ରୋଗରେ ପଡିବା ସେତେବେଳେକୁ ଛଅ ମାସ ପୁରି ଯାଇଥାଏ। ସେ ବର୍ଷ ରଜକୁ ମୁଁ ବଜାର ଯାଇ ଦୁଇ ଭାଇଙ୍କର୍ ଚାରି ପିଲାଙ୍କ ପାଇଁ ଡ୍ରେସ୍ ଆଣିଲି। ଭାଉଜ କହିଲେ ସୁବୁ ପାଇଁ ଡ୍ରେସ୍ କାହିଁକି ଆଣିଲ? ସେଥିରେ ତା ପାଇଁ ହରଲିକସ୍ କି ବନ୍ ଭିଟା ଆଣିଲନି। ତାର ତ ଏତେ ଡ୍ରେସ୍ ଅଛି। କିନ୍ତୁ ଆଶ୍ଚର୍ଯ୍ୟ ଯେ ଶେଯରୁ ଉଠି ପାରେନାହିଁ ପହିଲି ରଜ ଦିନ ଏକା ଏକା କେହି ଉଠି ନାହାନ୍ତି;ଶିବୁ ଉଠି ମୁହଁରେ ସାବୁନ ହଳଦୀ ଲଗାଇ ତା ପାଇଁ ଆଣିଥିବା ଡ୍ରେସ୍ ଟି ପିନ୍ଧି ମୋତେ ଯାଇ ଡାକିଲା "ଦେଇ ଏ ଦେଇ ...ଦେଖିଲ ମୋତେ ଡ୍ରେସ୍ କେମିତି ଲାଗୁଛି?"


ମୁଁ ସ୍ବପ୍ନ ଦେଖିଲା ପରି ଧଡପଡ଼ ହୋଇ ଉଠି ଆଚମ୍ବିତ ହୋଇ ଗଲି। ସୁବୁ ମୋ କଣ୍ଢେଇ ତୁ ତ ସେମିତିରେ ପରୀଟିଏ। ଏ ଡ୍ରେସ୍ ରେ "ପରୀଙ୍କ ରାଣୀ" ଲାଗୁଛୁ। କିଏ ତୋତେ ସଜ କରିଦେଲା


"ମୁଁ ନିଜେ ନିଜେ ହୋଇଛି ଦେଇ;ଭଲ ହୋଇନି"


ପଚାରୁଛୁ। ବଢ଼ିଆ ଦିଶୁଛୁ ଲୋ। ମୁଁ ଘରେ ସମସ୍ତଙ୍କୁ ଡାକି ତାକୁ ନେଇ ଦେଖେଇଲି। ସମସ୍ତେ ଭାରି ଖୁସି ହେଲେ ଯା ହେଉ ସୁବୁ ଟିକେ ଭଲ ହୋଇ ଗଲାଣି। ଏକା ଏକା ଉଠି ପାରୁଲାଣି ଯେଣୁ। ସମସ୍ତେ କିନ୍ତୁ ବୁଝି ପାରୁ ନଥିଲେ ନୂଆ ଡ୍ରେସ୍ ଟି ତାକୁ ଉଠାଇଛି। ତାପରେ ଟିକେ ଉଠି ବାରଣ୍ଡା ଯାଏ ଯିବା ଆସିବା କଲା। ମଝି ରଜ ଦିନ ଦଇଆ ଅଜାଙ୍କ ତେନ୍ତୁଳି ଗଛରେ ଆମେ ସାଙ୍ଗ ମାନେ ମିଶି ବାଉଁଶ ଦୋଳି ଖେଳୁଥିଲୁ,ଡାକ ଵାଲା ଗୋଟିଏ ରେଜେଷ୍ଟ୍ରି ଚିଠି ମୋତେ ଦେଲା।


ଓଃ... ସେ ଚିଠିରେ ମୋ ଜୀବନର୍ ଖୁସି ଯେ ମୁଦା ହୋଇଥିଲା ମୁଁ କଣ ଜାଣିଥିଲି। ସେଥିରେ ମୁଁ ଶୈଳବାଳା ଓମେନ୍ସ କଲେଜର ଜୁନିୟର ଅଧ୍ୟାପକ ଭାବେ ନିଯୁକ୍ତି ପାଇଥିବା ନିଯୁକ୍ତି ପତ୍ର ଥିଲା। ମୁଁ ଧଇଁ ସଇଁ ହୋଇ ଦଉଡ଼ି ଦଉଡ଼ି ଆସିଲି ଡାକି ଡାକି ବାପ

ବୋଉ ଭାଇ ସୁବୁ ଆରେ ଶୁଣ ମୋର ଚାକିରୀ ହୋଇ ଯାଇଛି କଲେଜରେ ଲେକ୍ଚର। କୋଡିଏ ତାରିଖରେ ଜଏନ୍ କରିବି। ଓହୋ ସୁବୁ ମୋ ସୁନା ତୋ ଟେଡି ଏଥରକ ତୁ ପାଇଯିବୁ। ଏତେ ଖୁସି ଏପରି ଅନୁଭବ ପ୍ରକାଶ କରିବାକୁ ସତରେ ମୁଁ ଅସମର୍ଥ।


ଅଭାବୀ ଘରର ଝିଅଟିଏ ସରକାରୀ ଚାକିରିଟିଏ ଯୋଗ୍ୟତା ଭିତ୍ତିରେ ପାଇଲେ କେମିତି ଲାଗେ ଖୁସିରେ ସୁବୁକୁ ଧରି ଘେରାଏ ବୁଲି ଗଲି। ଚାକିରି ପାଇଛି ଯେତିକି ଖୁସି ନ ଥିଲି ତାଠାରୁ ବେଶୀ ଖୁସି ଥିଲି ସୁବୁ ଚାହୁଁଥିବା ଟେଡି ଟି ମୁଁ କିଣି ବାକୁ ସକ୍ଷମ ହେବି। କାରଣ ପାଞ୍ଚ ହଜାର ଟଙ୍କା ମୂଲ୍ୟ ସେତେବେଳେ ଯଥେଷ୍ଟ ଅଧିକ ଥିଲା।


ସୁବୁ ବି ବହୁତି ଖୁସି। ଖୁସିରେ ଚିଲେଇ କହିଲା" ଏହେ ମୋ ଦେଈର ଚକୁରି ହୋଇଗଲା। ମୋତେ ଟେଡି ଆଣି ଦେବ।" ମୋ ଗାଲରେ ଗୋଟେ ଚୁମା ଦେଇ ସେ କହିଲା," ଟେଡି ଟା ଆଣିବ ନା ଦେଇ। ବେଡ୍ ରେ ଏକା ଏକା ପଡ଼ି ଭଲ ଲାଗୁ ନାହିଁ ସମସ୍ତେ ଘରେ କାମରେ ବ୍ୟସ୍ତ। ମୋ ସଂଗେ କଥା ହେବାକୁ କାହା ପାଖେ ସମୟ ନାହିଁ। ମୁଁ ତା ସହ ଖେଳିବି,କଥା ହେବି। ସିଏ ମୋ ସାଙ୍ଗ ହେବ"।


ହଁ ଲୋ ପରୀ ରାଣୀ। ତୋ ପାଇଁ ନିଶ୍ଚେ ଆଣିଦେବି।


ଚାକିରି ମାସେ ପୁରିଲା। ଗୁରୁବାର ଦିନ ମୋତେ ଗୋଟେ ମାସର ଦରମା ମିଳିଲା। ପ୍ରଥମେ ଦରମା ପଇସାରେ ମୁଁ ଆଗ ସୁବୁ ମନ ପସନ୍ଦର ଟେଡି ଟି କିଣିଲି। ଦୁଇ ଦିନ ପରେ ରବିବାର ପଡିବ। ଆଗ ଟେଡି ଟା ନେଇ ସୁବୁକୁ ଦେବି ଓ ତା ମୁହଁର ଖୁସିକୁ କେମିତି ଦେଖିବି ସେଇ ଚିନ୍ତାରେ ମୋତେ ଆଉ ନିଦ ହେଲାଣି। ଗୋଟେ ଅଜବ ଖୁସି ମୋତେ ଗ୍ରାସି ଗଲା ଯେପରି। ମୋତେ ଲାଗୁଥିଲା ଟେଡି ନୁହେଁ ଦୁନିଆଁର ସବୁ ଖୁସି ଯେମିତି ସୁବୁ ପାଇଁ କିଣି ଦେଇଛି। ରବିବାର ଯିବି ଓ ସେଇ ଖୁସି ସୁବୁ ହାତରେ ଅଜାଡି ଦେଇ କହିବି ତୋ ଚାହିଁବା ଚିଜ ନେ କଣ୍ଢେଇ ରାଣୀ।ଜଣକ ଚାହିଁବା ଜିନିଷଟି କିଣି ପାରିବାର ସାମର୍ଥ୍ୟ ରଖିଲେ କି ଯେ ଆନନ୍ଦ ଲାଗେ ମୁଁ କେବଳ ଅନୁଭବ କରୁଥିଲି।


ଶନିବାର ଦିନ ରାତି ଆଠଟାରେ ଗୋଟେ ଖବର ମୋ ପାଦ ତଳୁ ମାଟି ଯେପରି ଖସାଇ ନେଲା। ମୁଁ ଯେମିତି ଗଲି ପଡୁଥିଲି ମାଟି ଭିତରେ। ବଡ଼ ପାଟିରେ ଡାକୁଥିଲି ସୁ......ବୁ,ସୁ....ବୁ ଦେଖ୍ ତୋ ପାଇଁ ତୋ ଟେଡି ଆଣିଛି ପରୀ ରାଣୀ। ନେ କଣ୍ଢେଇ ତୋ ଟେଡି।


ଚାକିରି ପାଇଲି,ଦରମା ମିଳିଲା,ଟେଡି ବି କିଣିଲି। କିନ୍ତୁ ମୋର ଦୁର୍ଭାଗ୍ୟ ଯାହା ପାଇଁ ଟେଡି କିଣିଲି ବୋଧେ ବହୁତ ଡେରି ହୋଇଗଲା। ସେ ଋଷି ଗଲା। ଶନିବାର ସନ୍ଧ୍ୟାରେ ସୁବୁ ଚିର ଦିନ ଲାଗି ଆଖି ବୁଜିଥିଲା।


ଘରେ ପହଞ୍ଚିଲି ଗୋଟେ ଗ୍ଲାନିରେ,ଦୁଃଖରେ। ଅବଶୋଷ ରହିଗଲା ସୁବୁକୁ ମୁଁ ଗୋଟେ ଟେଡି ଦେଇ ପାରିଲି ନାହିଁ। କିଣି ଥିବା ଟେଡି ଟି ଧରି ସମସ୍ତେ କାନ୍ଦୁଥିଲେ ଭୋ ଭୋ ହୋଇ। ସତେକି ଟେଡି ନୁହେଁ ମୋ ସୁବୁ,ଶତାବ୍ଦୀ ,"ପରୀ ରାଣୀ"କୁ ଜାବୁଡି ଧରି ଲୁହରେ ସ୍ନାନ କରୁଥିଲୁ ଆମେ ସମସ୍ତେ।



Rate this content
Log in

More oriya story from Satyabati Swain

Similar oriya story from Tragedy