Rajesh Kumar Barik

Tragedy

3  

Rajesh Kumar Barik

Tragedy

ପରିଚୟ

ପରିଚୟ

3 mins
238



ବୈଶାଖର ଟାଣ ଖରା ଦେହ ଜାଳି ଦେଉଥାଏ ଆଉ ତାସାଙ୍ଗକୁ ଲୁ(ବାଲି ମିଶା ଗରମ ପବନ )ବି କରିଦେଉଥାଏ ଅଣ ନିଶ୍ବାସି ତଥାପି ଏସବୁକୁ ଖାତିର ନକରି ଉଦୁ ଉଦିଆ ଖରା ବେଳଟାରେ ଆଗକୁ ଆଗକୁ ଚାଲିଥାଏ ସନେଇ କଳା ମଚ ମଚ ରାଜସ୍ଥାନର ରାଜ ରାସ୍ତାରେ। ଆଖ ପାଖରେ ଗୋଟିଏ ବି ଗଛ କି ଘର ଦିଶୁନଥାଏ ଶୁଖିଲା ତଣ୍ଟିରେ ଛେପକୁ ଢୁକି କରି ଚାଲିଥା ଆଗକୁ ସତେ ଯେମିତି ଏହାର ଅନ୍ତ ନାହିଁ। ନହେଲେ ଦୁଇ ଦିନରେ ହେଲା କେତେ ରାସ୍ତା ଚାଲିଲିଣି କ'ଣ ଜଣା ପଡନ୍ତା ନାହିଁ, ଆଉ କେତେ ବାଟ ଅଛି ବୋଲି। ଦେହରେ ବଳ ନାହିଁ କି ପାଦରେ ଶକ୍ତି ଆଉ ତା ସାଙ୍ଗକୁ ପିଠି ଉପରେ ୧୦ କେଜିଆ ଏୟାର ବେଗଟା ବୋଝ ଉପରେ ନଳିତା ବିଡା ସାଜୁଥିଲା । ଚାରିଆଡେ କରୋନା ର ଛାୟା। ଲକ୍ଡାଉନ, ସଟ୍ଡାଉନ୍ ର ପ୍ରକୋପରେ କମ୍ପାନୀ କାମ ଦେଲାନି କି ଖାଇବା ଆଉ କେତେ ଦିନ ହାତରୁ ଖାଇ ବସିଥାନ୍ତା ପର ଦୁଆରେ । ଭାଗ୍ୟକୁ ଆଦରି ଭଗବାନଙ୍କୁ ଡାକି ବାହାରି ପଡିଥିଲା । 

 ଦେହ ଜଳା ମୁଣ୍ଡଫଟା ଖରାରେ ଆଉ ସମ୍ଭାଳି ପାରିଲାନି ନିଜକୁ ଓ୍ବଭର ବ୍ରିଜ୍ ର ବନ୍ଧ ପାଖରେ ବସିପଡିଲା ସନେଇ । ଆଖି ଆଗରେ ଦିଶିଯାଉଥାଏ ଅତୀତ ବର୍ତ୍ତମାନ ଆଉ ଭବିଷ୍ୟତର ଝଲକ୍ । ମନ ଭିତରେ ଉଙ୍କିମାରୁଥାଏ ଖାଲି ଗୋଟିଏ ପ୍ରଶ୍ନ ସେ ସୁନ୍ଦର ସବୁଜ ଗାଁ, ଅତି ଆପଣାର ବାପା,ମାଁ,ଭାଇ,ଭଉଣୀଙ୍କୁ ଛାଡି ପାହାଡ ଘେରା ପଥୁରିଆ ରାଜସ୍ଥାନକୁ ଆସିଥିଲା କାହିଁକି ? ନଈ ପଠାର ଗାଧୁଆ ସନ୍ଧ୍ୟାରେ ମନ୍ଦିରର କିର୍ତ୍ତନ ଆଉ ଗାଁ ର ଭୋଜିଭାତ କାହାକୁ ବା ଭଲ ନଲାଗେ ହେଲେ...? ଆଜି ତାର ଏଇ ଅବସ୍ତା ପାଇଁ ଦାୟୀ କିଏ? ତାର କେଉଁ ଭୁଲ୍ ର ପ୍ରାୟଶ୍ଚିତ ଇଏ! ଉତ୍ତର ଟା ସିନା ନୀରବତା କିନ୍ତୁ ହୃଦୟକୁ ଘାଣ୍ଟି ଦେଉଥାଏ। 

   ମୁଣ୍ଡ ଉପରେ ଦୁଇ ଦୁଇଟି ଭଉଣୀର ବାହାଘର, ରୋଗୀଣା ବାପାର ଔଷଧ ପାଇଁ ପଇସା କିଏ କଣ ଏତେ ସହଜରେ ଦେଇଦବ। ଦେହରୁ ମାଂସ ରକ୍ତ ତକ ନ ନିଗାଡିବା ଯାଏଁ ଛାଡୁଛି କିଏ । ମାଁ ର ସ୍ନେହ ମମତା ଆଦର କେତେଦିନ ବାନ୍ଧିଥାନ୍ତା ଭଲା । ତଥାପି ଆସିବା ଦିନ ସକାଳେ ବୁଢୀ ମାଁ ଟା ପଖାଳ ଭାତ ଶାଗ ଭଜା ଟିକକ ମୋ ମୁହଁରେ ଦେଇ କହୁଥାଏ .....ବାବୁରେ ଦୁଇ ଭଉଣୀ ତୋତେ ଲାଗିଲେ ତୁ ଯେଉଁଠି ଥିଲେ ବି ଏମାନଙ୍କ କଥା ବୁଝିବୁ । ତୋ ବିନା ଏମାନଙ୍କ କଥା କିଏ ବୁଝିବ ! ଆଖିଟା ଲୁହରେ ଜକେଇ ଆସିଲା ଏକ ମୁହାଁ ହୋଇ ପଳାଇ ଆସିଲି । କାହିଁକି ନା ମୋ ଆଖିର ଲୁହ ଦେଖି ଦେଲେ ମାଁ ବହୁତ କାନ୍ଦିବ। ଏମିତିରେ ଗାଁ ରେ କାମ ନାହିଁ ପେଟକୁ ଦାନା ନାହିଁ । ଏମିତି ଏ ଗରିବ କଥା ବୁଝିବ କିଏ? 

   କେଉଁଠି ଥିଲା କେଜାଣି ମେଣ୍ଢା ଦଳୁଆଟା ମେଣ୍ଢା ଦଳଟା ଧରି ଓଭର ବ୍ରିଜ୍ ତଳକୁ ଚାଲିଆସିଲା । ଚମକି ପଡିଲା ସନେଇ। ଆଖିରେ ଆସିଥିବା ଅମାନିଆ ଲୁହ ଧାରକୁ ହାତରେ ପୋଛି ଦେଇ ବ୍ୟାଗ୍ ଟାକୁ କାନ୍ଧରେ ପକାଇ ଆଗକୁ ଚାଲିବାକୁ ଆରମ୍ଭ କଲା । ନୋହିଲେ କରିବ କଣ ? ଆଗକୁ ଅନେକ ରାସ୍ତା ଏକାକି ଶେଷ କରିବାକୁ ହେବ ନା ! ଘରେ ପହଞ୍ଚିଲେ ମାଁ ତାର କେଡେ ଖୁସି ହୋଇଯିବ ଘର ଭିତରକୁ ପାଛୋଟି ନେଇ କଂସା ଭରି ଖାଇବାକୁ ଦେବ । ଭାଇ ଆସିଲା ...ଭାଇ ଆସିଲା ବୋଲି କହି ଦୁଇ ଭଉଣୀ ଚାରିପାଖରେ ଘେରିଯିବେ ଆଣିଥିବା ଚୁଡି,କ୍ରିମ୍,ପାଉଡର,ଡ୍ରେସ୍ ନେବା ପାଇଁ ଅଳି କରିବେ। ଓଠରେ ସ୍ମିତ ହାସ୍ୟ ଦେଇ ଆଗକୁ ଚାଲୁଥାଏ ସନେଇ।

   ଲକ୍ଡାଉନ୍ ର ସମୟ ଗାଡି ମଟରର ପ୍ରଶ୍ନ ଉଠୁନାହିଁ।ଏଣେ ପାଦର ଚପଲଟା ବି ବୋଝ ପରି ଲାଗୁଥାଏ , ଖାଲି ପାଦରେ ? ସତେ ଯେମିତି ପିଚ ରାସ୍ତାଟା ବି ନିଆଁ ଗୋଳାରେ ଆଁ କରିଥାଏ । କ୍ଲାନ୍ତ ଦେହ ସାଙ୍ଗକୁ ଥକ୍କା ଗୋଡଟା ଆଗକୁ ଚାଲିବାକୁ ଅନୁମତି ଦେଉ ନଥାଏ। ତଥାପି ଚାଲୁଥାଏ ସନେଇ ଶୋଷରେ ତଣ୍ଟି ମୁଣ୍ଡଟା ଶୁଖି ଯାଇ ଦେହ ସାରା ଝିମ୍ ଝିମ୍ ଲାଗୁଥାଏ । ଚାରି ପାଖେ ହା....ହା....କାର । ସରକାର ସିନା ଗାଡି ମଟରକୁ ପୋଲିସ୍ ଲଗାଇ ବନ୍ଦ କରିଦେଲେ ହେଲେ ଏ ପେଟର ଭୋକ, ଓଠର ଶୋଷକୁ ବନ୍ଦ କରିଥିଲେ ସରିଥାନ୍ତା। ନଅଙ୍କର ଛତର ଖିଆଙ୍କ ଭଳି ଚାଲୁଛୁ ରାସ୍ତାରେ ଅନିଶ୍ଚିତତାର ଭବିଷ୍ୟତ ନେଇ । ଆଉ ନିଜକୁ ସମ୍ଭାଳି ପାରିଲା ନାହିଁ ସନେଇ କଳାହାଣ୍ଡିଆ ମେଘପରି ଆଖି ଆଗରେ ଘୋଟିଗଲା ଘୋର ଅନ୍ଧାର ପାଦ ଟଳମଳ ହେବାକୁ ଲାଗିଲା ଆଉ ସନେଇ ପଡିଗଲା ରାଜ ରାସ୍ତାରେ। 

     ଚାରିଆଡେ ହୁରିପଡିଲା , କେହି ଜଣେ ପ୍ରବାସୀ ରାସ୍ତାରେ ପଡିଗଲା । କିଛି ଲୋକ ନ ଶୁଣିଲା ପରି ଚାଲିଗଲେ ଆଉ କିଛି ଲୋକ ଆସି ରୁଣ୍ଡ ହେଲେ, ଫଟୋ ନେଲେ ଭିଡିଓ କଲେ କେହି ଛୁଇଁବାକୁ ସାହାସ କଲେନି । ସଂଜ ଗଡିବା ପର୍ଯ୍ୟନ୍ତ ସେମିତି ପଡିଥାଏ ଖାଲି ଚାରିପାଖେ ବିଛୁରି ପଡିଥାଏ ବେଗ୍ ରୁ ବାହାରି ଶାଢୀ,ଶଂଖା, କ୍ରିମ୍ ପାଉଡର ......... ।



Rate this content
Log in

Similar oriya story from Tragedy