Bidyut lata Mishra

Tragedy

2  

Bidyut lata Mishra

Tragedy

ପରିବାର

ପରିବାର

4 mins
434


 ସ୍ୱପ୍ନ ଓ ବାସ୍ତବତା ମଧ୍ୟରେ ଅନେକ ପାର୍ଥକ୍ୟ ଥାଏ ନା? ଜୀବନ ର ସମସ୍ତ ସ୍ୱପ୍ନ ଯେମିତି ସମାଧି ନେଇସାରିଥିଲା, ସୌମ୍ୟଜୀତ ବାବୁ ଙ୍କର। ଭାରି ହସ ଖୁସି ମିଯାଜ ର ମଣିଷ। ନିଜ ପରିବାରର ଖୁସି ପାଇଁ ସେ ସବୁକିଛି କରିଥିଲେ। ଜୀବନ ରେ ଅର୍ଜିତ ସମସ୍ତ ସମ୍ପତ୍ତି ଦୁଇ ପୁଅ ଙ୍କ ପାଈଁ ଖର୍ଚ୍ଚ କରିଦେଇଥିଲେ। ଠିକ୍ ସମୟରେ ପାତ୍ରୀ ଚୟନ କରି ନିଜର ଡାକ୍ତର ପୁଅ ର ବିବାହ କରାଇ ଥିଲେ। ସାନ ପୁଅ ଆମେରିକା ରେ ଇଂଜିନିୟର ସେ ନିଜ ପସନ୍ଦ ର ଝିଅ କୁ ବିବାହ କରିଥିଲା।


   ଅବସର ପରେ ମିଳିଥିବା ଟଙ୍କା ଦୁଇ ପୁଅ ହାତରେ ଧରେଇ କହିଲେ ଏବେ ହୁଏତ ତୁମ ପାଖରେ ହିଁ ରହିବାକୁ ହେବ ମୋତେ। ଭାରି ଖୁସି ଥିଲେ ସୌମ୍ୟଜୀତ ବାବୁ । ବଡ଼ ନାତି ସବୁବେଳେ ଜେଜେ ବାପା ଙ୍କୁ ଅଭିମାନ କରି କୁହେ ଭୁବନେଶ୍ୱର ଆସିବାକୁ କିନ୍ତୁ ଫୁରସତ ନଥାଏ ଚାକିରୀ ରୁ। ବୋହୁ ଅଭିମାନ କରି କୁହେ ,"ବାବା ତୁମ ଝିଅ ପାଖରେ ରହିବାକୁ ତୁମକୁ ଭଲ ଲାଗୁନି ,ଏକା ସେଠି ପଡିରହିଛନ୍ତି। ଆପଣଙ୍କ ସ୍ଵାସ୍ଥ୍ୟ ଅବସ୍ଥା ଯାହା ,ଆଉ ଦୁଇଟା ବର୍ଷ ରହିଲା ଚାକିରୀ ସ୍ବେଚ୍ଛାକୃତ ଅବସର ନେଇଯାନ୍ତୁ।"


ସୌମ୍ୟଜୀତ ବାବୁ ଦଶ ବର୍ଷ ହେଲା ସ୍ତ୍ରୀ ସୁମିତ୍ରା ଦେବୀ ଙ୍କୁ ହରେଇ ସାରିଥିଲେ। ଏକା ଗାଁ ରେ ରହି ନିଜ ପାଇଁ ରାନ୍ଧି ବାଢି ପାଖ ହାଇସ୍କୁଲ ରେ ଶିକ୍ଷକତା କରୁଥିଲେ। ଘରେ ଦଣ୍ଡେ ରହୁନଥିଲେ ସେ,ସ୍କୁଲ ସାରି ମନ୍ଦିର ପିଣ୍ଡା ରେ କିଛି ଗପସପ ହେବା ପରେ ଘରକୁ ଫେରି ମନ ହେଲେ ଖାଉଥିଲେ ନହେଲେ ହରି ଦୋକାନ ରୁ କିଛି ପାଉଁରୁଟି ଓ କ୍ଷୀର ଆଣି ପି ଶୋଇଯାଉଥିଲେ। ଛୁଟି ରେ ପୁଅ ପାଖକୁ ଯିବା ଦିନତକ ଯେମିତି ଭୋଜିଘର ପୁଅ ବୋହୂ ନାତି ନାତୁଣୀ ଙ୍କ ପାଇଁ। କ୍ଷୀରି ,ପୁରୀ ,ପିଠା ପଣା ରେ ବୋହୁ ଶଶୁର ସତ୍କାର କରେ।


  ସାନ ପୁଅ ପାଖକୁ ଆମେରିକା ଆଉ ଯାଇସେଠି ରହି ହେବନି ତେଣୁ ଅବସର ପରେ କିଛିଦିନ ସେଠି ବୁଲିଆସିବାକୁ ନିଷ୍ପତ୍ତି କଲେ। ପୁଅ ସବୁ ବ୍ୟବସ୍ଥା କରିଦେଲା। ବୋହୁ ଆମେରିକା ରେ ନିଜ ନାଁ ରେ ଗୋଟିଏ ଡ୍ୟାନ୍ସ ଏକାଡେମୀ ଚଳାଉଥିଲା । ଯେଉଁ ଶାନ୍ତି ଟିକେ ପାଇଁ ପୁଅ ବୋହୂ ପାଖକୁ ଆସିଥିଲେ ସେତକ ହେଲାନାହିଁ। ଦିନ ରାତି ଘରେ ନାଟ ତାମସା ଲାଗି ରହୁଥିଲା। ମାସ କେଇଟା ରେ ଅତିଷ୍ଠ ହୋଇ ତା ଭାଗ ର ଟଙ୍କା ଦେଇ ଚାଲି ଆସିଲେ ଭୁବନେଶ୍ୱର।


  ବଡ଼ ପୁଅ ହାତକୁ ତା ଭାଗର ଟଙ୍କା ବଢ଼େଇ ଦେଇ ଆଶା କଲେ ବାକି ଜୀବନ ଏଠି କଟେଇ ଦେବେ। ପୁଅ ଡାକ୍ତର ,ବୋହୁ ଡ଼ାକ୍ତରାଣୀ । ଯଦିଓ ବୋହୁ ଡାକ୍ତରୀ ପଢିନି କିନ୍ତୁ ଡ଼ାକ୍ତରାଣୀ ,ଡାକ୍ତର ର ସ୍ତ୍ରୀ ଯେତେବେଳେ। କିଛି ଦିନ ତଳେ ବୃଦ୍ଧ ହୋଇନଥିବା ସୌମ୍ୟଜୀତ ଆଜି ଅବସର ପରେ ହୋଇଯାଇଥିଲେ ଜଣେ ବୃଦ୍ଧ ବ୍ୟକ୍ତି। ଷାଠିଏ ବର୍ଷ ପରେ ଆମିଷ ଖାଇବା ଉଚିତ ନୁହେଁ ,ହଜମ ହେବନି। ପାଖରେ ଥିବା ଏକ ବୁଢ଼ାର କିପରି ମାଂସ ଖାଇ ବଦହଜମି ହୋଇ ମୃତ୍ୟ ମୁଖରେ ପଡିଲା ତାହାର ଉଦାହରଣ ଦେଉଥିଲା ବଡ଼ବୋହୁ। ବେଡ଼ରୁମ ରେ ରାତ୍ରୀ ରେ ସବୁ ଶୋଇଗଲା ପରେ ଦାଣ୍ଡ ଘରଟିରେ ପଡିରହିଥିଲେ ସୌମ୍ୟଜୀତ ବାବୁ।

ଆଜି କାହିଁ ସୁମିତ୍ରା ଦେବୀ ଙ୍କ ଉପରେ ଭାରି ରାଗ ଆସୁଥିଲା ସୌମ୍ୟଜୀତ ବାବୁ ଙ୍କର। ବଞ୍ଚି ଥିଲା ବେଳେ ଏତେ ଯତ୍ନ ନେଉଥିଲା ,ଯେତେବେଳେ ସେ ନିଜ ଯତ୍ନ ନେଇପାରୁଥିଲେ ,ଆଜି ତା ନିଃସଙ୍ଗ ଜୀବନ ରେ କେମିତି ଏକା କରି ଚାଲିଗଲା। ସେତେବେଳେ ଦୁଇଜଣ ବସି କଥା ହେବାକୁ ସମୟ ନଥିଲା । ଯେବେ ବା ସୌମ୍ୟଜୀତ ସ୍କୁଲ ଛୁଟି ରେ ଘରେ ରହୁଥିଲେ ଦିନରାତି ରାନ୍ଧବଢା ପିଲା ଙ୍କ କାମ ଭିତରେ ସୁମିତ୍ରା ଦେବୀ ଙ୍କୁ ସମୟ ହିଁ ନଥିଲା,ଟିକେ ମନ ଖୁସି ରେ ଗପିବାକୁ।

  ଆଜି ସୌମ୍ୟଜୀତ ବାବୁ ସମ୍ପୂର୍ଣ୍ଣ ଏକଲା ,ଭିଡ ଭିତରେ ବି। ସୁମିତ୍ରା କାନ ଧରି ତା ପିଲାଙ୍କୁ ଆକଟ କରନ୍ତା କି

ନା ...ଛାଡ଼ ଆଜି କାହିଁକି ଝିଅ ଟିଏ ନଥିବା ର ଦୁଃଖ ଘାରୁଥିଲା ତାଙ୍କୁ। ଦିନ କେଇଟା ରେ ଚିନ୍ହି ସାରିଥିଲେ ପୁଅ ,ବୋହୁ ନାତି ନାତୁଣୀ ଙ୍କୁ। ଯିଏ ଯାହା କାମରେ ଯାଉଥିଲେ ,ଥୁଣ୍ଟ ବରଗଛ ଭଳି ପଡିରହୁଥିଲେ ସୌମ୍ୟଜୀତ ବାବୁ ମଝି ଘରଟିରେ। ନିଜର ବୋଲି ସେଠି ଯେମିତି କିଛି ନଥିଲା ତାଙ୍କର। ମାନସିକ ସ୍ତର ରେ ନିଜକୁ କେତେ ଦୃଢ଼ କଲେ ବି ଆଖି ର ଲୁହ ସିନା ରୋକି ହୋଇଯାଉଥିଲା କିନ୍ତୁ,ପରିବାର ଲୋକଙ୍କ ଅବହେଳା ଯୋଗୁଁ ଛାତି ର କୋହ ରୋକି ହୋଉନଥିଲା।

   ପୁଅ ଦାଣ୍ଡଘରେ ବଡ ଫ୍ରେମ ର ଫଟୋ ଟିଏ ଟାଙ୍ଗିଥିଲା ,ତଳେ ବଡ ବଡ ଅକ୍ଷର ରେ ଲେଖାଥିଲା "ମାଇଁ ଫେମିଲି".ସୁମିତ୍ରା ଫଟୋ ଟି ପାଇଁ ସେଠି କେଉଁଠି ଜାଗା ନାହିଁ। ଯେଉଁଠି ସ୍ତ୍ରୀ ର ଫୋଟୋ ଟି ଲଗେଇବାକୁ ପୁଅ ବୋହୂ ର ସମ୍ମତି ମିଳିଲାନି ,ସେଠି କଷ୍ଟେମଷ୍ଟେ ଏକବର୍ଷ କଟେଇଲେ । ଦିନକୁ ଦିନ ବ୍ୟବହାର ପରିବର୍ତ୍ତନ ହେଉଥିଲା ପୁଅ ବୋହୂ ଙ୍କର,ନାତି ନାତୁଣୀ ଙ୍କୁ ପଦେ କଥା ହେବାକୁ ସମୟ ନଥିଲା । ନିଜକୁ ଧିକ୍କାର କରୁଥିଲେ ସୌମ୍ୟଜୀତ ବାବୁ। ଏତେ ପିଲାଙ୍କୁ ମଣିଷ କରିଥିଲେ ସେ,ନିଜ ପିଲାଙ୍କ ପାଳନ ରେ କେଉଁଠି ତୃଟି ରହିଗଲା ବୋଧେ। ପିଲା ମାନେ ଦୁଷ୍ଟ ହେଲେ ତାଙ୍କୁ ଶାସନ କରାଯାଏ , ଆଜି ନିଜେ ନିଜକୁ ଶାସ୍ତି ଦେବେ ସୌମ୍ୟଜୀତ ବାବୁ। ସୁମିତ୍ରା ଦେବୀ ଙ୍କ ଫୋଟୋ ଟି ଧରି ଚାଲିଲେ ବୃଦ୍ଧାଶ୍ରମ । କିଛି ବନ୍ଧୁ ପରାମର୍ଶ ଦେଲେ ଆଇନ ର ଆଶ୍ରୟ ପାଇଁ କିନ୍ତୁ ଯେଉଁଠି ଆନ୍ତରିକତା ନାହିଁ ସେଠି ଆଇନ କଣ କରିବ?


    ଆଜକୁ ୫ ବର୍ଷ ହେଲା ଏହି ବୃଦ୍ଧାଶ୍ରମ ପାଲଟିଛି ତାଙ୍କ ଠିକଣା। ହସ ଖୁସି ମିଜାଜ୍ ର ସୌମ୍ୟଜୀତ ଅନେକ ଙ୍କ ମୁଁହ ରେ ହସ ଫୁଟେଇପାରୁଛନ୍ତି । ମୋ ପ୍ରଶ୍ନ ,"ଆପଣଙ୍କ ପରିବାର ରେ କିଏ କିଏ ଅଛନ୍ତି।"  ହସିଦେଇ କହିଥିଲେ ଦେଖୁଛନ୍ତି ପରା ଏଇମାନେ ହିଁ ମୋ ପରିବାର । ମୁଁହ ରେ ହସ ଥିଲେ ବି ଆଖି କୋଣ ରେ ଚିକ୍ ଚିକ୍ କରୁଥିଲା ଲୁହ ବିନ୍ଦୁଟିଏ। ସୌମ୍ୟଜୀତ ବାବୁ ଦେଖୁଥିଲେ ସାମ୍ନା ରେ ଟଙ୍ଗା ହୋଇଥିବା ନିଜ ଧର୍ମପତ୍ନୀ ସୁମିତ୍ରା ଦେବୀଙ୍କ ଫଟୋକୁ,ଆଉ କହି ଉଠିଲେ,"ଆଗରୁ ଯିଏ ମୋ ପରିବାର ଥିଲା ସେ ତ ଅଧା ବାଟ ରେ ଏକା କରି ଚାଲିଗଲା। ଆଉ ଏବେ ମୋ ପରିବାର କେବଳ ଏଇମାନେ। ଏଠି କେହି ଧନୀ ଗରିବ ନୁହଁ ସମସ୍ତ ଙ୍କ ଗୋଟିଏ ପରିଚୟ ବୃଦ୍ଧ ବା ବୃଦ୍ଧା। ମୋର ଗୋଟିଏ ଲକ୍ଷ୍ୟ ଏମାନଙ୍କୁ ଏଇ ବୟସ ରେ ନିଜର ସନ୍ତାନ ମୋହରୁ ଦୁରେଇ ଟିକେ ଆଧ୍ୟାତ୍ମିକ ଚେତନା ଜାଗ୍ରତ କରିବା ।

  କେତେ ବଦଳୁଛନ୍ତି ନିଜକୁ,ଆଉ କିଛି ନିଜ ପୁଅ ବୋହୂ,ଝିଅ ବଦଳିଯାଇ ପୁଣି ଅପଣାଇବେ ବୋଲି ଅପେକ୍ଷା କରିଛନ୍ତି। "ହୋ ହୋ ହୋଇ ହସି ଉଠିଲେ ସୌମ୍ୟଜୀତ ବାବୁ

-କିନ୍ତୁ ମୁଁ ଏବେବି ତତ୍ପର ରିପୋର୍ଟର ମହାଶୟ, ମୋର ଏହି ସୁନ୍ଦର ପରିବାର କୁ ଖୁସି ଟିକେ ଦେବାପାଇଁ


Rate this content
Log in

Similar oriya story from Tragedy