Sunanda Mohanty

Thriller Others Children

3  

Sunanda Mohanty

Thriller Others Children

ପରିବାର

ପରିବାର

2 mins
315


  ଝିଅଟିଏ ଦୁଇକୂଳର ହିତା ହୋଇଥିବା କଥାଟିକୁ କେହି ବି ଅସ୍ବୀକାର କରିପାରିବେ ନାହିଁ. ସେମିତି ଅସ୍ବୀକାର ନକରି ଶ୍ୟାମଘନବାବୁ ସ୍ତ୍ରୀଙ୍କ କଥାରେ ସମ୍ମତି ପ୍ରକାଶ କରି ରୋଗୀଣା ଶାଶୁଙ୍କ କ୍ୟାବିନରେ, ରାତିରେ ଆଟେଣ୍ଡାଟ ରୂପେ ରାହିବାକୁ ସ୍ତ୍ରୀ ମଧୁମତିଙ୍କ ଇଛାକୁ ଖାଲି ସମ୍ମାନ ଦେଇ ସମ୍ମତି ପ୍ରକାଶ କଲେ ତା ନୁହେଁ ନିଜେ ମଧ୍ୟ ସହଯୋଗର ହାତ ବଢ଼େଇ ସଙ୍ଗରେ ଗଲେ l

   ମଧୁମତି ଘରର ବଡ଼ଝିଅ. ଦୁଇ ଭାଇ ଭୁବନେଶ୍ୱରରେ ରହୁଥିବା ବେଳେ କେବେ କେମିତି କାଁ ଭାଁ ଦରକାର ନପଡ଼ିଲେ ମଧୁମତି ଆସିପାରନ୍ତି ନାହିଁ ଦୁଇ ଭାଇ ଭାଉଜଙ୍କ ଘରେ ଗୋଟେ କି ଦିଟା ଦିନ ରାହିବାକୁ. ଆଜି ମାଆ ହସ୍ପିଟାଲରେ ପଡ଼ିଥିବା ଖବର ବ୍ୟତିବ୍ୟସ୍ତ କରିଛି ମଧୁମତିଙ୍କୁ ତ ମାଆ ପାଇଁ କିଛି କରିପାରି ନଥିବା ଗ୍ଲାନି ତାଙ୍କୁ ଭିଡି ଆଣିଛି ଭୁବନେଶ୍ୱର ଦିନଟେ ଅନ୍ତତଃ ମାଆ ପାଖେ ଆଟେଣ୍ଡାଟ ରୂପେ ରହି ମାଆ କୁ ଜଗିବାକୁ କ୍ୟାବିନରେ, ସନସାଇନ ହସ୍ପିଟାଲରେ. ଅପା କୁ ଦେଖି ଦୁଇ ଭାଇ କି ତତପର ତାହା ଭାଷାରେ ପ୍ରକାଶ କରିବାର ନୁହେଁ.ଅପା ରାତିସାରା ମାଆ ପାଖେ କ୍ୟାବିନରେ ଆଟେଣ୍ଡାଟ ରହିବା ସମ୍ଭବ କି ନୁହେଁର ଚିନ୍ତାରେ ଦୁଇଭାଇଙ୍କୁ ଆଶ୍ଚଯ୍ୟ ସରହଦ ଭିତରକୁ ଟାଣି ନେଲାବେଳେ ମଧୁମତିଙ୍କର ମାଆ ପ୍ରତି ଆନୁଗତ୍ୟ ଓ ସଦିଚ୍ଛା ସମସ୍ତଙ୍କୁ ଚୁପ ରାହିବାକୁ ବାଧ୍ୟ କଲା l

   ବଡ଼ାଭାଉଜ ତଥାପି କହୁଥିଲେ ଅପା ପାରିବେ କି ନା ମୁଁ ବରଂ ତାଙ୍କ ସଙ୍ଗେ ରହିଯାଉଛି. ସାନଭାଉଜ ଅପାଙ୍କର କାଳେ ରାତ୍ରୀ ଉଜାଗର ରହିଲେ ଦେହଖରାପ ହେଇଯିବ ଭାବି ଯାବତୀୟ ଔଷଧ,ଚକୋଲେଟ, ଗ୍ଲୁକୋଜ ଇତ୍ୟାଦି ସଜାଡୁଥିଲେ ତ ମଧୁମତିଙ୍କ ମନୋବଳ ଦ୍ୱିଗୁଣା ହୋଇଯାଉଥିଲା ଆଉ ନିଜର ଏତେ ସୁନ୍ଦର ପରିବାର ପାଇଁ ଭଗବାନଙ୍କୁ ହାତ ଯୋଡୁଥିଲେ ମଧୁମତି l

   ରାତିସାରା ମାଆ ତା ନାକରେ ଲାଗିଥିବା ଅମ୍ଳଜାନ ନଳୀ କୁ ହାତ ସାହାଯ୍ୟରେ କାଢି ପକାଉବାରୁ ତାକୁ ନିବୃତ କଲାବେଳେ ମାଆ ଚାଂହିଦେଉଥିଲା ମଧୁମତିଙ୍କ ମୁଁହକୁ ଆଉ ହାତ ଟେକି ଗେଲ କରିଦେଉଥିଲା ଝିଅ ମଧୁମତିଙ୍କୁ ଥରକୁ ଥର, ଆଉ ସେଇ ସ୍ବର୍ଗୀୟ ଅନୁଭବ ର ଅନୁଭୂତିରେ ମଧୁମତିଙ୍କ ଆଖିରୁ ଝରି ପଡୁଥିଲା ଅଶ୍ରୁ, ପ୍ରଭୁଙ୍କ କରୁଣା ରୁ ମାଆ ଭଲ ହୋଇଯାଇଥିଲା ଭଗବାନଙ୍କ କରୁଣାରୁ l


Rate this content
Log in

Similar oriya story from Thriller