Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Akshayakumar Dash

Drama Others

2  

Akshayakumar Dash

Drama Others

ପ୍ରେମର ରଙ୍ଗ ଲାଲ

ପ୍ରେମର ରଙ୍ଗ ଲାଲ

4 mins
279


ଯୁବତୀ ଜଣକ ସକାଳୁ ମୋବାଇଲ ଦେଖିବାରେ ବ୍ୟସ୍ତ । ଆଜି ଫେବୃଆରୀ ଚଉଦ ଭଲେଣ୍ଟାଇନ ଡେ । କିଏ ସବୁ ମେସେଜ କରିଛନ୍ତି, ପ୍ରେମର ବାର୍ତ୍ତା ପଠେଇଛନ୍ତି ଗୋଟିଗୋଟି ଦେଖିଚାଲିଛନ୍ତି । ମୋବାଇଲ ସୁରକ୍ଷିତ ମାଧ୍ୟମ,ଯେଉଁଥିରେ ପ୍ରେମର ବାର୍ତ୍ତା ଗୋପନରୁହେ । ପ୍ରେମ ବି ଅତି ଗୋପନୀୟ।ଖୋଲାଖୋଲି କଲେ ସେଥିରେ ବିପଦଅଛି ।ନଜରପକେଇ ଯେଉଁଠି ଆବଶ୍ୟକ ପଡେ ସେ ବ୍ୟକ୍ତି ପାଖକୁ ଉତ୍ତରଦେବାକୁ ଭୁଲିଲେନାହିଁ। ଏମିତି ଦେଖୁଦେଖୁ ନଜର ପଡିଲା ଗୋଟିଏ ମେସେଜ ଉପରେ । ସେମେସେଜ ଯିଏ ପଠେଇଛନ୍ତି ତାଙ୍କୁ ଚିହ୍ନିନାହାନ୍ତି । ମେସେଜଟି ଥିଲା ସୃତି ଆଇ ଲଭୟୁ । ମନେମନେ ଖୁସିହେଲେବି ଆଶ୍ଚର୍ଯ୍ୟ ବି ଲାଗିଲା,ତେବେ ଏ ମହାଶୟ କିଏ,ଯେକି ଖୋଲାଖୋଲି ଭାବେ ପ୍ରେମନିବେଦନ କରିଛନ୍ତି । ତାଙ୍କନାମ ବୋଧେ ଗୋପନ ରଖିଛନ୍ତି । ଏମିତି କେତେ ପ୍ରଶ୍ନ ମୁଣ୍ଡକୁ ଆସୁଛି । ଛାଡ଼, ଆଜିକାଲି କେତେକ ଲୋକମାନେ ଝିଅକୁ ଏମିତି ଶସ୍ତା ଭାବନ୍ତି।ଜାହାତାହା ଲେଖି ପଠାନ୍ତି । ନା ଆଜିତ କିଛି କହିହେବ ନାହିଁ,ପ୍ରେମ ଦିବସ।ଠିକ ଅଛି , ଦେଖିବା ଆଇ ଲଭ ୟୁ ଲେଖି ଛାଡିଦେଲେ ମେସେଜ ଟିକୁ।ମନରେ ଅହେତୁକ ଭୟ କୌଣସି ଭୂଲ କରିବାକୁ ଯାଉନାହାନ୍ତି ତ ?

ମୋବାଇଲ ରଖିଦେଇ ବାହାରିଲେ । ଗାଧୋଇ ନିତ୍ୟକର୍ମ ଶେଷ କଲେ । ନଅଟା ବାଜିଲାଣି, ଯଥାଶୀଘ୍ର ଅଫିସ ଯିବାକୁ ପଡ଼ିବ। ନୂଆନୂଆ ଚାକିରୀ କରୁଛନ୍ତି । ଚାକିରୀଟି ଏକ ଘରୋଇ କମ୍ପାନୀରେ ଡାଟା ଅପରେଟର ।ନୂଆ ଲାଲ ରଙ୍ଗର ସଲ୍ୱାର ଓ ପଞ୍ଜାବୀ ପିନ୍ଧି ବାହାରିଲେ । ଅଫିସରେ ପହଁଚି ଆଗେ ମୋବାଇଲ ବାହାର କରି ମେସେଜ ଚେକକଲେ,ଆରେ ସେଇଲୋକ ପଠେଇଛନ୍ତି , କ୍ୟାନ ୟୁ ମିଟ ମି? ପଢ଼ି ମୁଣ୍ଡ ଘୁରିଗଲା। ମନେମନେ ଭାବିଲେ ଏ ଲୋକମାନେ ଏମିତି ଝିଅଙ୍କୁ କମେଟ କରନ୍ତି ନା ଡିଲିଟ କରିଦେବା । ପୁଣି କଣ ଭାବି ଲେଖିଲେ,ଆର ୟୁ ଜେଣ୍ଟିଲ ? ଉତ୍ତର ଆସିଲା ଏସ। ମୁଁ ତୁମକୁ ଚିହିଁନାହିଁ,ତୁମେ କିଏ? ଲେଖି ପଠାଇଲେ ।ମୁଁ ତୁମ ପ୍ରେମିକ, କଣ ପରିଚୟ ଯଥେଷ୍ଟ ନୁହେଁ? ମେସେଜଟି ପଢି ରାଗିଗଲେ ।କାଟିଦେବାକୁ ଯିବାରୁ ତତ୍କ୍ଷଣାତ ଫଟ ଟିଏ ଦେଖିଲେ ଆରେ ୟିଏତ ସୌରଭ , କଲିକତାରେ ରହି ଡାକ୍ତରୀ ପଢୁଥିଲା ମୋର ସାଙ୍ଗ । ସଂଗେସଂଗେ ମେସେଜ କଲେ, ୟୁ ସୌରଭ ମାଇଁ କ୍ଲାସମେଟ । ତୁମେ କେଉଁଠି?ଉତ୍ତର ଆସିଲା ଏମ୍ସ ରେ ମାସେହେବ ଜଏନ କରିଛି । ଧନ୍ୟବାଦ, ତୁମେ ମୋ ଘରକୁ ଆଜି ସନ୍ଧ୍ୟାରେ ଆସିପାର । ନିଶ୍ଚୟ ଠିକଣା ମେସେଜ କରିବ।

ଯେଉଁ ମନରେ ଆଶଙ୍କା ଥିଲା ସେଇମନରେ ପ୍ରେମ ବସାବାନ୍ଧିଲା । ଟିକିଏ ପୂର୍ବରୁ ଯାହାକୁ ଘୃଣା କରୁଥିଲେ ସେ ଆତ୍ମୀୟ ବୋଲି ଜାଣି ମନ ମିଳନ ପାଇଁ ବ୍ୟଗ୍ରହେଲା । ସନ୍ଧ୍ୟା ,ନୁହେଁ ବର୍ତ୍ତମାନ ଭେଟିବାକୁ ହେବ, ଆରେ ନମ୍ବର ରଖିବାକୁ ଭୁଲିଗଲି ମନେମନେ କହି ଭିଡିଓ କଲିଂ କଲେ ଦୁହିଁଙ୍କ ଭିତରେ କଥାବାର୍ତ୍ତା ହେଲା, ବର୍ତମାନ ତୁମେ ଫ୍ରିଅଛ,ହଁ ଆଜି ମୋର ଅପ। ମୁଁ ଘରେ ଅଛି,ଆଛା ମୁଁ ଯାଉଛି କହି ଅଫିସରୁ ଛୁଟିନେଲେ ।

ସୌରଭ ଅପେକ୍ଷା କରିଥିଲେ, ଘର ସାମନାରେ ନାଲିରଙ୍ଗର ସ୍କୁଟି ରୁ ଓହ୍ଲେଇ ଆଗକୁ ଗଲେ । ସୌରଭ ଅତି ଆନନ୍ଦରେ ଡାକିଲେ ଆରେ ସ୍ମୃତି ତୁମେ ମତେ ପୁରା ଭୁଲିଯାଇଛନା?ନା ,ତୁମ ନାମ ମେସେଜେରେ ତ ଛଦ୍ମ ଥିଲା, ସେଥିପାଇଁ । ଥ୍ୟାଙ୍କ,ତୁମେ ବେଶ ସୁନ୍ଦର ଦିସୁଛ। ତୁମ ମିଷ୍ଟର କଣ କରୁଛନ୍ତି?ସେ ବାଙ୍ଗାଲୋର ର ଏକ ବହୁରାଷ୍ଟ୍ରୀୟ କମ୍ପାନୀରେ ସଫ୍ଟଓୟାର ଇଂଜିନିଅର। ଆଉ ତୁମ ପତ୍ନୀ ସୃତି ପଚାରିଲେ? ସେ ଦିଲ୍ଲୀ ଏମସ ରେ ଚାଇଲଡ଼ ସ୍ପେଶାଲିଷ୍ଟ । ଦୁଇ ବନ୍ଧୁଙ୍କ ଭିତରେ ଭଲମନ୍ଦ,ଦୁଃଖସୁଖ ଆଦାନପ୍ରଦାନ କଥା ବାର୍ତ୍ତା ଚାଲିଲା । ସୃତି କହିଲେ ,ସୌରଭ ଏହି ଦିନକୁ ତୁମେ କି ଦୃଷ୍ଟିରେ ଦେଖ? ଏହିସମୟରେ ଫୋନ ଆସିଲା, ଫୋନ ଥିଲା ସୃତି ସ୍ୱାମୀଙ୍କର । ସୃତି ଫୋନ ଧରି କହୁଥିଲେ,ଦେଖ ମୋର ସାଙ୍ଗ ଙ୍କ ସହିତ ମୁଁ ଅଛି ତୁମେ ଘଣ୍ଟାକପରେ ଫୋନ କରିବ । ସୌରଭ କହିଲେ, ସୃତି ତୁମ ମିଷ୍ଟରଙ୍କ ସହିତକଥା ହେବା ଉଚିତ ଥିଲା । ସୃତି କହିଲେ, ଠିକଯେ ହେଲେ ତୁମସହିତ ମିଶିବାପାଇଁ ଅଫିସରୁ ଛୁଟିନେଇ ଆସିଛି,ଆଜିର ଦିନକୁ ବନ୍ଧୁଙ୍କସହିତ କଟେଇବାକୁ ଚାହେଁ । ସୌରଭ କହିଲେ ତୁମର ସେଇ ସ୍କୁଲବେଳର ଆଭାସ ଯାଇନି, ପୁଅ ପିଲାଙ୍କ ସହିତ ଗପିବା । ହଁ , ପୁଅଝିଅ ବିଭେଦ ଆମର ରକ୍ଷଣ ସିଲସମାଜରୁ ଉତଦ୍ଭବ। ଛାଡ଼, ତୁମେ ମୋ ପ୍ରଶ୍ନର ଉତ୍ତର ଦିଅ?ହଁ , ଭାଲେଟିଂଡେ ପ୍ରଶ୍ନନା । ସୁନ୍ଦର ସୃଷ୍ଟିରେ ମନୁଷ୍ୟ ପାଇଁ ଆଜିରଦିନରେ ପ୍ରେମ ଦିବସ ରୂପେଗ୍ରହଣ କରିଛି । ପ୍ରେମ ର ଆଧାର ପ୍ରକୃତି ତାକୁ ଭଲପାଇବା କୁ ଆମକୁ ଶିକ୍ଷା ଦେଉଛି । ତୁମ ମତ କଣ ସୌରଭ ପ୍ରଶ୍ନକଲେ । ସୃତି କହିଲେ, ଯେମିତି ତୁମେ ମତେ ପ୍ରେମ ନିବେଦନ କଲ, କେବେ ତ ଫୋନ କରିନ ଆଜି କେମିତି ମନେପଡ଼ିଲା ? ଶୁଣ,ତୁମେ ଓ ମୁଁ ଉଭୟ ବିଭାୟିତ । ଆମେ କିନ୍ତୁ ଉଭୟ ଭଲପାଉଛେ । ଜଣେ ନାରୀ ବା ପୁରୁଷ ତାର ବ୍ୟକ୍ତିଗତ ଜୀବନ ନିର୍ବାହ ଠାରୁ ଆଉକାହାକୁ ଭଲପାଇବା କଣ କଳଙ୍କ? ମୁକହିବି ନା କେବେନୁହେଁ କାରଣ ନାରୀ ବିଭିର୍ଣ ସୋପାନରେ ଗତିକରି ଜୀବନର ଅର୍ଥ ଭଲପାଇବା କେବଳ ବୁଝିଛି । ଝିଅ ବେଳେ ସାଙ୍ଗସାଥି, ପଡିସା, ବାପାମା ଇତ୍ୟାଦି । ବଧୂହେଲାପରେ ସ୍ୱାମୀ ଓ ଆଉଗୋଟିଏ ପରିବାରକୁ ଭଲପାଉଛି। ବୃଦ୍ଧା ହେଲେ ସମସ୍ତଙ୍କୁ ଶ୍ରଦ୍ଧା ଦେଉଛି । ତେବେ ବଂଧୁତ୍ୱ ରଜୁରେ ବାନ୍ଧିହେବାକୁ ସମାଜ କାହିଁକି ନାକଟେକୁଛି? କାରଣ ବି ସ୍ପଷ୍ଟ ଯେ ସମାଜ ନାରୀକୁ ସଦାବେଳେ ପଥର ତଳର ଘାସ କରିରଖିବାକୁ ଚାହେଁ । ଦିନଥିଲା ନାରୀଶିକ୍ଷା, ସ୍ୱାଧୀନତାକୁ ସମାଜ ନିନ୍ଦା କରୁଥିଲା । ଆଜିବି ନାରୀକୁ ଘର ରୋଷେଇ କାମରେ, ଛୁଆଜନ୍ମଦେବା ଓ ଯତ୍ନ ନେବା କାମରେ ପ୍ରୟୋଗ କରୁଛି ।ନାରୀର ବି ମନଟିଏ ଅଛି, ତାହା କୁ ସନମାନ ଦେବା ସ୍ୱାଧୀନ ରଖିବା ଉଚିତକି ନୁହେଁ ? ସୌରଭକଂ ପତ୍ନୀ ସୁରଭି ଫୋନକଲେ। ସୌରଭ ଫୋନ ଧରେଇ ଦେଲେ ସୃତିକୁ କଥାହୁଅ, ସୃତି ଅପ୍ରସ୍ତୁତ ହୋଇ ଫୋନଧରିଲେ । ହଁ ଭାଉଜ ,ତୁମ ସ୍ୱାମୀ ମତେ ଆଜିଦିନଙ୍କପାଇଁ ଭଲପାଇଛନ୍ତି ତୁମେ ବି....।ଥ୍ୟଂକ୍ସ । କଣ କହିଲେ ସୁରଭି? ପ୍ରଶ୍ନ କଲେସୌରଭ, ସୃତି କହିଲେ ବାପରେ ସେତ ଉଚମନା, କହିଲେ ଭଲକରି ତାଙ୍କୁ ପ୍ରେମପାଠ ପଢେଇଦେବେ, ମୋପାଖରେ ଶୋଇ ପଢୁଛନ୍ତି । ଦୁହେଁ ହସୁଥିଲେ । ସୃତି ବାହାରିଲେ, ସୌରଭଙ୍କୁ ନିମନ୍ତ୍ରଣ କରି ନିଜ ସ୍କୁଟି ଷ୍ଟାଟକଲେ ।



Rate this content
Log in

More oriya story from Akshayakumar Dash

Similar oriya story from Drama