Satyabati Swain

Tragedy Inspirational

3.8  

Satyabati Swain

Tragedy Inspirational

ପ୍ରେମର ଈଶ୍ୱର

ପ୍ରେମର ଈଶ୍ୱର

11 mins
529



ବାଲ୍କୋନୀରେ ବସି ଦୁଇ ବାନ୍ଧବୀ କଲେଜ କଥା କହି ବହେ ହସାହସି ହେଲୁ । ଅଙ୍କିତା କହିଲା ଜୀବନରେ ପଛ କଥା ମନ ପକେଇ ସେଥିରେ ଡୁବିବାକୁ ବହୁତି ଭଲ ଲାଗେ,ନାଇଁ ?


ହଁ ହୋଇଥିବ ।  


ତୋର ସବୁବେଳେ ଏଇ ସଂକ୍ଷିପ୍ତ ଉତ୍ତର । ଆଲୋ କେତେ ପୁଣ୍ୟ ବଳେ ଏ ସୁନ୍ଦର ମଣିଷ ଜୀବନ ମିଳିଛି । ଏଇ ଜୀବନକୁ ହୃଦୟ ଭରି ଏଞ୍ଜେୟ କର ବୋକୀ । ଅବଶ୍ୟ ପଦ, ପ୍ରତିଷ୍ଠା ମଣିଷଙ୍କୁ ଏଇ ଆଲତୁ ଫାଲତୁ କଥା ମନେ ପକାଇ ସମୟ ନଷ୍ଟ କରିବାକୁ ଦିଏନି । କିନ୍ତୁ ଥରେ ଥରେ ସ୍ମୃତି ରୋମନ୍ଥନ ବେଜାଏ ଖୁସି ଦିଏ । ଅତୀତ ମୁଲୁଦୁଆ ଉପରେ ତ ବର୍ତ୍ତମାନ ଠିଆ । ବର୍ତ୍ତମାନ ସବୁଠୁ ମୂଲ୍ୟବାନ । ତା ସତ୍ତ୍ୱେ ଅତୀତ ଓ ଭବିଷ୍ୟତ ଅଛନ୍ତି ବୋଲି ତ ବର୍ତ୍ତମାନ ଏତେ ଆନନ୍ଦ ଦାୟୀ ।


ତୁ ଜାଣିଛୁ ସୁକନ୍ୟା ପ୍ରତି ମଣିଷ ମନ ଏକ ନିବୁଜ କୋଠରୀ ଭିତରେ ଥିବା ତାଲା ପକା ବାକ୍ସ ପରି । ଜୀବନର କିଛି ମୁହୂର୍ତ୍ତ, ଆବେଗ,ସତ୍ୟ ଓ ରହସ୍ୟ ସେଇ ତାଲା ପକା ବାକ୍ସ ଭିତରେ ଥାଆନ୍ତି । କୌଣସି ମଣିଷ ଚାବିଟି ଅନ୍ୟ କାହାକୁ ହସ୍ତାନ୍ତର କରେନି ।


ବୋଧେ ।


ବୋଧେ ନୁହେଁ ନିରାଟ ସତ୍ୟ ।


ଅଙ୍କିତା କିଛି କହିବ କହିବ ହେଉଥିଲା । କିନ୍ତୁ ପ୍ରକୃତ

କଥା ନ କହି ଇଆଡୁ ସିଆଡୁ ଗପି ମୋତେ ହସାଇବାକୁ ଚେଷ୍ଟା କରୁଥିଲା । ମନ ଖୋଲା ହସକୁ ମୋ ଭିତରୁ ତ କେବେଠୁ ହଜେଇ ଦେଇଛି । ତାକୁ ଏବେ ପାଇବି କେଉଁଠୁ !


ବୁଝିଲୁ ସୁକନ୍ୟା ତୁ କଲେଜରେ ଯେମିତି ଷ୍ଟାଇଲ୍ କରୁ

ଥିଲୁ ଲାଗୁଥିଲା ଫିଲ୍ମରେ ହିରୋଇନ୍ ଫିରୋଇନ ହେବୁ । ତୋର ମନେ ପଡୁଛି ସୂର୍ଯ୍ୟ ଘଡି ପାଖେ ସୋସିଓଲୋଜି ଅନର୍ସ ପିଲାଟା କଣ କହିଥିଲା ?


ହଁ କଣ କହିଥିବ । ଭୁଲିଗଲେଣି ସବୁ ।


ଭୁଲି ଗଲୁଣି ନା ଭୁଲିବାର ଚେଷ୍ଟାରେ ଅଛୁ । ମଣିଷ କିଛି କଥା ବାଧ୍ୟ ହୁଏ ଭୁଲିବାକୁ,କିଛି ସମୟ ଧୂଳି ପକେଇ ଦିଏ ମନ ଦର୍ପଣରେ । ପୋଛି ଦେଲେ ପୁଣି ଦାଉ ଦାଉ ଦିଶେ । ମନେ ପକା:- 


ସେଦିନ ଆମେ ଓଡ଼ିଆ କ୍ଲାସ ସାରି କମର୍ସ ବ୍ଲକ କୁ ଯାଉଥିଲେ ଇଙ୍ଗିଲଶ କ୍ଳାସ କରିବା ପାଇଁ । ସୋସିଓ

ଲୋଜି ଅନର୍ସର ସେଇ ପିଲାଟା ,ନାଁ ଟା କଣ ...ହଁ ହଁ ପ୍ରେମାନନ୍ଦ ମହାପାତ୍ର ଯାହାକୁ ଆମେ ଲବ୍ ଆଣ୍ଡ୍ ହାପି ଦ ଗ୍ରେଟ୍ ପଟ୍ ବୋଲି ଡାକନ୍ତି ; ଚୁପ୍ କି ଆସି ତୋ ପାଖରେ କହିଲା,ହିରୋଇନ୍ ଟା ପରଦା ଛାଡି ରେଭେନ୍ସାରେ କଣ କରୁଛ ? ଲବ୍ ୟୁ ହିରୋଇନ୍ ।


କି ଦେଖିବ ତୋ ଚଣ୍ଡି ରୂପ ! କଷି ଦେଇଥିଲୁ ଠାଏ ଠାଏ ତା ଗାଲରେ । ବିଚରା ମନ୍ଦ ଉଦ୍ଦେଶ୍ୟରେ କହି ନଥିଲା । ଜଷ୍ଟ ସମସ୍ତଙ୍କୁ ହସେଇବା ପାଇ କହିଥିଲା । ତୁ କିନ୍ତୁ ସିରିଅସ୍ ହୋଇଗଲୁ । ତୋ ଦେହରେ ଥଟ୍ଟା ମଜା ଯାଏନି । ସେଇ ଦିନଠାରୁ ଲବ୍ ଆଣ୍ଡ୍ ହାପି କଲେଜ ଛାଡିବା ଯାଏ ତୋ ସମାନାକୁ ଆସିନଥିଲା । ମନେ ପଡ଼ିଲା...


ଅଙ୍କିତା ଜୀବନରେ ଏତେ ବାଟ ଆଗକୁ ଚାଲି ଆସି

ଲେଣି ଯେ ପଛ କଥା ମନେ ପକାଇବାକୁ ସମୟ ପାଇନି । ପଛ ଭୂତ ପରି ମୋ ପିଛା କରି ଚାଲିବା ରାସ୍ତାରେ ମୋତେ ଝୁଣ୍ଟାଉ ତାହା ମୁଁ ବି ଚାହେଁନି ଅଙ୍କିତା । କଲେଜ କଥା ସବୁ ଲିଭେଇ ଦେଇଛି ମନ ସିଲଟରୁ । ମନ ବୋଲି ମୋର ଗୋଟେ କିଛି ମୋ ଭିତରେ ଅଛି ଏ କଥା ଆଉ ଭାବେନି । ଗୋଟେ ନିଶାରେ ଚାଲୁଛି । ଜାଣେନି ମୋ ଚାଲିବା ରାସ୍ତା କେବେ,କେଉଁଠି ଓ କେମିତି ସରିବ । ରାସ୍ତା ସରିବା ପୂର୍ବରୁ ବହୁ କିଛି କରିବା ଯୋଜନା ରଖିଛି ଅଙ୍କିତା ।


ମନ ନାହିଁ ନା ନଥିବାର ଅଭିନୟ କରୁଛୁ ସୁକନ୍ୟା ? ନିଜକୁ ଭଣ୍ଡଉଛୁ ତୁ ।


ଛାଡ୍ ମ ତୁ ତ ହୃଦୟର ମଣିଷଟିଏ, ସୁନ୍ଦର ମନର ମଣିଷ , ପିଲା ଦିଇଟି ଓ ଖୁସି ପରିବାର ଟିଏ ପାଇଛୁ । ବିଶ୍ବାସ କର ଅରିନ୍ଦମ୍ ପରି ଜୀବନ ସାଥୀ ବିରଳ ଅଙ୍କିତା । ଦେଵତୁଲ୍ୟ ମଣିଷ ସେ ।


ତୋତେ ମୁଁ କଲେଜ କଥା କହୁଛି, ତୁ ମୋରି ପରିବାର ଗୁଣ ଗାନ କରୁଥା । ମୋର କିନ୍ତୁ ଭାରି ମନ ସେଇ କଲେଜ ଜୀବନକୁ ଟିକେ ଫେରି ଯିବାକୁ । ତୁ ଜାଣିଛୁ ସୁକନ୍ୟା କଲେଜରେ ମୁଁ ଜଣଙ୍କୁ ଭଲ ପାଉଥିଲି !


ତୁ ପୁଣି ଭଲ ପାଇବା ? ମୋର ବିଶ୍ୱାସ ହେଉନି । ଗର୍ବୀ ଟା ଥିଲୁ ତୁ । କାହା ସଙ୍ଗେ କଥା ହେବାକୁ ପସନ୍ଦ କରୁ ନଥିଲୁ । ସେଥିରେ ଭଲ ପୁଣି କାହାକୁ ପାଇଲୁ ?


ମନେ ମନେ କାହାକୁ ଭଲ ପାଇବା ମନା ନା କଣ?


ଆରେ ବାଃ ଚୁପ୍ ସଇତାନୀ ଟେ ଥିଲୁ ତ ! କାହାକୁ ଏତେ ରସିଥିଲୁ ମ ?


କହିବି ?


ହଁ କହ ଦେଖିବା କିଏ ସେ କନ୍ଦର୍ପ ; ଯାହାର କାମ ଶର ତୋ ପରି ରିଜର୍ଭ ଝିଅ ଛାତିକୁ ବିନ୍ଧିଥିଲା ?


ଶୁଣିଲେ ସହି ପାରିବୁ ତ !


କଣ ଯେ କହୁ ଅଙ୍କିତା ସବୁବେଳେ ତୋର ଗୋଲ ଗୋଲ କଥା ।


ତୋ ଦେବଦାସ ନୀଳ୍ କୁ । ସେ ତ ତୋ ପ୍ରେମରେ ଏମିତି ପାଗଳ ହୋଇଥିଲା ଯେ କଲେଜରେ ତୋ ବ୍ୟତୀତ ଆଉ କେଉଁ ଉପର କି ତଳ ବ୍ୟାଚ୍ ଝିଅ ଅଛନ୍ତି ଭୁଲି ଯାଇଥିଲା । ମୁଁ ଯେତେ ହୁକ ପକେଇଲେ କେଉଁଠୁ ହେବ!


ନୀଳ୍ କଥା ଶୁଣି ମୋତେ ଉଦାସ ଲାଗିଲା । ଅଙ୍କିତା ମୋ ଶୁଖିଲା ଘା କୁ ଉଖାରିବାକୁ ଚାହୁଁଛି ମୁଁ ବୁଝି ଗଲି । ମୋ ଦୁର୍ବଳତା ତାକୁ ଜଣାଇଁବାକୁ ନ ଦେଇ କହିଲି, ସତରେ ତୁ ନୀଳ୍ କୁ ଭଲ ପାଉଥିଲୁ ? ମନ କଥା କଣ କେହି ଜ୍ୟୋତିଷ ହୋଇଛି ପଢିବେ ? ତୁ ଥରେ ନୀଳ୍ ଙ୍କୁ କହି ଦେଖିଲୁନି ।


ତୁ ପରା ମୋର ପ୍ରତି ବନ୍ଧକ ଥିଲୁ ?ତୋ ଛଡା ନୀଳ୍ କାହାକୁ ପାଖ ପୁରେଇ ଦେଉଥିଲା କି ? ନୀଳ୍ କୁ ତୁ ନିଜେ ଆଜୀବନ ପ୍ରେମ ଡୋରିରେ ବାନ୍ଧି ପାରୁଲୁନି କି ମୋତେ ବାନ୍ଧିବାକୁ ଦେଲୁନି । ନୀଳ୍ ପରି ପିଲାକୁ ଜୀବନରୁ କେହି ଛାଡେ ?


ନୀଳ୍ ଙ୍କୁ ମୁଁ ଛାଡିଛି ,ଏକଥା ତୋତେ କିଏ କହିଲା ?


ସୁକନ୍ୟା ତୋ ସହ କଲେଜ ଛାଡିଲା ଦିନୁ ଦେଖା ହୋଇ ନଥିଲା ସତ କିନ୍ତୁ ତୋର ଟିକି ନିକି ଖବର ମୋ ପାଖେ ଅଛି ।


କେମିତି ? ମୁଁ ତ ତୋ ବିଷୟରେ କିଛି ବି ଜାଣି ନଥିଲି । ଏତିକି ଜାଣିଥିଲି ତୋର ଜଣେ ଇଞ୍ଜିନିୟର ସଂଗେ ମ୍ୟାରେଜ୍ ହୋଇଛି ।


ତୋର ସମସ୍ତ ଖବର ମୋତେ ଜଣେ ଗୁଇନ୍ଦା ଜଣାଏଁ ।


ଏମିତି ତାହେଲେ । କଣ କଣ ଜଣେଇଛି । କିଏ ସେ ଗୋଇନ୍ଦା ?


ନୀଳ୍ ସୁକନ୍ୟା ।


ତୁ ନୀଳ୍ କଣ୍ଟାକ୍ଟରେ ଅଛୁ ?


କେବଳ କଣ୍ଟାକ୍ଟରେ ନୁହେଁ ତା ଜୀବନର ପ୍ରତିଟି ସତ ସହ ପରିଚିତ ଅଛି । ସତ ଲୋ ନୀଳ୍ ଙ୍କୁ ମୁଁ ପ୍ରେମ କରୁଥିଲି । ତୋ ପାଇଁ ପ୍ରେମ ତ ହୋଇ ପାରିଲାନି, ଏଣୁ ବନ୍ଧୁ ହୋଇଗଲୁ । ସେ ତା ଜୀବନର ସମସ୍ତ କଥା ଗୋଟି ଗୋଟି କହିଛି । ତୁ ଖୁବ୍ ଭାଗ୍ୟବାନ ଯେ ନୀଳ୍ ପରି ବ୍ୟକ୍ତି ତୋ ପ୍ରେମିକ ।


ନୀଳ୍ ତାହେଲେ ତା ବିଷୟରେ ତୋତେ ଗୁଡ଼େ ଡାହା ମିଛ କହିଛି । ମୁଁ ବି ଚିହ୍ନି ପାରି ନଥିଲି ସେ ବଦମାସ୍ ଟାକୁ । ବହୁ ଡେରିରେ ଚିହ୍ନିଲି ।


ମୁଁ କହିବି ସୁକନ୍ୟା ତୁ ପ୍ରକୃତରେ ନୀଳ୍ କୁ ଚିହ୍ନି ପାରିନୁ ।


ଦେଖ୍ ଅଙ୍କିତା ବହୁ କଷ୍ଟରେ ମୁଁ ମୋ ଅତିତରୁ ନିଜକୁ ମୁକୁଳେଇ ପାରିଛି । ଆଉ ସେଗୁଡା ଘାଣ୍ଟି କଷ୍ଟ ପାଇ

ବାକୁ ଚାହେଁନି ।


ତୋତେ ଶୁଣିବାକୁ ପଡିବ । ଅବଶ୍ୟ ପ୍ରମିଜ୍ କରିଥିଲି ନୀଳ୍ ଆଗେ ଏ ନିଷ୍ଠୁର ସତ୍ୟ ତୋତେ କେବେ ନ ଜଣାଇଁବାକୁ । କିନ୍ତୁ ନ କହି ରହି ପାରୁନି । ସୁକନ୍ୟା ତୁ ନୀଳ୍ କୁ ଏବେ ବି ପ୍ରେମ କରୁ ସତ ନା ?


ଓଃ ବୁଲେଇ ବଙ୍କେଇ ସେଇ ଗୋଟେ ଟପିକ୍ କୁ କାହିଁକି ଆସୁଛୁ ଶୁଣେ । ନୀଳ୍ ଭରସା କି ବିଶ୍ୱାସର ପାତ୍ର ନୁହେଁ,ବାସ୍ ।


କାହିଁକି ନୁହେଁ ତୋତେ ପ୍ରେମ କରେ ବୋଲି? ତୋ ପାଇଁ ନିଃସଙ୍ଗ,ସନ୍ୟାସ ଜୀବନ ଜୀଏଁ ବୋଲି !


ନୀଳ୍ ପୁଣି ନିଃସଙ୍ଗ ! ସନ୍ୟାସ !


ହଁ ସୁକନ୍ୟା । ତୁ କହିବୁ ସେ ତା ସମାସ୍କକନ୍ଧ ଟ୍ରେନିଂ ମେଣ୍ଟ୍ ଲଗ୍ନା କୁ ବିବାହ କଲା । ଏଇଟା ବି କହିବୁ ତୋ ପାଖକୁ ବିବାହ କାର୍ଡ ପଠେଇଥିଲା । ପୁଣି କହିବୁ ତୋତେ ତାଛଲ୍ୟ କରି ବାଧିଲା ଭଳି ବହୁତ କଥା କହି ତୋ ଆତ୍ମାକୁ କ୍ଷତାକ୍ତ କରିଥିଲା । କିନ୍ତୁ ସେ ବିବାହ କରିବା ତୁ ଦେଖିଛୁ ? ଲଗ୍ନା କୁ ଭେଟିଛୁ କେବେ । ବାହାଘର କାର୍ଡ ପାଇବା ପରଠୁ ପଚାରିଛୁ ନୀଳ୍ ! ତୁମେ ଏ ବିବାହରେ ଖୁସି ଅଛ କି ନାହିଁ? ଜାଣିବାକୁ କେବେ ଚେଷ୍ଟା କରିନୁ ଯାହାକୁ ଏତେ ଭଲ ପାଉଥିଲୁ ସେ କେମିତି ଅଛି ! ଖୁବ୍ ସ୍ୱାର୍ଥପର ହୋଇ ଯାଇଛୁ ଲୋ ତୁ ।


ଆଖିକୁ ଦେଖା ଯାଉଥିବା କି କାନକୁ ଶୁଭୁଥିବା ସବୁ କଥା ଯେ ନିହାତି ସତ ହୋଇଥିବ ଏକଥା କିଏ କହିବ !


କଣ ପାଗଳଙ୍କ ପରି କହୁଛୁ ଅଙ୍କିତା ?


ପାଗଳ ମୁଁ ନୁହେଁ ପାଗଳ ତୁ ସୁକନ୍ୟା । ତୁ ଜାଣି ନାହୁଁ ତୋ ସ୍ୱପ୍ନ ସତ ହେବା ପାଇଁ ନୀଳ୍ କି ତ୍ୟାଗ କରିଛି !ତା ଜୀବନ ବର୍ବାଦ କରି ଦେଇଛି । ତୋର ଘୃଣା ପାଇବା ପାଇଁ ନିଜକୁ ବିଶ୍ୱାସ ଘାତକ,ପ୍ରତାରକ ସଜେଇଛି । ତୁ ପରା ତାକୁ ହୃଦୟ ଦେଇ ଭଲ ପାଉଥିଲୁ ! ତୋ ହୃଦୟ ମାନିଲା ନୀଳ୍ ଏପରି ତୋ ସହ କରି ପାରିବ ବୋଲି !


ପାରେ କଣ ଅଙ୍କିତା ନୀଳ୍ କରି ଦେଖେଇ ଦେଇଛନ୍ତି । ତେବେ ହଁ ନୀଳ୍ କଣ କଲେ ନ କଲେ ସେଥିରେ ମୋର କିଛି ଯାଏ ଆସେ ନାହିଁ । କିନ୍ତୁ ମୁକ୍ତ କଣ୍ଠରେ କହିବାରେ ମୋର ଟିକେ ହେଲେ ଦ୍ଵିଧା ନାହିଁ ଯେ ନୀଳ୍ ମୋ ପ୍ରଥମ ଏବଂ ଶେଷ ପ୍ରେମ । ମୁଁ ପ୍ରତାରଣା କରିନି କି କରିବିନି । ନୀଳ୍ ଯାହା କରୁ ଖୁସିରେ ରହୁ ଏତିକି ମୋର ଈଶ୍ବରଙ୍କ ପାଖେ ପ୍ରାର୍ଥନା ।


ସୁକନ୍ୟା !


ବହୁ ଦିନ ପରେ ତୋତେ ପାଇ ଖୁସି ହୋଇଥିଲି । କିନ୍ତୁ ..


କିନ୍ତୁ ମୁଁ ତୋତେ ଦୁଃଖୀ କରିଦେଲି ନା ସୁକନ୍ୟା । ହେଲେ ତୁ ଜାଣିଛୁ ଲଗ୍ନା, ବିବାହ, ବିବାହ କାର୍ଡ ସବୁ ମିଛ ଥିଲା ନୀଳ୍ ର । ଏବେ ବି ନୀଳ୍ ଅନ୍ ମ୍ୟାରେଡ଼ । ଏବେ ବି ସେ ତୋତେ ହୃଦୟ ଦେଇ ପ୍ରେମ କରେ । ତୁ ବି ତ ମ୍ୟାରେଜ୍ କରିନୁ । ତୋ ପରି ସଫଳ ଝିଅ ପାଇଁ ପୁଅର କଣ ଅଭାବ ଥିଲେ ! ଦୁଇ ଜଣ ଯାକ କେବଳ ତ୍ୟାଗ କଲ କିନ୍ତୁ ଭୋଗ କରି ପାରିଲ ନାହିଁ ବୟସ ଆୟୁଷକୁ । ଦୁହେଁ ଦୁହିଁଙ୍କ ପ୍ରତି ପୂର୍ଣ୍ଣ ପ୍ରାଣରେ ସମର୍ପିତ ; କିନ୍ତୁ ବାଢ଼ି ପାରିଲ ନାହିଁ ପ୍ରେମର ନୈବେଦ୍ୟ । ତୋ ଭିତରେ ନୀଳ୍ ଆସ୍ଥାନ ଜମେଇ ବସିଛି ଏବଂ ତା ଭିତରେ ତୁ ଦେବୀ ପରି ପୂଜା ପାଉଛୁ ।


କଣ କହୁଛୁ ଅଙ୍କିତା । ନୀଳ୍ ଅନ୍ ମ୍ୟାରେଡ୍ !!


ହଁ । ନୀଳ୍ କଣ ତା ଜୀବନରେ ତୋ ଛଡା ଆଉ କାହାକୁ ଭଲ ପାଇ ପାରିବ ! ସେ ତୋ ପାଇଁ ଆଜୀବନ ନିସଙ୍ଗ

ତାକୁ ବନ୍ଧୁ କରିନେଲା ।


କିନ୍ତୁ ଏମିତି କରିବା ପଛର କାରଣ କଣ ହୋଇପାରେ ?


ତୁ ଭଲଭାବେ ଜାଣିଛୁ ନୀଳ୍ ମାର ବାଧ୍ୟ ପୁଅ । ମା ବିରୁଦ୍ଧରେ ଯାଇ କିଛି କାମ କରି ପାରିବ ନାହିଁ । ତୋ ସହ ନିର୍ବନ୍ଧ ସରିଲା ପରେ ଦିନେ ତା ମା ମାମୁଁଙ୍କ ସହ ଚୁପ୍ ଚୁପ୍ କଥା ହେବାର ଶୁଣିଲା ଯେ , "ବାହା ଘରଟି ସରି ଯାଉ । ବାଘ ମୋ ପଞ୍ଜୁରୀ ଭିତରେ ଥରେ ପଶୁ ତେଣିକି ତା ଶିକାର ଦାନ୍ତ ଭାଙ୍ଗି ବାକୁ ମୋତେ କେତେ ସମୟ ଲାଗିବ ! ଗୋଟିଏ ବୋଲି ପୁଅ ତା ମନରେ ଦୁଃଖ ଦେବି ନାହିଁ ବୋଲି ସେ ବାଳ କାଟି ବାରିକିଆଣି କୁ ମୋ ବୋହୁ କରିବାକୁ ରାଜି ହୋଇଛି । ନଲେ ମୋ ବଂଶର ଏମିତି ଜଣେ ଥାର୍ଡ ଗ୍ରେଡର ଝିଅ ବୋହୁ ହେବାକୁ ଯାଆନ୍ତା ! ବିବାହ ପରେ ସୁକନ୍ୟା କୁ ତା ବୃତ୍ତି ସବୁଦିନ ଛାଡିବାକୁ ଏମିତି ବାଧ୍ୟ କରିଦେବି ଯେ ଝିଅ ବୁଝୁଥିବ । କେବଳ ବିବାହଟା ସରିବାକୁ ଅପେକ୍ଷା । "


ନୀଳ୍ ଏକଥା ଶୁଣି କ୍ଷଣେ ସ୍ତବ୍ଧ ହୋଇଗଲା । କଣ କରିବ ନ କରିବ ଚିନ୍ତା କରି ପାରିଲାନି । ଗୋଟେ ପଟେ ମା ଆଉ ଗୋଟେ ପଟେ ତୁ । କାହା ମନରେ ସେ ଦୁଃଖ ଦେବ ! ତୋ ଜୀବନର ସ୍ୱପ୍ନ ବିୟୁଟି ଜଗତରେ ସ୍ଥାନଟିଏ କରିବା । ମା ତୋ ସ୍ୱପ୍ନର ଉଡାଣ ଆକାଶରେ ମସ୍ତ ଏକ ପ୍ରତିବନ୍ଧକ ରୂପେ ଠିଆ ହୋଇଥିଲା । ବାହା ଘର ପରେ ମା ତୋ ସ୍ୱପ୍ନ ପୁରଣ କରିବାକୁ ଦେବ ନାହିଁ ଏହା ସ୍ଥିର ନିଶ୍ଚିତ ଜାଣି ନୀଳ୍ ନାଟକ ରଚନା କଲା । ତୋ ତର

ଫରୁ ବାହା ଘର ଭାଙ୍ଗି ଯାଉ ବୋଲି ସମସ୍ତ ଯୋଜନା ଏପରି କଲା ଯେ ତୁ ଯେମିତି ତିଳେ ହେଲେ ସନ୍ଦେହ କରିବୁ ନାହିଁ । ନୀଳ୍ କୁ ଘୃଣା କରିବୁ । ନୀଳ୍ ପ୍ରେମ ପାଇଁ ତୁ ହୁଏତ ତୋ ସ୍ବପ୍ନ କୁ କାଳେ ସମାଧି ଦେଇଦେବୁ ଏ ଭୟ ବି ନୀଳ୍ କୁ ଡରାଉଥିଲେ ।


ତା ପରେ ତୁ ତ ଜାଣିଛି କେଉଁ ନାଟକୀୟ ଭାବେ ତୁ ନିଜେ ନିର୍ବନ୍ଧ ମୁଦି ଖୋଲି ଫିଙ୍ଗି ଦେଇଥିଲୁ ?


ବନ୍ଦ କର ଅଙ୍କିତା ,ମୁଁ ଆଉ ଶୁଣିବାକୁ ସମର୍ଥ ନୁହେଁ । ମୋ ଶ୍ବାସକ୍ରିୟା ହୁଏତ ବନ୍ଧ ହୋଇଯାଇ ପାରେ । ନୀଳ୍ ସହ କଥା ହେଲେ ଏତିକି କହିବୁ, "ସେ ମୋ ପାଇଁ ଜଣେ ଈଶ୍ୱର "


ସୁକନ୍ୟା ! ନୀଳ୍ ଓ ତୁ ଦୁହେଁ ପରସ୍ପରକୁ ଏତେ ଭଲ ପାଅ ଯେ ଏକାକୀ ହେଲ ପଛେ ଆଉ କାହାକୁ ଜୀବନ ଭିତରକୁ ଆସିବାକୁ ଦେଲନି । ତୁ ଏବେକାର ବିୟୁଟି ଜଗତର ଜଣେ ନାମିଦାମୀ ତାରକା ଆଉ ନୀଳ୍ ଜଣେ ସୁଦକ୍ଷ ପ୍ରଶାସନିକ ଅଧିକାରୀ ସହ ଆନ୍ତର୍ଜାତୀୟ ଭାଓଲିନ୍ ବାଦକ । କେତେ ହୃଦୟ ତୁମ ଦୁହିଁଙ୍କୁ ପାଇବା ପାଇଁ ପାଗଳ । କିନ୍ତୁ ତୁମେ ଦୁହେଁ କାହାକୁ ମନ ଏରୁଣ୍ଡି ଡେଇଁ ପଶିବାକୁ ସୁଯୋଗ ଦେଲ କି !!


ସୁକନ୍ୟା ଏତକ ସତ୍ୟ ତୋତେ କେବେ ଦେଖା ହେଲେ ନିଶ୍ଚୟ କହିବି ବୋଲି ମନସ୍ଥ କରିଥିଲି । ଏ କଥା ନ କହି ପାରିଥିଲେ ନିଜକୁ କ୍ଷମା କରି ପାରି ନଥାନ୍ତି । ତୋ ମନରେ ନୀଳ୍ ପ୍ରତି ଅଶ୍ରଦ୍ଧା ଘୃଣା ମୁଁ ବରଦାସ୍ତ କରି ପାରି ନଥାନ୍ତି । କାରଣ ସତ ଲୋ ମୋ କୁଆଁରୀ ମନ ନୀଳ୍ କୁ ଏକ ତରଫା ଭାବେ ପ୍ରେମ୍ କରୁଥିଲା ଯେଣୁ । ଏକଥା ପାଇଁ ବି କ୍ଷମା ମାଗୁଛି ତୋ ପ୍ରେମକୁ ମୁଁ ପ୍ରେମ କରୁଥିଲି ବୋଲି ।


ଖୁସି ହୋଇଥାନ୍ତି ତୋ ପରି ଜୀବନ ସାଥୀ ନୀଳ୍ କୁ ମିଳିଥିଲେ ଅଙ୍କିତା । ଅନ୍ତତଃ ନୀଳ୍ ଅଧୁରା ଜୀବନ ପୂର୍ଣ୍ଣ ତାରେ ଭରି ଯାଇଥାନ୍ତା ।


ଆଶ୍ଚର୍ଯ୍ୟ ଏତେ ଦିନ ଭିତରେ ନୀଳ୍ ଥରଟିଏ ମୋ ସହ କଥା ହେବାକୁ ତାଙ୍କ ମନ କହିନି କେମିତି ଅଙ୍କିତା !!


ସେ ନ କହୁ ତୁ କହିଛୁ କି ସୁକନ୍ୟା ? ଗୋଟେ ଭିତ୍ତି ହିଁନ ଭୁଲ୍ ବୁଝାମଣା ତୋ ଭିତରେ ତୋତେ ପଥର ଓ ନିଷ୍ଠୁର କରି ଦେଇଛି । ପ୍ରେମ ଅପେକ୍ଷା ନାମ କମେଇଁବା ଶୋଷରେ ତୁ ଛଟପଟ ।


ଅଙ୍କିତା ହୃଦୟ ଦେଖେଇ ହୁଏନି ବୋଲି । ନଚେତ ଦେଖିଥାନ୍ତୁ ନୀଳ୍ ର କାର୍ଯ୍ୟ କଳାପ କି ଟିକି ଟିକି କରି ଭାଙ୍ଗି ଦେଇଛି ମୋ ହୃଦୟ । ସେଠି ଯେମିତି ଅନୁଭବ କରିବା ଶକ୍ତି ନାହିଁ । କୌଣସି ଦିନ କି କ୍ଷଣ ନାହିଁ ଯେଉଁ ଦିନ ନୀଳ୍ ସହ ଏକାନ୍ତରେ ନିଃଶବ୍ଦେ ମୁଁ କଥା ନ ହୋଇଛି । ସୁଖ,ଦୁଃଖ,ସଫଳତା ,ବିଦେଶ ଗ୍ରସ୍ତ ସବୁଠାରେ ନୀଳ୍ ମୋ ସହ ଅଛନ୍ତି । ମୁଁ ଦୃଢ଼ ହୋଇଛି ଏଇଥିପାଇଁ ଯେ ନିଜକୁ ଦୁର୍ବଳ କି ପ୍ରେମ ପାଗଳ ନ ହେବାକୁ । ଯାହା ମୋର ନୁହେଁ ତାକୁ ପାଇବା ଆଶା କରି କାହିଁକି ଝୁରି ହୁଅନ୍ତି । କୁହୁଡି ଭାବି ନେଲି ନୀଳ୍ କୁ । ସେ ମୋ ଶୋଷ ମେଣ୍ଟାଇ ପାରିବ ନାହିଁ ନିଜକୁ ସାନ୍ତ୍ୱନା ଦେଇ ବୁଝାଇ ତୋ ଆଗରେ ଯେ ବସିଛି ସେ ମିସ୍ ସାହୁ କିନ୍ତୁ ନା ସୋନା କି ସୁକନ୍ୟା ନୁହେଁ ।


ନୀଳ୍ ସତରେ ଏମିତି କେମିତି ମୋତେ ଛାଡ଼ି ପାରିଲେ ଏ ପ୍ରଶ୍ନ ମୋତେ ଅହରହ ଖଣ୍ଡ ଖଣ୍ଡ କରିଛନ୍ତି ଅଙ୍କିତା । ଆହତ ଅଭିମାନରେ ମୁଁ ସବୁ ଭୁଲିବାର ଅଭିନୟ କରି କାର୍ଯ୍ୟ ବ୍ୟସ୍ତତାରେ ଖୁସି ସାଉଁଟିବାକୁ ଚେଷ୍ଟା କରୁଛି ଯାହା ।


ସୁକନ୍ୟା ତୋତେ ନୀଳ୍ ଛାଡ଼ି ଥିଲା କେବେ ଯେ ! ତୋର ଆୟୋଜିତ ପ୍ରତିଟି ସେମିନାରରେ ସେ ଉପସ୍ଥିତ ରୁହେ ଏକଥା ଜାଣିଛୁ ! କେବେ ତୋ ଆଖିରେ ପଡିଛି ତୋ ସେମିନାରରେ କୌଣସି ବ୍ୟକ୍ତି ମୁହଁ ଘୋଡାଇ ପେପର୍ ପଢୁଥିବାର !!


ହଁ ଅନେକ ଥର । ପ୍ରାୟତଃ ସେମିନାରରେ ଏମିତି ଦୃଶ୍ୟଟିଏ ମୋ ଆଖିରେ ପଡ଼େ । ସୁଟ୍ ବୁଟ୍ ପିନ୍ଧା କେହି ଜଣେ ବ୍ୟକ୍ତି ପେପର୍ ଏପରି ଧରି ପଢ଼ନ୍ତି ଯେ ମୁହଁ ଦିଶେନି ।


ସେଇ ନୀଳ୍ ସୁକନ୍ୟା । ତୋର ପ୍ରତିଟି ସୁଖ ଦୁଃଖରେ ନୀଳ୍ ଉପସ୍ଥିତ ରହିଛି ତୋ ଅଜାଣତେ । ସେଠୁ ଫେରି ତା ଖୁସି ମୋ ସହ ବାଣ୍ଟେ । ତୁ ଯେ ସଫଳତା ଶୀର୍ଷରେ ଏହା ନୀଳ୍ କୁ ଅମାପ ତୃପ୍ତି ଦିଅନ୍ତି ।


ଆହୁରି ବି କେତେ ଅନ୍ ନୋନ୍ ଚେକ୍ ତୋ ନାଁ ରେ ଯାଏ ,ଏକଥା କେବେ ଲକ୍ଷ୍ୟ କରିଛୁ ?


ତୁ ଜାଣିଛୁ ତାଙ୍କୁ? ବହୁତ ଖୋଜୁଛି କିଏ ସେ ମହାନ ବ୍ୟକ୍ତି ନାମ ଗୋପନ ରଖି ମୋର୍ ନିହାତି ଆବଶ୍ୟକତା ବେଳେ ସାହାଯ୍ୟର ହାତ ବଢ଼େଇଛନ୍ତି । ବିଦେଶ ଯିବା ପାଇଁ ଟଙ୍କା ଭରିଛନ୍ତି । ସେ ବ୍ୟକ୍ତିଙ୍କୁ ପାଗଳ ପରି ଖୋଜି ଛି, ଅନ୍ତତଃ କୃତଜ୍ଞତା ପ୍ରକାଶ କରିଥାନ୍ତି ଧନ୍ୟବାଦ ଟିଏ ଦେଇଥାନ୍ତି ।


ସେ ଆଉ ନୀଳ୍ ଛଡା ଆଉ କିଏ ସୁକନ୍ୟା !!


ତା ମାନେ ମୁଁ ଯେଉଁ ଉଦାର ହୃଦୟ ମହାନ ବ୍ୟକ୍ତିଙ୍କୁ ଏତେ ଅଧିର ହୋଇ ଖୋଜୁଥିଲି ସେ ନୀଳ୍ !! 


ଓଃ ଅଙ୍କିତା ନୀଳ୍ କୁ ଘୃଣା କରି ବିଶ୍ବାସଘାତକ ପ୍ରତାରକ ଭାବି ବଞ୍ଚିବା ସହଜ ଲାଗୁଥିଲା କିନ୍ତୁ ନୀଳ୍ ର ଏତେ ପ୍ରେମ୍ କୁ ନେଇ ମୁଁ ଅଣ ନିଃଶ୍ଵାସୀ ହୋଇ ଯାଉଛି । ଆଶା ରଖୁଛି ଖୁବ୍ ଶୀଘ୍ର ନୀଳ୍ ସହ ଭେଟ ହେଉ । ଅନେକ ପ୍ରଶ୍ନର ଉତ୍ତର ମୋର ତାଙ୍କ ଠାରୁ ପାଇବାର ଅଛି । ଏମିତି କଳାକାର ସେ କେମିତି ହେଲେ ! ମୋତେ ଭାଙ୍ଗି ଭୁଙ୍ଗି ସଂଜୀବନୀ ଦେଇ ଜୀବନ୍ୟାସ ଦେବାର ମାନେ କଣ ଅଙ୍କିତା ।


ଅଙ୍କିତା ଭାବୁଥିଲି ମୁଁ ଜିତି ଯାଇଛି । କିନ୍ତୁ ମୁଁ ତ ଅସମ୍ଭବ ଭାବେ ହାରି ଯାଇଛି । କଇଁ କଇଁ ହୋଇ କାନ୍ଦି ଉଠିଲା ସୁକନ୍ୟା ।


ନୀଳ୍ ଭୟଥିଲା ତୁନିଶ୍ଚିତ ପ୍ରେମ ପାଇଁ ସ୍ବପ୍ନକୁ ବଳି ଦେଇ ସାରା ଜୀବନ ଜଳିବୁ ଶିଖା ହିଁନ ଭାବେ । ତୋରି ଖୁସି ପାଇଁ ତୋ ସ୍ବପ୍ନ ପାଇଁ ନୀଳ୍ ତୋ ଆଖିରେ ଘୁଣ୍ୟ ହୋଇଗଲା ।


ମୋତେ ଆଡ୍ରେସ ଦେ ଅଙ୍କିତା ମୁଁ ନୀଳ୍ ଙ୍କୁ ଭେଟିବାକୁ ଚାହେଁ । ମୁଁ ତାଙ୍କୁ ଭୁଲ୍ ବୁଝି ଯେଉଁ ପାପ କରିଛି ତାର ପ୍ରାୟଶ୍ଚିତ କରିବାକୁ ପଡିବ ।


କିନ୍ତୁ ସେ ମିଳିଲେ ତ !ବହୁତ ଡେରି ହୋଇ ଯାଇଛି ଲୋ ସୁକନ୍ୟା । ଛଅ ମାସ ହେବ ଅଜ୍ଞାତ ବନବାସରେ ନୀଳ୍ ନିରୁଦ୍ଦିଷ୍ଟ ଅଛନ୍ତି । ମୋ ସହ କୌଣସି ଯୋଗା ଯୋଗ ନାହିଁ । ଫୋନ୍ ନମ୍ବର ତାଙ୍କର ଭୁଲ୍ ବୋଲି କହୁଛି । ମୁଁ ଖୋଜି ପାଉନି ନୀଳ୍ ଠିକଣା । ମୟୁରଭଞ୍ଜ ସୁବର୍ଣ୍ଣ ରେଖା ଇରିଗେସନ୍ ଡିପାଟମେଂଟର ଆଡିସନାଲ ଡ଼ାଇରେକ୍ଟର ଥିଲେ ସେ । ସେଠି ବି କେହି ଜାଣନ୍ତିନି ନୀଳ୍ ଗଲେ କୁଆଡେ । କେବଳ ରେଜିଗ୍ ନେସନ୍ ଚିଠି ବ୍ୟତୀତ ଆଉ କିଛି ତଥ୍ୟ ସେ ଅଫିସରୁ ମିଳି ନଥିଲା ।


ଅଙ୍କିତା କଇଁ କଇଁ ହୋଇ କାନ୍ଦି କହୁଥିଲା, ନୀଳ୍ କାହିଁକି କେଉଁ ଭିଡରେ ହଜି ଗଲେ ସୁକନ୍ୟା ! 


ମୁଁ ଅଣାୟତ ହେବା ପୂର୍ବରୁ ଭାରି ହୃଦ ନେଇ ଦାମନ ଯୋଡି ଛାଡି ଆସିଲି । ଅନେକ କାର୍ଯ୍ୟ ମୋ ହାତରେ । ଆଉ ପଛ କଥା ଭାବି ଲାଭ କଣ ? ଯେଉଁଠି ଥାଆନ୍ତୁ ନୀଳ୍ ମୋ "ପ୍ରେମର ଈଶ୍ୱର" ଭଲରେ ଥାନ୍ତୁ ଏତିକି ପ୍ରାର୍ଥନା କରୁଥିଲି ନିତି ଦିନ ।


ମନ କହୁଥିଲା ମୋ "ପ୍ରେମର ଈଶ୍ୱର"ଙ୍କ ସହ ଭେଟ ହେବ ନିଶ୍ଚୟ କେବେ ନା କେବେ । ।



Rate this content
Log in

Similar oriya story from Tragedy