Satyabati Swain

Tragedy Inspirational

4.5  

Satyabati Swain

Tragedy Inspirational

ପ୍ରେମିକା ପତ୍ନୀ

ପ୍ରେମିକା ପତ୍ନୀ

5 mins
463



ଜାଣନ୍ତି ଲୁହ ରଙ୍ଗ କେମିତି ! ତୁମେ କହିବ ଲୁହର ଗୋଟେ ରଙ୍ଗ !ହୋଇଥିବ ପାଣି ପରି । ବେଳେବେଳେ ଲୁହ ରଙ୍ଗ ଲହୁ ପରି ଦିଶେ। ବୋହି ପଡେ ହୃଦୟ ଫଟାଇ । ଯେମିତି ବହୁଛି ମୋର।



ମୁଁ ବସୁଧା ସୂର୍ଯ୍ୟର ପ୍ରେମିକା ଓ ପତ୍ନୀ। ସୂର୍ଯ୍ୟ ପ୍ରେମରେ ପାଗଳିନୀ । ସୂର୍ଯ୍ୟ ମୋତେ ପ୍ରେମ କରେ ବୋଲି ଦାବି କରେ ସତ କିନ୍ତୁ ପ୍ରେମକୁ ନିଭେଇ ପାରେନି । ସମର୍ପଣ ଭାବ ନାହିଁ ତାର ।



ଆଶ୍ଚର୍ଯ୍ୟ ନା ଜଣେ ଅଚିହ୍ନା ମଣିଷ ପାଖେ ବିତିଯାଏ ଏତେ ଦିନ କେମିତି ! କେବଳ ଖାଇବା,ପିଇବା ପିନ୍ଧିବା,ନାଇଁବା କଣ ମୋର ଲୋଡ଼ା ! ସୁନା ପଞ୍ଜୁରୀ , ହାତ ଟେକା ମୁଠାଏ ଦାନା କି ମୋର ପ୍ରାପ୍ୟ ? ଯଦି ଦେବାକୁ ଚାହୁଁଛ ତ ମୋତେ ମୁକ୍ତି ଦିଅ ଅବିଶ୍ୱାସ ଶୃଙ୍ଖଳରୁ ।ରଖିବ ଯଦି ପଞ୍ଜୁରୀରେ ନୁହେଁ ହୃଦୟରେ ରଖ।ନଚେତ୍ ମୋତେ ଉନ୍ମୁକ୍ତ କର।



ନିଶ ସାଉଁଳେଇ ସୂର୍ଯ୍ୟ କହିଲେ ,ଉଡିବୁ ? କେଉଁ ଆକାଶରେ ମୋତେ ଛାଡ଼ି ଉଡି ପାରିବୁ ବସୁଧା ? ମୋ ବିନା ତୋର ଅସ୍ତିତ୍ୱ କଣ ଅଛି ? ମୁଁ ତୋ ପରିଚୟ, ବାଟ ଆଲୋକ। ମୋ ବିନା ତୋ ଜୀବନ ଅନ୍ଧାର ହିଁ ଅନ୍ଧାର।



ଯାହାକୁ ସୂର୍ଯ୍ୟ ଭାବିଲି ସେ କ୍ଷଣିକ ଅଗ୍ନି ପିଣ୍ଡଟିଏ ଥିଲା। ସେ ମୋତେ ଆଲୋକିତ କରିବ କଣ ନିଜେ ତ ଅନ୍ଧାରରେ। ତୁମେ କଣ ପାରିବ ଫେରେଇ ସ୍ୱପ୍ନ ଦେଖିଥିବା ଆଖି ହଳକ ମୋର ସୂର୍ଯ୍ୟ ? ଆଖି ତ ଦେଇ ପାରିବ ନାହିଁ ଏହା ତୁମ ଅକ୍ତିଆରରେ କଣ ଅଛି ବରଂ ନିଅ ମୋର ସବୁ ସ୍ୱପ୍ନ। ତୁମେ ମୋ ପ୍ରେମ। ତୁମକୁ ତ ଏତିକି ଦେଇ ପାରିବି।



ଥାଉ !! ଏତେ ବାଦାନ୍ୟତା ଦେଖନା ବସୁଧା। ଏତେ ଯଦି ଦାନୀ ; ଆଖି ବୁଜି ଦେଉନୁ ମୋ ପରକ୍ରିୟା ପ୍ରୀତିକୁ ।



ତୁମର ସବୁ କୁ ପେଡି ପୁଟୁଳି କରି ଫିଙ୍ଗି ଦେବି, ଅଣଦେଖା କରିଦେବି ଯେତେ ଅଶ୍ରଦ୍ଧା କିନ୍ତୁ ଦେଇ ପାରିବି ନାହିଁ ମୋ ପ୍ରେମ। ଭାଗ କରି ପାରିବି ନାହିଁ ତୁମକୁ ତୁମ ଭାଉଜ ସହ। 



ଭାଉଜ ସହ ସମ୍ପର୍କ ରଖିଲେ ବି ତୋତେ ତ ମୁଁ ଖୁବ୍ ଭଲ ପାଏ ; ଏକଥା କଣ ତୁ ଅସ୍ଵୀକାର କରି ପାରିବୁ ବସୁଧା ?



ତୁମେ ଯାଅ ସୂର୍ଯ୍ୟ। ମୋ ଘୃଣାର ଚକ୍ଷୁ ଆଢୁ ଆଳରୁ ମୁକ୍ତ କଲି ତୁମକୁ।ପ୍ରତି ବଦଳରେ ଫେରେଇ ଦିଅ ତୁମ ସହ ଉଡାଣ ଭରିବାକୁ ପ୍ରସ୍ତୁତ କରିଥିବା ମୋ ମନ, ହୃଦୟ।ରାତି ସାରା କଲବଲ କରି ଛଟପଟ ହେଉଥିବା ମୋ ଅପାସୋରା ସ୍ମୃତି ସବୁ। ମୋତେ ମାଜି ମୁଜି ସଫା କରିଦେଲି ପ୍ରେମିକା ଓ ପତ୍ନୀରୁ। ଏଇ ଦେଖ ଏ ମୋ କୁମାରୀତ୍ବ ବେଶ।


ବସୁଧା ତୁ ମୋର ପ୍ରେମ ।


ପ୍ରେମ ! ନା ଭୋଗ !          

  

ମିଛ , ମିଛ ସବୁ ମିଛ। । ଦେଖୁନ କୁହୁଡି ପହଁରୁ ଥିଲା ମୋ ଦୁଇ ଟୋପା ଲୁହ କେମିତି ? ଏବେ ବିଦାୟ ନେବାର ବେଳା। ଜାଣେ ତୁମ ଆଖିରେ ଲୁହ ଆସିବିନି।ତୁମକୁ ଭାବୁଥିବା ଶୁଦ୍ଧ ସୁବର୍ଣ୍ଣ ନୁହଁ ; ସୁନା ପାଣି ଚଢା ଇମିଟେସନ କେବଳ। ତୁମେ ଜାଣିଛ ମୁଁ ଖୁବ୍ ଜିଦିଆ। ନିଷ୍ପତ୍ତି ନେଇଛି ମାନେ ଆଉ ଫେରିବନି କେବେ।ତଥାପି ତୁମେ ହସୁଛ ! ଏଇଆକୁ ପ୍ରେମ କୁହନ୍ତି ସୂର୍ଯ୍ୟ ?


ତୁମେ ବି ତ କାନ୍ଦୁନ ବସୁଧା ମୋତେ ଛାଡ଼ି ଯାଉଛ ବୋଲି ?


ତୁମକୁ ଛାଡି ଯିବା ପାଇଁ ଆସି ନଥିଲି। କିନ୍ତୁ ତୁମେ ମୋତେ ବାଧ୍ୟ କରୁଛ ଛାଡି ଚାଲିଯିବା ପାଇଁ।ହଁ ମୁଁ ଖୁସି ସୂର୍ଯ୍ୟ ;କିଛି ଫେରି ପାଇବାର ଖୁସିରେ ଆଉ କିଛି ହାରି

 ପୁଣି ଜିତିବା ଦାୟରେ।

           

ହାରି ପୁଣି ଜିତିବା ! ତାଛଲ୍ୟ କରି କହିଲେ ସୂର୍ଯ୍ୟ।


ତୁମେ ସେ ସବୁ ବୁଝି ପାରିବ ନାହିଁ ସୂର୍ଯ୍ୟ କି ମୁଁ ବୁଝେଇ ପାରିବି ନାହିଁ। ଏତିକି ମନେରଖ ମୁଁ ଏବେ ଅତୁଳ ଐଶ୍ୱର୍ଯ୍ୟର ଅଧିକାରୀ ହେବାକୁ ଯାଉଛି।  

 

ଓଃ ସେଇ କୋଟି ପତି ଆର୍ ଏନ୍ ମିଶ୍ରକୁ ତାହେଲେ ରୂପ ଜାଲରେ ଛନ୍ଦି ସାରିଲଣି ବସୁଧା ? ମାନିବାକୁ ପଡିବ ତୁମ ପରି ପକ୍କା ଖେଳୁଆଡ଼କୁ।


ବନ୍ଦ କର ଏ ବାଜେ କଥା ସୂର୍ଯ୍ୟ। ନିଜ ଚରିତ୍ର ପାପ ପଙ୍କରେ ଲଟର ପଟର ବୋଲି ସମସ୍ତଙ୍କୁ ସେମିତି ଭାବୁଛ ନା କଣ ? ତୁମେ ମୋ ଘୃଣାର ଯୋଗ୍ୟ ବି ନୁହଁ ।


ଆଛା ଏତେ ଗଉ ତୁମର ? ଦେଖିବ କେମିତି ବଞ୍ଚିବ ତୁମେ ଜଣେ ଡିଭୋର୍ସି ଛାପ ନେଇ।ଜୀବନ ଯଦି ତୁମର ନର୍କ ନ ହୋଇଛି ତ ମୋ ନାଁ ସୂର୍ଯ୍ୟ ନୁହେଁ। ପରକ୍ରିୟା ପ୍ରୀତିକୁ ମାନ୍ୟବର କୋର୍ଟ ସ୍ୱୀକୃତି ଦେଲା ବେଳେ ତୁମ ପରି ଟିପିକାଲ ପତ୍ନୀ ମାନେ ଏମିତି ହୁଅନ୍ତି କାହିଁକି ?


ଠିକ୍ ଅଛି ମୁଁ ବି ପ୍ରତି ଦିନ ତୁମ ପରି ଜଣେ ଜଣେ ପୁରୁଷଙ୍କ ସହ ଦୈହିକ ସଂପର୍କ ରଖିବି, ଚଳିବ ତ ?


ନା ନା ତା କେମିତି ହେବ ? ତୁମେ ନାରୀ। ତୁମ ଇଜ୍ଜତ ଥରେ ଗଲେ ଆଉ ଫେରିବନି।


ଆଉ ପୁରୁଷର ଇଜ୍ଜତ କିଛି ନାହିଁ ? ହାଲ୍ଲା କରୁଛ ଯୁଗ କେଉଁଠି ପହଞ୍ଚିଲାଣି ।କିନ୍ତୁ ଏଇ ନାରୀକୁ କାହିଁକି ସେଇ ପୁରୁଣା ନୀତି ଆଦର୍ଶ ଲକ୍ଷ୍ମଣ ରେଖା ସେପଟେ ରଖିଛ ?


ବେକାରରେ ତୁମ ସହ ଯୁକ୍ତି କରିବାକୁ ଚାହୁଁ ନାହିଁ। କିନ୍ତୁ ତୁମେ ଚାହିଁଲେ ମୋ ଘରେ ରହିପାର ।


ଚାହିଁଲେ ? 


ତୁମ ଘରେ ?


ମୋର ତାହେଲେ କଣ କିଛି ନାହିଁ ସୂର୍ଯ୍ୟ ?


ତୁମ ଘର, ଗାଡି, ଚାକିରି ସବୁଥିରେ ମୁଁ ଯେ ପଚାଶ ଶତକଡା ଅଂଶୀଦାର । ଭାବୁଛ ମୁଁ ସୀତା, ଦ୍ରୌପଦୀ ?ମୁଁ ବସୁଧା ଏ ସମୟର ନାରୀ । ଯେମିତି ସୃଷ୍ଟି କରି ପାରେ ସ୍ୱର୍ଗ ସେମିତି ଗଢି ପାରେ ନର୍କ ।


ଓଃ ବୁଝିଗଲି  ଧନ ଲୋଭରେ ତାହେଲେ ମୋତେ ଭଲ ପାଉଥିଲ ?


ବସୁଧା ବାପାର ଧନର ଅଭାବ ନ ଥିଲା ସୂର୍ଯ୍ୟ । ଧନକୁ ନେଇ ତୁମ ପରି ପିମ୍ପୁଡି ରୁଖାକୁ ଉଠିଲେ ଏଇଟି ସ୍ୱର୍ଗ ବୋଲି ଆତ୍ମଭିମାନରେ ଫାଟି ପଡ଼ନ୍ତି। ମୁଁ ତ ସମ୍ଭ୍ରାନ୍ତ ବଂଶର ପିଲା ।ଧନ ମୋହ କେବେ ଥିଲା ନା ଏବେ ଅଛି ।କିନ୍ତୁ ଯାହା ମୋ ଅଧିକାର ତାକୁ କାହିଁକି ତୁମ ପରି ଜଣେ ପଶୁ ପାଖେ ଛାଡି ଦେବି ? ବରଂ ତୁମ ଠାରୁ ନେଇ କେଉଁ ଅନାଥ ଆଶ୍ରମରେ ନ ଦେବି।


ମାନ୍ୟବର କୋର୍ଟ ଶୁଣାଇ ଦେଲେ ଆମ ଡିଭୋର୍ସ। ସୂର୍ଯ୍ୟଙ୍କ ସମସ୍ତ ସମ୍ପତ୍ତିରୁ ପଚାଶ ଶତକଡା ମୋ ନାମ ରେ ହେଲା। ମୋ ଭାଗର ଘର ଭଡା ଦେଇ ନିଜ ଭାଗ୍ୟକୁ ପରଖିବା ପାଇଁ ଅନ୍ୟତ୍ର ଚାଲିଗଲି । ଦାନ ସୂତ୍ରରେ ମିଳିଥିବା ସୂର୍ଯ୍ୟଙ୍କ ଅର୍ଥରେ ଠିଆ କଲି ମୋ ପରି ଧୋକ୍କା ଖାଇଥିବା ମଣିଷଙ୍କ ପାଇଁ ଗୋଟିଏ ଆଶ୍ରୟ ସ୍ଥଳ " ଦିବ୍ୟ ଭବନ"। ଆଉ କିଛି ଲୋନ ଆଣି ସିଲେଇ ମେସିନ, ଏମ୍ବ୍ରଡୋରୀ କାମ ପାଇଁ ଯନ୍ତ୍ରପାତି, ମହମ ବତୀ ତିଆରି ଛାଞ୍ଚ ତଥା ବଡ଼ି, ପାମ୍ପଡ଼, ଆଚାର ଆଦି ପ୍ରସ୍ତୁତ କରା ଗଲା ।


ନା ଥିଲା ମୋର ଚାକିରି ନା ମଣିଷ ବଳ। କିନ୍ତୁ ମୋ ଭିତରେ ଥିଲା ଯଥେଷ୍ଟ "ଆତ୍ମବଳ"।ସୂର୍ଯ୍ୟଙ୍କ ବିଶ୍ବାସଘାତକତାରେ ଭାଙ୍ଗି ନ ପଡି ଦୃଢ଼ ଭାବେ ଠିଆ ହେଲି।ଚାରି ଜଣ ଡିଭୋର୍ସି ମହିଳାଙ୍କୁ ନେଇ ସୃଷ୍ଟି କରିଥିଲି ଦିବ୍ୟ ଭବନ। ଆଜି ଦିବ୍ୟ ଭବନ ଦୁଇଶହରୁ ଉର୍ଦ୍ଧ ଡିଭୋର୍ସିଙ୍କୁ ଆଶ୍ରୟ ଦେବା ସହ ରୋଜଗାର କ୍ଷମ କରି ପାରିଛି।କିଛି ଡିଭୋର୍ସି ଯେଉଁମାନଙ୍କର ପିଲା ବି ସାଂଗରେ ଥିଲେ ସେମାନଙ୍କୁ ମଣିଷ କରି ଗଢି ତୋଳୁଛନ୍ତି ସୁନ୍ଦର ଭାବିଷ୍ୟତଟିଏ ଦେଇ । 


ମୋଡ଼ଟିଏ ପଡିଲା କିଛି ବାଟ ଚାଲିଲା ପରେ।ପାଦ ଅଟକିଲା।ଦେଖିଲି ସେଇଠୁ ଆରମ୍ଭ ହେଉଛି ନୂଆ ଏକ ପୃଥିବୀ।ସେଠି ଆକାଶ କି ମାଟି ନ ଥିଲା।କେବଳ ରାସ୍ତାଟିଏ ଲମ୍ବିଥିଲା ଯାହା ବାଟୋଇକୁ ବାଟ କଣ୍ଢେଇ ନେଉଥିଲା।ସେଠି ଭର୍ତ୍ତି ହୋଇଅଛି ସ୍ୱପ୍ନ ସମ୍ଭାବନା ଭରା କଅଁଳ ହୃଦୟ।ସମୟର ଜାରାୟୁରେ କର ଲେଉଟାଉ ଥିଲା ଭିନ୍ନ ଏକ ମଣିଷ ଭିନ୍ନ ପୃଥୁବୀ ସନ୍ଧାନରେ।ଅଳ୍ପ ବୟସରୁ ମୁଁ ସାଜିଲି ସନ୍ତୁଷ୍ଟ ମଣିଷଟିଏ ଅସହାୟର ସାଥୀ ଦେଇ ।



ମୋ ରଙ୍ଗ ଛାଡିଯାଇଥିବା ଜୀବନ କାନ୍ଥରେ କିନ୍ତୁ ସୁସ୍ପଷ୍ଠ ଥିଲା ସ୍ମୃତି ସବୁ।ପବନରେ ଉଡ଼ି ବୁଲୁଥିଲା ଯେମିତି ମୋ ପ୍ରେମ। ତଥାପି ଲୋଭିଲା ପାଦ ହଳକ ଭେଦି ପାରିଲା ନାହିଁ ସଂସାର ପଥର । ଅବିଶ୍ବାସ ଅଗ୍ନିରେ ଶେଷ ହୋଇଗଲା ଗୋଟିଏ ନିଷ୍ପାପ ପ୍ରେମୀ ହୃଦୟ ମୋର।


ଦିନେ ଅଣିଶ ଭୋର ଆକାଶରେ ହଳଦୀ ରଙ୍ଗର ଜହ୍ନ ବୁଡି ଯାଉଥିଲେ।ଚାରିଆଡେ ମନ୍ଦ ମନ୍ଦ ଶୀତଳ ପବନ ବହୁଥିଲା।ନଈ ପଠା ଧାର ଠାରୁ ଅଳ୍ପ ଦୂର ମୋର ଦିବ୍ୟ ଭବନରେ ଦିଶୁଥିଲା କାଶତଣ୍ଡିର ଉଡାଣ।ବସନ୍ତ ଏବେ ମୋର ଅଶିଣ ଆକାଶର ବର୍ଷାରେ ଭିଜୁଥିଲା। 


ଦୀର୍ଘ ଦିନ ପରେ ମୋର ସୀତାଂଶୁ ଫେରୁ ଆସୁଥିଲା ମୋ କୋଳକୁ ଜଣେ ଡାକ୍ତର ହୋଇ। ଡିଭୋର୍ସ ନେଲା ଦିନ କହିଥିଲି ସୂର୍ଯ୍ୟଙ୍କୁ ମୁଁ ଅତୁଳ ଐଶ୍ଵର୍ଯ୍ୟର ଅଧିକାରୀ ହେବାକୁ ଯାଉଛି। ଲମ୍ପଟ ନିର୍ବୋଧ ସୂର୍ଯ୍ୟ କଣ ବୁଝିଲେ କେଜାଣି କୋଟିପତି ଆର୍ ଏନ୍ ମିଶ୍ରଙ୍କୁ ରୂପ ଜାଲରେ ପକାଉଛି ବୋଲି ମୋତେ ଅପମାନିତ କରିଥିଲେ। ସେତେବେଳେକୁ ମୁଁ ଏକମାସର ଗର୍ଭବତୀ ଥିଲି। ସୀତାଂଶୁ ସେଇ ସମ୍ପଦ ମୋର। ସୂର୍ଯ୍ୟଙ୍କ ଅଂଶ ସୀତାଂଶୁ ଭାରି ଶାନ୍ତ,ସରଳ ଓ ସୁନ୍ଦର। ଦିବ୍ୟ ଭବନରେ ସେ ଯୋଡି ଦେଲା ତା ଦିବ୍ୟ ଚିକିତ୍ସାଳୟ।ଦିନୁ ଦିନୁ ତାର ଖ୍ୟାତି ବଢ଼ୁଥିଲା। ଖୁସି ଲାଗୁଥିଲା ମୋ ତପସ୍ୟାର ପୁଣ୍ୟ ଫଳ ସୀତାଂଶୁ ତା ବାପା ପରି ନୁହେଁ।ଖୁବ୍ ଚରିତ୍ରବାନ ହୃଦୟର ପିଲା ।


ବାଉନ ପୂରୁଥିଲା ମୋତେ। ଦିବ୍ୟ ଚିକିତ୍ସାଳୟର ମାଲିକିଆଣୀ ଆସନରେ ପୁଅ ବସାଇଥିଲା। କିଛି ରୋଗୀଙ୍କୁ ଭେଟିବା ଓ ଦୁଃଖ ସୁଖ ହେବା ମୋର ରୁଟିନରେ ପରିଣତ ହୋଇ ଯାଇଥିଲା। ହଠାତ୍ ଦିନେ ପାଦ ଅଟକି ଗଲା ଏଗାର ନମ୍ବର ପେସେଣ୍ଟ ଉପରେ। ନିରୀକ୍ଷଣ କଲି। ବେଡ୍ ରେ ଓହଳିଥିବା କେସ୍ ହିଷ୍ଟ୍ରି ପେସେଣ୍ଟର ପଢ଼ିଲି। ଦୀର୍ଘଶ୍ବାସଟିଏ ମୋତେ ଦୁର୍ବଳ କରିଦେଲା । ଅସୁସ୍ଥତା ଅନୁଭବ କଲି। ବହୁତ ଦୌଡ଼ି ଦୌଡ଼ି ଅବଶ ହୋଇ ଗଲିଣି। ଏଣିକି ମୋର ବିଶ୍ରାମ ଲୋଡ଼ା ।


ଦୁଇ ତିନି ଦିନ ନିଜକୁ ଗୋଟିଏ ରୁମ୍ ରେ ବନ୍ଦୀ କରି ରଖିଲି । କିଛି ବି ଭଲ ଲାଗୁ ନଥିଲା। ସକାଳୁ ସକାଳୁ ବୁଲି ଗଲି ଚିକିତ୍ସାଳୟ। ଆଶ୍ଚର୍ଯ୍ୟ ଏଗାର ନମ୍ବର ପେସେଣ୍ଟ ଧଳା ଚାଦର ଢଙ୍କା ! 


ନର୍ସ କହିଲେ ଅତ୍ୟଧିକ ମଦ୍ୟପାନ ଏବଂ ସିଗାରେଟ୍ ନେବା ଫଳରେ ଦୁଇ କିଡ଼ିନ୍ ଅକାମୀ ହୋଇଯାଇଥିଲା।କାଲି ରାତି ଚାରିଟାରେ ଏ ପେସେଣ୍ଟ ମରି ଯାଇଛନ୍ତି ମାମ୍।


ଓଃ ....ନିଃଶ୍ବାସ ଛାତିର କନ୍ଦି ବିକନ୍ଦି ପଶି ଯାଉଥିଲେ ମୋର। ହାତରେ ପିନ୍ଧିଥିବା ପଟେ ପଟେ ଚୁଡ଼ି ଉତ୍ତାରି ଫିଙ୍ଗିଦେଲି ଏଗାର ନମ୍ବର ବେଡ୍ ରେ।


Rate this content
Log in

Similar oriya story from Tragedy