STORYMIRROR

Khitish Ratan

Abstract Tragedy Others

3  

Khitish Ratan

Abstract Tragedy Others

ପ୍ରେମୀ ନା ରାବଣ

ପ୍ରେମୀ ନା ରାବଣ

3 mins
195

ବୋଉ କହିଥିଲା "ତୁ ଧ୍ୱଂସ ପାଇଯିବୁ, ରାବଣ ଭଳି ବିବାହିତା ସ୍ତ୍ରୀ ଟିଏ ପଛରେ ପଡ଼ିଛୁ" I ଆଜି ମୁଁ ସତରେ ମୋ ଜୀବନର ଧ୍ଵଂସାବସାନର ଦ୍ୱାରରେ ମୋ ପାଳି ପାଇଁ ଅପେକ୍ଷାରତ I ବୋଉ କଥା ସତ ଫଳିଲା I ହେଲେ ମୁଁ କଣ ସତରେ ରାବଣ, ମୁଁ କଣ ସତରେ ରାବଣ ଭଳି ବିବାହିତା ସ୍ତ୍ରୀ ଟିଏ ପ୍ରତି ଆସକ୍ତ? ମୁଁ କଣ ଛଳ କୌଶଳ ରେ ତୁମକୁ ମୋ ଆଡକୁ ଟାଣିଆଣି ମୋ ହୃଦୟର ଅଶୋକବାଟିକାରେ ବନ୍ଦୀ କରି ରଖିଛି? ଯଦି ମୁଁ ରାବଣ ତୁଲ୍ୟ ତାହେଲେ ମୁଁ ତୁମକୁ କୁ ପ୍ରେମ କରୁଛି ବୋଲି ଯୋଉ ଧାରଣା ରଖିଛି, ତା କଣ ଏକ ଅବଧାରଣା? ମୁଁ ସବୁବେଳେ ଭାବେ ମୁଁଁ ଗୋଟିଏ ଭଲ ମଣିଷ ବୋଲି ହେଲେ ମୋର ଏଇ ଆତ୍ମଧାରଣା କଣ ଏକ ପ୍ରହେଳିକା? ଶୁଣିଥିଲି ପ୍ରେମ ମାନେନି କିଛି ବାଧା ବନ୍ଧନ ସ୍ଥାନ କାଳ ପାତ୍ର I ଭୁଲ ଶୁଣିଥିଲି ବୋଧେ I ଯେତେଥର ଭାବୁଛି ମୁଁ ଅପରାଧୀ, ମୋ ଆଖି ଆଗରେ ତୁମ ସେଇ କଥାକୁହା ଆଖି ଚିତ୍ରପଟ ପରି ଝଲସି ଉଠି ଚିତ୍କାର କରି କରି ମୋତେ କହୁଛି "ନା, ମୁଁଁ ତୁମକୁ ଭଲପାଉଛି", "ମୋ ଭଲପାଇବା ତୁଳନା ରେ ତୁମର ଭଲପାଇବା କିଛିନୁହେ" I ଏଇ ଅନ୍ତର୍ଦ୍ୱନ୍ଦରେ ଲାଗୁଚି ମୋ ମୁଁଣ୍ଡ ଭିତରେ କାଳେ ବିସ୍ଫୋରଣ ଟିଏ ଘଟିଯିବ କି ଆଉ I

କଣ ମୋ ଭଳି, ରାବଣର ମନରେ ମଧ୍ୟ ସମାନ ଭାବନା ଉତ୍ପନ୍ନ ହେଉଥିଲା? କଣ ରାବଣକୁ ଲାଗୁଥିଲା ସେଇ ପର ସ୍ତ୍ରୀ ତାକୁ ତା ଠାରୁ ବେଶୀ ପ୍ରେମ କରୁଛି ବୋଲି? ରାବଣ କଣ ସେ ପରସ୍ତ୍ରୀ ଟି ପାଇଁ ଭଗବାନଙ୍କ ଆଗରେ ପ୍ରାର୍ଥନା କରୁଥିଲା? ରାବଣ କଣ ସେ ପର ସ୍ତ୍ରୀ ଟି ପାଇଁ ଅଖିଳ ବ୍ରହ୍ମାଣ୍ଡ ଆଗରେ ଫେରାଦ ହେଇଥିଲା? ରାବଣ କଣ ସେ ପର ସ୍ତ୍ରୀଟି ପାଇଁ ମନ୍ଦିରରେ ଦୀପ ଜାଳୁଥିଲା? ଯଦି ତାହା ନୁହେ ମୁଁଁ କେମିତି ରାବଣ ହେଲି, ମୁଁଁ କେମିତି ଧ୍ଵଂସାବସିତ ହେଲି? ରୂପେଶ କହିଲା ଏଇଟା ପରକୀୟାପ୍ରୀତି I ସୋନାଲି କହିଲା ନା ଏଇଟା ତ ପ୍ରେମ I ଓଃ କେତେ ବିଭ୍ରାନ୍ତି ଏଠି I ଜୀବନ ଟା ତ୍ରିସନ୍ଧ୍ୟା ପରି ଲାଗିଲାଣି I ଦିନ ହେଇଚି ନା ରାତି କିଛି ବୁଝି ହେଉନି I 

ମୁଁଁ କେବେହେଲେ ବ୍ୟଭିଚାରୀ ମାନଙ୍କ ମଧ୍ୟରୁ ନୁହେ I ତାହେଲେ ମୋ ମନରେ ତୁମ ପ୍ରତି ଏପରି ଭାବନାର ଉତ୍ସ କୋଉଠି ? ତାର ଖୋଜି ଖୋଜି ଗଲେ ତାହା ତୁମ ପାଖରେ ଯାଇ ପହଁଚୁଛି I ଜାଣିଲି ପୁରା ପୃଥିବୀ ରେ ଏକୁଟିଆ ତୁମେ ହିଁ ମୋତେ ସଠିକ ରୂପେ ବୁଝିପାର I ତେଣୁ ସମ୍ମାନ ପାଇଁ ଭୋକିଲା ଥିଲି ଜାଣିପାରି ତୁମେ ମୋତେ ସମ୍ମାନ ଦେଲ I ଅନ୍ୟମାନଙ୍କ ମୋ ପ୍ରତି ସମ୍ମାନର ଅଭିନୟ ଆଉ ତୁମର ମୋ ପ୍ରତି ୨୪ କ୍ୟାରେଟ ସମ୍ମାନ ମଧ୍ୟରେ ପ୍ରଭେଦ ବୁଝିପାରିବା କ୍ଷମତା ମୋର ଅଛି I ମୋ କଷ୍ଟ କୁ ବୁଝିପାରି ମୋ ଖୁସିପାଇଁ ରାତି ଅନିଦ୍ରା ହେବାକୁ ମଧ୍ୟ ପଛେଇଲନି I ମୁଁଁ କିଛି କହିବା ପୂର୍ବରୁ ମୋ କଥା କୁ ତୁମେ ବୁଝି ନେଉଥିଲ I ମୋର ପ୍ରତିଟି କାମରେ ମୋତେ ଉତ୍ସାହିତ କରୁଥିଲ I ତୁମ ହେଡଫୋନ ଯୋଗେ ମୋ କାନରେ ସୁମଧୁର ଇଂରାଜୀ ଗୀତ ଶୁଣେଇଦେଉଥିଲ I ଦେଖ କେତେ ମୁଁଢ ମୁଁଁ I ତୁମେ ଏସବୁ ସକାରାତ୍ମକତାର ପ୍ରସାର କରିବା ଉଦ୍ଦେଶ୍ୟରେ କରିଥିଲ, ହେଲେ ମୁଁଁ ଏସବୁ କୁ ପ୍ରେମ ବୋଲି ଭାବି ବସିଲି I କାହା ସଂଗେ କଥାକହିବା ବେଳେ ତୁମେ ମୋ ପାଖରେ ଛିଡା ହୋଇଛ ଭାବି ତୁମକୁ ପ୍ରଭାବିତ କରିବା ପରି କଥା କହୁଥିଲି I ମୋର ଖାଇବା ବସିବା ଚାଲିବା ଖେଳିବା ଶୋଇବା ପ୍ରତ୍ୟେକଟି ବ୍ୟବହାର ସବୁ ଯେପରି ତୁମ ଆଭାସୀ ଉପସ୍ତିତିରେ ପ୍ରଭାବିତ ହେଉଥିଲା I ଯେପରି ଜୀବନରେ ପ୍ରଥମ ଓ ଶେଷ ପ୍ରେମ ମୋତେ ମିଳିଗଲା I

କିନ୍ତୁ ତାହା ଭୁଲ; ଖାଲି ଭୁଲ ନୁହେ ସାଙ୍ଘାତିକ ଅପରାଧ I ଦଣ୍ଡପାଇବା ଯୋଗ୍ୟ I ତୁମକୁ ପ୍ରଭାବିତ କରିବା ଉଦ୍ଦେଶ୍ୟ ରେ ସବୁ ପଦକ୍ଷପ ନେଲି କିନ୍ତୁ ହାତରେ ଲାଗିଲା କେବଳ ଅସଫଳତା I ଆଗରୁ କେବେ ପ୍ରକୃତ ଖୁସି କଣ ଜାଣିନଥିଲି ତେଣୁ ଦୁଃଖ କେବେ ଅନୁଭବ କରିନଥିଲି I ତେବେ ମୁଁଁ ରାବଣ ନା ପ୍ରେମୀ ସେ ଅସାମହୀତ ପ୍ରଶ୍ନ ସାଙ୍ଗରେ ଲକ୍ଷ୍ୟହୀନ ଜୀବନଟି ଶରାହତ ରାବଣ ପରି ନିଶ୍ୱାସ ଉପସଂହାର ଅପେକ୍ଷା ରେ I


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract