Khitish Ratan

Inspirational

4.8  

Khitish Ratan

Inspirational

ସବୁ କିଛି ଭଗବଙ୍କର ଇଛା

ସବୁ କିଛି ଭଗବଙ୍କର ଇଛା

2 mins
209


"ସବୁ କିଛି ଭଗବଙ୍କର ଇଛା" ଏହି କଥା ଟିକୁ ମୁ ମୋର ଏଇ ନିମ୍ନଲିଖିତ ଅନୁଭବ ମାଧ୍ୟାମ ରେ ବ୍ୟକ୍ତ କରିବାକୁ ପ୍ରୟାସ କରୁଚି;

ମୁ ଆଜି କିଛି କାମରେ ଆଗ୍ରା ଯାଇ ଥିଲି। ସେଥାରୁ ଫେରିବାବେଳେ ମୁ ସୁପରଫାଷ୍ଟ ଗାଡି ରେ ଟିକେଟ୍ ଦେବାକୁ କାଉଣ୍ଟର ରେ କହିଲି I ଟିକେଟ କାଉଣ୍ଟର ରେ ଥିବା ବ୍ୟକ୍ତି ବ୍ୟକ୍ତି ଜଣକ ମୋତେ ସାହାଯ୍ୟ କରିବା ଉଦ୍ୟେଶ୍ୟ ରେ କହିଲେ ଯେ ସୁପରଫାଷ୍ଟ ଗାଡି ଟି ଏକ ଘଣ୍ଟା ରୁ ଉର୍ଧ ବିଳମ୍ବ ରେ ଆସିବ I ସେଥିଲାଗି ପାସେଞ୍ଜର ଗାଡି ଯୋଉଟା କି ପାଞ୍ଚ ମିନଟ ରେ ଛାଡିବ ସେଇଥିରେ ଟିକେଟ ନେଇ ଯିବା ପାଇଁ I ମୁ କିନ୍ତୁ ମୋର ଗର୍ବ ବସତ ସୁପରଫାଷ୍ଟ ଗାଡି ରେ ହିଁ ଟିକେଟ୍ ଦେବାପାଇଁ କହିଲି I

କିଛି ସମୟ ପରେ ଦେଖିଲି ସୁପରଫାଷ୍ଟ ଗାଡି ଟି ପାସେଞ୍ଜର ଗାଡି ଠାରୁ ୪୫ ମିନଟ ପରେ ଗନ୍ତବ୍ୟ ସ୍ଥଳ ରେ ପହଂଚିବ I ସେତେବେଳକୁ ପାସେଞ୍ଜର ଗାଡି ଟି ଛାଡି ସାରିଥାଏ I ମୁ ଭାବିଲି ବହୁତ ବଡ ଭୁଲ ହେଇଗଲା ମୋର ଏକ ତ ଅଧିକ ପଇସା ଗଲା ଏବଂ ତା ଉପରେ ସମୟ ମଧ୍ୟ୍ୟ ନଷ୍ଟ ହେବ I ତେବେ ଯାହା ହେଉ କିଂକର୍ତ୍ତବ୍ୟ ବିମୁଢ ହୋଇ ସୁପରଫାଷ୍ଟ ଗାଡ଼ିଟିକୁ ଅପେକ୍ଷ୍ୟା କରିଲି I

ଶେଷରେ ସୁପରଫାଷ୍ଟ ଗାଡ଼ିଟି ପ୍ରାୟ ୨ ଘଣ୍ଟା ବିଳମ୍ବ ରେ ଆସି ପହଁଚିଲା I ମନ ରେ ଅନୁଶୋଚନା ସହିତ ଗାଡି ରେ ଯାଇ ବସିଲି I ବାଟ ସାରା ମୋର ଅହଂକାର ଯୋଗୁ ଆଜି ମୁ ଏଇପରି ପରିସ୍ଥିତି ରେ ପଡିଲି ବୋଲି ଭାବି ମନ ଦୁଃଖ କରୁଥାଏ I ତା ସାଙ୍ଗରେ ଖରାପ ନେଟୱାର୍କ, ମନ ଦୁଃଖ ରୂପକ ଅଗ୍ନି ରେ ଆଉ ଟିକେ ଘୃତସଂଯୋଗ କରୁଥାଏ I ତେବେ ଭାରତ ଶ୍ରୀଲଙ୍କା ମ୍ୟାଚ ଟିରେ ଶିରାଜ ଙ୍କର ଗୋଟିଏ ଓଭର ରେ ୪ ଉଇକେଟ ଆଉ ଶ୍ରୀଲଙ୍କା ୫୦ ରନ ରେ ଆଲ ଆଉଟ ହେଇଜିବା ଖୁସି ଟା ସେ ସବୁ ଦୁଃଖ ଉପରେ ବନ୍ୟା ପ୍ଲାବନ କରିଦେଲା I କ୍ରିକେଟ ସ୍କୋର ଦେଖୁଦେଖୁ ମୁ ନିର୍ଧାରିତ ସମୟରେ ଗନ୍ତବ୍ୟ ସ୍ଥଳ ଷ୍ଟେସନ ରେ ପହଂଚିଗଲି I

ସେଠରେ ପହଁଚି ସାରି ଜାଣିଲି ଯେ ସେ ପାସେଞ୍ଜର ଟ୍ରେନ ଟି ବାଟରେ କୋଉଠି ରହିଯାଇଛି ଏବଂ ଆଉ ଅଧଘଣ୍ଟା ରୁ ଉର୍ଧ ବିଳମ୍ବ ରେ ଆସି ପହଂଚିବ I ମୋର ନିଷ୍ପତି ଟି ଫେଲ ନ ହେଇଥିବା ଜାଣିବାପରେ ମନଟା କେମିତି ଗୋଟେ ହାଲୁକା ଅନୁଭବ ହେଲା I ସେଇ ହାଲୁକା ମନରେ ଘଋକୁ ଫେରିଲି I

ତେବେ ପ୍ରଶ୍ନ ଉଠେ;

ମୁ ପାସେଞ୍ଜର ଗାଡି ରେ ଆସିବାର ନିଷ୍ପତି ନେଇଥିଲେ, ତାହା କଣ ଠିକ ହେଇଥାନ୍ତା ?

ସତରେ ଯଦି ସୁପରଫାଷ୍ଟ ଗାଡି ଟି ପାସେଞ୍ଜର ଗାଡି ପରେ ପହଂଚିଥାନ୍ତା ?

ତାହେଲେ ମୁ ପ୍ରଥମତଃ ଯୋଉ ନିଷ୍ପତି ଟି ନେଇଥିଲି ତାହା ଠିକ ଥିଲା କି ଭୁଲ ?

ଶେଷରେ ସବୁ ପ୍ରଶ୍ନବାଚୀ ର ତର୍ଜମା କରିଲାପରେ ଶେଷରେ ମୁ ଏଇ ସିଦ୍ଧାନ୍ତ ରେ ଉପନୀତ ହେଲି ଯେ, ଆମେ କେବଳ ନିଷ୍ପତି ନେଇଥାଉ ତାହାର ଫଳାଫଳ ଟି ଠିକ କିମ୍ବା ଭୁଲ ହେବା ଆମର ହାତରେ ନାହିଁ I ତାହା କେବଳ ସେଇ ଜଗତସ୍ରଷ୍ଠା ପରମେଶ୍ବଙ୍କର ହାତରେ ରହିଛି.

ଆଜି ଯାଇ ମୁ ବାସ୍ତବିକ ଭାବରେ ଶ୍ରୀମଦ୍ ଭଗବଦ୍‌ ଗୀତା ରେ ଭଗବାନ ଶ୍ରୀକୃଷ୍ଣ ଙ୍କର ଉପଦେଶ (ଶ୍ରୀଭଗବାନ ଉଵାଚ, ଦ୍ଵିତୀୟ ଅଧ୍ୟାୟ, ଶ୍ଳୋକ ୪୭, କର୍ମଣୟେ ବାଧିକାରଷ୍ଟେ ମାଫଳେଷୁ କଦାଚନ, ମା କର୍ମ ଫଳହେତୁର୍ଭୁ ମାତେଷଜ୍ଞଗସ୍ତ୍ୱ କର୍ମଣି) ର ପ୍ରକୃତ ଅର୍ଥ ବୁଝି ପାରିଛି I

ଭାବିଲି କାଳେ ଯଦି ମୋର ଏଇ ଉପରୋକ୍ତ ସଂଜ୍ଞାନ ରୁ ଆପଣମାନଙ୍କର କିଛି ଆଧ୍ୟାତ୍ମିକ ଉପଲବ୍ଧି ହୁଏ ତାହେଲେ ମୋର ଏଇ ଲେଖା ର ପରିଶ୍ରମ ଟି ସାର୍ଥକ ହେବ I

*II ନମସ୍କାର II*


Rate this content
Log in

Similar oriya story from Inspirational