STORYMIRROR

Jharana Rout

Romance Tragedy

3  

Jharana Rout

Romance Tragedy

ପ୍ରେମ

ପ୍ରେମ

2 mins
217

        


   ପ୍ରେମ ସବୁବେଳେ ଶାଶ୍ୱତ ଓ ଚିରନ୍ତନ ପ୍ରେମ ସବୁବେଳେ ପୂଜାୟୀନ ପ୍ରେମ ନୁହେଁ ପାପ ପ୍ରେମ ଦୁଇଟି ହୁଦୟର ମିଳନ ପ୍ରେମ ଦେଖେନି ଧନୀ କି ଗରିବ ପ୍ରେମ ଦେଖେନି ସୁନ୍ଦର ଅସୁନ୍ଦର... ପ୍ରେମ ଭଗବାନଙ୍କ ଏକ ବରଦାନ ତେଣୁ ପ୍ରେମକୁ କେବେ କଳଙ୍କିତ କରିବା ଠିକ ନୁହେଁ.......... କିନ୍ତୁ ଆଜିର ପ୍ରେମ ବହୁତ ନିଆରା ଯେଉଁ ପ୍ରେମରେ ବିଶ୍ୱାସ ନାହିଁ ଯେଉଁ ପ୍ରେମରେ ଭରଷା ନାହିଁ ତାହାହେଲେ ଏହି ପ୍ରେମକୁ କାହିଁ କଳଙ୍କିତ କରୁଛନ୍ତି.. ମିଛରେ ଅଭିନୟ କରିବା କଣ ଦରକାର ଜଣକୁ ପ୍ରେମ କରିବା ତା ଜୀବନକୁ ବରବାଦ କରିବା ଆଉ କାହା ସହ ଘରସଂସାର କରିବା | ନିଜର ସ୍ୱାର୍ଥପାଁଇ କେତେ ଘର ଉଜାଡି ଯାଉଛି ଦୁଇଜଣକ ପାଁଇ କେତେ ଜୀବନଙ୍କ ବଳି ପଡୁଛି|

    

        ଏମିତି ସ୍ଵରାଜ ଜୀବନରେ ଘଟିଥିଲା ସେ ବି ପ୍ରେମରେ ପଡିଥିଲା ସେ ବି ସ୍ୱପ୍ନା ଉପରେ ଢେର ସାରା ବିଶ୍ୱାସ ରଖିଥିଲା ଏମିତି ଏ ଭଲପାଇବା ଗଢିଉଠିଲା.. କିନ୍ତୁ ସ୍ୱପ୍ନା ଏସବୁ କୁ ଖାତିର କରେନି ସେ କେବଳ ସ୍ୱରାଜ ଧନକୁ ଭଲପାଉଥିଲା କିନ୍ତୁ ସ୍ୱରାଜ ବହୁତ ସରଳ ଥିଲା ସେ ସହଜରେ ସ୍ୱପ୍ନାର କଥାକୁ ବିଶ୍ୱାସ କରୁଥିଲା ଏମିତି କି ସେ ସବୁର ପ୍ରତିଶୁତି ଦେଲା.. କି ମୋ ଘର ତୁମ ଦାୟିତ୍ୟରେ ଆମ ଘରର ସବୁ ଲୋନ ସୁଝିବ ମୋ ଭାଇକୁ ଗାଡି ନୂଆ କିଣାଇଦେବ ସବୁଥିରେ ସେ ରାଜିଥିଲା.... ହେଲେ ସ୍ୱପ୍ନା ସବୁବେଳେ କେତେ କେତେ ନୂଆ ଗେମ୍ ଖେଳିଲା..

    

      ସ୍ୱପ୍ନାର ବାହାଘର ପ୍ରୋପୋଜାଲ ଆସିଲା କିନ୍ତୁ ଝିଅ ଘର ବାହା କରିବାକୁ ଅରାଜି ହେଲେ କାହିଁକି ଏମିତି ସେ ପୁଅର କଣ ଭୁଲ ଥିଲା ସେ ଭଲପାଇ କଣ ଭୁଲ କରିଥିଲା କିନ୍ତୁ ସ୍ୱପ୍ନା ବି ଅରାଜି ହେଲା ତାର ଚାକିରୀ ନଥିଲା ଯେତେବେଳେ ଚାକିରୀ ଥିଲା ସେତେବେଳ ତ ସ୍ୱପ୍ନା ରାଜିଥିଲା ଏବେ କଣ ଚାକିରୀ ନାହିଁ ବୋଲି ସେ ପୁଅ କଣ ଅଯୋଗ୍ୟ ହୋଇଗଲା ପ୍ରେମ କଣ ଟଙ୍କା ପଇସାକୁ ଦେଖେ.... ତା ସହିତ ପାଦ ମିଶାଇ ଚାଲିବାକୁ ତାର କଣ ପାଦ ଅଟକି ଗଲା ତାହାହେଲେ ଭଲପାଇବା ସ୍ୱୀକୃତି କାଇଁ ଦେଉଥିଲା... ଆଜି କାଲି ଏହି ଭଳି ନିଷ୍ପତି କେତେ ସରଳ ପିଲାଙ୍କ ଜୀବନ ବରବାଦ ହେଉଛି ତେଣୁ କାହା ଜୀବନରେ ଯଦି କିଂଚିତେ ଖୁସି ନ ଦେଇପାରିବ ତାହାହେଲେ ଦୁଃଖ କାଇଁ ତାହା ଜୀବନରେ ଭରିଦେବ ସ୍ୱପ୍ନାର ପ୍ରେମ କେବଳ ଟଙ୍କା ପଇସାରେ ଲୋଭ ଭରିଥିଲା..... ତେଣୁ ଏମିତି ପ୍ରତାରଣା କରିବା କଣ ଦରକାର ତେଣୁ ସଚ୍ଚୋଟ ମନରେ ଭଲପାଇବା ପାଇଲେ ଈଶ୍ୱର ବି ଖୁସି ହୁଅନ୍ତି |


       

      

       


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance