Jharana Rout

Tragedy

4.5  

Jharana Rout

Tragedy

ଶାଶୁଘର

ଶାଶୁଘର

3 mins
255


କଥାରେ ଅଛି ପରା ଝିଅ ଜନ୍ମ ହେଉଛି ପର ଘରକୁ ଏହି କଥାକୁ କିଏ କେବେ କଣ କାଟିପାରିବ ଯୁଗ ଯୁଗ ଧରି ଏହି ନୀତି ଲାଗି ରହିଛି । ସୋମନାଥ ବାବୁଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଦୁଇ ପୁଅ ଜଣଙ୍କ ନାମ ପ୍ରିନ୍ସ ଓ ସାନ ପୁଅଟି ପ୍ରତୀକ ସବୁଠୁ ସାନ ତାଙ୍କର ଅଳି ଅଳି ଝିଅ ପ୍ରୀତି ସେ ବହୁତ୍ ଫୁଲେଇ । ଭାଇ ଭଉଣୀ ତିନିଜଣ ସବୁବେଳେ ଘରଟା ଉଠୁଥାଏ ପଡୁଥାଏ ସୋମନାଥ ପତ୍ନୀ ହେଲେ ସୁଭଦ୍ରା ଏମିତି ହସ ଖୁସିରେ ଦିନ ବିତୁ ଥାଏ । ସୁଭଦ୍ରା ଦୁଇ ପୁଅ ପାଠ ପଢିବାକୁ ବାହାରକୁ ଗଲେ ମାର ମନ କିନ୍ତୁ ବୁଝେ ନାଁହି ବାହାରେ ପିଲା ଦୁଇଟି କେମିତି ରହିବେ କଣ କରିବେ ଚିନ୍ତାରେ ପଡିଯାନ୍ତି ସକାଳୁ ହେଲା ଟ୍ରେନବି ଲେଟ ହେଲାଣି ପିଲା ଦୁଇ ଜଣ ବାହାରିଲେ କିନ୍ତୁ ପ୍ରୀତି କୁ ଡାକ ପକାଉ ଥାନ୍ତି ଏ ନାକ କାନ୍ଦୁରୀ କୁଆଡେ ଗଲା ଦେଖା ନ କରି କେମିତି ଯିବୁ ପ୍ରୀତି କିନ୍ତୁ ମନ୍ଦିର ଯାଇଥାଏ ଭାଇଙ୍କ ମଙ୍ଗଲ କାମନା କରିବାକୁ ଦୌଡ଼ି ଦୌଡ଼ି ଆସିଲା ଭାଇଙ୍କୁ ସିନ୍ଦୁର ଲଗାଇ ଦୁଇ ଭାଇଙ୍କୁ କୋଳେଇ ନେଇ ବହୁତ୍ କାନ୍ଦିଲା। ଭାଇ ମାନେ କହିଲେ ଏମିତି କାଇଁ କାନ୍ଦୁଛୁ ଆମେ କଣ ତତେ ଛାଡି କୁଆଡେ ଯିବୁ ତୁ ପରା ଆମ ଆଖିର ନୟନ ଏମିତି କହି ଲୁହ ପୋଛି ନେଲେ କହିଲେ ତୁ ମା କଥା ମାନିବୁ କୁଆଡେ ଯିବୁନି ମନ ଦେଇ ପାଠ ପଢିବୁ ଏମିତି କହି ବାହାରି ପଡିଲେ କିନ୍ତୁ ପ୍ରୀତି ମନ ବହୁତ୍ ଦୁଃଖ ଘର ଖାଲି ଖାଲି ଲାଗୁଛି ମା କହୁଥାଏ ଏମିତି କାଇଁ ମନ ଦୁଃଖ କରିଛୁ ଭାଇ ମାନେ ପାଠ ପଢିବାକୁ ଯାଇଛନ୍ତି ତୁ ଏବେ ଠୁ ଏମିତି ବ୍ୟାକୁଳ ହେଉଛୁ ଶାଶୁଘର ଗଲେ କଣ ହେବୁ ଏମିତି କହି ମା ଚାଲିଗଲେ ନିଜ କାମରେ କିନ୍ତୁ ପ୍ରୀତି ଛୋଟ ପିଲା ଶାଶୁଘର କଥା କଣ ବା ବୁଝିବ ଏମିତି ଦିନ ବିତିଲା ପ୍ରୀତି ବି ତାର ପାଠ ପଢିଲା ସବୁଥିରେ ସେ ଉତ୍ତିର୍ଣ୍ଣ ହେଉଥିଲା ବାପା ଝିଅକୁ ବହୁତ୍ ଭଲ ପାଆନ୍ତି ପାଠ ପଢା ସରିଲା ତାପରେ ତାର ବାହାଘର ପାଁଇ ବାପା ମା ସିଦ୍ଧାନ୍ତ ନେଲେ ଭଲ ବରପାତ୍ର ଦେଖି ବାହାଘର କରାଇ ଦେବେ ମା କିନ୍ତୁ ପ୍ରୀତି କଥା ନେଇ ବହୁତ୍ ଚିନ୍ତାରେ ପଡି ଯାଆନ୍ତି କଣ କରିବ ଛୋଟ ପିଲାଙ୍କ ଭଲି ସେ କେମିତି ସଂସାର କରିବ ଏମିତି ନାନା ପ୍ରକାର ଚିନ୍ତାରେ ପଡିଯାନ୍ତି ବାହାଘର ବି ଠିକ୍ ହେଲା ଭାଇ ମାନେବି ବହୁତ୍ ଭାଳି ହୁଅନ୍ତି ଏ ନାକ କାନ୍ଦୁରୀ କଣ କରିବ କେମିତି ପର ଘରକୁ ଯିବ ସେଠି କେମିତି ଆମ ବିନା ରହିବ ଟିକେ କଥାରେ ଖାଲି ଅଶ୍ରୁ ଝରାଇବ କିଏ ତାକୁ ମନାଇବ ବାହାଘର ସ୍ତ୍ରୀର ହେଲା ଯେତେ ଦିନ ବାହାଘରର ପାଖେଇ ଆସୁଥାଏ ପ୍ରୀତି ମନରେ ଭୟ ସୃଷ୍ଟି ହେଉଥାଏ କେମିତି କାହା ଘରକୁ ଯିବ ପର ଘରକୁ କେମିତି ନିଜର କରିବି ନିଜ ପ୍ରିୟ ଜନକୁ ଛାଡି କାହାକୁ ନିଜର କରିବି ଏମିତି କେତେ କଥା ତା ମନରେ ଉଙ୍କି ମାରୁଥାଏ ବର ଆସୁଥାଏ ସାଙ୍ଗ ମାନେବସିଥାନ୍ତି ପ୍ରୀତି ପାଖରେ ପ୍ରୀତି କୁ କହୁଥାନ୍ତି ଏଇ ଦେଖେ ତୋ ବର ଆସୁଛି ତୋ ବରକୁ ଦେଖି ଆମ ମାନକୁ ଭୁଲି ଯିବୁନି ତ ପ୍ରୀତି କିନ୍ତୁ ଏ କଥା କୁ ଧ୍ୟାନ ଦେଇନଥାଏ ତା ଉପରେ ତ ପାହାଡ଼ ଛିଡା ହୋଇଯାଇଛି ସେ ବିଚରା କଣ ବା କରିବ କେମିତି ପର ଘରକୁ ଯିବ ଆଉ ଅପଣାର କରିବ ଏଇ କଥା କୁ ଭାବି ସେ ବହୁତ୍ ଅସ୍ଥିର ହୋଇ ପଡୁଥାଏ ।

ଏ ପଟରେ ବାହାଘରର କାର୍ଯ୍ୟ ଆରମ୍ଭ ହେଲାଣି ବର ବରଣୀ ହେଲାଣି ଝିଅକୁ ଆଣ ଡାକ ପକାଇଲେଣି କିନ୍ତୁ ପ୍ରୀତିର କାନ୍ଦ ସେ ବେଦୀକୁ କେମିତି ଆସିବ ସେ ସେଇଠି ମୂର୍ଚ୍ଛା ହୋଇ ପଡିଲା ଯାହାହେଉ ବାହାଘର ହେଲା ପ୍ରୀତି କିନ୍ତୁ ସେହି ବେଦୀରେ ଆଖିରେ ଲୁହର ସୁଅ ଗଢୁଥାଏ ମନ୍ତ୍ର ଉଚ୍ଚାରଣ ହେଉଥାଏ ଶଙ୍ଖ ବାଜୁଥାଏ ହୋମ ନିଆଁ ଜଳୁଥାଏ ସମୁଦି ସମୁଦି ମିଳନ ବି ସରିଲା ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା।

ରାତି ପାଇଲାନି କୁଆ ମାନେ ରାବ ଦେଲେନି ଶାଶୁଘର ଲୋକେ ଯିବାକୁ ତରତର ହେଲେଣି ହେଲେ ଝିଅ ଘର ଲୋକେ କେମିତି ଏତେ ଜଲଦି ବିଦାୟ ଦେବେ ସୋମନାଥ ବାବୁ ତାଙ୍କ କଲିଜା ଯେମିତି ଚାଲିଯାଉଛି ସେ ଧୈର୍ଯ୍ୟ ହରା ହୋଇପଡିଲେଣି କଣ କରିବେ କେମିତି ନିଜ ହାତରେ ଝିଅକୁ ଅନ୍ୟ ହାତରେ ଟେକିଦେବେ ଏମିତି ମନେ ମନେ ବହୁତ୍ କାନ୍ଦୁଛନ୍ତି । ଦୁଇ ଭାଇ ଗେହ୍ଲି ଭଉଣୀ କୁ କେମିତି ତାନକ୍ ପାଖରୁ ଅଲଗା କରିବେ ସେ ବି ଅସ୍ଥିର ହୋଇ ପଡୁଛନ୍ତି କେମିତି ନାକ କାନ୍ଦୁରୀ ଆଉ କାହା ଘରକୁ ଚାଲିଯିବ ଏମିତି ଆଖିର ଲୁହକୁ ସମ୍ଭାଳି ପାରୁ ନାହାନ୍ତି ଏମିତି ବିଦାୟ ବେଳ ହେଲା ପ୍ରୀତି ବାପାଙ୍କୁ ଜାବୁଡି ଧରି ଛାଡୁ ନଥାଏ ଏମିତି ଭୋ ଭୋ କରି କାନ୍ଦିବାକୁ ଲାଗୁଥାଏ କେମିତି ବାପା ମୋତେ ପର କରି ଦେଉଛ ବାପା ବି ନିରୁପାୟ ସେ ବି କଣ କରିବେ ଏ ତ ବିଧିର ବିଧାନ ତାକୁ କିଏ ଭାଙ୍ଗି ଦେଇ ପାରିବ ସତରେ ବହୁତ୍ ହୃଦୟ ବିଦାରକ ଦୃଶ୍ୟ ଝିଅ ଜନ୍ମ ପରା ଦୁଇ କୂଳକୁ ଗୋଟିଏ ପଟେ ତାର ଜନ୍ମ୍ ଅନ୍ୟ ପଟେ ତାର କରମ ।

ସେ ଦୁଇକୂଳର ପ୍ରଦୀପ ନିଜର ଇଚ୍ଛାକୁ ନିଜର ଖୁସିକୁ ଜଳାଞ୍ଜଳି ଦେଇ ଅନ୍ୟ ପାଁଇ ସାଜେ ନିଆଁର ଶିଖା ସେ ଜାଳି ହୋଇ ଅନ୍ୟକୁ ଆଲୋକ ଦିଏ ନିଜ ଘରକୁ ପର କରିଦେଇ ଶାଶୁଘରକୁ ସ୍ଵର୍ଗ କରିନିଏ ।               


Rate this content
Log in

Similar oriya story from Tragedy