STORYMIRROR

Er. Prakash Majhi

Abstract Inspirational

3  

Er. Prakash Majhi

Abstract Inspirational

ପଞ୍ଚପୁତ୍ର

ପଞ୍ଚପୁତ୍ର

1 min
228

  ସର୍ବ ମଙ୍ଗଳମୟ କର୍ତ୍ତା ତ୍ରିଦେବଙ୍କ ନିର୍ଦ୍ଦେଶ ଅନୁଯାୟୀ ବିଶ୍ୱକର୍ମାଙ୍କ ଦ୍ୱାରା ନିର୍ମିତ ହେଲା ମର୍ତ୍ତମଣ୍ଡଳ। ଆରମ୍ଭ ହେଲା କଳିଯୁଗ। ବିଶାଳ ଧରାଧାମରେ ଅନେକ ରାଜ୍ୟ ସୃଷ୍ଟି କରାଗଲା। ତନ୍ମଧ୍ୟରୁ ଏକ ରାଜ୍ୟ ଥିଲା ସ୍ୱତନ୍ତ୍ର। ତା'ର ନାମ ଥିଲା ଅହିଂସା। ରାଜ୍ୟର ରାଜା ଥିଲେ ମହାତ୍ମା। ସେହି ରାଜ୍ୟକୁ ପରୀକ୍ଷା କରିବା ପାଇଁ ତ୍ରିଦେବ ଅନେକ ଐସୁରିକ ଶକ୍ତି ପ୍ରେରଣ କରି ଥିଲେ। ମାତ୍ର ସେମାନେ ତା'ର କୌଣସି କ୍ଷତି କରି ପାରି ନଥିଲେ। କାରଣ ରାଜା ମହାତ୍ମାଙ୍କର ଥିଲେ ୫ଟି ଗୁଣବାନ ସନ୍ତାନ।

ପ୍ରଥମ ସନ୍ତାନର ନାମ ହେଉଛି- I- innovator(ନୂତନ ପ୍ରଥା ପ୍ରବର୍ତ୍ତକ ବା ସଂସ୍କାରକ) ଏହି ଗୁଣ ପାଇଁ ସେ ଯେ କୌଣସି ପରିସ୍ଥିତିରେ ମଧ୍ୟ ନୂତନ ସଂସ୍କାର ଆଣି ପାରେ, ଦ୍ୱିତୀୟ ପୁତ୍ରର ନାମ- N- Negotiator (ସନ୍ଧି କାରକ)ସେହି ପୁତ୍ରଟି ର ବିଶେଷ ଗୁଣ ହେଲା ସେ ବିପରୀତ ପରିସ୍ଥିତିରେ ମଧ୍ୟ ଶତ୍ରୁ ପକ୍ଷ ସହ ସନ୍ଧି କରିବାରେ ସାମର୍ଥ୍ୟ ଲାଭ କରି ପାରେ, ତୃତୀୟ ପୁତ୍ରର ନାମ- D- Dedicator (ଉତ୍ସର୍ଗୀକାରୀ) ଏହି ପୁତ୍ରର ବିଶେଷ ଗୁଣ ହେଲା ସେ ନିଜ ରାଜ୍ୟ ପାଇଁ ନିଜ ସମୟକୁ ଉତ୍ସର୍ଗୀକୃତ କରିପାରେ, ଚତୁର୍ଥ ପୁତ୍ରର ନାମ ହେଲା- I- immaculate (ସ୍ୱଚ୍ଛ) ଏହି ପୁତ୍ରର ସ୍ୱଚ୍ଛତା ଗୁଣ ପାଇଁ ସେ ସମସ୍ତଙ୍କ ହୃଦୟକୁ ଜିଣି ପାରେ ,ଓ ପଞ୍ଚମ ପୁତ୍ରର ନାମ- A- Affectionate (ସ୍ନେହି) ସେହି ପୁତ୍ରର ସ୍ନେହି ଗୁଣ ପାଇଁ ସେ ସମସ୍ତଙ୍କୁ ଏକତା ସୁତ୍ରରେ ବାନ୍ଧି ପାରେ ଯଦ୍ୱାରା ଯେ କୌଣସି ଦୁଷ୍ଟ ଶକ୍ତିକୁ ସେମାନେ ସମ୍ମୁଖିନ କରିପାରନ୍ତି।

ତେଣୁ ସେହି ପାଞ୍ଚ ପୁଅର ଏହି ବିଶେଷ ଗୁଣ ପାଇଁ ସେମାନେ ଅସୁରମାନଙ୍କୁ ପରାଜିତ କରିଥିଲେ। ଏବେ ତ୍ରିଦେବ ସେହି ରାଜ୍ୟ ଉପରେ ସନ୍ତୁଷ୍ଟ ଲାଭ କରିଥିଲେ। ଏବଂ ସେହି ରାଜ୍ୟର ରାଜାଙ୍କୁ ପ୍ରଶଂସା କରିଥିଲେ। ସେଥିପାଇଁ ତାଙ୍କ ପାଞ୍ଚ ପୁଅଙ୍କ ନାମ ଅନୁସାରେ ସେ ରାଜ୍ୟର ନାମ ରଖିଥିଲେ INDIA.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract