-: ପକ୍ଷପାତିତା :-
-: ପକ୍ଷପାତିତା :-


କାନ୍ଦ ବୋବାଳି ରେ ଫାଟି ପଡୁଥାଏ ଡ୍ରଇଂ ରୁମଭିତରଟା | ଆଖପାଖ ପାଞ୍ଚ ଖଣ୍ଡ ଗାଁ ରେ ମଧ୍ୟ ପବନ ବି ଥାଏ ନିରବ | ସମସ୍ତଙ୍କ ମୁହଁରେ ଗୋଟିଏ କଥା ଥାଏ ଆଃ.. କଣ ହୋଇଗଲା ଇଏ ଦେବତା ଭଳିଆ ଲୋକ | ଦୁଖୀ ଠାରୁ ଧନୀ ପର୍ଯ୍ୟନ୍ତ କେହିବି ମୁଣ୍ଡ ଉଠେଇ ପଦେ କଥା କୁହନ୍ତିନି କି ତାଙ୍କ ବିଚାର ରେ କେହି ହସ୍ତକ୍ଷେପ କରନ୍ତିନି କାହିଁକି ନା ତାଙ୍କ ବିଚାର ରେ ନଥାଏ ପକ୍ଷପାତିତା ନିକୁଣ୍ଠ ହୃଦୟ ରେ ନିସ୍ଵାର୍ଥପର ଭାବେ ରାୟ ଶୁଣାଇଥାନ୍ତି | ପ୍ରତେକ ଦିନ ଦାଣ୍ଡ ଅଗଣାରେ ଥାଏ ଲୋକଙ୍କ ଭିଡ଼ ରାୟ ସାହେବ ଆସନ୍ତି ବିଚାର ହେବ , ଜମିଦାର ଘର ପରି ଗଢ଼ଣି ରେ ତିଆରି ହୋଇଥାଏ ଚାଳ ଘରଟାଏ , ଦାଣ୍ଡ ପିଣ୍ଡାରେ ସ୍ୱତନ୍ତ୍ର ଭାବେ ପଡିଥାଏ ରାୟ ବାହାଦୁରଙ୍କ ଚୌକି ଯେଉଁଠି ସେ ସବୁବେଳେ ବସି ଲୋକଙ୍କ ନ୍ୟାୟ ବିଚାର କରନ୍ତି | ପରିବାର କହିଲେ ସେ ବୁଝନ୍ତି ସମଗ୍ର ଗ୍ରାମବାସୀଙ୍କୁ, ସବୁବେଳେ କହିଥାନ୍ତି ଏ ଗାଁ ର ସମସ୍ତ ଲୋକ ହେଲେ ମୋ ଭାଇ ବନ୍ଧୁ କୁଟୁମ୍ବ , ଆମର ସିନା ଘର ଅଲଗା କିନ୍ତୁ ଆତ୍ମା ଗୋଟେ,ମନ ଗୋଟେ, ପ୍ରାଣ ଗୋଟେ | ପ୍ରକୁତରେ ଦେଖିବାକୁ ଗଲେ ତାଙ୍କ ଘରେ ତାଙ୍କ ଧର୍ମପତ୍ନୀ ବୈଶାଖୀ ଦେବୀ ଓ ଦୁଇ ପୁଅ ଝିଅ ରାଜା ଓ ପୂଜା |
ପୁଅ ରାଜା ଗାଁ ର ଦାମ ଗୋସେଇଁ ଙ୍କ ଝିଅ ପ୍ରତିମା କୁ ଭଲ ପାଉଥିଲା ,ତାହା ସହ ଅନେକ ଥର ଅନୈତିକ ସମ୍ପର୍କ ରଖୁଥାଏ , ଯେତେବେଳେ ଜାଣିଲା କି ପ୍ରତିମା ଏବେ ଚାରି ମାସର ଗର୍ଭବତୀ ମୁଣ୍ଡ ଉପରେ ପୃଥିବୀ ଟା ଅଜାଡି ହୋଇ ପଡିଲା ଭଳି ମନେ ହେଲା | ସେ ପ୍ରତିମାକୁ ସମସ୍ତଙ୍କ ଅଗୋଚରରେ ପିଲାଟିକୁ ନଷ୍ଟ କରିଦେବାକୁ ବାଧ୍ୟ କଲା କିନ୍ତୁ ତାହା କଥାକୁ ବିରୋଧ କଲା ପ୍ରତିମା, ରାୟ ବାହାଦୁର ଙ୍କ ପାଖରେ ନିଜ ଅଧିକାର ଜାହିର କରିବାର ଧମକ ଦେଲା |
କିନ୍ତୁ ଗୋଟେ ଅଡୁଆ ସୂତାରେ ଛନ୍ଦି ହୋଇଯାଇଥାଏ ରାଜା କଣ କରିବ, କାହାକୁ ଭୁଲିବ ପିତାଙ୍କ ଅନୁଶାସନ କୁ ନା ତା ପ୍ରେମକୁ ନା ତା ବିଯ୍ୟ କୁ, କା
ହାକୁ ନିଜର କରିବ....କାହା ପ୍ରତି କରିବ ପକ୍ଷପାତିତା | ଯଦି ସେ ପ୍ରେମିକାକୁ ଗ୍ରହଣ କରେ ତାକୁ ତା ବାପାଙ୍କ ଠାରୁ ଦୁରେଇ ଯିବାଟା ଧାର୍ଯ୍ୟ କାରଣ ଦୁଇ ଜଣଙ୍କ ଜାତି ଥାଏ ଅଲଗା ଜଣେ ବ୍ରାହ୍ମଣ କୁ ଜଣେ କ୍ଷତ୍ରିୟ, ଯାହାକୁ ଏ ସମାଜ କେବେବି ଗ୍ରହଣ କରିବନି ତା ସହିତ ତାଙ୍କ ବାପା ମଧ୍ୟ ଆଉ ଯଦି ବାପାଙ୍କ ଅନୁଶାସନରେ ରୁହେ ତେବେ ପ୍ରତିମା ଧମକ ପ୍ରତ୍ୟେକ ମୁହୂର୍ତ୍ତ ରେ ଘାରୁ ଥାଏ କିଛି ସମୟର ଚିନ୍ତା କରିବା ପରେ ମଣିଷ ରୁ ସୈତାନ ହୋଇଗଲା ରାଜା ନିଜକୁ ବଞ୍ଚାଇବାକୁ ଯାଇ ତା ପ୍ରେମିକା ପ୍ରତିମା ର ତଣ୍ଟି ଚିପି ମାରି ନଦୀକି ଫିଙ୍ଗିଦେଲା | ତାହା କୌଣସି ମତେ ଯାଇଁ ପହଁଚିଲା ରାୟ ସାହେବଙ୍କ ପାଖରେ |ସର୍ବ ଶେଷରେ ପଂଚାୟତ ବସିଲା, ବିଚାର ହେଲା ଆଉ ବିଚାରପତି ଆସନ ରେ ନିଜେ ଥିଲେ ରାୟ ସାହେବ | ଏହି ବିଚାର ଥିଲା ଗୋଟେ ବାପା ଆଉ ତାଙ୍କ ପୁଅ ମଧ୍ୟରେ , ଅପର ପକ୍ଷରେ ଥିଲା ରୀତି ନୀତି ଓ ଆଦର୍ଶ ସହ ଭୟ ଓ ଲଜ୍ୟା ର | ବାସ୍ତବରେ ଦେଖିବାକୁ ଗଲେ ଭୁଲ ସମସ୍ତଙ୍କର କିନ୍ତୁ ସର୍ବ ଶେଷରେ ଜୋର ଯାର ମୂଳକ ତାର ପରି ନ୍ୟାୟ ଗଲା ରାୟ ସାହେବ ଙ୍କ ରୀତି ନୀତି ଓ ଆଦର୍ଶ ସପକ୍ଷୟରେ | ରାଜାକୁ ମୃତ୍ୟୁ ଦଣ୍ଡ ର ଆଦେଶ ହେଲା ଏହାକୁ ଖୁସି ମନରେ ଗ୍ରହଣ କରିନେଲା ରାଜା କାରଣ ପିତାଙ୍କ ଆଦେଶକୁ ସିରୋଧାର୍ଯ୍ୟ ଭାବିଲା ଓ ରାୟ ସାହେବଙ୍କ ମୁହଁରୁ ପକ୍ଷପାତିତା ର ନ୍ୟାୟ ମାଗିଥିଲେ ନଷ୍ଟ ହୋଇଯାଇଥାନ୍ତା ଗାଁ ର ଶୃଙ୍ଖଳା ସମୟର ଦୋଛକିରେ ରାଜା ନିଜ ମରଣକୁ ବରଣ କରିନେଲା ବାସ୍ତବରେ କଣ ତାହା କଣ ଠିକ ହେଲା ରାୟ ସାହେବ ଙ୍କ କଣ ଦୋଷ ନଥିଲା କାହିଁକି ଥିଲା ଜାତି ଧର୍ମର ପ୍ରଥା ଯାହା ରାଜା ପ୍ରତିମା କୁ ଆପଣେଇବାରେ ପ୍ରତିବନ୍ଧକ ହେଲା | କାଇଁ ତାଙ୍କୁ ଏ ପ୍ରତି କିଛି ଦଣ୍ଡ ମିଳିଲାନି ଖାଲି ରାଜା କୁ କାହିଁକି ମିଳିବ ? କଣ କାଣୀ ବିଲେଇର କୁଜି ଅସରପା ଉପରେ ନଜର ? ଏହି ଘଟଣାକୁ ଆଜି ୨ ମାସ ପୁରିସାରିଛି ପୁତ୍ରବିଚ୍ଛେଦ ର ଦୁଃଖରେ ମର୍ମାହତ ହୋଇ ସେପାରିରେ ରାୟ ବାହାଦୁର |
ଶୋକର ଛାୟା ଖେଳି ଯାଇଛି ଘରେ ଘରେ ଏଭଳି ଅନାମ୍ୟଧନ୍ୟ ବ୍ୟକ୍ତିକୁ ହରାଇ |