STORYMIRROR

shibaram dalai

Tragedy

2  

shibaram dalai

Tragedy

ପିତୃଭକ୍ତି

ପିତୃଭକ୍ତି

2 mins
186

  ମଧୁଆ ଦାଦା ଆଜି ବାପାଙ୍କର ଏଗାର ସନ୍ଧ୍ୟା କୁ ନିମତ୍ରଣ ରହିଲା ମୋ ଘରକୁ ଯିବେ କହି ଭରତ ଚାଲିଗଲା । କିଛି ଘଣ୍ଟା ପରେ ଭରତ ର ସାନଭାଇ ଅଚ୍ୟୁତ କହିଗଲା ମଧୁଆ ଦାଦା ନିମତ୍ରଣ ରହିଲା ବେଳ ଥାଉ ଥାଉ ମୋ ଘରେ ପହଞ୍ଚି ବାପାଙ୍କ କାର୍ଯ୍ୟରେ ସାହାଯ୍ୟ କରିବେ। ମଧୁଆ ଭାବୁଥିଲା ଏକଣ ବଡ଼ କହିଗଲା ପରେ ସାନ ଭାଇ କହିଗଲା,ପୁଣି ମନକୁ ବୁଝେଇ ଦେଲା ବୋଧ ହୁଏ ସାନଭାଇ ଜାଣିନଥିବ ବଡ଼ଭାଇ ନିମତ୍ରଣ କରିଛି ବୋଲି ।

    ଦିନ ଗଡି ସନ୍ଧ୍ୟା ଆସିଲା,ମଧୁଆ ଦାଦା ବାହାରିଲା ଗାଁ ଶେଷ ମୁଣ୍ଡ ନଟିଆ ତେଲିର ଏକାଦଶ ଭୋଜିକୁ । ମଧୁଆ ଦାଦା ସେଠାକୁ ଯାଇ ଦେଖେ ତ ସାନଭାଇ ଆଉ ବଡଭାଇ ଦୁହେଁ ଅଲଗା ଅଲଗା ଭୋଜିର ଆୟୋଜନ କରିଛନ୍ତି । ଶହ ଶହ ଲୋକ ଏପଟ ସେପଟ ହେଇ ଭୋଜି ଖାଇ ଫେରୁଥାନ୍ତି । କେହି କେହି କହୁଥାନ୍ତି ବାଃ ପୁଅ ମାନଙ୍କର ବାପାଙ୍କ ପ୍ରତି କି ଭକ୍ତି । ଆଉ କେହି କହୁଥିଲେ ବଢିଆ ଭୋଜିର ଆୟୋଜନ କରିଛନ୍ତି ।

    ମଧୁଆ ର ମୁଣ୍ଡ କିଛି କାମ କରୁନଥାଏ । ସେ କେଉଁଠାରେ ଭୋଜି ଖାଇବ ଚିନ୍ତା କରିପାରୁନଥାଏ । ସେ ତ କେବଳ ମନକୁ ପ୍ରଶ୍ନ କରୁଥାଏ "ଏ ଲୋକ ଦେଖାଣିଆ ପିତୃଭକ୍ତି କଣ ପାଇଁ" । ବାପ ବଞ୍ଚିଥିବା ବେଳେ ମୁଠାଏ ଭଲ ଖାଇବାକୁ ଦେଇ ନଥିଲେ । ମୁଣ୍ଡ ଝାଳ ତୁଣ୍ଡରେ ମାରି ନଟିଆ ତେଲି ଦୁଇ ପୁଅକୁ ମଣିଷ କରିଥଲା । ଆଶା କରିଥିଲା ଜୀବନର ଶେଷ ସମୟରେ ଦୁଇ ପୁଅ ଦୁଇ ଆଶାବାଡି ପରି ସହାୟ ହେବେ । କିନ୍ତୁ ସେମାନେ ସହାୟ ହେବା ବଦଳରେ ବାପର ଦେହ ପା କଥା ଭୁଲି ନିଜ ଭିତରେ ଝଗଡା କରି ବାଟ କାଟି ସହରରେ ଚାକିରୀ ରେ ରହିଗଲେ । ସେତେବେଳେ ବୁଢ଼ା କୁ ବୋଝ ମଣୁଥିଲେ । ଆଜି ଭୋଜି ର ଖାଦ୍ୟ କୁ ଯଦି ପ୍ରତିଦିନ ନଟିଆ ବୁଢ଼ା କୁ ଦିଆଯାଇଥାନ୍ତା ହୁଏତ ସେ ଆଉ କିଛି ଦିନ ବଞ୍ଚି ପାରିଥାନ୍ତା । ବିଚରା ବୁଢ଼ାଟା ମନ୍ଦିର ବେଢାରେ ମାଗିଯାଚି ଖାଇ ଖାଇ ମରିଗଲା । ପୁଣି ମଧୁଆ ଦାଦା ନିଜକୁ ପ୍ରଶ୍ନ କରୁଥିଲା ବାପ ଚାଲିଗଲା ପରେ ଦୁଇ ଭାଇ ଭିତରେ ଝଗଡା ହେଇ ଆଜି ଦୁଇ ଦୁଇଟା ଭୋଜିର ଆୟୋଜନ କଣ ଲୋକ ଦେଖାଣିଆ ନା ବର୍ତ୍ତମାନ ସମାଜର ପିତୃଭକ୍ତି ?

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy