STORYMIRROR

Gayatri Singh

Inspirational

3  

Gayatri Singh

Inspirational

ପିତାମାତା

ପିତାମାତା

3 mins
292


ମାଆ ତା ସନ୍ତାନକୁ ଦଶମାସ ଗର୍ଭଗୃହରେ ସ୍ଥାନ ଦେଇଥାଏ । ଭୂମିଷ୍ଠ ହେବା ପରେ ଲାଳନ ପାଳନ କରି ଅନେକ କଷ୍ଟ ସହି ବଡ କରିଥାଏ । ମଣିଷ ହେଲା ପରେ କିନ୍ତୁ ପିତାମାତାଙ୍କ ପାଇଁ ତା ଘରେ ସ୍ଥାନ ନଥାଏ । ତଥାପି ପିତାମାତା ପୁଅକୁ ଦୋଷ ଦେଇ ନଥାନ୍ତି । ନିଜେ ସଂସ୍କାର ଦେବାରେ କିଛି ତୃଟି ରହିଯାଇଛି ବୋଲି ଭାବି ନିଅନ୍ତି । ତାପରେ ବି ସେମାନେ ପୁତ୍ରର ମଙ୍ଗଳ କାମନା କରନ୍ତି । ସର୍ବଦା ଶୁଭ ମନାସନ୍ତି । ଅନ୍ୟଲୋକର କଥାରେ ମଣିଷ ଆଖିରୁ ଲୁହ ବୋହିଥାଏ ଦୁନିଆ ଦେଖେ, ହେଲେ ନିଜ ସନ୍ତାନ ମାନେ ଦୁଃଖ ଦେଲେ ଆମା କାନ୍ଦେ । ସେ ଲୁହ କାହାକୁ ଦେଖେଇ ହୁଏ ନାହିଁ କି କହି ହୁଏ ନାହିଁ କେହି ଜାଣି ବି ପାରନ୍ତି ନାହିଁ । କେବଳ ପଣତ ହିଁ ଜାଣେ । ଯେଉଁ ପଣତରେ ଦିନେ ସେ ପୁଅକୁ ଆଉଁସି ଦେଇଥାଏ ତା ଲୁହକୁ ପୋଛି ଦେଇଥାଏ ସେହି ପଣତ ପୁଣି ତାକୁ ସାହାଯ୍ୟ କରିଥାଏ ନିଜ ଲୁହ ପୋଛିବାକୁ । କାଳେ କେହି ଦେଖିନବ । ପୁଅକୁ ସାହି ପଡିଶା ବନ୍ଧୁ ବାନ୍ଧବ ଆଗରେ ସୁନା ପୁଅ କହୁଥିବା ମାଆ କଣ କେବେ ଲୁହକୁ ଦୁନିଆ ଆଗରେ ଦେଖାଇ ପାରିବ । ଏମିତି ଏକ ପିତାମାତା ହେବାର ସୌଭାଗ୍ୟ ହେଉ କି ଦୁର୍ଭାଗ୍ୟ ହେଉ ଲାଭ କରିଥିଲେ ଜାନକୀ ଦେବୀ ଆଉ ବିପିନ ବାବୁ । ତିନୋଟି ପୁଅ ଗୋଟିଏ ଝିଅକୁ କିରାଣୀ ଚାକିରୀର ସ୍ୱଳ୍ପ ରୋଜଗାରରେ ପାଳି ପୋଷି ପାଠ ପଢେଇ ବଡ କଲେ । ପୁଅ ତିନି ଜଣଙ୍କୁ ପାଠ ପଢାଇବାରେ ଆଉ ଗୋଟିଏ ଝିଅକୁ ବାହା ଦେବାରେ ବାପ ଅଜାଙ୍କର ଅଧାରୁ ଅଧିକ ଜମି ବିକ୍ରି କରିଦେଲେ । ଚାକିରୀ କାଳ ଭିତରେ ଭଲ ଘର ଖଣ୍ଡେ ତୋଳି ଦେଇଛନ୍ତି । ଝିଅକୁ ଭଲ ଘର ଦେଖି ବାହା ଦେଇଦେଲେ । ପୁଅମାନେ ଚାକିରୀ କରି ଘର ଠାରୁ ଦୂରରେ ରହୁଛନ୍ତି । ଏବେ ଘରେ ଜାନକୀ ଦେବୀ ଆଉ ବିପିନ ବାବୁ । କେତେବେଳେ ପୁଅ ବୋହୁ ଝିଅ ଜୋଇଁ ଆସିଲେ ଘରେ ଗହଳି ଲାଗି ରହେ । ନାତି ନାତୁଣୀଙ୍କ ମେଳରେ ସେଇ କିଛି ଦିନ ବେଶ୍ ଖୁସିରେ କଟିଯାଏ । ସମୟ ଜଣାପଡେ ନାହିଁ । ସମସ୍ତେ ଚାଲିଗଲା ପରେ ଘର ଖାଁ ଖାଁ ଲାଗେ । ଦିନକୁ ଦିନ ଦୁହିଁଙ୍କର ବୟସ ମଧ୍ୟ ବଢୁଛି । ବୟସ ବଢିବା ସହିତ ଦୃଷ୍ଟି ଶକ୍ତି ହେଉ କି ଶାରିରୀକ ବଳ ହେଉ ସବୁ ଦୁର୍ବଳ ହୋଇଯାଏ । ଜାନକୀ ଦେବୀଙ୍କର ଆଜି ଅଂଟା ତ କାଲି ପିଠି ପୁଣି କେଉଁ ଦିନ ଆଣ୍ଠୁ ପେନ୍ ଏମିତି ଦିନ ସରେ । ଆଉ ବିପିନ ବାବୁଙ୍କର ଗୋଡହାତ କଷ୍ଟ ହେଲେବି ସମ୍ଭାଳି ନିଅନ୍ତି । ଜାନକୀ ଦିନକୁ ଦିନ ଆଉ କାମକୁ ପାରୁ ନାହାଁନ୍ତି । ବିପିନ ବାବୁ ଜଣେ ସ୍ତ୍ରୀ ଲୋକକୁ ଡାକି ଆଣିଛନ୍ତି ଜାନକୀଙ୍କୁ କାମରେ ସାହାଯ୍ୟ କରିବା ପାଇଁ । ଯେଉଁଦିନ ବିପିନ ବାବୁଙ୍କର ବାଥରୁମରେ ଗୋଡ ଖସି ଗୋଡ ଭାଙ୍ଗିଗଲା ସେଦିନ ଜାନକୀ ଦେବୀ ପୁରାପୁରି ଭାଙ୍ଗି ପଡିଲେ । ନିଜ ଅସୁସ୍ଥତାକୁ ସେ କେବେ ଗୁରୁତ୍ୱ ଦେଉନଥିଲେ କାରଣ ତାଙ୍କ ସ୍ୱାମୀ ଠିକ ଅଛନ୍ତି । ହେଲେ ବିପିନ ବାବୁ ଗୋଡ ଭାଙ୍ଗି ବେଡରେ ପଡିବା ପରେ ଜାନକୀ ଦେବୀ ମାନସିକ ସ୍ତରରେ ପୁରାପୁରି ଭାଙ୍ଗି ପଡିଲେ । ପୁଅ ମାନେ ବାପାଙ୍କ କଥା ଶୁଣି, ଆସି ଦେଖି ଦେଇ କିଛି ଟଙ୍କା ଧରାଇ ଚାଲିଗଲେ । ବୋହୁ ମାନେ କିଛି ଦିନ ରହିବା ପରେ ପିଲା ମାନଙ୍କର ପାଠପଢା ଅଛି କହି ଚାଲିଗଲେ । ଝିଅ ଜୋଇଁ ବି ଆସି ଦେଖି ଦେଇ ଗଲେ । ପିଲାମାନେ ରହି ସେବା କରି ପାରବେନି ବୋଲି ସ୍ପଷ୍ଟ ଭାବରେ କହି ଭଲ ହେବା ପଯ୍ୟନ୍ତ ଜଣେ ନର୍ସର ବ୍ୟବସ୍ଥା କରିଦେଲେ । ବିପିନ ବାବୁଙ୍କର ପେନସନ ଟଙ୍କା ଉଭୟଙ୍କର ଔଷଧରେ ସରିଯାଏ । ଆଉ ପିଲାମାନେ ଯାହା କିଛି ଦିଅନ୍ତି ତାହା ବି ସେହି ଘର ଖର୍ଚ୍ଚରେ ପଶିଯାଏ । ଜଣା ପଡେନି । ଧିରେ ଧିରେ ବିପିନ ବାବୁ ଭଲ ହୋଇ ଆସିଲେଣି । ଏଣିକି ପୁଅମାନଙ୍କ ପାଖରୁ ଟଙ୍କା ଆସିବା ବନ୍ଦ ହୋଇଗଲା । ହେଲେ ଘରର ଖର୍ଚ୍ଚ ମେଡିସିନ ଖର୍ଚ୍ଚରେ ଟଙ୍କା ଅଣ୍ଟେଇନି । ଏ ଭିତରେ ଅନେକ ଧାର ଉଧାର ମଧ୍ୟ ହୋଇଥିଲା । ହେଲେ ପୁଅ ବୋହୁ ମାନଙ୍କର ଗୋଟିଏ ମତ ବାପା ପେନସନ ପାଉଛନ୍ତି । ଟଙ୍କା ଦେଖି ଖର୍ଚ୍ଚ କରୁନାହାଁନ୍ତି । ଶେଷରେ ଆଉ ଯାହା କିଛି ଜମି ବାଡି ବଳିଥିଲା ତାକୁ ବିକ୍ରୟ କରିବା ପାଇଁ ବାହାରିଲେ । ପୁଅ ବୋହୁ ଝିଅ ଜୋଇଁ ଘରକୁ ସମସ୍ତେ ଆସିଲେ ଜମି ବିକ୍ରୀ କଥା ଶୁଣି ସମସ୍ତଙ୍କୁ ସମାନ ଭାବରେ ଟଙ୍କା ବାଣ୍ଟିଦେଲେ । ହେଲେ ଗଲା ବେଳେ କାହା ପାଟିରୁ ପଦେ ହେଲେ ବାହାରିଲାନି ବାପା ମାଆ ଆମ ସାଥିରେ ଚାଲ । ତାଙ୍କ ମାନଙ୍କ ପାଖରେ ସମୟ ନାହିଁ ବାପାମ।।ଆଙ୍କ ଯତ୍ନ ନେବା ପାଇଁ । ସମସ୍ତେ ଚାଲିଗଲେ । ଏମିତି କାମ ପଡିଲେ ଆସନ୍ତି ଯାଆନ୍ତି ହେଲେ ପାଖରେ ରହି କି ପାଖକୁ ନେଇ ରଖିବାର ମନୋବୃତି କାହାର ନାହିଁ ବୋଲି ଉଭୟ ବିପିନ ବାବୁ ଆଉ ଜାନକୀ ଦେବୀ ଜାଣି ସାରିଲେଣି । ତଥାପି ସକାଳ ସଞ୍ଜେ ଜାନକୀ ଦେବୀ ସେଇ ଗୋଟିଏ କଥ କହିବାକୁ ଭୁଲୁ ନାହାଁନ୍ତି । ‘ମୋ ପିଲା ମାନଙ୍କୁ ସର୍ବ କୁଶଳରେ ଘଂଟ ଘୋଡାଇ ରଖିଥାନ୍ତୁ ପ୍ରଭୁ’ ।  



Rate this content
Log in

Similar oriya story from Inspirational