STORYMIRROR

Satyabati Swain

Tragedy

3  

Satyabati Swain

Tragedy

ପିତା ଓ ପତି

ପିତା ଓ ପତି

5 mins
219


କଣ ହୋଇଛି କେଜାଣି ମୋ ବାବା ଏବେ ଆମକୁ ଅଚିହ୍ନା ଲାଗନ୍ତି।


ମୋ ବାବା ଯେମିତି ବଦଳି ଯାଇଛନ୍ତି।ଏବେ ଆମ ପାଇଁ ସମୟ ନାହିଁ ତାଙ୍କ ପାଖେ।ଆଗ ପରି ମୁଁ ରବିବାରକୁ ଚାହିଁ ରହୁନାହିଁ।


ଆଃ ରବିବାର ! ମୋ ପ୍ରିୟ ବାର।ଏ ଦିନଟିକୁ ଅତି ଆଗ୍ରହରେ ଅପେକ୍ଷା କରିଥାଉ ମୁଁ ଓ ସାନ ଭଉଣୀ ନେହା।ଏହି ଦିନ ଆମେ ସପରିବାର କୌଣସି ଗୋଟେ ଜାଗାକୁ ବୁଲିବାକୁ ଯାଉ।ଭଲ ହୋଟେଲ ଦେଖି ଖାଉ।ଆଇସକ୍ରିମ୍ ,ଗୁପ୍ଚୁପ୍ ଖାଇବା ମଜା ନେଉ। ଯଦି ସମୁଦ୍ର କୁଳ ହୋଇଥାଏ ତ ମଜା ଆହୁରି ବଢିଯାଏ।ବାଲିରେ ଗୋଡ଼ ଉପରେ ଆମେ ବାଲି ନଦି  ତା ଉପରେ ବାଡେଇ ଦେଲା ପରେ ଆସ୍ତେ କି ଗୋଡ଼ କାଢି ଆଣୁ।ବାଃ ହୋଇଯାଏ ଗୋଟେ ବାଲିର ଗୋଡେ ସୁନ୍ଦର ଘର।ବାଲିରେ ମନ୍ଦିର କରୁ।ନେହା ମୁଠା ମୁଠା ବାଲି ତା ଦେହ ମୁଣ୍ଡ ସାରା ବୋଲି ପକାଏ।ପାଣି ଭିତରକୁ ଦୌଡ଼ି ଯାଉ।ବାବା ଓ ମାମା ଆମକୁ ଟାଣି ଆଣନ୍ତି।


କୁଆଡେ ଗଲା ସେ ଦିନ! 


ଭିଡ଼ ଗହଳି ଭିତରେ ବାବା ତାଙ୍କ କାନ୍ଧରେ ବସାଇ ଆମ ଦୁଇ ଜଣକୁ ବୁଲାନ୍ତି।ଗୁପ ଚୁପ୍ ଖାଇଲା ବେଳେ ରାଗରେ ସୁ ସୁ ହେଲେ ବାବା ପାଣି ପିଇ ଦେ ପାଣି ପିଇ ଦେ କୁହନ୍ତି।ବଡ଼ ବଡ଼ ଗ୍ୟାସ୍ ବେଲୁନ ଧରି ବାବା ମୋତେ ଓ ନେହାକୁ  ଉପରକୁ ଟେକି କୁହନ୍ତି, ସୂତା ଛାଡି ଦେ ଦେଖିବୁ ବେଲୁନ୍ କେମିତି  ଆକାଶକୁ ଛୁଇଁ ଦେବ। ସତରେ ମୁଣ୍ଡ ହଲେଇ ହଲେଇ ବେଲୁନ ଆକାଶକୁ ଉଠିଯାଏ।

ଆମେ ଭାଇ ଭଉଣୀ ଦୁହେଁ ତାଳି ମାରି ଖୁବ୍ ହସୁ।


ମୁଁ ଓ ନେହା କାଠି  ଆଇସିକ୍ରିମ୍ ଖାଇବାକୁ ଖୁବ୍ ପସନ୍ଦ କରୁ।।କିନ୍ତୁ ଆଇସିକ୍ରିମ୍ ଖାଇବୁ କଣଗୋଟେ

 ସୁଦ୍ଧା ଡ୍ରେସ୍ ଓଦା କରିଦେଉ।ବୋହି ପଡୁଥିବା

 ଆଇସିକ୍ରିମ୍ କୁ ବାବା ତାଙ୍କ ରୁମାଲରେ ପୋଛି କାଠି ଧରି କେମିତି ଆଇସ୍କ୍ରିମ୍ ଖାଇବାକୁ ହୁଏ ଶିଖାଇ ଦିଅନ୍ତି।ଝାଲ୍ ମୁଢି ମାମାକୁ ଭଲ ଲାଗେ।

ବାବା ଓ ମାମା ଝାଲ୍ ମୁଢି ଖାଇଲା ବେଳେ ଆମକୁ ବୁଟ କି ବାଦାମ ପୁଡ଼ିଆ ଧରେଇ ଦିଅନ୍ତି।ନେହା

ପୁଡ଼ିଆ ଠିକ୍ ରେ ଧରି ପାରେନି।ଗୋଟେ ବୁଟ

 କି ବାଦାମ ପାଟିକି ଗଲା ବେଳେ ଦି ଚାରି ଟା ତଳେ ଗଳି ପଡେ।ତା ପୁଡ଼ିଆ ଶୀଘ୍ର ଖାଲି ହୋଇ ଗଲେ ଭାଇ ଦେ ଭାଇ ଦେ କହି ମୋ ପଛେ ଦୌଡେ।


ମୁଁ ଯାଇ ବାବାଙ୍କ ପଛେ ପଟେ ଲୁଚେ।ନେହା ଭାଇ ଭାଇ କହି ଏପଟ ସେପଟ ହୁଏ।ବାବା ପଛୁଆ ହାତ ବୁଲେଇ ମୋତେ ଧରି ପକାନ୍ତି।ନେହା ତାଳି ମାରି ହସେ।


କେବେ କେବେ ନନ୍ଦନ କାନନ ଯାଉ।ବାବା ନେହାକୁ କାଖେଇ ଥାଆନ୍ତି।ସେ କିନ୍ତୁ ଟାଣି ଓଟାରି ହୋଇ କୁହେ ମୋତେ ଛାଲ।ମୁଁ ଭାଇ ଛାଙ୍ଗେ ଚାଲିବି।ନେହା ତିନି ବର୍ଷର କଥା କହିଲା ବେଳେ ତା ପାଟି ଟିକେ ଲାଗେ।ତା ଗୁଲୁରୁ ଗୁଲୁରୁ କଥା ଶୁଣିବାକୁ ମଜା ଲାଗେ । ସେ ତଳକୁ ଓହ୍ଲେଇବା ପାଇଁ ଉଛନ୍ନ ହୁଏ।ବାପା ତାକୁ ଓହ୍ଲେଇ ଦେଇ କୁହନ୍ତି, ଧୀରେ ଧୀରେ ଚାଲେ, ନଲେ ପଡିଯିବୁ।


ଆମେ ଦୁହେଁ ହାତ ଧରା ଧରି ହୋଇ ବାବା ଓ ମାମା ଆଗେ କିଛି ବାଟ ଦଉଡ଼ି ଯାଉ।ପୁଣି ପଛକୁ ଅନେଇଁ ଅଟକୁ।ପୁଣି ଦୌଡା, ପୁଣି ଅଟକା ଚାଲେ।


ଚାଲୁ ଚାଲୁ ମୁଁ କୁହେ ନେହା ନନ୍ଦନ କାନନ ଯିବୁ ? 


ହଁ।


ମାଙ୍କଡ଼ ଦେଖିବୁ ?


ହଁ।


ବାଘ ଆଇଲେ ଡରିବୁ ନାଇଁ ?


ନା


ମୁଁ ଆଖିକୁ ଜୋରେ ଫୁଙ୍କିଦିଏ।ସେ ଆଖି ବୁଜିଦିଏ।


ମୁଁ ହସି ହସି କୁହେ, ହେଇ ତ ତୁ ଡରିଲୁ।


ସେ କଣ ବୁଝେ କେଜାଣି ମୋ ହସ ଦେଖି ସେ ବି ହସି ଦିଏ।ମାଙ୍କଡ଼ ଯେତେବେଳେ ଖାଇବା ଆଶାରେ ଆମ ପାଖକୁ ଗୋଡ଼ାଇ ଆସନ୍ତି ସେ ଛିନ୍ନ ଛିନ୍ନ ବାଜି

ବାବା ମା ଙ୍କ ପାଖକୁ ଦଉଡ଼ି ଯାଉ ଯାଉ ପଡ଼ିଯାଏ।

ଆଣ୍ଠୁ ଖଣ୍ଡିଆ ହୁଏ। ଓଠ ଳମ୍ବେଇ ଏଁ ଏଁ ହୁଏ ଯେ ଦିନ ସାରା।


ବାବା ତାକୁ ଝାଡ଼ି ଝୁଡ଼ି ଦେଇ କୁହନ୍ତି, କିଛି ହୋଇନି ମୋ ସୁନାର।ଖାଲି ମଳି ଚମ ଛାଡି ଯାଇଛି।

ବାବାଙ୍କ କଥା ଶୁଣି ସେ ଆହୁରି ଶାକୁଳେଇ ହୁଏ।


କେତେ ହସ ଖୁସିରେ ଆମ ଜୀବନ କଟୁଥିଲା।କଣ ହୋଇଛି କେଜାଣି ବାବା କି ମାମା କାହା ମନରେ ସୁଖ ନାହିଁ।ନେହା ଓ ମୁଁ ଭୁଲି ଗଲୁଣି କେବେ ବାହାରକୁ ବାବା ମାମା ସଂଗେ ବୁଲି ଯାଇଥିଲୁ।


ମାମା ! ବାବା ଆମକୁ କାହିଁକି ଆଗ ପରି ଆଉ କୁଆଡେ ବୁଲେଇ ନେଉ ନାହାଁନ୍ତି ?


ବାବା ବେଶୀ କାମ କରୁଛନ୍ତି, ସମୟ ନାହିଁ ତ ସେଇଥିପାଇଁ।


ସବୁଦିନ ବାବା ଘରକୁ  କାଇଁ ଆସୁ ନାହାନ୍ତି 

ମାମା?ରାତିରେ ବି ଅନିଦ୍ରା ହୋଇ କାମ କରୁଛନ୍ତି ?


ମାମା ଏ ପ୍ରଶ୍ନରେ ନିରବ ରହି ମୋତେ ତା ଦେହକୁ ଆଉଜାଇ ନେଇ ମୁଣ୍ଡ ସାଉଁଳେଇ ଦିଏ।ତା ଆଖିରୁ ଲୁହ କେଇ ଟୋପା ଗଳି ପଡ଼େ।


ମୋର ଏତେ ବୟସ ନୁହେଁ ନିରବ ଲୁହର ମାନେ ବୁଝିବା।


ମାମା ତମେ କାନ୍ଦୁଛ ?


ନାଇଁ ରେ ଧନ,କାନ୍ଦିବି କାହିଁକି ?


ଏତିକି ବୁଝେ ମାମାକୁ କିଛି କଷ୍ଟ ଲାଗୁଛି।ସେ ବୋଧେ ବାବାଙ୍କ ବଦଳି ଯିବାଟାକୁ ସହଜରେ ଗ୍ରହଣ କରି ପାରୁନାହିଁ।


କିନ୍ତୁ କଷ୍ଟଟି କଣ ତା ବି ଜାଣି ପାରୁନାହିଁ।


ସ୍କୁଲରେ ପ୍ୟାରେଣ୍ଟସ୍ ମିଟିଂ ଥାଏ।ସବୁ ପିଲାଙ୍କ ବାବା ମାମା ଆସି ଥାନ୍ତି।କିନ୍ତୁ ମୋର କେବଳ ମାମା। ବାବାଙ୍କର ମୋ ଖୁସି ଠାରୁ କେଉଁ କାମ ଏତେ ବଡ଼ ! ଅୟୁତ ବିସ୍ମୟ ମୋ ପିଲା ମନକୁ ଘୋଳେଇ ଘାଣ୍ଟି ପକାଉଥାଏ।ବାବାଙ୍କ ଉପରେ ବହୁତି ରାଗି ଗଲି ମନେ ମନେ।ଏଥରକ ଆସିଲେ ବାବାଙ୍କୁ ପଚାରିବି କେଉଁ କାମ ଆମ ଠାରୁ ଏତେ ବଡ଼ ?


ଠିକ୍ ଏଇ ସମୟରେ ଚିକି ମାମା କହିଲେ, ଅଜୟ ଭଲ କରୁ ନାହାନ୍ତି । ହସିଲା ପରିବାର ଛାଡି ଜଣେ ବିଧବା ପାଲରେ ପଡିବା କି ଲଜ୍ୟାର କଥା କହିଲ, ବୁଇନା ?


ମାମା ଏକଥା ଶୁଣି କିଛି ଉତ୍ତର ଦିଏ ନାହିଁ।


ମୋ ମୁଣ୍ଡ ବି ଧରି ପାରେ ନାହିଁ ମୋ ବାବା ଅଜୟ କଣ ଭଲ କରୁ ନାହାନ୍ତି? କଣ ବିଧବା ପାଲ ?


ସ୍ଥିର କରିଥାଏ ଏଥର ବାବା ଆସିଲେ ଏକଥା ବି ପଚାରିବି।ବାବା ଯେତେବେଳେ ଘରକୁ ଆସିଲେ ମୁଁ ପଚାରିଲି ବାବା ତୁମେ ଆମକୁ କାଇଁକି ଭଲ ପାଉନ ? ତୁମେ ହସିଲା ସଂସାର ଛାଡି ବିଧବା ପାଲ ରେ କାହିଁକି ପଡିଛ? ଯାହା ଚିକି ମାମା ମୋ ମାମା କୁ କହିଥିଲେ ଡିଟୋ ସେଇ କଥା ପଚାରି ଦେଲି।


ଆରେ ବାବା ରେ ଆଉ କଣ ଦେଖିବ  ବାବା ମୋ ଗାଲରେ ଦେଲେ ଠାଏ କରି ଚଟକଣି।ମେଞ୍ଚଡ଼ ଟୋକା, ମୋତେ ପ୍ରଶ୍ନ ପଚାରୁଛି।


ବାସ୍ ! ଏଇଠି ସବୁ ସରିଗଲା । ମାମା ବାଘୁଣୀ ପରି ଗର୍ଜନ କରି କହିଲା, ତୁମର ଏତେ ବହପ ମୋ

ପୁଅକୁମାରିବ ? ଆଜି ଛୋଟ ଅଛି।ଲୋକେ ଯାହା କହୁଛନ୍ତି ନ ବୁଝି ପଚାରିଦେଲା କିନ୍ତୁ କାଲି ଯେତେ

ବେଳେ ଏଇ ପୁଅ ବଡ଼ ହୋଇ ବୁଝି ପାରି  ଏ ପ୍ରଶ୍ନ ପଚାରିବ ; ସେତେବେଳେ କଣ ଚାପୁଡ଼ା ମାରି ତା ମୁହଁ ବନ୍ଦ କରିଦେବ ?


ମିଷ୍ଟର ଅଜୟ ସ୍ୱାଇଁ ! ମୋ ଅଧିକାର ଆଉ କାହାକୁ ଦିଅ, ମୋ ମନ ଓ ଜୀବନକୁ ଯେତେ ଖଣ୍ଡିଆ କର କିଛି କହୁ ନାହିଁ କି କହିବି ନାହିଁ।କାହିଁକି ଜାଣିଛ! ପ୍ରେମ ଜୋର୍ ଜବରଦସ୍ତ ହାସଲ କରିବା ଚିଜ ନୁହେଁ।ଦିନେ ଅସରନ୍ତି ପ୍ରେମ ମୋ ପାଇଁ ତୁମ ହୃଦୟରେ ଥିଲା। ଆଜି ସେ ମୋ  ପାଇଁ ଶୁନ୍ୟ ହୋଇ ଯାଇଛି ।ମୋତେ ଠେଲି ପେଲି ମୋ ସ୍ଥାନରେ  ସେଠି ଆଉ କାହାକୁ ବସାଇ ସାରିଛ।

ଅପ୍ରେମ ହୃଦୟ କି ମଣିଷକୁ ନେଇ ମୁଁ କରନ୍ତି କଣ ? ବରଂ ତୁମକୁ ମୁକ୍ତ କରି ଦେଉଛି ଖୁସିରେ ଜୀଅଁ।


କିନ୍ତୁ ଗୋଟିଏ କଥା ସବୁବେଳେ ମନେ ରଖିବ ମୋ ପିଲାଙ୍କ ଅଧିକାର ଆଉ କାହାକୁ ଦେଲେ ବା ମୋ ପିଲାଙ୍କ ମନରେ ଏତେ ଟିକେ କଷ୍ଟ ହେଲେ ବିଲ୍ କୁଲ୍ ବରଦାସ୍ତ କରିବି ନାହିଁ।ଚଣ୍ଡି ହୋଇଯିବି।

ଭୁଲି ଯିବି ତୁମେ ମୋର ପ୍ରେମ ଥିଲ।


ମାମାଙ୍କ ଚଣ୍ଡି ରୂପ ଦେଖି ବାବା ଚୁପ୍ ଚାପ୍ ଘରୁ ଚାଲିଗଲେ।ମଝିରେ ମଝିରେ ଆସନ୍ତି ଆମ ଭଲ ମନ୍ଦ ବୁଝିବାକୁ। ମୁଁ ଓ ନେହା ଆମ ବାବା ଜଣେ ଖରାପ ଲୋକ ଏ ଧାରଣା ନେଇ ବଡ଼ ହେଉଥିଲୁ।

କିନ୍ତୁ ମା ସମ୍ପୂର୍ଣ୍ଣ କଟି ପକେଇ ଦେଇଥିଲା ବାବାଙ୍କ ସହ।ବାବା କେବଳ ତାଙ୍କ ପିଲାଙ୍କ ପିତା ହୋଇ ଆମ ପାଖକୁ ଆସନ୍ତି ; କିନ୍ତୁ ଆମ ମାମାଙ୍କ ପତି ରୂପେ ନୁହେଁ।


ବାବାଙ୍କ ପରି ମାମା ସବୁ ରବିବାର ଏଥରକ ଆମକୁ ବିଭିନ୍ନ ଜାଗାକୁ  ବୁଲେଇ ନେଉଛି।ଆମ ସହ ଯାଉଛି ଆମ ଡଗ୍ ଜ୍ୟାକ୍।


Rate this content
Log in

Similar oriya story from Tragedy