Pirated Copy (ପାଇରେଟେଡ୍ କପି)
Pirated Copy (ପାଇରେଟେଡ୍ କପି)
ବହି କିଣି ପଢିବାରେ ଗୋଟିଏ ଅଲଗା ଆନନ୍ଦ ଥାଏ l ନୂଆ ବହିର ବାସ୍ନାରେ ମତୁଆଲା ହୋଇଯାଏ ଦେବୀକା l ଘରେ ସେଥିପାଇଁ ବହୁତ ଗାଳି ଶୁଣେ ସିଏ l କିନ୍ତୁ ବହି କିଣିବା ଅଭ୍ୟାସଟିକୁ ଛାଡି ପାରେ ନାହିଁ l ବହୁତ ସ୍ୱପ୍ନ ଦେଖେ ସିଏ l ଦିନେ ନା ଦିନେ ସିଏ ବଡ ଲେଖକ ହେବ l ତା ବହି ସମସ୍ତଙ୍କ ଦ୍ୱାରା ଆଦୃତ ହେବ l ମନେ ମନେ ଯୁକ୍ତି ବାଢେ ସିଏ l ଯଦି ସିଏ ଅନ୍ୟର ବହି କିଣି ନ ପଢିବ, ତେବେ ତା’ ବହି କିଣିବ କିଏ ?
ହାଟ ଛକରେ ନୂଆ ବହି ଦୋକାନଟିଏ ଖୋଲିଲା l କିଛି ଦିନ ସେଠାକୁ ଯିବା ପରେ ଦେବୀକା ଜାଣିବାକୁ ପାଇଲା, ସେଠି ଦେଶ ବିଦେଶର ପୁରସ୍କାରପ୍ରାପ୍ତ ବହି ସବୁ ଅପେକ୍ଷାକୃତ କମ୍ ଦାମରେ ମିଳେ l ଦେବୀକାର ଆନନ୍ଦ କହିଲେ ନ ସରେ l ଗୋଟିଏ ବହି ପାଇଁ ବଜେଟ୍ ରଖିଥିବା ଦେବୀକା, ସେହି ବଜେଟରେ ପାଞ୍ଚ/ଛଅଟି ବହି କିଣିପାରିଲା l ଭାଇକୁ ବି ଫୋନ୍ କରି କହିଲା ଏ କଥା l
ଭାଇ କିନ୍ତୁ ଚୁପ୍ ହୋଇଯାଇଥିଲା l କିଛି ସମୟ ପରେ ଗମ୍ଭୀର ସ୍ୱରରେ କହିଲା, “ଏମିତି କାମ ଆଉ କେବେ ବି କରିବୁନି l କାରଣ ତୁ ଯେତିକି ବହି କିଣିଲୁ, ସେଥିରୁ କିଛି ବି ଅଂଶ ବହିର ଲେଖକ ପାଇବ ନାହିଁ l କାରଣ ସେ ଗୁଡିକ Pirated Copy (ପାଇରେଟେଡ୍ କପି) l” ଭାଇର କଥା ଶୁଣି ଲଜ୍ଜିତ ହୋଇଗଲା ଦେବୀକା ଓ ଆଉ କେବେ ବି Pirated Copy (ପାଇରେଟେଡ୍ କପି) ନ କିଣିବା ପାଇଁ ନିଷ୍ପତ୍ତି ନେଇଥିଲା l
· ସ୍ଥାନେ ସ୍ଥାନେ ଇଂରାଜୀ ଭାଷାର ପ୍ରୟୋଗ ପାଇଁ ପାଠକମାନଙ୍କ ଠାରୁ କ୍ଷମା ପ୍ରାର୍ଥନା କରୁଛି l
· ବାପ ! ମୁଁ ତୋ ପାଇଁ ଗର୍ବିତ l