Satyabati Swain

Tragedy Inspirational

3  

Satyabati Swain

Tragedy Inspirational

ଫୋଟୋ ବି କାନ୍ଦେ

ଫୋଟୋ ବି କାନ୍ଦେ

6 mins
482



ବାପା ମୋତେ ଲୁଚିକି ଦେଖା କରିବାକୁ ଆସନ୍ତି।ମୋର ଫେବେରିଟ୍ ସୁନୁ ପାମ୍ପଡ଼ ଆଣିଥାନ୍ତି।ତା ସହ ବାସୁ କ୍ୟାଣ୍ଟିନ୍ ମିକଶ୍ଚର୍ ବି ଆଣିଥାନ୍ତି।ମୁଣ୍ଡ ଆଉଁସି ଦେଇ କୁହନ୍ତି "ମୁଁ ଆସିଥିଲି ବୋଲି ମାକୁ କହିବୁ ନାହିଁ।ମନ ଦେଇ ପଢିବୁ।ତୋ ମାର ନାଁ ରଖିବୁ"।

      ମୁଁ ମା ଓ ବାପାର ସ୍ନେହ କେବଳ ବାପାଙ୍କ ଠାରୁ ହିଁ ପାଏ।ମୋ ନିଜ ମା ମୋତେ ଦୁଇ ବର୍ଷ ହେଲା ବେଳକୁ ଛାଡି ବ୍ରେନ ଟ୍ୟୁମର୍ ରେ ମରି ଯାଇଥିଲା।ଏଣୁ ମୋ ଦେଖ୍ ଭାଲ୍ ପାଇଁ ବାପା ଆଉ ଜଣଙ୍କୁ ବିବାହ କରିଥିଲେ।ନୂଆ ମା ମୋତେ ଦେଖିବ କଣ ବରଂ ସବୁବେଳେ ଓର ଉଣ୍ଡୁଥିଲା ମାରିଦେବା ପାଇଁ।କିନ୍ତୁ ମୁଁ ତ ଅମର ଲଡୁ ଖାଇଥିଲି ଦୁଃଖ ଭୋଗିବା ପାଇଁ।ମୋତେ କଣ ମରଣ ଭଲ ପାଆନ୍ତା !ଅଣେ ବଣେ ବଢ଼ିଲା ପରି ନୂଆ ମାର ମାଡ଼ ଗାଳି ଖାଇ ଖାଇ ମୁଁ ମଣିଷରୁ ଲୁହା ହୋଇଗଲି।

 

     ମୋର ପୁଣି ଭଉଣୀ ଭାଇ ଟିଏ ହେଲେ।ବାସ୍ ମୋତେ ଗୋଟିଏ ଚାକିରୀ ମିଳିଗଲା ସାନ ଭାଇ ଭଉଣୀଙ୍କୁ ଦେଖା ଚାହା କରିବାକୁ।ଗୋଡେ ଗୋଡେ ଜଗିଥିବି।ଟିକେ ଏପଟ ସେପଟ ହେଲେ ଗାଲ ପିଠି ଫୁଲିବା ଥୟ।ପାଞ୍ଚ ପୁରି ଛଅ ଚାଲିଲା ବାପା ମୋ ନାଁ ସ୍କୁଲରେ ଲେଖାଇ ଦେଲେ।ଯାହା ହେଉ ଦଶଟାରୁ ଚାରିଟା ମୋତେ ମାଡ଼ ଗାଳିରୁ ମୁକ୍ତି ମିଳିଲା।ପେଟ ପୁରା ଖାଇବା ବି ମିଳିଲା।ଅଣ୍ଡା ଦିଟା ! ଆଃ କି ମଜାରେ ଖାଏ ମୁଁ।ରବିବାର ଆସିଲେ ମନ ଦୁଃଖ ହୁଏ ମୋର।ଖାଇବା ତ ଯାହା ବୋଲ ହାକ କରାଇ କରାଇ ମାରିଦେବେ ମୋ ନୂଆ ମା।ସ୍କୁଲ ରେ ନାଁ ଲେଖାଇବା ଦିନ ନୂଆ ମା ବହେ କଳି କଲା ବାପାଙ୍କ ସହ।ବାପା କିଛି ଶୁଣିଲେ ନାହିଁ।ମା ରଗେଇ ଖୋବେଇ ହେଲା।ଦେଖେଇ ବାପାଙ୍କୁ କହିଲା ଓହୋ ଉଛୁଳୁଛି ଝିଅ ସୁଆଗ।ପଢି କଲେକ୍ଟର୍ ହେବ ତ.....

      କଲେକ୍ଟର!ସେଇଟା କଣ!କେମିତି ଦେଖିବାକୁ!ପଢିଲେ କଲେକ୍ଟର ହୁଅନ୍ତିକି!ଅନେକ ପ୍ରଶ୍ନ ମୋ ଛୁଆ ମନକୁ ଦଳି ଚକଟି ପକାଉଥିଲେ।ଜୀବନରେ ସବୁ ପଛେ ଭୁଲିଲି ଏଇ କଲେକ୍ଟର ଶବ୍ଦ ଟି କେଜାଣି ଭୁଲି ପାରିଲି ନାହିଁ।

      ଦେଖୁନ କେମିତି ଭାଗ୍ୟ ଟି ପାଇଛି।ମନେ ନାହିଁ ମା ମୁହଁ।ଯାହାକୁ ମା କହି ଜାବୁଡି ଧରେ ସେ ମୋତେ ତାଠୁ ଅଲଗା କରି ଫୋପାଡ଼ି ଦେଇ କୁହେ" ଛି ଲୋ ତୋ ପରି ଅଲକ୍ଷଣୀର ମା ମୁଁ କାହିଁ ହେବି।ତୁ କେବଳ ତୋ ବାପାର ଝିଅ।ଖୁବ ହୁସିଆର କେବେ ମୋ ଝିଅ ବୋଲି ଦାବି କରିବୁ ନାହିଁ କି ମୋ ଝୁଅ ପୁଅକୁ ଭାଇ ଭଉଣୀ କହିବୁ ନାହିଁ"।ଏମିତି କହି ମୋ ଗାଲ ଏମିତି ଚିପି ଦେବେ ଯେ କଣା ହୋଇ ରକ୍ତ ଝରିବ।ଖାଇ ପାରିବି ନାହିଁ ଦିନା କେତେ।ଦେହରେ ମୋର ଅନେକ କ୍ଷତ ଚିହ୍ନ ମୋ ନୂଆ ମାର ସେହ୍ନ ସ୍ୱରୂପ ଏଯାଏ ବି ଦାଉ ଦାଉ ହୋଇ ଜଳେ।ସେଥିରେ ହାତ ମାରି ମୁଁ ମୋ ମା କଥା ମନେ ପକାଏ।


      ମୋ ପରି ପିଲାଙ୍କ ଜୀବନ ସହଜରେ ଆଦୌ ଯାଏନି।କହିପାର କେବଳ ଦୁଃଖ ହିଁ ଭୋଗ କରିବାକୁ ଈଶ୍ୱର ପଠାଇଥାନ୍ତି ମୋ ପରି ଅଭାଗିନୀ ମାନଙ୍କୁ।ସବୁ ଦୁଃଖ ଭିତରେ ମୁଁ ଯେ ବନ ମଲ୍ଲୀ ପରି ବାସୀ ଉଠୁଥିଲି।ଯେଉଁ ଦିନ ପଞ୍ଚମ ଶ୍ରେଣୀ ବୃତ୍ତୀ ପରୀକ୍ଷାରେ ଜିଲ୍ଲାରେ ପ୍ରଥମ ହେଲି ମୋ ବାପାଙ୍କ ଖୁସି କଣ ଦେଖିବ।ପଡୋଶୀ ଓ ଗାଁ ଲୋକେ ବି ଧନ୍ୟ ଧନ୍ୟ କହିଲେ।କେତେ ଭଲ ପାଇବା ଅଜାଡ଼ିଦେଲେ ସାନ ଠାରୁ ବଡ଼ ପର୍ଯ୍ୟନ୍ତ।ସେଦିନ ବୁଝିଲି ପାଠ ଟି ଏମିତି ଜିନିଷ ସବୁ ଦୁଃଖ ଭୁଲାଇ ଦିଏ।ସମସ୍ତଙ୍କ ସେହ୍ନ ଦିଏ।ସମସ୍ତେ ଖୁସି ଥିଲା ବେଳେ ନୂଆ ମା ର ସେଇ ଗୋଟେ କଥା ହଁ ପଢୁଛି କଲେକ୍ଟର ହେବତ...ମୁହଁ ମୋଡି କୁହେ ବାପା ଫୁଲା କୁ ଝିଅ ଫୁଲେଇ ରାଧି।

      ସେବେଠୁ ପାଠ କୁ ମୁଁ ଭଲ ପାଇଲି ତ ଭଲ ପାଇଲି।ସେ ମୋ ସ୍ବପ୍ନ,ନିଦ,ବାଟ,ବାପା ସବୁକିଛି ହୋଇଗଲା।ଦଶମ ଶ୍ରେଣୀରେ ବି ଟପ୍ ଶହେ ଜଣଙ୍କ ଭିତରେ ରହିଲି।ବାପାଙ୍କ ଛାତି କୁଣ୍ଢେ ମୋଟ।ବିନା ଟିଉସନ ବିନା ଗାଇଡ଼,ସେଥିରେ ପୁଣି ଘର ଗୋଟାଯାକ କାମ କରି ମୁଁ କେମିତି ପଢ଼ିଛି ସେ କଥା କହିଲେ କେହି ବିଶ୍ୱାସ ଯିବେନି।ଜୀବନରେ ପ୍ରାୟତଃ ଶୋଇବା ମୁଁ ଭୁଲି ଯାଇଥିଲି।ସ୍କୁଲ ଯିବା,ସ୍କୁଲରୁ ଆସିଲେ କାମ କରିବା ରାତିରେ ସମସ୍ତେ ଖାଇପିଇ ଶୋଇବା ପର୍ଯ୍ୟନ୍ତ।ତାପରେ ଆରମ୍ଭ କରେ ମୋ ପାଠ ପଢା।ମୁଁ ଜାଣିଥିଲି କାମ ନ କରି କେବଳ ସ୍କୁଲ ଓ ପଢିଲେ ନୂଆ ମା ମୋ ସ୍କୁଲ ଯିବା ବନ୍ଦ କରିଦେବ।


ତପସ୍ୟାଠାରୁ କେଉଁ ଗୁଣରେ କମ୍ ନଥିଲା ମୋ ପାଠ ପଢା।ମନରେ ଗୋଟିଏ ଶବ୍ଦ ପ୍ରତିଧ୍ବନିତ ହେଉଥିଲେ କଲକ୍ଟର।ଏଇ କଲେକ୍ଟର ମୋ ଖାଇବା,ପିଇବା,ନିଦ,

ମୋ ଶୈଶବ,କିଶୋର ସବୁ ଗିଳି ଦେଇଥିଲା।ମୁଁ ଗୋଟେ ନିଶାରେ ଥିଲି ନୂଆ ମା ମୋ ବାପାଙ୍କୁ ଟିକେ ଟିକେ କଥାରେ ଉଲୁଗୁଣା ଦିଅନ୍ତି "ପାଠ ପଢ଼ାଉଛ କଲେକ୍ଟର ହେବ ରୁହ।"

     ଯଦିଓ ମୁଁ ଜାଣି ନଥିଲି କଲେକ୍ଟର କଣ।କିନ୍ତୁ ନୂଆ ମାଙ୍କ କଥାରୁ ବୁଝିଥିଲି ପାଠ ପଢିଲେ ନୁଶ୍ଚେ କଲେକ୍ଟର ହୁଅନ୍ତି।ଏଇ କଲେକ୍ଟର ହେବା ସ୍ବପ୍ନ ମୋତେ ରଖେଇ ଦିଅନ୍ତିନି।ରାତି ଦିନ ମୋତେ ରୁଗୁ ରୁଗୁ କରି ଖାଆନ୍ତି।ବାପାଙ୍କ ଆଖିରେ ମୁଁ ଦେଖି ପାରେ ମୋତେ ନେଇ ଗୋଟେ ଚମକର ସ୍ବପ୍ନ।ମୋତେ ରେଭେନ୍ସାରେ ଆଡମିଶନ କରିଦେଲେ।ସେଇଠି ମୁଁ ବୁଝିଲି କଲେକ୍ଟର କଣ?କଣ କଲେ କଲେକ୍ଟର ହୁଅନ୍ତି।ଏଣୁ ନିଜକୁ ପ୍ରସ୍ତୁତ କରୁଥିଲି ନିଜକୁ କଲେକ୍ଟର ହେବା ପାଇଁ।

     ଅକସ୍ମାତ ସବୁ ଓଲଟ ପାଲଟ ହୋଇଗଲା ବାପା ଖାଇକରି ଶୋଇଛନ୍ତି ଯେ ଶୋଇଛନ୍ତି।ଆଉ ଉଠିଲେ ନାହିଁ।ମୋ ପାଠ ପଠାରେ ଏତେ ଖର୍ଚ୍ଚ କାହିଁକି ହେଉଛି ବୋଲି ସେଦିନ ରାତିରେ ଝଗଡା ନୂଆମା ସହ ମୋ ସାନ ଭାଇ ଭଉଣୀ ମାନେ ବି ବାପାଙ୍କ ସହ ଲାଗିଥିଲେ ବୋଲି ପଡିଶା ଘର ଶାନ୍ତି ଖୁଡି କହୁଥିଲେ।

     +2 ସେକେଣ୍ଡ ୟିଅର ମୋର ହୋଇଥାଏ।ପରୀକ୍ଷା ଥାଏ ଆଉ ମାତ୍ର ଦୁଇ ମାସ।ବାପା ମୋତେ ଏତେ ବଡ଼ ପୃଥିବୀଟିରେ ଏକ୍କା କରୁଦେଇ କେମିତି ଚାଲିଗଲେ??କଣ କରିବି??ନୂଆ ମା ର ଝିନଘାସ ମୋତେ ସ୍ଥାଣୁ କରିଦେଲେ।ଲାଗିଲା ବାପା ମୋତେ ସମୁଦ୍ର ମଝିରେ ଛାଡିଦେଲେ।ନା ଅଛି କେହି ସାହା ନା ମୁଁ ଜାଣିଛି ପହଁରା ପାରି ହେବାକୁ ଜୀବନ ଏତେ ବଡ଼ ସମୁଦ୍ର।ଜଣେ ମଉସା ବାପାଙ୍କ ଭଲ ବନ୍ଧୁ ମୋତେ ବୁଝା ସୁଝା କରି ନେଇ ହଷ୍ଟେଲରେ ଛାଡିଲେ।ପରୀକ୍ଷା ଦେବା ପାଇଁ କହିଲେ।ଆଉ ଏ କଥା ବି କହିଲେ "ତୋ ବାପା ତୁ କଲେକ୍ଟର ହେବୁ ବୋଲି ସ୍ବପ୍ନ ଦେଖୁଥିଲା"

     ଧଡ୍ କରି ଚମକି ପଡିଲି ମୁଁ ଓଃ ବା ପା.....

ଗୋଟିଏ ମାସ ଥାଏ ପରୀକ୍ଷା ମୁଁ ବହି ପଢ଼ୁଥିଲି କି ବହି ମୋତେ ସେଇଟା କହି ପାରିବିନି।ସାଙ୍ଗ ମାନେ କହୁଥିଲେ ମୁଁ କାଳେ ପାଗଳ ହୋଇଯିବି।ହଁ ପାଗଳ ନୁହେଁ ତ ଆଉ କଣ।ସ୍ବପ୍ନ ପାଗଳ,ବାପା ପାଗଳ,ସ୍ନେହ ପାଗଳ ଟିଏ ତ ମୁଁ।

   ସେଇ ସତର ବୟସରେ ମୋ ଭିତରେ କିଏ ସାହସ ଦେଲା କିଏ ବାଟ ଦେଖାଇଲା,କିଏ ମୋତେ ସାନରୁ ବଡ଼ କରିଦେଲା!ମୋ ପରିବେଶ,ମୋ ପରିସ୍ଥିତି ବୋଧେ।ମଉସାଙ୍କ କହି ସାଇକେଲଟିଏ ନେଲି।ମୋ ପରୀକ୍ଷା ପରେ ଘର ଘର ବୁଲି ଟିଉସନ କଲି।ସକାଳ ଛଅରୁ ବାହାରି ଯାଏ ୱାର୍କୀଙ୍ଗ ହଷ୍ଟେଲକୁ ଫେରେ ରାତି ଦଶରେ।କାହିଁକିନା ରେଜେଲଟ୍ ବାହାରିବା ଭିତରେ ମୋତେ କିଛି ଟଙ୍କା ଯୋଗାଡ଼ କରିବାକୁ ପଡିବ।ନଚେତ୍

ଏହା ପରେ ମୁଁ ଆଉ ପଢି ପାରିବିନି।ଖାଇବା ପିଇବା ଓ ଶୋଇବା କେବେ ମୋ ଜୀବନରେ ନଥିଲା।ଏଣୁ କେବଳ ଗୋଟେ ନିଶା ମୋତେ ଘାରିଥିଲା କଲେକ୍ଟର ହେବାର ଅଛି।ସବୁ ଏଣ୍ଟ୍ରାନ୍ସ ପରୀକ୍ଷା ବି ଦେଉଥାଏ।

     +2 ରେଜେଲଟ୍ ବାହାରିଲା ଅବଶ୍ୟ ମୋ ଅନୁଯାୟୀ ଫଳ ମିଳି ନଥିଲା।କାରଣ ବାପାଙ୍କ ହଠାତ୍ ବିୟୋଗ ମୋତେ ପ୍ରକୃତିସ୍ଥ ହେବାକୁ ଅନେକ ସମୟ ନେଇଥିଲା।ମାତ୍ର ଶତକଡା ଅଶୀ ନମ୍ବର ରଖି ପାସ୍ କଲି।

     ଏଇ ଭିତରେ ମୋ ସହ ଆଉ ଏକ ଦୁଃର୍ଘଟଣା ଘଟି ଯାଇଥିଲା।ଦିନେ ରାତିରେ ଏକା ଫେରୁଥିବା ସମୟରେ କିଛି ଦୁର୍ବୃତ୍ତ ମୋତେ ରେଫ୍ କରିବାକୁ ଟେକି ନେଇଥିଲେ।ମନ ଇଚ୍ଛା ଗୋଟେ ଭଙ୍ଗା ଘରେ ମୋ ସହ ମନ ଇଚ୍ଛା ଅତ୍ୟାଚାର କରି ରାସ୍ତା କଡରେ ମୁର୍ମୁଷୁ ଅବସ୍ଥାରେ ପକାଇ ଦେଇ ଯାଇଥିଲେ।କେଉଁ ସହୃଦୟ ବ୍ୟକ୍ତି ମୋତେ ମେଡିକାଲ ରେ ପହଞ୍ଚାଇ ଦେଇଥିଲେ।ଏତେ ଜଣ ମୋତେ ଅତ୍ୟାଚାର କଲା ପରେ ବି ମୁଁ ମରି ନଥିଲି।କି ଭାଗ୍ୟ ପାଇଁ ଜନ୍ମ ନେଇଛି ମୁଁ ଭାବୁଥିଲି।ସେଇଠି ମେଡିକାଲରେ ଥିଲା ବେଳେ ମୋତେ ଚିକିତ୍ସା କରୁଥିବା ଡାକ୍ତରଙ୍କୁ ମୋ କଥା ପୋଲିସ ବା ପ୍ରଘଟ ନ କରିବାକୁ ଅନୁରୋଧ କରିଥିଲି।କହିଥିଲି ମୋ ଛୋଟ ଜୀବନର ସମସ୍ତ ଘଟଣା।

     ଭଲ ଡାକ୍ତର ଜଣେ।ପୋଲିସ ଖବର ଦେଇଥିଲେ ସତ ଧକ୍କାରେ ମୋର ଏପରି ଅବସ୍ଥା ହୋଇଛି ବୋଲି କହିଥିଲେ।ଯାହା ଦ୍ୱାରା ସରକାରୀ ସାହାଯ୍ୟରେ ମୁଁ ଆସ୍ତେ ଆସ୍ତେ ସୁସ୍ଥ ହେଉଥିଲି।ସେଇଠି ଥିଲା ବେଳେ ମେଡିକାଲ ଏଣ୍ଟ୍ରାନ୍ସ ରେଜେଲଟ୍ ବାହାରିଥିଲା।ଦେଖ ତ ମୋ ଭାଗ୍ୟ!

     ମୁଁ ଅହଲ୍ୟା ରାଜଗୁରୁ ପୋଜିସନ ସିକ୍ସ ରଖି ଉତ୍ତୀର୍ଣ୍ଣ ହୋଇଥିଲି।ମୁଁ ବିଶ୍ୱାସ କରୁଥିବା ଡାକ୍ତର ଜଣଙ୍କ ଆଶ୍ଚର୍ଯ୍ୟ ହୋଇଗଲେ।ଅହଲ୍ୟା ଏତେ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଫ୍ରେସର ଭାବେ ପରୀକ୍ଷା ଦେଇ ଟପ୍ ସିକ୍ସ!!ମୁଁ କିନ୍ତୁ ଖୁସି ନଥିଲି ।କାରଣ ମୁଁ ଗ୍ରାଜୁଏସନ କରିବି।ଆଇ ଏ ଏସ୍ ପରୀକ୍ଷା ଦେବି।ମୋର କଲେକ୍ଟର ହେବାକୁ ଅଛି ଯେ...

     ସେ ଡାକ୍ତର ମୋତେ ବୁଝାଇଲେ ଏ ସୁଯୋଗ ସମସ୍ତଙ୍କୁ ମିଳେନି।ଡାକ୍ତରୀ ପଢି ସାରିଲା ପରେ ବି ଆଇ ଏ ଏସ୍ ପରୀକ୍ଷା ଦେଇ ହେବ।ଏ ସୁଯୋଗ ଆଦୌ ଛାଡେନି ବୋଲି କହିଲେ।ଟିଉସନ କରି ପନ୍ଦର ହଜାର ଟଙ୍କା ସଞ୍ଚୟ କରିଥିଲି।ଆଡମିଶନ ପାଇଁ ଫ୍ରି ସିଟ୍ ପାଇଁ ମୋ ପାଖେ ପଇସା ନଥିଲା।କଣ କରିବି।ଡାକ୍ତର ବାବୁଙ୍କୁ କହିଥିଲେ ସେ ସାହାଯ୍ୟ କରିଥାନ୍ତେ।କିନ୍ତୁ ମୁଁ ତାଙ୍କ ଏତେ ରୁଣୀ ହେବାକୁ ଚାହୁଁ ନଥିଲି।ଏଣୁ କଣ କରିବି,କଣ କରିବି,ଏମିତି ଚିନ୍ତା କରୁ କରୁ ପେପରରୁ ଗୋଟିଏ ଆଡ଼ ଭାଟାଇଜମେଣ୍ଟ ପଡିଲି ତିରିଶି ବର୍ଷ ପୁଅ ପାଇଁ କିଡିନ୍ ଆବଶ୍ୟକ।ଏହା ବଦଳରେ ଯାହା ଚାହିଁବ ଦିଆଯିବ।ସେଇ ଠିକଣାରେ ଗଲି।ମୋର ଗୋଟିଏ କିଡିନ୍ ବଦଳରେ ମୋ ପଢିବା ଦ୍ୱାୟିତ୍ୱ ନେବାକୁ ଅନୁରୋଧ କଲି।ଜଷ୍ଟ ସତର ପୁରି ଅଠର ଚାଲୁଥିବା ଝିଅଟିଏ ମୁଁ।କିଡିନ୍ ଦେବି!!ଯେହେତୁ ଅଠର ବର୍ଷ ମୋତେ ପୁରିନି ମୋ ଠାରୁ କିଡିନ୍ ନେଲେ ସେ ଅସୁବିଧାରେ ପଡିଯିବେ କହିଲେ।

       ମୁଁ କହିଲି ଓକିଲ ପରାମର୍ଶ କରନ୍ତୁ।ଯାହା ବି କରନ୍ତୁ ମୋର ଗୋଟିଏ କିଡିନ୍ ନେଇ ମୋତେ ପଢ଼ିବାର ସୁଯୋଗ ଦିଅନ୍ତୁ ବୋଲି ଅନୁନୟ କଲି।ସେ ସହୃଦୟ ବ୍ୟକ୍ତି ହୃଦାନନ୍ଦ ବିଶୋଇ ମୋ ଆକୁଳ ଭାଵ ଦେଖି ନ୍ୟାୟ ସମ୍ମତ ସମସ୍ତ କାଗଜ ପତ୍ର ରେଡି ହେଲା ।ମୁଁ ମାନ୍ୟବର କୋର୍ଟଙ୍କୁ ମୋତେ କିଡିନ୍ ଟିଏ ଦାନ କରିବାକୁ ଅନୁମତି ଦିଅନ୍ତୁ ବୋଲି ଅପିଲ କଲି।ମାନ୍ୟବର କୋର୍ଟ ମୋ ରେଜେଲଟ୍ ଓ ମୋ ଅବସ୍ଥାକୁ ବିଚାରକୁ ନେଇ ସମ୍ପୂର୍ଣ୍ଣ ମାଗଣା ଡାକ୍ତରୀ ପଠାଇବାର ସୁ ବନ୍ଦୋବସ୍ତ କରିଦେଲେ।

       ଈଶ୍ୱରଙ୍କୁ ବିଶ୍ୱାସ କରୁନଥିବା ମୁଁ ଅହଲ୍ୟା ବାପାଙ୍କ ଲାଡ଼ଲି 'ଅଳି' ବାଧ୍ୟ ହେଲି କେହି ଈଶ୍ୱର ଅଛନ୍ତି ।ତାପରେ ମୋ ଜୀବନ ର ମୋଡ଼ ବଦଳିଗଲା।

 ଅଭିଶପ୍ତ ଅହଲ୍ୟା ମୁଁ ଅଶ୍ରୀର୍ବାଦ ପାଲଟିଗଲି।ଦିଲ୍ଲୀ ଏମ୍ସରେ ପିଜି କରୁଥିବା ବେଳେ ମୁଁ ଆ ଇ ଏ ଏସ ପାଇଗଲି।ମାତ୍ର ଦୁଃଖର କଥା ରେପ ହେବା ପରେ ମୋ ୟୁ ଟ୍ରସ୍ ରେ ସିଭିୟର ଶିଷ୍ଟ ହୋଇଗଲା।ଯାହା ମୁଁ ଜାଣି ପାରିଲି ନାହିଁ।ମାତ୍ର ପାଚିଶି ବର୍ଷରେ ମୋ ୟୁ ଟ୍ରସ୍ କାଢ଼ିବାକୁ ପଡିଲା।ଜୀବନ ମୋତେ କି କି ରଙ୍ଗ ଦେଖାଉଥିଲା ମୁଁ ଖାଲି ଭାବୁଥିଲି।ଡାକ୍ତରୀ ପାଠ ଛାଡି ଦେଇ ଆଇ ଏ ଏସ୍ କୋଚିଂ ନେଇ ଅଣ୍ଡାମାନ ନିକୋବର ରେ ମୋର କଲେକ୍ଟର ଭାବେ ପୋଷ୍ଟିଂଗ ହେଲା।ପୋଷ୍ଟିଂଗ ପରେ ମୁଁ ପ୍ରଥମେ ଆଶୀର୍ବାଦ ନେବାକୁ ଆସିଥିଲି ମୋ ନୂଆ ମାଙ୍କ।

      ସେଦିନ ନୂଆ ମା ଙ୍କୁ ଛାତିରେ ଜାକି ଢେର କାନ୍ଦିଥିଲି ଆଉ କହିଥିଲି "ଆଜି ମୁଁ କେବଳ କଲେକ୍ଟର ତୁମ ପାଇଁ ମା।"ତୁମ ଆଶୀର୍ବାଦରୁ ମୁଁ ଆଜି କଲେକ୍ଟର।ବାପାଙ୍କ ଫୋଟୋକୁ ଧରି କହୁଥିଲି ଦେଖ "ବାପା ମୁଁ ଅହଲ୍ୟା ରାଜଗୁରୁ,ତୁମ ଅଳିଅଳି "ଅଳି"ଆଜି କଲେକ୍ଟର ସାହେବା।ମୋ ନିଜ ଜନ୍ମିତ ମା କିନ୍ତୁ ଫଟୋରେ କାନ୍ଦୁଥିଲେ କି କି ଛକ ଦେଇ ମୁଁ ଆଜି ଏଇଠି ପହଂଛିଛି ଭାବି।"ଫୋଟୋ ବି କାନ୍ଦେ"!ମୁଁ ପ୍ରଥମ ବାର ଅନୁଭବ କଲି।



Rate this content
Log in

Similar oriya story from Tragedy